MI ଉପରେ ଖପ୍ପା ଫ୍ୟାନ୍ସ, ଜାଳିଦେଲେ ଜର୍ସି ଇନଷ୍ଟାରେ କମିଗଲେ ଫଲୋଅର୍ସ

1 min read

ନୂଆଦିଲ୍ଲୀ: ନିଜ ଟିମ୍‌ର ସବୁଠାରୁ ସଫଳ ଅଧିନାୟକଙ୍କୁ ହଟାଇ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌  । ଫ୍ରାଞ୍ଚାଇଜ ଗୁଜୁରାଟ ଟାଇଟନ୍ସର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ନୂଆ ଅଧିନାୟକ ନିଯୁକ୍ତ କରିଛନ୍ତି  । ଏହାପରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଏହାର ସିଧାସଳଖ ପ୍ରଭାବ  । ସୋସିଆଲ  ମିଡିଆ Xରେ ଲଗାତାର ଟ୍ରେଣ୍ଡ କରୁଛି #ShameOnMI  । ହାର୍ଦ୍ଦିକ ୨୦୨୧ ପର୍ଯ୍ୟନ୍ତ ମୁମ୍ବାଇର ଅଂଶୀଦାର ଥିଲେ  । ରୋହିତ ଶର୍ମା ୨୦୧୩ରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରହିଆସିଛନ୍ତି  । ତାଙ୍କ ଅଧିନାୟକତ୍ବରେ ଟିମ ୫ ଥର ଚାମ୍ପିଅନ ହୋଇଛନ୍ତି  ।

ରୋହିତ ଶର୍ମା ଅଧିନାୟକ ପଦରୁ ବିଦା ହେବା କାରଣରୁ ଫ୍ୟନ୍ସଙ୍କ ଆକ୍ରୋଶ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି  । ଜଣେ ପ୍ରଶଂସକ ମୁମ୍ବାଇ ଇଣ୍ଡିଆନ୍ସର ଜର୍ସିରେ ନିଆଁ ଲଗାଇ ଭିଡିଓ ସେୟାର କରିଛନ୍ତି  । ସେହିପରି ଆଉ ଜଣେ ମୁମ୍ବାଇର କ୍ୟାପ୍‌କୁ ଗୋଡରେ ଦଳିଦେବା ପରେ ଏଥିରେ ନିଆଁ ଲଗାଇ ଦେଉଛି  । ଏହା ସହ ମୁମ୍ବାଇର ପତାକାକୁ ବି ନିଆଁ ଲଗାଇ ଦେଇଛନ୍ତି ଫ୍ୟାନ୍ସ  ।

 

ମୁମ୍ବାଇ ଇଣ୍ଡିଆନ୍ସର ସୋସିଆଲ ମିଡିଆ ଆକାଉଣ୍ଟରେ ବି ରୋହିତ ଶର୍ମାଙ୍କ ପ୍ରଭାବ ଦେଖିବାକୁ ମିଳିଛି । ହାର୍ଦ୍ଦିକଙ୍କୁ ଅଧିନାୟକ କରିବା ପରେ ଏମଆଇର ଇନଷ୍ଟାଗ୍ରାମରେ ୧୩.୨ ମିଲିୟନ ଫଲୋଅର୍ସ ଥିଲେ  । ଏହାର ୨୪ ଘଣ୍ଟା ନ ପୁରୁଣୁ ମୁମ୍ବାଇର ଫଲୋଅର୍ସ ୧୨.୮ ମିଲିଅନ ଛୁଇଁଥିଲେ  । Xରେ ବି ୮.୬ ମିଲିଅନରୁ ମୁମ୍ବାଇର ଫଲୋଅର୍ସ ୮.୨ ମିଲିଅନରେ ପହଞ୍ଚିଥିଲେ  । ଫ୍ୟାନ୍ସଙ୍କ ଆକ୍ରୋଶ ଦେଖି ଏବେବି ଫଲୋଅର୍ସ କମିବା ନେଇ ଆଶଙ୍କା କରାଯାଉଛି  ।