ରାଜକୋଟରେ ଶହ ଶହ ପିଆଜ ଚାଷୀଙ୍କ ବିକ୍ଷୋଭ

ଅହମ୍ମଦାବାଦ: ରାସ୍ତାରେ ଗଡ଼ିଲା ବସ୍ତା ବସ୍ତା ପିଆଜ ଲାଗି ହଙ୍ଗାମା । ପିଆଜ ଚାଷୀଙ୍କ ଧର୍ମଘଟ । ପିଆଜ ରପ୍ତାନି ଉପରେ ଜାରି ହୋଇଥିବା ନିଷେଧାଦେଶକୁ ବିରୋଧ କରି ଗୁଜରାଟ ରାଜକୋଟରେ ଶହ ଶହ ପିଆଜ ଚାଷୀଙ୍କ ବିକ୍ଷୋଭ । ରାଜକୋଟର ଗୋନ୍ଦାଲରେ ଶହ ଶହ ପିଆଜ ଚାଷୀ ଧର୍ମଘଟ କରିବା ସହ ନାରାବାଜି କରିଛନ୍ତି । ଏପରିକି କେତେକ ଚାଷୀ ଆତ୍ମହତ୍ୟା ଲାଗି ଧମକ ଦେଇଛନ୍ତି । ଗତ ସପ୍ତାହରେ ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ନିଷେଧାଦେଶ ଜାରି କରିବା ପରେ ରାଜକୋଟର ଚାଷୀ ଉତ୍ତ୍ୟକ୍ତ ହୋଇଛନ୍ତି । ସୌରାଷ୍ଟ୍ର ଅନ୍ତର୍ଗତ ବିସାବାଦର, ମହୁବା ଓ ଭାବାନଗର ପିଆଜ ଚାଷ ଲାଗି ପ୍ରସିଦ୍ଧ । ସ୍ଥାନୀୟ ମାର୍କେଟରେ ପିଆଜ ଦର ବ୍ୟାପକ ହ୍ରାସ ପାଇବା ପରେ ସ୍ଥାନୀୟ ଚାଷୀ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଖୁଚୁରା ବଜାରରେ ପିଆଜ ଦର କିଲୋଗ୍ରାମ ପିଛା ୭୦ ଟଙ୍କା ହେବା ପରେ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ଯାଏ ପିଆଜ ରପ୍ତାନି ଉପରେ ନିଷେଧାଦେଶ ଜାରି କରିଥିଲେ ସରକାର । ନାସିକରେ ଚାଲିଥିବା ପ୍ରତିବାଦ ଆନ୍ଦୋଳନରେ ସାମିଲ ହୋଇଥିଲେ ଏନସିପି ମୁଖ୍ୟ ଶରଦ ପାଓ୍ବାର ।