ଟ୍ରକ ଧକ୍କାରେ ଶ୍ବଶୁର-ଜ୍ବାଇଁ ମୃତ

1 min read

ଉମରକୋଟ: ଟ୍ରକ୍‌ ଚକ ତଳେ ପଡ଼ି ଶ୍ବଶୁର- ଜ୍ୱାଇଁ ମୃତ । ନବରଙ୍ଗପୁର ଜିଲ୍ଲା ରାଇଘର ଡିଏନକେ ଡାକଘର ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରକଟି ଜୟପୁର ଯାଉଥିଲା । ଶ୍ବଶୁର – ଜ୍ବାଇଁ ଯାଉଥିବା ବାଇକଟି ଓଭରଟେକ୍ କରିବା ବେଳେ ଟ୍ରକ୍‌ ଚକ ତଳେ ପଡ଼ି ଯାଇଥିଲେ । ଜ୍ୱାଇଁଙ୍କ ଅଣ୍ଟା ଓ ଶ୍ବଶୁରଙ୍କ ମୁଣ୍ଡ ଉପରେ ଟ୍ରକ୍ ଚକ୍‌ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଜ୍ବାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଶ୍ବଶୁର ପ୍ରାଣ ହରାଇଛନ୍ତି । ଜ୍ବାଇଁ ଲଖମନ ଜାନିଙ୍କ ଘର ମୁଣ୍ଡିବେଡ଼ା ପଞ୍ଚାୟତର ଭିମାଟିକିରା ଓ ଶ୍ବଶୁର ବଳି ଜାନିଙ୍କ ଘର ଗଞ୍ଜପାର ପଞ୍ଚାୟତ ମାରାଙ୍ଗପଲ୍ଲୀରେ ବୋଲି ଜଣା ପଡ଼ିଛି । ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ତାଙ୍କ ଘରକୁ ଯିବା ସମୟରେ ଶ୍ବଶୁର -ଜ୍ବାଇଁ ପ୍ରାଣ ହରାଇଛନ୍ତି ।