spot_img
Home Blog Page 2678

ଯବାନ୍ କ୍ରେଜ୍: ରିଲିଜ୍ ପୂର୍ବରୁ ୯ କୋଟିର ଟିକେଟ ଆଡଭାନ୍ସ ବୁକିଂ

ମୁମ୍ବାଇ: ରିଲିଜ ପୂର୍ବରୁ ବକ୍ସ ଅଫିସରେ ଯବାନ କ୍ରେଜ୍ । ଆଡଭାନ୍ସ ବୁକିଂରେ ରେକର୍ଡ କଲେକ୍ସନ କରିଛି ଫିଲ୍ମ । ସାରାଦେଶରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ କିଛି ହଲରେ ଟିକେଟ ୨୪ଶହ ଟଙ୍କାରେ ବିକ୍ରି ହେଉଛି। ଏବେସୁଦ୍ଧା ପ୍ରାୟ ୫ଲକ୍ଷ ଟିକେଟ ବୁକିଂ ହୋଇଛି ।

ଆଡଭାନ୍ସ ବୁକିଂରେ ୯ କୋଟି ରୋଜଗାର କରିଛି ଶାହାରୁଙ୍କ ଯବାନ । ହିନ୍ଦୀ ହାର୍ଟଲ୍ୟାଣ୍ଡ ସହ ଅନ୍ୟ କିଛି ସହରରେ ବି ସକାଳ ୬ଟାରୁ ଯବାନର ଫାଷ୍ଟ ଡେ’ ଫାଷ୍ଟ ଶୋ’ ରଖାଯାଇଛି । ଓପନିଂ ଡେ’ ରେ ଫିଲ୍ମ ଶହେ କୋଟି ରୋଜଗାର କରିବା ଆଶା ରଖିଛନ୍ତି ମେକର୍ସ । ରେଡ୍ ଚିଲ୍ଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଫିଲ୍ମ ଯବାନର ନିର୍ଦ୍ଦେଶନା ଦେଇଛନ୍ତି ମଟଲି କୁମାର । ଫିଲ୍ମରେ ଶାହରୁଖ ଖାନଙ୍କ ସମେତ ସାଉଥର ସୁପରଷ୍ଟାର ନୟନତାରା, ବିଜୟ ସେଥୁପତି, ସୁନୀଲ ଗ୍ରୋବର, ରିଧି ଡୋଗ୍ରା ପ୍ରମୁଖ ଅଭିନୟ କରିଛନ୍ତି । ଦୁଇ ଦିନ ପରେ ରିଲିଜ ହେବ କିଙ୍ଗ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଯବାନ । ଟ୍ରେଲର ରିଳିଜ ହେବାର କିଛି ସମୟ ଭିତରେ ମିଲିଅନ୍ସ ଭିଉଜ ହୋଇଥିଲା ଫିଲ୍ମ ।

 

ବାହାଘର ହେଲାନି ବୋଲି ଶିବଲିଙ୍ଗ ଚୋରି କରିନେଲେ ଯୁବକ

ପ୍ରୟାଗରାଜ: ବାହାଘରର ଆଶା ହେଲାନି ପୂରଣ । ମନ୍ଦିରରୁ ଶିବ ଲିଙ୍ଗ ଚୋରି କଲା ଯୁବକ । ରାଗରେ ଘଟାଇଲା ଏଭଳି ଅଘଟଣ । ଘଟଣାଟି ଘଟିଛି ପ୍ରୟୋଗରାଜ ଠାରୁ ୭୫ କି.ମି ଦୂର କୌସମ୍ୱି ଜିଲ୍ଲାରେ।

କୁମୁହିୱାନ ବଜାରର ଛୋଟୁ ନାମକ ୨୭ ବର୍ଷିୟ ଯୁବକ ଏଭଳି କାଣ୍ଡ ଘଟାଇଛି । କୁହାଯାଉଛି ଯେ, ଶ୍ରାବଣ ମାସରେ ଭୈରବ ବାବା ମନ୍ଦିରକୁ ସବୁବେଳେ ଛୋଟୁ ଯାଉଥିଲା । ତାର ବିବାହ ପାଇଁ ଶିବଙ୍କୁ ପୂଜା କରୁଥିଲା। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ସେ ପୂରା ରୀତିନୀତି ସହିତ ଶିବଲିଙ୍ଗଙ୍କୁ ପୂଜା ଜାରି ରଖିଥିଲା ।  ହେଲେ ଶ୍ରାବଣର ପୁରା ମାସ ବିତିଗଲା କିନ୍ତୁ ତାର ଇଚ୍ଛା ପୂରଣ ହେଲା ନାହିଁ । ଏଥିରେ ରାଗି ଯାଇ ଛୋଟୁ ଶିବଲିଙ୍ଗ ଚୋରି କରିଥିଲା । ଗାଁର କିଛି ଲୋକ ସକାଳେ ମନ୍ଦିରରେ ଶିବଲିଙ୍ଗ ସ୍ଥାନରେ ନଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଏହାପରେ ଜାଣିବାକୁ ପାଇଥିଲା ଯେ, ଛୋଟୁ ଶିବଲିଙ୍ଗ ଚୋରି କରିଛି । ପୋଲିସ ଛୋଟୁକୁ ଗିରଫ କରି ପଚରାଉଚରା କରିଥିଲା । ଜଣାପଡିଥିଲା ଯେ,  ଶିବଲିଙ୍ଗ ଚୋରି କରି ମନ୍ଦିର ବାହାରେ ଲୁଚାଇ ରଖିଥିଲା।

ପୋଲିସ ଶିବଲିଙ୍ଗକୁ ଉଦ୍ଧାର କରି ପୁଣି ସେହି ସ୍ଥାନରେ ସ୍ଥାପିତ କରିଛି । ଛୋଟୁ ମାନସିକ ସ୍ତରରେ ଅସୁସ୍ଥ ଥିବାରୁ ଏଭଳି କରିଥିବା ପୋଲିସ ସୂଚନା ଦେଇଛି । ଛୋଟୁର ଉଦ୍ଦେଶ୍ୟ ଚୋରି କରିବା ନଥିଲା ତାର ବାହାଘର ଆଶା ପୂରଣ ନହେବାରୁ ସେ ଶିବଲିଙ୍ଗ ଚୋରି କରିଥିଲା ବୋଲି ପୋଲିସ କହିଛି । ବର୍ତ୍ତମାନ ଅଭିଯୁକ୍ତ ଛୋଟୁକୁ ଜେଲରୁ ପଠାଯାଇଛି ।

ଶାଶୂଙ୍କୁ ‘ୟାର ମମି’ କହିବାରୁ ଥାନାରେ ମାମଲା, ବୋହୂ କହିଲା ଆଉ ଏମିତି କହିବିନି କିନ୍ତୁ ଗୁଟଖା ଛାଡ଼ିପାରିବିନି

ଲକ୍ଷ୍ନୌ: ବୋହୂର ହରକତରେ ଅତିଷ୍ଠ ହୋଇ ଥାନାକୁ ଗଲେ ଶାଶୂ । କହିଲେ ବୋହୂ ସମସ୍ତଙ୍କୁ ‘ୟାର’ ବୋଲି ସମ୍ବୋଧନ କରୁଛି । ମୋତେ ବି ‘ୟାର ମମି’ ବି କହୁଛି । ଆଉ ଗୁଟଖା ଖାଇ ଘରସାରା ପକାଉଛି । ଶାଶୂ ବୋହୂ ଭିତରେ ହୋଇଥିବା ଏହି ଝଗଡ଼ା ଏବେ ଥାନାରେ ଯାଇ ପହଞ୍ଚିଛି । ଏହି ଘଟଣାକୁ ପୋଲିସ୍ ଏବଂ କାଉନସିଲର ଶୁଣିଥିଲେ । ଶାଶୂ ଗୁଡଖାର ଖାଲି ଜରି ନେଇ ପରାମର୍ଶ କେନ୍ଦ୍ର ପହଞ୍ଚିଥିଲେ ।

ପୋଲିସର ସୂଚନା ଅନୁସାରେ, ପୁଅର ୫ ମାସ ପୂର୍ବରୁ ବାହାଘର ହୋଇଥିଲା । ପୂତ୍ରବଧୂ ଶାଶୂ ଘରକୁ ଆସିବା ପରେ ସମସ୍ତଙ୍କୁ ୟାର ବୋଲି କହି ଡାକୁଛି । ସେ ସମୁବେଳେ ଗୁଟଖା ଖାଉଛି । ଏବଂ ଘର ସାରା ଛାପ ପକାଉଛି । ଶାଶୂ ପୋଲିସକୁ କହିଲେ ଯେ, ଆପଣ ଦୟାକରି ମୋ ବୋହୂକୁ ବୁଝାନ୍ତୁ । କାହାକୁ ୟାର କରି କଥା ନହେଉ ଏବଂ ଗୁଟଖା ଖାଇ ଇଆଡେ ସିଆଡେ ନ ପକାଉ ।

ଏହାକୁ ନେଇ ବୋହୂ କହିଛନ୍ତି ଯେ, ମୁଁ ମୋ ବ୍ୟବହାରରେ ପରିବର୍ତ୍ତନ ଆଣିବି । କିନ୍ତୁ ଗୁଟଖା ଛାଡ଼ି ପାରିବି ନାହିଁ । ଏହା ଶୁଣିବା ପରେ କାଉନସିଲର ସେମାନଙ୍କୁ ଆଉ ଗୋଟେ ଡେଟ୍ ଦେଇଛନ୍ତି ।

ଅର୍ଥ ନେଣଦେଣକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା

ଚେନ୍ନାଇ: ତାମିଲନାଡୁରେ ତିରୁପୁରରେ ବୀଭତ୍ସ ହତ୍ୟା । ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକମାନେ ହେଉଛନ୍ତି ୪୭ ବର୍ଷ ବୟସ୍କ ସେନ୍ଥିଲ କୁମାର, ପୁଷ୍ପାବତୀ, ରଥିନାମ୍ବଲ ଓ ମୋହନରାଜ । ଅର୍ଥ ନେଣଦେଣକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । କେତେକ ବ୍ୟକ୍ତି ସେନ୍ଥିଲଙ୍କ ଜମିରେ ବସିଥିବା ନେଇ ଖବର ପହଞ୍ଚିଥିଲା ।

ଏହା ପରେ ସେନ୍ଥିଲ, ପୁଷ୍ପାବତୀ, ରଥିନାମ୍ବଲ ଓ ମୋହନରାଜ ସେହି ଜମିକୁ ଯାଇଥିଲେ । ଦୁର୍ବୃତ୍ତ ଏହି ୪ ଜଣଙ୍କ ମଧ୍ୟରେ ବିବାଦ ହେବା ପରେ ସେମାନେ ଏହି ୪ ଜଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଏହି ୪ଜଣଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ତଦନ୍ତ ଅନୁସାରେ ସେନ୍ଥିଲ ଓ ମୋହନରାଜଙ୍କ ଲାଗି ଭେଙ୍କଟେଶ ନାମକ ବ୍ୟକ୍ତି କାମ କରୁଥିବାବେଳେ ସେମାନଙ୍କଠାରୁ କିଛି ଟଙ୍କା ଧାର ନେଇଥିଲେ ।

ମାତ୍ର ପରେ ଭେଙ୍କଟେଶଙ୍କୁ ସେମାନେ ଚାକିରିରୁ ବାହାର କରିଦେଇଥିଲେ । ଟଙ୍କା ଫେରାଇବା ଲାଗି ଭେଙ୍କଟେଶଙ୍କୁ ମୋହନରାଜ ବାଧ୍ୟ କରୁଥିଲେ । ଏହି କାରଣକୁ ନେଇ ଭେଙ୍କଟେଶ ନିଜ ସାଂଗମାନଙ୍କ ମିଶି ସେନ୍ଳିଲ ଓ ଅନ୍ୟ ୩ ଜଣଙ୍କୁ ହତ୍ୟା କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଥିଲେ ।

ରାସ୍ତା ମଝିରେ ବସ୍ ଅଟକାଇ ସାମ୍ନା କାଚ ଭାଙ୍ଗିଲା ହାତୀ, ଆତଙ୍କିତ ଯାତ୍ରୀ

ରାୟଗଡା: ବସ୍ ଅଟକାଇଲେ ଗଜରାଜ । ରାସ୍ତାରେ ବସ୍ ଅଟକାଇ ବସ୍ ସାମ୍ନାପଟ କାଚ ଭାଙ୍ଗିଲା ହାତୀ । ରାୟଗଡ଼ା ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର କମରଡ଼ା ରାସ୍ତାରେ ଏହି ଘଟଣା ଘଟିଛି । ଏକ ଜଙ୍ଗଲୀ ହାତୀ ଯାତ୍ରୀବାହୀ ବସକୁ ଅଟକାଇ ବସର ସାମ୍ନା କାଚ ଭାଙ୍ଗିଦେଇଛି ।

ବସ୍ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ । କିଛି ଯାତ୍ରୀ ବସରୁ ଓହ୍ଲାଇ ଏଣେତେଣେ ଧାଇଁଥିଲେ । ତେବେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ । ବସଟି ରାୟଗଡ଼ାରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯିବା ସମୟରେ ଏଭଳି ଘଟିଛି ।

ତୃତୀୟ ଥର ଲାଗି ବିବାହ ବନ୍ଧନରେ ବାନ୍ଧି ହେଲେ ପୂର୍ବତନ ସଲିସିଟର ଜେନେରାଲ

ଲଣ୍ଡନ: ୬୮ ବର୍ଷ ବୟସରେ ତୃତୀୟ ବିବାହ । ତୃତୀୟ ଥର ଲାଗି ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ । ଲଣ୍ଡନର ଏକ ବିଳାସପୂର୍ଣ୍ଣ ହାଟେଲରେ ଗର୍ଲଫ୍ରେଣ୍ଡ ତ୍ରିନାଙ୍କୁ ବିବାହ କରିଛନ୍ତି ସାଲଭେ । 68 ବର୍ଷ ବୟସରେ ସାଲଭେଙ୍କ ତୃତୀୟ ବିବାହକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ପ୍ରତିଷ୍ଠିତ ଇଣ୍ଡଷ୍ଟ୍ରିଆଲିଷ୍ଟ ନୀତା ଅମ୍ବାନି, ସୁନୀଲ ମିତଲ, ଗୋପି ହିନ୍ଦୁଜାଙ୍କ ଭଳି ମାନ୍ୟଗଣ୍ୟ ବ୍ୟକ୍ତି ସାଲଭେଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ ।

ସାଲଭେ ପୂର୍ବରୁ ଦୁଇ ଦୁଇ ଥର ବିବାହ କରିସାରିଛନ୍ତି । ସେ ପ୍ରଥମେ ମୀନାକ୍ଷୀ ସାଲଭେଙ୍କୁ ବିବାହ କରିଥିଲେ। ସେମାନଙ୍କର ସାକ୍ଷି ଓ ସାନିଆ ନାମକ ଦୁଇ ଝିଅ ମଧ୍ୟ ଅଛନ୍ତି । ବିବାହର 38 ବର୍ଷ ପରେ 2020ରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ସେ 2020ରେ କାରୋଲାଇନ୍ ବ୍ରୋସର୍ଡଙ୍କୁ ବିବାହ କରିଥିଲେ । ପୂର୍ବତନ ସଲିସିଟର ଜେନେରାଲ୍ ସାଲଭେ ବହୁ ହାଇ୍ରୋଫାଇଲ କେସ ଲଢ଼ି ଚର୍ଚ୍ଚାକୁ ଆସିଥିଲେ ।

ପାକିସ୍ତାନରେ ଗୃହବନ୍ଦୀ ଥିବା କୂଳଭୂଷଣ ଯାଦବଙ୍କ ମାମଲାଠାରୁ ଆରମ୍ଭ କରି ସଲମାନ ଖାନଙ୍କ ହିଟ୍ ଆଣ୍ଡ୍ ରନ୍ ମାମଲାରେ ମଧ୍ୟ ସେ ଅଂଶବିଶେଷ ଥିଲେ । ଗୋଟିଏ କେସ୍ ଶୁଣାଣି ପାଇଁ ୧୨ରୁ ୧୪ ଲକ୍ଷ ଟଙ୍କା ନେଉଥିବା ସାଲଭେ କୂଳଭୂଷଣ ମାମଲାରେ ମାତ୍ର ୧ଟଙ୍କା ନେଇ କେସ୍ ଲଢ଼ିଥିଲେ । ନଭେମ୍ବର ୧୯୯୯ ରୁ ନଭେମ୍ବର ୨୦୦୨ ପର୍ଯ୍ୟନ୍ତ ଭାରତର ସଲିସିଟର ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ । ଟାଟା ଗ୍ରୁପ ଓ ରିଲାଏନ୍ସ ସାଲଭେଙ୍କ କ୍ଲାଏଣ୍ଟ ।

ରକ୍ତ ଅଦଳବଦଳ ଅଭିଯୋଗରେ ୪ ଟେକ୍ନିସିଆନ ନିଲମ୍ବିତ, ରକ୍ତ ନେଇ ଅସୁସ୍ଥ ହୋଇଥିଲେ ରୋଗୀ

କଟକ: କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାରରେ ରକ୍ତ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ । ରକ୍ତ ଅଦଳବଦଳ ଅଭିଯୋଗରେ ୪ ଜଣ ଟେକ୍ନିସିଆନଙ୍କୁ ନିଲମ୍ବିତ କରାଯାଇଛି । ପ୍ରାଥମିକ ଅନୁସନ୍ଧାନ ପରେ ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ସେମାନଙ୍କୁ ନିଲମ୍ବନ କରିଛନ୍ତି ।

ଏଥିସହ ସେମାନଙ୍କୁ କାରଣଦର୍ଶାଅ ନୋଟିସ ଜାରି ସହ ବିଧିବଦ୍ଧ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଗତ ୨୯ ତାରିଖରେ ଜଣେ ରୋଗୀଙ୍କୁ ଅନ୍ୟ ଗ୍ରୁପର ରକ୍ତ ଦେବା ଅଭିଯୋଗ ହୋଇଥିଲା । ସେହି ରକ୍ତ ନେବା ପରେ ରୋଗୀ ଜଣକ ଅସୁସ୍ଥ ହୋଇପଡିଥିଲେ । ଆଗକୁ ଯେପରି ଏଭଳି ତ୍ରୁଟି ନହେବ, ସେଥିପାଇଁ ରେଡକ୍ରସ ରକ୍ତ ଭଣ୍ଡାରରେ ଆଟୋମେସନ ମ୍ୟାଚିଂ ବ୍ୟବସ୍ଥା ଶୀଘ୍ର କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, ବରିଷ୍ଠ ନେତା ହେବେ ସାମିଲ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ନବୀନ ନିବାସରେ ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦଳର ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସମେତ ବରିଷ୍ଠ ନେତାଙ୍କୁ ଡକାଯାଇଛି । ଆଗାମୀ ନିର୍ବାଚନ ନେଇ ପ୍ରସ୍ତୁତି, ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ, ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା, ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ସଭା ନେଇ ଆଜିର ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି ।

ସେପଟେ ଶଙ୍ଖ ଭବନରେ ସାଙ୍ଗଠନିକ ସମ୍ପାଦକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ବିଧାୟକମାନେ ସଙ୍ଗଠନ ନେଇ ଆଲୋଚନା କରୁଛନ୍ତି । ଦଳୀୟ ସଙ୍ଗଠନକୁ ମଜଭୁତ କରିବା ନେଇ ଆଲୋଚନା ହୋଇଛି ବୋଲି ବିଧାୟକ ସମୀର ଦାଶ କହିଛନ୍ତି ।

ଜି ୨୦ରେ ଯୋଗ ଦେବେନି ଜିନପିଙ୍ଗ, ନିରାଶ ହେଲେ ବାଇଡେନ

ନୂଆଦିଲ୍ଲୀ: ଆସନ୍ତା ୯ ଓ ୧୦ରେ ଗ୍ରୁପ ୨୦ ଶୀର୍ଷ ସମ୍ମିଳନୀ ନୂଆଦିଲ୍ଲୀରେ ହେବ । ସେପଟେ ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ନଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେ କହିଛନ୍ତି- ଜିନପିଙ୍ଗ ବୈଠକରେ ଯୋଗ ଦେଉ ନଥିବା ଶୁଣି ସେ ନିରାଶ ହୋଇଛନ୍ତି । ଯଦି ଜିନପିଙ୍ଗ ଭାରତ ଗସ୍ତରେ ଆସିଥାନ୍ତେ ତେବେ ଦୁଇ ନେତାଙ୍କ ମଧ୍ୟରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥାନ୍ତା ।

ତେବେ ଆସନ୍ତା ନଭେମ୍ବରରେ ସାନଫ୍ରାନସିସ୍କୋରେ ଆପେକ ସମ୍ମିଳନୀ ହେବାକୁ ଯାଉଥିବାରୁ ସେଠାରେ ଦୁଇ ନେତାଙ୍କ ମଧ୍ୟରେ ଭେଟଘାଟ ହେବା ଆଶା କରାଯାଉଛି । ତେଣେ ସୀମା ପ୍ରସଙ୍ଗରେ ଭାରତ ଓ ଚୀନ ମଧ୍ୟରେ କ୍ରମାଗତ ସମ୍ପର୍କ ତିକ୍ତ ହେଉଥିବା କାରଣକୁ ନେଇ ଜିନପିଙ୍ଗଙ୍କ ଭାରତ ଗସ୍ତ ବାତିଲ ହୋଇଛି ବୋଲି କୁହାଯାଇଛି । ଜିନପିଙ୍ଗଙ୍କ ବଦଳରେ ଚୀନ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଏହି ସମ୍ମିଳନୀରେ ଯୋଗ ଦେବେ ବୋଲି କୁହାଯାଇଛି ।

ଗତବର୍ଷ ନଭେମ୍ବରରେ ବାଲିରେ ଉଭୟ ବାଇଡେନ ଓ ଜିନପିଙ୍ଗ ମଧ୍ୟରେ ଶେଷ ଥର ଲାଗି ଆଲୋଚନା ହୋଇଥିଲା । ତାଇଓ୍ବାନ ଓ ସ୍ପାଏ ବେଲୁନ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଜାରି ତିକ୍ତତା କ୍ରମଶଃ ଘନୀଭୂତ ହେଉଛି ।

ସ୍ନେକ୍ ହେଲ୍ପଲାଇନ ସଦସ୍ୟଙ୍କ ପାଇଁ ଖୁସି ଖବର, ଏଣିକି ବୀମା ଯୋଜନାରେ ସାମିଲ

ଭୁବନେଶ୍ବର: ସ୍ନେକ୍ ହେଲ୍ପଲାଇନ ସଦସ୍ୟଙ୍କ ପାଇଁ ଖୁସି ଖବର । ସାପ ଧରାଳିଙ୍କର ହେବ ବୀମା । ଏହାର ପ୍ରିମିୟମ ଭରିବ ଜଙ୍ଗଲ ଓ ପରିବେଶ ବିଭାଗ । ରାଜସ୍ୱ ବିଭାଗର ଓସ୍ଡମାକୁ ସାପ ଧରାଳିଙ୍କ ଟ୍ରେନିଂ ପାଇଁ ପ୍ରସ୍ତାବ ଦେବ ଜଙ୍ଗଲ ଓ ପରିବେଶ ବିଭାଗ ।

କେତେ ଅର୍ଥ ଆବଶ୍ୟକ, କଣ ଟ୍ରେନିଂ ଦରକାର ସେ ନେଇ ପ୍ରସ୍ତାବ ଦେବା ପରେ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।