ଶାଶୂଙ୍କୁ ‘ୟାର ମମି’ କହିବାରୁ ଥାନାରେ ମାମଲା, ବୋହୂ କହିଲା ଆଉ ଏମିତି କହିବିନି କିନ୍ତୁ ଗୁଟଖା ଛାଡ଼ିପାରିବିନି

ଲକ୍ଷ୍ନୌ: ବୋହୂର ହରକତରେ ଅତିଷ୍ଠ ହୋଇ ଥାନାକୁ ଗଲେ ଶାଶୂ । କହିଲେ ବୋହୂ ସମସ୍ତଙ୍କୁ ‘ୟାର’ ବୋଲି ସମ୍ବୋଧନ କରୁଛି । ମୋତେ ବି ‘ୟାର ମମି’ ବି କହୁଛି । ଆଉ ଗୁଟଖା ଖାଇ ଘରସାରା ପକାଉଛି । ଶାଶୂ ବୋହୂ ଭିତରେ ହୋଇଥିବା ଏହି ଝଗଡ଼ା ଏବେ ଥାନାରେ ଯାଇ ପହଞ୍ଚିଛି । ଏହି ଘଟଣାକୁ ପୋଲିସ୍ ଏବଂ କାଉନସିଲର ଶୁଣିଥିଲେ । ଶାଶୂ ଗୁଡଖାର ଖାଲି ଜରି ନେଇ ପରାମର୍ଶ କେନ୍ଦ୍ର ପହଞ୍ଚିଥିଲେ ।

ପୋଲିସର ସୂଚନା ଅନୁସାରେ, ପୁଅର ୫ ମାସ ପୂର୍ବରୁ ବାହାଘର ହୋଇଥିଲା । ପୂତ୍ରବଧୂ ଶାଶୂ ଘରକୁ ଆସିବା ପରେ ସମସ୍ତଙ୍କୁ ୟାର ବୋଲି କହି ଡାକୁଛି । ସେ ସମୁବେଳେ ଗୁଟଖା ଖାଉଛି । ଏବଂ ଘର ସାରା ଛାପ ପକାଉଛି । ଶାଶୂ ପୋଲିସକୁ କହିଲେ ଯେ, ଆପଣ ଦୟାକରି ମୋ ବୋହୂକୁ ବୁଝାନ୍ତୁ । କାହାକୁ ୟାର କରି କଥା ନହେଉ ଏବଂ ଗୁଟଖା ଖାଇ ଇଆଡେ ସିଆଡେ ନ ପକାଉ ।

ଏହାକୁ ନେଇ ବୋହୂ କହିଛନ୍ତି ଯେ, ମୁଁ ମୋ ବ୍ୟବହାରରେ ପରିବର୍ତ୍ତନ ଆଣିବି । କିନ୍ତୁ ଗୁଟଖା ଛାଡ଼ି ପାରିବି ନାହିଁ । ଏହା ଶୁଣିବା ପରେ କାଉନସିଲର ସେମାନଙ୍କୁ ଆଉ ଗୋଟେ ଡେଟ୍ ଦେଇଛନ୍ତି ।