ରାସ୍ତା ମଝିରେ ବସ୍ ଅଟକାଇ ସାମ୍ନା କାଚ ଭାଙ୍ଗିଲା ହାତୀ, ଆତଙ୍କିତ ଯାତ୍ରୀ

ରାୟଗଡା: ବସ୍ ଅଟକାଇଲେ ଗଜରାଜ । ରାସ୍ତାରେ ବସ୍ ଅଟକାଇ ବସ୍ ସାମ୍ନାପଟ କାଚ ଭାଙ୍ଗିଲା ହାତୀ । ରାୟଗଡ଼ା ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର କମରଡ଼ା ରାସ୍ତାରେ ଏହି ଘଟଣା ଘଟିଛି । ଏକ ଜଙ୍ଗଲୀ ହାତୀ ଯାତ୍ରୀବାହୀ ବସକୁ ଅଟକାଇ ବସର ସାମ୍ନା କାଚ ଭାଙ୍ଗିଦେଇଛି ।

ବସ୍ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ । କିଛି ଯାତ୍ରୀ ବସରୁ ଓହ୍ଲାଇ ଏଣେତେଣେ ଧାଇଁଥିଲେ । ତେବେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ । ବସଟି ରାୟଗଡ଼ାରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯିବା ସମୟରେ ଏଭଳି ଘଟିଛି ।