ଅର୍ଥ ନେଣଦେଣକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା

ଚେନ୍ନାଇ: ତାମିଲନାଡୁରେ ତିରୁପୁରରେ ବୀଭତ୍ସ ହତ୍ୟା । ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକମାନେ ହେଉଛନ୍ତି ୪୭ ବର୍ଷ ବୟସ୍କ ସେନ୍ଥିଲ କୁମାର, ପୁଷ୍ପାବତୀ, ରଥିନାମ୍ବଲ ଓ ମୋହନରାଜ । ଅର୍ଥ ନେଣଦେଣକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । କେତେକ ବ୍ୟକ୍ତି ସେନ୍ଥିଲଙ୍କ ଜମିରେ ବସିଥିବା ନେଇ ଖବର ପହଞ୍ଚିଥିଲା ।

ଏହା ପରେ ସେନ୍ଥିଲ, ପୁଷ୍ପାବତୀ, ରଥିନାମ୍ବଲ ଓ ମୋହନରାଜ ସେହି ଜମିକୁ ଯାଇଥିଲେ । ଦୁର୍ବୃତ୍ତ ଏହି ୪ ଜଣଙ୍କ ମଧ୍ୟରେ ବିବାଦ ହେବା ପରେ ସେମାନେ ଏହି ୪ ଜଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଏହି ୪ଜଣଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ତଦନ୍ତ ଅନୁସାରେ ସେନ୍ଥିଲ ଓ ମୋହନରାଜଙ୍କ ଲାଗି ଭେଙ୍କଟେଶ ନାମକ ବ୍ୟକ୍ତି କାମ କରୁଥିବାବେଳେ ସେମାନଙ୍କଠାରୁ କିଛି ଟଙ୍କା ଧାର ନେଇଥିଲେ ।

ମାତ୍ର ପରେ ଭେଙ୍କଟେଶଙ୍କୁ ସେମାନେ ଚାକିରିରୁ ବାହାର କରିଦେଇଥିଲେ । ଟଙ୍କା ଫେରାଇବା ଲାଗି ଭେଙ୍କଟେଶଙ୍କୁ ମୋହନରାଜ ବାଧ୍ୟ କରୁଥିଲେ । ଏହି କାରଣକୁ ନେଇ ଭେଙ୍କଟେଶ ନିଜ ସାଂଗମାନଙ୍କ ମିଶି ସେନ୍ଳିଲ ଓ ଅନ୍ୟ ୩ ଜଣଙ୍କୁ ହତ୍ୟା କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଥିଲେ ।