ବାହାଘର ହେଲାନି ବୋଲି ଶିବଲିଙ୍ଗ ଚୋରି କରିନେଲେ ଯୁବକ

ପ୍ରୟାଗରାଜ: ବାହାଘରର ଆଶା ହେଲାନି ପୂରଣ । ମନ୍ଦିରରୁ ଶିବ ଲିଙ୍ଗ ଚୋରି କଲା ଯୁବକ । ରାଗରେ ଘଟାଇଲା ଏଭଳି ଅଘଟଣ । ଘଟଣାଟି ଘଟିଛି ପ୍ରୟୋଗରାଜ ଠାରୁ ୭୫ କି.ମି ଦୂର କୌସମ୍ୱି ଜିଲ୍ଲାରେ।

କୁମୁହିୱାନ ବଜାରର ଛୋଟୁ ନାମକ ୨୭ ବର୍ଷିୟ ଯୁବକ ଏଭଳି କାଣ୍ଡ ଘଟାଇଛି । କୁହାଯାଉଛି ଯେ, ଶ୍ରାବଣ ମାସରେ ଭୈରବ ବାବା ମନ୍ଦିରକୁ ସବୁବେଳେ ଛୋଟୁ ଯାଉଥିଲା । ତାର ବିବାହ ପାଇଁ ଶିବଙ୍କୁ ପୂଜା କରୁଥିଲା। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ସେ ପୂରା ରୀତିନୀତି ସହିତ ଶିବଲିଙ୍ଗଙ୍କୁ ପୂଜା ଜାରି ରଖିଥିଲା ।  ହେଲେ ଶ୍ରାବଣର ପୁରା ମାସ ବିତିଗଲା କିନ୍ତୁ ତାର ଇଚ୍ଛା ପୂରଣ ହେଲା ନାହିଁ । ଏଥିରେ ରାଗି ଯାଇ ଛୋଟୁ ଶିବଲିଙ୍ଗ ଚୋରି କରିଥିଲା । ଗାଁର କିଛି ଲୋକ ସକାଳେ ମନ୍ଦିରରେ ଶିବଲିଙ୍ଗ ସ୍ଥାନରେ ନଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଏହାପରେ ଜାଣିବାକୁ ପାଇଥିଲା ଯେ, ଛୋଟୁ ଶିବଲିଙ୍ଗ ଚୋରି କରିଛି । ପୋଲିସ ଛୋଟୁକୁ ଗିରଫ କରି ପଚରାଉଚରା କରିଥିଲା । ଜଣାପଡିଥିଲା ଯେ,  ଶିବଲିଙ୍ଗ ଚୋରି କରି ମନ୍ଦିର ବାହାରେ ଲୁଚାଇ ରଖିଥିଲା।

ପୋଲିସ ଶିବଲିଙ୍ଗକୁ ଉଦ୍ଧାର କରି ପୁଣି ସେହି ସ୍ଥାନରେ ସ୍ଥାପିତ କରିଛି । ଛୋଟୁ ମାନସିକ ସ୍ତରରେ ଅସୁସ୍ଥ ଥିବାରୁ ଏଭଳି କରିଥିବା ପୋଲିସ ସୂଚନା ଦେଇଛି । ଛୋଟୁର ଉଦ୍ଦେଶ୍ୟ ଚୋରି କରିବା ନଥିଲା ତାର ବାହାଘର ଆଶା ପୂରଣ ନହେବାରୁ ସେ ଶିବଲିଙ୍ଗ ଚୋରି କରିଥିଲା ବୋଲି ପୋଲିସ କହିଛି । ବର୍ତ୍ତମାନ ଅଭିଯୁକ୍ତ ଛୋଟୁକୁ ଜେଲରୁ ପଠାଯାଇଛି ।