ରକ୍ତ ଅଦଳବଦଳ ଅଭିଯୋଗରେ ୪ ଟେକ୍ନିସିଆନ ନିଲମ୍ବିତ, ରକ୍ତ ନେଇ ଅସୁସ୍ଥ ହୋଇଥିଲେ ରୋଗୀ

କଟକ: କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାରରେ ରକ୍ତ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ । ରକ୍ତ ଅଦଳବଦଳ ଅଭିଯୋଗରେ ୪ ଜଣ ଟେକ୍ନିସିଆନଙ୍କୁ ନିଲମ୍ବିତ କରାଯାଇଛି । ପ୍ରାଥମିକ ଅନୁସନ୍ଧାନ ପରେ ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ସେମାନଙ୍କୁ ନିଲମ୍ବନ କରିଛନ୍ତି ।

ଏଥିସହ ସେମାନଙ୍କୁ କାରଣଦର୍ଶାଅ ନୋଟିସ ଜାରି ସହ ବିଧିବଦ୍ଧ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଗତ ୨୯ ତାରିଖରେ ଜଣେ ରୋଗୀଙ୍କୁ ଅନ୍ୟ ଗ୍ରୁପର ରକ୍ତ ଦେବା ଅଭିଯୋଗ ହୋଇଥିଲା । ସେହି ରକ୍ତ ନେବା ପରେ ରୋଗୀ ଜଣକ ଅସୁସ୍ଥ ହୋଇପଡିଥିଲେ । ଆଗକୁ ଯେପରି ଏଭଳି ତ୍ରୁଟି ନହେବ, ସେଥିପାଇଁ ରେଡକ୍ରସ ରକ୍ତ ଭଣ୍ଡାରରେ ଆଟୋମେସନ ମ୍ୟାଚିଂ ବ୍ୟବସ୍ଥା ଶୀଘ୍ର କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।