spot_img
Home Blog Page 2668

ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜି-୨୦ ବୈଠକ ପାଇଁ ଦିଲ୍ଲୀରେ ଏକାଠି ହେଉଛନ୍ତି ବିଶ୍ବ ନେତା । ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତରେ ପହଞ୍ଚିବେ । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବାଇଡେନଙ୍କ ଦ୍ୱିପାକ୍ଷିକ ବୈଠକ ହେବାର ଅଛି । ବାଇଡେନଙ୍କ ପତ୍ନି ତଥା ଫାଷ୍ଟ ଲେଡି ଜିଲ୍ଲି ବାଇଡେନ କୋଭିଡ ପଜିଟିଭ ଚିହ୍ନଟ ପରେ ବାଇଡେନ ମଧ୍ୟ ପଜିଟିଭ ଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଜି-୨୦ ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀର ଆୟୋଜନ କରାଯାଇଛି । ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବାର ଅଛି ।

ଏହା ପୂର୍ବରୁ ବିଭିନ୍ନ ଦେଶ ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ । G-20 ବୈଠକ ପାଇଁ ସଜେଇ ହୋଇଛି ଦିଲ୍ଲୀ କ୍ୟାପିଟାଲ । ଦୁଇ ଦିନ ଧରି ହେବାକୁ ଥିବା ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ସମେତ ବହୁ ରାଷ୍ଟ୍ରର ନେତା ଓ ପ୍ରତିନିଧି ଯୋଗଦେବେ । ଜି-୨୦ ଶିଖର ସମ୍ମିଳନୀର ବଡ ଆୟୋଜନକୁ ସଫଳ କରିବା ପାଇଁ ଲାଗି ପଡ଼ିଛନ୍ତି ସରକାର । ସମ୍ମିଳନୀ ପାଇଁ ବଦଳିଯାଇଛି ଦିଲ୍ଲୀର ରୂପରେଖ । ଅତିଥିଙ୍କୁ ସ୍ବାଗତ କରିବାକୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ରାସ୍ତାଘାଟ ଠାରୁ ଆରମ୍ଭ କରି ଦର୍ଶନୀୟ ସ୍ଥାନ, ହୋଟେଲ ଆଦିକୁ ସୁନ୍ଦର ଭାବେ ସଜା ଯାଇଛି ।

ଦିଲ୍ଲୀକୁ ଅତି ଚମତ୍କାର ଭାବେ ସଜାଯାଇଛି । ଯୁଆଡ଼େ ଦେଖିବ ସେଠି ଆକର୍ଷଣୀୟ ସାଜସଜ୍ଜା । ଆଲୋକୀକରଣ ସାଙ୍ଗକୁ ରାସ୍ତା ପାର୍ଶ୍ବ, ସମ୍ମିଳନୀ ସ୍ଥଳ, ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ନୂଆ ଲୁକ୍ ଦିଆଯାଇଛି । ଅତିଥିମାନେ ରହିବାକୁ ଥିବା ହୋଟେଲ, ସମ୍ମିଳନୀ ସ୍ଥଳ, ରାସ୍ତା ପାର୍ଶ୍ବ ଏବଂ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପାଖାପାଖି ସାଢେ ୭ ଲକ୍ଷ କୃତ୍ରିମ ଗଛ ଲଗାଯାଇଛି । ରଙ୍ଗ ବେରଙ୍ଗର ବିଭିନ୍ନ ଆକୃତିର ଏହି ଗଛ ଗୁଡ଼ିକ ଯେମିତି ସୁନ୍ଦର ହୋଇଛି ସେତିକି ମନଲୋଭା ବି ହୋଇଛି ।

ଭୁବନେଶ୍ବର ବକୁଳ ପାଠାଗାରରେ ନ୍ୟୁୟର୍କର କୋଣାର୍କ ଚକ୍ରର କାହାଣୀ

ଭୁବନେଶ୍ବର : ଭୁବନେଶ୍ବର ବକୁଳ ପାଠାଗାରରେ ନ୍ୟୁୟର୍କର କୋଣାର୍କ ଚକ୍ରର କାହାଣୀ । ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଆନ୍ତର୍ଜାତୀୟ ସେଫ୍ ବିକାଶ ଖାନ୍ନାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା କୋଣାର୍କ ଚକ୍ର ପ୍ରତିକୃତି । ଏହି ଯାତ୍ରା କେମିତି ଥିଲା ତାହାକୁ ନେଇ ବକୁଳ ଫାଉଣ୍ଡେସନ ପକ୍ଷରୁ ବକୁଳ ପାଠାଗାରରେ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଯେଉଁଥିରେ ଆର୍ଟର କ୍ୟୁରେଟର ତଥା ଫିଲ୍ମ ନିର୍ମାତା ଡା. ଜିତେନ୍ଦ୍ର ମିଶ୍ର ଓ ପଥର ଶିଳ୍ପୀ ଅମରେଶ ବିନ୍ଧାଣୀ, ଅଭିନେତା ସବ୍ୟସାଚୀ ମିଶ୍ର ଯୋଗ ଦେଇଥିଲେ । ଫିଲ୍ମ ନିର୍ମାତା ଜିତେନ୍ଦ୍ର ମିଶ୍ର ଆନ୍ତର୍ଜାତୀୟ ସେଫ୍ ବିକାଶ ଖାନ୍ନାଙ୍କ ସହିତ ୧୦ ବର୍ଷର ବନ୍ଧୁତା । ବିକାଶ ଖାନ୍ନାଙ୍କ ଉପନ୍ୟାସ ଉପରେ ଆଧାରିତ ଫିଚର ଫିଲ୍ମ “ଦ ଲାଷ୍ଟ କଲର୍” ସମେତ ସେମାନେ ଏକାଠି କରିଥିବା ୬ଟି ଫିଲ୍ମ ବିଷୟରେ କାମ କରିଥିଲେ ।

କଳା ଓ ସଂସ୍କୃତି ବିଷୟରେ ପ୍ରୋତ୍ସାହନ ଦେବାକୁ ଆଗ୍ରହୀ ଥିଲେ ବିକାଶ ଖାନ୍ନା। ୨୦୨୦ରେ କୋଭିଡ୍ ସମୟରେ ବିକାଶ ନ୍ୟୁୟର୍କରେ ଥିବା ତାଙ୍କ ଫ୍ଲାଗସିପ୍ ରେଷ୍ଟୁରାଣ୍ଟ ପାଇଁ ତାଙ୍କ ବିଚାର ଉପରେ ଆଲୋଚନା ଆରମ୍ଭ କରିଥିଲେ । ଏକ ମ୍ୟୁଜିୟମ ନିର୍ମାଣ କରିବାକୁ ଚାହୁଁଥିଲେ ବିକାଶ। ମ୍ୟୁଜିୟମରେ ସମସ୍ତ ରାଜ୍ୟର ଖାଦ୍ୟ ଓ କଳାକୃତି ସ୍ଥାନ ପାଇଥିଲା । ଓଡ଼ିଶାର ପ୍ରସ୍ତର ଭାସ୍କର୍ଯ୍ୟକୁ ପ୍ରଦର୍ଶିତ କରିବା ସବୁଠାରୁ ଭଲ ହେବ ଏବଂ କୋଣାର୍କ ଚକ୍ର ଉପରେ ଚୂଡ଼ାନ୍ତ ରୂପ ଦେବାକୁ ଜିତେନ୍ଦ୍ର ବିକାଶଙ୍କୁ କହିଥିଲେ । ଏହା ପରେ ପଥର ଶିଳ୍ପୀ ଅମରେଶ ବିନ୍ଧାଣୀଙ୍କ ସମେତ ୮ଜଣ ଶିଳ୍ପୀ ମିଶି ଯାଜପୁର ଲଳିତଗିରିରେ ଚକ୍ର ନିର୍ମାଣ କରିଥିଲେ। ସମସ୍ତ ଖର୍ଚ୍ଚ ବିକାଶ ଖାନ୍ନା ବହନ କରିଥିଲେ  । ଚକ୍ରଟି ୧୮ଶହ ୫୦ କେଜି, ୮ ଫୁଟ୍ ଉଚ୍ଚତା ଓ ୧୦ ଫୁଟ୍ ଲମ୍ବର ଏକ ଭାସ୍କର୍ଯ୍ୟକୁ ଆମେରିକା ପଠାଇବାରେ ଅନେକ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ରହିଥିଲା ।

ଭୁବନେଶ୍ୱରରୁ ଲଜିଷ୍ଟିକ୍ସର ସଂଯୋଜନା କରିଥିବା  ଅନ୍ତର୍ଜାମୀ ମିଶ୍ରଙ୍କ ସହାୟତାରେ ଶେଷରେ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ଏହାକୁ ନ୍ୟୁଜର୍ସିର ଏକ ଗୋଦାମକୁ ପଠାଯାଇଥିଲା। ଆଉ ଶେଷରେ ଚଳିତ ବର୍ଷ ଭାରତୀୟ ସ୍ୱାଧୀନତା ଦିବସ ଅବସରରେ ନ୍ୟୁୟର୍କର ଟାଇମ୍ସ ସ୍କୋୟାର୍ ରେ ଆନ୍ତର୍ଜାତୀୟ ସେଫ୍ ବିକାଶ ଖାନ୍ନାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା କୋଣାର୍କ ଚକ୍ର ପ୍ରତିକୃତି । ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ କୋଣାର୍କ ଚକ୍ର ନିର୍ମାଣ ଓ ସ୍ଥାପନରେ ଉଲ୍ଲେଖନୀୟ ଅବଦାନ ପାଇଁ ବକୁଳ ଫାଉଣ୍ଡେସନ ପକ୍ଷରୁ କ୍ୟୁରେଟର ଜିତେନ୍ଦ୍ର ମିଶ୍ର ଓ ପଥର ଶିଳ୍ପୀ ଅମରେଶ ବିନ୍ଧାଣୀଙ୍କୁ ସୁବାସ ପୂଜାରୀ ଓ ଅନ୍ତଯାର୍ମୀ ମିଶ୍ରଙ୍କୁ ସହ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଘୋଷଣା ସେପ୍ଟେମ୍ବର ୧୦ ଆତ୍ମହତ୍ୟା ନିବାରଣ ଦିବସ

ଭୁବନେଶ୍ୱର : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ସେପ୍ଟେମ୍ବର 10 ତାରିଖକୁ ଆତ୍ମହତ୍ୟା ନିବାରଣ ଦିବସ ରୂପେ ଘୋଷଣା କରାଯାଇଛି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଆତ୍ମହତ୍ୟାର ସଚେତନତା ବାଣ୍ଟିବା ଏବଂ ଏକାଠି ମିଶି ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିମାନଙ୍କର ମାନସିକତା ଓ ବ୍ୟବହାରକୁ ପରିବର୍ତ୍ତନ କରିବା । ତେଣୁ ପ୍ରଥମେ ନିଜେ ଓ ନିଜର ପରିବାରବର୍ଗଙ୍କ ସାମାଜିକ ଏବଂ ମାନସିକ ଭାରସାମ୍ୟରୁ ନିବୃତ ରଖିଲେ ଆତ୍ମହତ୍ୟା କମିଯାଇ ପାରିବ । ଏନେଇ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଇଣ୍ଡିଆନ ସାଇକ୍ରାଟିକ ସୋସାଇଟିର ଓଡିଶା ଶାଖା ତରଫରୁ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଆତ୍ମହତ୍ୟା ରୋକିବା ପାଇଁ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍କୁଲ କଲେଜରେ ଯାଇ ସଚେତନତା ସୃଷ୍ଟି କରାଯିବ ବୋଲି କୁହାଯାଇଛି । ଏଥିରେ ସଭାପତି ପ୍ରଫେସର ଡାକ୍ତର ଅମ୍ରିତ ପାଟ୍ଟଯୋଶୀ, ସମ୍ପାଦକ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଅଶ୍ରୁମୋଚନ ସାହୁ, ଡାକ୍ତର ସମ୍ରାଟ କର, ଏମସ ହସପିଟାଲର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଦେବଦତ୍ତା ମହାପାତ୍ର ଏବଂ ସମ ହସ୍ପିଟାଲର ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ଉପସ୍ଥିତ ଥିଲେ ।

ଆଠଗଡ଼ର ତିନି ଅଭାବୀ ଭାଇଭଉଣୀଙ୍କ ଦୁଃଖ ବୁଝିଲେ ରାଜ୍ୟ ସରକାର

କଟକ : ଆଠଗଡ଼ର ତିନି ଅଭାବୀ ଭାଇଭଉଣୀଙ୍କ ଦୁଃଖ ବୁଝିଲେ ରାଜ୍ୟ ସରକାର । କଟକ ଜିଲ୍ଲା ଆଠଗଡ଼ ବ୍ଲକ ଗୋବରା ପଞ୍ଚାୟତ ଖାକ୍ସା ଗାଁରେ ଲିସା କାଲୁଡ଼ିଆଙ୍କ ପରିସ୍ଥିତି ସମ୍ପର୍କରେ ଜାଣିବା ପରେ ତୁରନ୍ତ ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ୨୪ ଘଣ୍ଟାରେ ଲିସାଙ୍କ ପାଖରେ ପହଞ୍ଚି ତୁରନ୍ତ ସମସ୍ୟାର ସମାଧାନ ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ଲିସାଙ୍କ ବାପା ଏବେ ଜେଲରେ ଥିବାବେଳେ ମାଆ ଆରପାରିକୁ ଚାଲିଯାଇଛନ୍ତି  । ଏଭଳି ସମୟରେ ସଂସାର ଦାୟିତ୍ବ ୮ବର୍ଷିୟ ଲିସାଙ୍କ ଉପରେ ରହିଛି । ୬ମାସର କୁନି ଭଉଣୀ ଏବଂ ୪ବର୍ଷିୟ ଭାଇର ବୋଝ ବଡ଼ ଭଉଣୀ ଲିସା ସମ୍ଭାଳୁଛନ୍ତି ।

ହସି ଖେଳି ପାଠ ପଢି ଜୀବନ ବିତାଇବା ବୟସରେ ଛାତିର କୋହକୁ ଚାପି ଭାଇଭଉଣୀଙ୍କ ପେଟକୁ ଦାନା ଗଣ୍ଡେ ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି  । କେତେବେଳେ ୬ମାସର କୁନି ଭଉଣୀକୁ କୋଳରେ ଧରି ଗେଲ କରୁଛି ତ ଆଉ କେତେବେଳେ ୪ ବର୍ଷିୟ ଭାଇକୁ ନିଜ ହାତରେ ଖୁଆଇ ଦେଉଛି । ଏଭଳି ପରିସ୍ଥିତିରେ ତିନି ଭାଇଭଉଣୀଙ୍କୁ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଥିଲେ ଲିସାଙ୍କ ସମେତ ସ୍ଥାନୀୟ ଲୋକ  । ଏନେଇ ଖବର ପାଇବା ପରେ ତୁରନ୍ତ ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ  ।

ଆଉନାହାନ୍ତି ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର

ପୁରୀ : ଆଉନାହାନ୍ତି ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର । ୮୭ବର୍ଷ ବୟସରେ ଗବେଷକ ରବୀନ୍ଦ୍ର ନାରାୟଣଙ୍କ ପରଲୋକ ହୋଇଛି । ଶ୍ରୀଜଗନ୍ନାଥ ସଂସ୍କୃତି, ଚେତନା ଉପରେ ସେ ୭ଟି ପୁସ୍ତକ ଲେଖିଛନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଥିଲେ ରବୀନ୍ଦ୍ର ନାରାୟଣ ମିଶ୍ର  । ଆକାଶ ଦୀପ ପୁସ୍ତକ ରଚନା କରିଥିଲେ ରବୀନ୍ଦ୍ର ନାରାୟଣ । ତାଙ୍କର ପୁସ୍ତକଗୁଡିକ ହେଉଛି-କଥାନୁଭୂତିରେ ଶ୍ରୀଜଗନ୍ନାଥ, କଥା ଅମୃତରେ ଶ୍ରୀଜଗନ୍ନାଥ, କଥା କୈବଲ୍ୟରେ ଶ୍ରୀଜଗନ୍ନାଥ, ବେଦର ମହିମା ଓ ଜଗନ୍ନାଥ’ ଇତ୍ୟାଦି ।  ‘କଥାଟିଏ କହୁ’ର ସ୍ତମ୍ଭକାର ଥିଲେ ରବୀନ୍ଦ୍ର ନାରାୟଣ । ସେ ରାଜ୍ୟର ଜଣେ ଶ୍ରେଷ୍ଠ ପ୍ରାବନ୍ଧିକ ଥିବା ସହ ରାଜ୍ୟ ଓ ରାଜ୍ୟ ବାହାରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ବିୟୋଗ ରାଜ୍ୟର ପ୍ରତ୍ୟେକ ଜଗନ୍ନାଥ ଭକ୍ତଙ୍କ ଲାଗି ଅପୂରଣୀୟ କ୍ଷତି । ଜଗନ୍ନାଥ ସମ୍ପର୍କରେ ଅନେକ ରଚନା ଅମୂଲ୍ୟ ସାରସ୍ବତ କୃତି ।

ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କେମିତି ରହିବ ସୁରକ୍ଷା ବ୍ୟବସ୍ଥା ଜାଣନ୍ତୁ ?

ଦିଲ୍ଲୀ : ଗୁରୁବାର ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଜି-20 ଶିଖର ସମ୍ମିଳନୀରେ ଯୋଗଦେବେ ବାଇଡେନ୍। ତାଙ୍କର ଭାରତ ଗସ୍ତକୁ ନଜରରେ ରଖି କରାଯାଇଛି ହାଇପ୍ରୋଫାଇଲ ସିକ୍ୟୁରିଟି ବ୍ୟବସ୍ଥା। ଏହି ୩ ଦିନିଆ ଗସ୍ତ ପାଇଁ ଅନେକ ଦିନରୁ ପ୍ରସ୍ତୁତି ଚାଲିଛି । ବାଇଡେନଙ୍କ ସୁରକ୍ଷା ବ୍ୟବସ୍ଥା ହ୍ୱାଇଟ୍ ହାଉସର ଗାର୍ଡଙ୍କ ହାତରେ ହିଁ ରହିବ । ଖାଲି ଏତିକି ନୁହେଁ ରାଷ୍ଟ୍ରପତି ବାଇଡେନ ତାଙ୍କ କାରରେ ହିଁ ଯାତୟାତ କରିବେ । ତେବେ ଆସନ୍ତୁ ନଜର ପକାଇବା କେମିତି ରହିବ ବାଇଡେନଙ୍କ ସୁରକ୍ଷା ବ୍ୟବସ୍ଥା ।US President Joe Biden to travel to India on September 7 to attend G20  summit; to have bilateral meeting with PM Narendra Modi | Zee Business

ଆମେରିକା ରାଷ୍ଟ୍ରପତି ଯୁଆଡେ ବି ଯାଆନ୍ତି ତାଙ୍କ ସହ ହ୍ୱାଇଟ୍ ହାଉସର ସୁରକ୍ଷା ବଳ ରହିଥାନ୍ତି । ନୂଆଦିଲ୍ଲୀରେ ଏକ କଣ୍ଟ୍ରୋଲ ରୁମ୍ ମଧ୍ୟ ହୋଇଛି । ଯେଉଁଠୁ ବାଇଡେନଙ୍କ ଯାତାୟାତ ରୁଟ୍ ଉପରେ ନଜର ରଖାଯିବ । ସୂଚନା ଅନୁଯାୟୀ, ଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ନିଜ ଗାଡ଼ି ‘ଦ ବିଷ୍ଟ’ରେ ଯିବା ଆସିବା କରିବେ । ଏହି କାରର ମୂଲ୍ୟ ରହିଛି ପାଖାପାଖି ୧୦ କୋଟି ଟଙ୍କା । ଯେଉଁ ଗାଡ଼ି ବୁଲେଟ୍ ଠାରୁ ଆରମ୍ଭ କରି ବୋମା ଆକ୍ରମଣରୁ ମଧ୍ୟ ରକ୍ଷା କରିପାରିବ । ଦ ବିଷ୍ଟ ଗାଡି ସମ୍ପୂର୍ଣ୍ଣ ଭାବେ ବୁଲେଟପ୍ରୁଫ୍ । ୧୮ ଫୁଟ ଲମ୍ବା, ସାଢେ ସାତ ଟନ୍ ବିଶିଷ୍ଟ ବିଷ୍ଟର ବଡି ଆଠ ଇଞ୍ଚ ଓ ବୁଲେଟପ୍ରୁଫ୍ କାଚ ୫ ଇଞ୍ଚ ମୋଟେଇରେ ନିର୍ମିତ ହୋଇଛି । ଏହାର ଚକ ପଞ୍ଚର୍ ହେବା ସତ୍ୱେ ୫୦ କିମି. ଯାଏଁ ଯାଇପାରିବ । ତେବେ ଜରୁରୀକାଳୀନ ସ୍ଥିତିରେ ଏହି କାରର ପଛରୁ ଧୂଆଁ ବାହାରିବାର ବ୍ୟବସ୍ଥା ରହିଛି । ଯାହାଫଳରେ ଶତ୍ରୁଙ୍କୁ ଚକମା ଦେଇ ଖସିଯାଇପାରିବ ।Narendra Modi | United States President Joe Biden and Prime Minister  Narendra Modi to have bilateral meeting in New Delhi on Sept 8 on sidelines  of G20 summit - Telegraph India

ଆମେରିକା ରାଷ୍ଟ୍ରପତିଙ୍କ ପାଇଁ କାଡିଲେକ କମ୍ପାନି ଲିମୋଜିନ ମଡେଲର ଏହି କାର ନିର୍ମାଣ କରିଛି। କୌଣସି ଆକ୍ରମଣକୁ ଘଉଡାଇବା ପାଇଁ ଏହି କାର ଚାଲୁଥିବା ସମୟରେ ୧୮୦ ଡିଗ୍ରୀରେ ବୁଲିପାରିବ। ସାମ୍ନାରେ ପଡୁଥିବା ଯେକୌଣସି ପ୍ରତିବନ୍ଧକକୁ ଏହା ଗୋଟେ ସେକେଣ୍ଡରେ ଉଡାଇଦେବାର କ୍ଷମତା ରଖିଛି । ଏପରିକି ଯଦି କେହି ସୁରକ୍ଷା କବଚ ଭେଦି କାର୍ ନିକଟକୁ ଆସିଯାଆନ୍ତି, ତେବେ କାରର ହ୍ୟାଣ୍ଡେଲ୍ ଧରିବା ମାତ୍ରେ ୧୨୦ ଭୋଲ୍ଟର କରେଣ୍ଟ ମାରିବ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି ହଜାର ହଜାର ରାଉଣ୍ଡ ବୁଲେଟ, ହ୍ୟାଣ୍ଡକଫ୍, ବ୍ୟାଟନ, ଚାରି ପାଦିଆ ବମ୍ବ ଡିଟେକ୍ଟର, ଏକ କଣ୍ଟ୍ରୋଲ ରୁମ ଓ ଏକ ପାରାଲାଲ କମ୍ୟୁନିକେସନ ସିଷ୍ଟମ । ବାଇଡେନଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହେଉଥିବାବେଳେ ତାଙ୍କର ପାଖେ ପାଖେ ରହି ସୁରକ୍ଷା ଦେବେ ସବୁଠାରୁ ଅଧିକ ପ୍ରଶିକ୍ଷିତ ଓ ସର୍ବାଧିକ ଫିଟ ଅଫିସର ଯାହାଙ୍କ ବୟସ ୨୧ରୁ ୨୮ ବର୍ଷ ମଧ୍ୟରେ ହୋଇଥିବ । ସେହି ଅଫିସରମାନଙ୍କ ନିକଟରେ ଏମ୪, ଗ୍ଲକ ପରି ପିସ୍ତଲ, ଲଙ୍ଗରେଞ୍ଜ ଓ ସର୍ଟରେଞ୍ଜ ଅସ୍ତ୍ରଶସ୍ତ୍ର ରହିବ । ସେହିପରି ସେମାନଙ୍କ ନିକଟରେ ରହିବ ବୁଲେଟ ପ୍ରୁଫ ବ୍ୟବସ୍ଥା।

ନକଲି ଆରଟିଓ ସାଜି ବଟି ଆଦାୟ କରୁଥିଲେ ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମଙ୍କ ସହଯୋଗୀ

ସୁନ୍ଦରଗଡ଼ : ନକଲି ଆରଟିଓ ସାଜି ବଟି ଆଦାୟ କରୁଥିଲେ ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମଙ୍କ ସହଯୋଗୀ । ଓଡ଼ିଶା-ଛତିଶଗଡ଼ ସୀମାରେ ଟ୍ରକ ଗୁଡ଼ିକରୁ ବଟି ଆଦାୟ କରୁଥିବା ବେଳେ ଜୁଏଲଙ୍କ ସହଯୋଗୀଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି ଝାଡ଼ଖଣ୍ଡ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ର ଜୟପ୍ରକାଶ ଗୁପ୍ତା ଏବଂ ଅନୁଗୁଳର ଟୁଟୁ ଦେହୁରୀ ଓ ପ୍ରବୀଣ ପ୍ରଧାନ । ଜୟପ୍ରକାଶ ଗୁପ୍ତା ହେଉଛନ୍ତି ବିଜେପି ସାଂସଦ ଜୁଏଲ ଓରାମଙ୍କ ସହଯୋଗୀ । କୁନାଲ ଟ୍ରାନ୍ସପୋର୍ଟ ନାଁରେ ଜୟପ୍ରକାଶର ଗୋଟିଏ ଟ୍ରାନ୍ସପୋର୍ଟ ସଂସ୍ଥା ରହିଛି  । ଓଡିଶା-ଝାଡଖଣ୍ଡ ସୀମା ସିମଡେଗା-କୁତ୍ରା ରାସ୍ତାରେ ଏମାନେ ବଟି ଆଦାୟ କରୁଥିଲେ । ବିଭିନ୍ନ ଗାଡିକୁ ଅଟାକାଇ ଯାଞ୍ଚ ବାହାନାରେ ବଟି ଆଦାୟ କରୁଥିଲେ । ଅଭିଯୁକ୍ତ ବ୍ୟବହାର କରୁଥିବା ଇନୋଭାକୁ ମଧ୍ୟ ପୋଲିସ ଜବତ କରିଛି । ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ପୋଲିସ ତଦନ୍ତ ଜାରି ରଖିଛି  । ରାକେଟରେ ଆଉ କେଉଁମାନେ ସଂପୃକ୍ତ ସେନେଇ ଛାନବିନ କରାଯାଉଛି  । ଜୟପ୍ରକାଶ ପଛରେ ବିଜେପି ସାଂସଦଙ୍କର ଅଭୟହାତ ଥିବା ଚର୍ଚ୍ଚା ହେଉଛି ।

ନିଖୋଜ ପୁଅକୁ ଝୁରିଝୁରି ମାଆ ଆଖିରୁ ଲୁହ ଶୁଖୁନି

ବଲାଙ୍ଗିର : ଜନ୍ମାଷ୍ଟମୀରେ ପୁଅକୁ ଖୋଜୁଛି ମାଆ । କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ପରିବାର । ୪ ଦିନ ହେଲା ନିଖୋଜ ପୁଅକୁ ଝୁରିଝୁରି ମାଆ ଆଖିରୁ ଲୁହ ଶୁଖୁନି । ବଲାଙ୍ଗୀର ଜିଲ୍ଲା ରଣ୍ଢା ଗାଁର ଝରଣୀ ନନ୍ଦ । ଗତ ରବିବାର ଠାରୁ ତାଙ୍କ ୧୫ ବର୍ଷର ପୁଅ ମିଲନ ନିଖୋଜ ଅଛନ୍ତି । ରଣ୍ଢା ହାଇସ୍କୁଲରେ ଦଶମ ଶ୍ରେଣୀ ପାଠ ପଢନ୍ତି ମିଲନ । ରବିବାର ଭୋରରୁ ପୋଖରୀକୁ ଗାଧୋଇବାକୁ ଯାଇ ଫେରିବା ପରେ ଭଉଣୀ ସହ ମିଶି ଜଳଖିଆ ଖାଇଥିଲେ । ହେଲେ ଦିନ ୧୧ଟାପରେ ଘରୁ କୁଆଡେ ଚାଲିଗଲେ ଯେ ଆଉ ଫେରି ନାହାନ୍ତି । ଭାଇର ନିଖୋଜ ପରେ ଦୁଇ ଭଉଣୀବି କାନ୍ଦି କାନ୍ଦି ଝୁରି ହେଉଛନ୍ତି । ମିଲନଙ୍କ ବାପା ତାମିଲନାଡୁରେ କାମ କରନ୍ତି ।

ପରିବାର ଲୋକଙ୍କ ଅଭିଯୋଗ, ମିଲନ କିଛିଦିନ ହେବ କୁସଙ୍ଗରେ ପଡ଼ିଯାଇଥିଲେ । ନାବାଳକ ନିଖୋଜ ନେଇ ପରିବାର ଲୋକ ପୁଇଁତଳା ଥାନାରେ ଅଭିଯୋଗ  କରିଛନ୍ତି । କେସ ନମ୍ବର ୪୧/୨୦୨୩ରେ ମାମଲା ରୁଜୁ କରିଛି ପୋଲିସ । ନାବାଳକ ହୋଇଥିବାରୁ ମିସିଂ ସହ ଅପହରଣ ମାମଲା ବି ରୁଜୁ ହୋଇଛି । ରେଳଷ୍ଟେସନ ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚାଲିଥିବା ବେଳେ ଅନେକ ସ୍ଥାନକୁ ନାବଳକର ଫଟୋ ପଠାଯାଇଛି । ଘଟଣାକୁ ଗୁରୁତ୍ର ସହ ନେଇ ତଦନ୍ତ ଚଳାଇଛି ପୁଇଁତଳା ଥାନା ପୋଲିସ । ଜନ୍ମଷ୍ଟମୀରେ ମାଆମାନେ ନିଜ ପୁଅ ଝିଅଙ୍କ ଶୁଭମନାସୀ କେତେ ଖୁସି ହୁଅନ୍ତି । ହେଲେ ଝରଣୀ କିନ୍ତୁ ନିଜ ପୁଅକୁ ହରାଇ ଆଜି ହତୋତ୍ସାହିତ । ଫେରି ଆ ମିଲନ କହି କାନ୍ଦି କାନ୍ଦି ବେହୋସ ହେଉଛି ମାଆ ।

ଟେଣ୍ଡର ସମସ୍ୟା ଯୋଗୁଁ ମା ତାରିଣୀଙ୍କ ପାଖକୁ ଆସୁଥିବା ମାନସିକ ନଡିଆ ଗଦା ହେଉଛି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀ । ମାଙ୍କ ନିକଟକୁ ନଡିଆ ଟିଏ ବଢ଼ାଇ ଦେଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ମାଙ୍କ ପୀଠକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଦୈନନ୍ଦିନ ହଜାର ହଜାର ନଡିଆ ପହଁଚିଥାଏ। ଆସୁଥିବା ମାନସିକ ନଡିଆ ମା’ତାରିଣୀଙ୍କ ମନ୍ଦିର ପରିସରରେ ଥିବା ଦୁଆରଶୁଣି ମନ୍ଦିରରେ ପିଟାଯିବା ପରେ ଏହାକୁ ବିକ୍ରି କରାଯାଇଥାଏ। ଏହି ମାନସିକ ନଡିଆକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରିଥାଏ ମନ୍ଦିର ପ୍ରଶାସନ। ଜିତେନ୍ଦ୍ର ନାରାୟଣ ଜେନା ନାମକ ବ୍ୟକ୍ତି ନଡିଆ ଗୋଟା ପ୍ରତି ୪ଟଙ୍କା ୬୫ ପଇସାରେ ନଡିଆ କିଣିବାକୁ ମନ୍ଦିର ପ୍ରଶାସନ ସହ ଚୁକ୍ତି କରିଥିଲେ। ହେଲେ  କିଛି ମାସ ପରେ କୌଣସି ସମସ୍ୟା  ଯୋଗୁ ଟେଣ୍ଡରୁ ଓହରି ଯାଇଥିଲେ ଉକ୍ତ ଟେଣ୍ଡରଧାରୀ ।  ବ୍ୟକ୍ତି ଜଣକ ଟେଣ୍ଡରରୁ ଓହରି ଯିବା ପରେ  ମାନସିକ ନଡ଼ିଆ ନେବା ପାଇଁ ୪ଥର ଟେଣ୍ଡର ଡକାଗଲାଣି। ହେଲେ ଏଥିରେ କେହି ଅଂଶ ଗ୍ରହଣ କରୁନାହାନ୍ତି। ଯାହା ଫଳରେ ଏବେ ନଡ଼ିଆ ଗୋଦାମ ଗୃହରେ ନଡ଼ିଆ ସଂଖ୍ୟା ବଢି ୧୧ଲକ୍ଷ ପାର ହୋଇଛି।Maa Ghatagaon Tarini Temple in Kendujhar Odisha - Famous Temple In Odisha  [2022]

ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l କିଛି ଦିନ ପୂର୍ବେ ନଡିଆ ଗୋଟା ପ୍ରତି ୩ ଟଙ୍କା ୭୦ ବିକ୍ରି କରିବାକୁ ଆହ୍ୱାନ  ଦିଆଯାଇଥିଲା। କିନ୍ତୁ ଏହାକୁ କିଣିବାକୁ କେହି ରାଜି ହୋଇନଥିଲେ। ପୁଣି ନଡ଼ିଆ ଗୋଟାଏ ପ୍ରତି ୪ଟଙ୍କା ୬୦ପଇସାରୁ ନିଲାମ ଆରମ୍ଭ କରିବାକୁ ନୋଟିସ ମରାଯିବା ସହ ବିଜ୍ଞାପନ ଦିଆଯାଇଛି। ୩ଟଙ୍କା ୭୦ପଇସାରେ କିଣିବାକୁ କେହି ରାଜି ହୋଇନଥିବା ବେଳେ ଲୋକେ କିପରି ୪ଟଙ୍କା ୬୦ପଇସାରେ କିଣିବେ ତାକୁ ନେଇ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଅନ୍ୟପଟେ ମାନସିକ ନଡ଼ିଆ ତୁରନ୍ତ ବିନିଯୋଗ ହେବାର ଆବଶ୍ୟକତା ରହିଛି। ମନ୍ଦିର ପ୍ରଶାସନର ଏପରି ନୀତିଯୋଗୁ ଦିନପରେ ଦିନ ଗଡି ଚାଲିଥିଲେ ମଧ୍ୟ ନଡିଆ ନିଲାମ ହୋଇପାରୁନାହିଁ । ଏ ସମ୍ପର୍କରେ ମନ୍ଦିର କାଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ  ନିଲାମକୁ କେହି ଆସୁନଥିବାରୁ ଏପରିହେଉଛି, ଓ ଆମେ ଦେବୋତ୍ତର କମିଶନରଙ୍କୁ ଜଣାଇଦେଇଛୁ କହି ନିଜ ଉପରୁ ଦୋଷ ଛଡାଇଦେଇଛନ୍ତି l

ପାକିସ୍ତାନୀ ଗାଁ ଉପରେ ତାଲିବାନର କବଜା, ପାକ୍- ଆଫଗାନିସ୍ତାନ ସୀମା ସିଲ୍

ନନ୍ଦିଘୋଷ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ପାକିସ୍ତାନ ଉପରେ ଟିଟିପି ଦ୍ୱାରା ଏକ ଭୟଙ୍କର ଆକ୍ରମଣ ହୋଇଛି। ତେହେରିକ-ଇ-ତାଲିବାନ ପାକିସ୍ତାନ କିମ୍ବା ଟିଟିପି ଆତଙ୍କବାଦୀମାନେ ଦାବି କରିଛନ୍ତି ଯେ ସେମାନେ ପାକିସ୍ତାନର କିଛି ଅଞ୍ଚଳରେ ପ୍ରବେଶ କରି ଚିତ୍ରାଲ ଜିଲ୍ଲାର ଅନେକ ଅଞ୍ଚଳ ଦଖଲ କରିଛନ୍ତି।ସେପଟେ ପାକିସ୍ତାନୀ ସେନା ଦାବି କରିଛି ଯେ ଟିଟିପିର ଦାବି ମିଥ୍ୟା। ଉଭୟ ପକ୍ଷର ଦାବି ମଧ୍ୟରେ ପାକିସ୍ତାନ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଥିବା ତୋରଖମ୍ ସୀମାରେ ପ୍ରବଳ ଗୁଳି ବିନିମୟ ହୋଇଛି  । ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ତୋରଖମ୍ ବର୍ଡର ସିଲ୍ କରାଯାଇଛି ।

ତାଲିବାନ ଏବଂ ପାକିସ୍ତାନ ସେନା ମଧ୍ୟରେ ଯୁଦ୍ଧ!

ସେପଟେ ପାକିସ୍ତାନୀ ସେନା ଦାବି କରିଛି ଯେ ଆଫଗାନିସ୍ତାନରୁ ଗୁଳି ବିନିମୟ ହେଉଛି ଏବଂ ଚିତ୍ରାଲ ସୀମାରେ ଟିଟିପି ଆତଙ୍କବାଦୀଙ୍କୁ ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ ତାଲିବାନଙ୍କ ଗୁଳି ବିନିମୟରେ ଏକ ସେନା ପୋଷ୍ଟ ମଧ୍ୟ ଆସିଥିଲା ​​କିନ୍ତୁ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟି ନଥିଲା। ସେ କହିଛନ୍ତି ଯେ ସେମାନଙ୍କୁ ଉପଯୁକ୍ତ ଉତ୍ତର ଦିଆଯାଉଛି।