ଆଠଗଡ଼ର ତିନି ଅଭାବୀ ଭାଇଭଉଣୀଙ୍କ ଦୁଃଖ ବୁଝିଲେ ରାଜ୍ୟ ସରକାର

1 min read

କଟକ : ଆଠଗଡ଼ର ତିନି ଅଭାବୀ ଭାଇଭଉଣୀଙ୍କ ଦୁଃଖ ବୁଝିଲେ ରାଜ୍ୟ ସରକାର । କଟକ ଜିଲ୍ଲା ଆଠଗଡ଼ ବ୍ଲକ ଗୋବରା ପଞ୍ଚାୟତ ଖାକ୍ସା ଗାଁରେ ଲିସା କାଲୁଡ଼ିଆଙ୍କ ପରିସ୍ଥିତି ସମ୍ପର୍କରେ ଜାଣିବା ପରେ ତୁରନ୍ତ ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ୨୪ ଘଣ୍ଟାରେ ଲିସାଙ୍କ ପାଖରେ ପହଞ୍ଚି ତୁରନ୍ତ ସମସ୍ୟାର ସମାଧାନ ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ଲିସାଙ୍କ ବାପା ଏବେ ଜେଲରେ ଥିବାବେଳେ ମାଆ ଆରପାରିକୁ ଚାଲିଯାଇଛନ୍ତି  । ଏଭଳି ସମୟରେ ସଂସାର ଦାୟିତ୍ବ ୮ବର୍ଷିୟ ଲିସାଙ୍କ ଉପରେ ରହିଛି । ୬ମାସର କୁନି ଭଉଣୀ ଏବଂ ୪ବର୍ଷିୟ ଭାଇର ବୋଝ ବଡ଼ ଭଉଣୀ ଲିସା ସମ୍ଭାଳୁଛନ୍ତି ।

ହସି ଖେଳି ପାଠ ପଢି ଜୀବନ ବିତାଇବା ବୟସରେ ଛାତିର କୋହକୁ ଚାପି ଭାଇଭଉଣୀଙ୍କ ପେଟକୁ ଦାନା ଗଣ୍ଡେ ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି  । କେତେବେଳେ ୬ମାସର କୁନି ଭଉଣୀକୁ କୋଳରେ ଧରି ଗେଲ କରୁଛି ତ ଆଉ କେତେବେଳେ ୪ ବର୍ଷିୟ ଭାଇକୁ ନିଜ ହାତରେ ଖୁଆଇ ଦେଉଛି । ଏଭଳି ପରିସ୍ଥିତିରେ ତିନି ଭାଇଭଉଣୀଙ୍କୁ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଥିଲେ ଲିସାଙ୍କ ସମେତ ସ୍ଥାନୀୟ ଲୋକ  । ଏନେଇ ଖବର ପାଇବା ପରେ ତୁରନ୍ତ ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ  ।