ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କେମିତି ରହିବ ସୁରକ୍ଷା ବ୍ୟବସ୍ଥା ଜାଣନ୍ତୁ ?

1 min read

ଦିଲ୍ଲୀ : ଗୁରୁବାର ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଜି-20 ଶିଖର ସମ୍ମିଳନୀରେ ଯୋଗଦେବେ ବାଇଡେନ୍। ତାଙ୍କର ଭାରତ ଗସ୍ତକୁ ନଜରରେ ରଖି କରାଯାଇଛି ହାଇପ୍ରୋଫାଇଲ ସିକ୍ୟୁରିଟି ବ୍ୟବସ୍ଥା। ଏହି ୩ ଦିନିଆ ଗସ୍ତ ପାଇଁ ଅନେକ ଦିନରୁ ପ୍ରସ୍ତୁତି ଚାଲିଛି । ବାଇଡେନଙ୍କ ସୁରକ୍ଷା ବ୍ୟବସ୍ଥା ହ୍ୱାଇଟ୍ ହାଉସର ଗାର୍ଡଙ୍କ ହାତରେ ହିଁ ରହିବ । ଖାଲି ଏତିକି ନୁହେଁ ରାଷ୍ଟ୍ରପତି ବାଇଡେନ ତାଙ୍କ କାରରେ ହିଁ ଯାତୟାତ କରିବେ । ତେବେ ଆସନ୍ତୁ ନଜର ପକାଇବା କେମିତି ରହିବ ବାଇଡେନଙ୍କ ସୁରକ୍ଷା ବ୍ୟବସ୍ଥା ।US President Joe Biden to travel to India on September 7 to attend G20  summit; to have bilateral meeting with PM Narendra Modi | Zee Business

ଆମେରିକା ରାଷ୍ଟ୍ରପତି ଯୁଆଡେ ବି ଯାଆନ୍ତି ତାଙ୍କ ସହ ହ୍ୱାଇଟ୍ ହାଉସର ସୁରକ୍ଷା ବଳ ରହିଥାନ୍ତି । ନୂଆଦିଲ୍ଲୀରେ ଏକ କଣ୍ଟ୍ରୋଲ ରୁମ୍ ମଧ୍ୟ ହୋଇଛି । ଯେଉଁଠୁ ବାଇଡେନଙ୍କ ଯାତାୟାତ ରୁଟ୍ ଉପରେ ନଜର ରଖାଯିବ । ସୂଚନା ଅନୁଯାୟୀ, ଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ନିଜ ଗାଡ଼ି ‘ଦ ବିଷ୍ଟ’ରେ ଯିବା ଆସିବା କରିବେ । ଏହି କାରର ମୂଲ୍ୟ ରହିଛି ପାଖାପାଖି ୧୦ କୋଟି ଟଙ୍କା । ଯେଉଁ ଗାଡ଼ି ବୁଲେଟ୍ ଠାରୁ ଆରମ୍ଭ କରି ବୋମା ଆକ୍ରମଣରୁ ମଧ୍ୟ ରକ୍ଷା କରିପାରିବ । ଦ ବିଷ୍ଟ ଗାଡି ସମ୍ପୂର୍ଣ୍ଣ ଭାବେ ବୁଲେଟପ୍ରୁଫ୍ । ୧୮ ଫୁଟ ଲମ୍ବା, ସାଢେ ସାତ ଟନ୍ ବିଶିଷ୍ଟ ବିଷ୍ଟର ବଡି ଆଠ ଇଞ୍ଚ ଓ ବୁଲେଟପ୍ରୁଫ୍ କାଚ ୫ ଇଞ୍ଚ ମୋଟେଇରେ ନିର୍ମିତ ହୋଇଛି । ଏହାର ଚକ ପଞ୍ଚର୍ ହେବା ସତ୍ୱେ ୫୦ କିମି. ଯାଏଁ ଯାଇପାରିବ । ତେବେ ଜରୁରୀକାଳୀନ ସ୍ଥିତିରେ ଏହି କାରର ପଛରୁ ଧୂଆଁ ବାହାରିବାର ବ୍ୟବସ୍ଥା ରହିଛି । ଯାହାଫଳରେ ଶତ୍ରୁଙ୍କୁ ଚକମା ଦେଇ ଖସିଯାଇପାରିବ ।Narendra Modi | United States President Joe Biden and Prime Minister  Narendra Modi to have bilateral meeting in New Delhi on Sept 8 on sidelines  of G20 summit - Telegraph India

ଆମେରିକା ରାଷ୍ଟ୍ରପତିଙ୍କ ପାଇଁ କାଡିଲେକ କମ୍ପାନି ଲିମୋଜିନ ମଡେଲର ଏହି କାର ନିର୍ମାଣ କରିଛି। କୌଣସି ଆକ୍ରମଣକୁ ଘଉଡାଇବା ପାଇଁ ଏହି କାର ଚାଲୁଥିବା ସମୟରେ ୧୮୦ ଡିଗ୍ରୀରେ ବୁଲିପାରିବ। ସାମ୍ନାରେ ପଡୁଥିବା ଯେକୌଣସି ପ୍ରତିବନ୍ଧକକୁ ଏହା ଗୋଟେ ସେକେଣ୍ଡରେ ଉଡାଇଦେବାର କ୍ଷମତା ରଖିଛି । ଏପରିକି ଯଦି କେହି ସୁରକ୍ଷା କବଚ ଭେଦି କାର୍ ନିକଟକୁ ଆସିଯାଆନ୍ତି, ତେବେ କାରର ହ୍ୟାଣ୍ଡେଲ୍ ଧରିବା ମାତ୍ରେ ୧୨୦ ଭୋଲ୍ଟର କରେଣ୍ଟ ମାରିବ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି ହଜାର ହଜାର ରାଉଣ୍ଡ ବୁଲେଟ, ହ୍ୟାଣ୍ଡକଫ୍, ବ୍ୟାଟନ, ଚାରି ପାଦିଆ ବମ୍ବ ଡିଟେକ୍ଟର, ଏକ କଣ୍ଟ୍ରୋଲ ରୁମ ଓ ଏକ ପାରାଲାଲ କମ୍ୟୁନିକେସନ ସିଷ୍ଟମ । ବାଇଡେନଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହେଉଥିବାବେଳେ ତାଙ୍କର ପାଖେ ପାଖେ ରହି ସୁରକ୍ଷା ଦେବେ ସବୁଠାରୁ ଅଧିକ ପ୍ରଶିକ୍ଷିତ ଓ ସର୍ବାଧିକ ଫିଟ ଅଫିସର ଯାହାଙ୍କ ବୟସ ୨୧ରୁ ୨୮ ବର୍ଷ ମଧ୍ୟରେ ହୋଇଥିବ । ସେହି ଅଫିସରମାନଙ୍କ ନିକଟରେ ଏମ୪, ଗ୍ଲକ ପରି ପିସ୍ତଲ, ଲଙ୍ଗରେଞ୍ଜ ଓ ସର୍ଟରେଞ୍ଜ ଅସ୍ତ୍ରଶସ୍ତ୍ର ରହିବ । ସେହିପରି ସେମାନଙ୍କ ନିକଟରେ ରହିବ ବୁଲେଟ ପ୍ରୁଫ ବ୍ୟବସ୍ଥା।