spot_img
Home Blog Page 2660

ଆଜିଠୁ ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ଭୋଟର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା । ୧୮ବର୍ଷ ହେବାକୁ ଥିବା ଯୁବ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବେ। ଯୁବ ଭୋଟରଙ୍କୁ ତାଲିକାଭୁକ୍ତ କରିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି।

ରାଜ୍ୟରେ ଭୋଟର ଓ ବୁଥ ସଂଖ୍ୟା ବଢିଛି। ରାଜ୍ୟରେ ୩ଲକ୍ଷ ୩ହଜାର ୯୪ ନୂଆ ଭୋଟର ଥିବା ବେଳେ ମୋଟ ଭୋଟରଙ୍କ ସଂଖ୍ୟା ୩କୋଟି ୬ଲକ୍ଷ ୫୫ହଜାର ୨୧୩ ହୋଇଛି। ସେହିପରି ରାଜ୍ୟରେ ମୋଟ ବୁଥ ସଂଖ୍ୟା ୩୭ହଜାର ୮୦୯ ହୋଇଛି। ପୂର୍ବରୁ ୩୭ହଜାର ୬୦୬ ବୁଥ୍ ଥିଲା । voter.eci.gov.inରେ ଭୋଟର ତ୍ରୁଟି ସଂଶୋଧନ କରିପାରିବେ ଜନତା। ଏଥିପାଇଁ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ। ଫର୍ମ ୬ ଓ ୮ରେ ସଂଶୋଧନ କରିପାରିବେ ଭୋଟର।

ଆଜି ମଧ୍ୟ ଉପାସରେ ଶ୍ରୀଲିଙ୍ଗରାଜ: ତିନି ଦିନ ପରେ ବି ତୁଟୁନି ବିବାଦ

ଭୁବନେଶ୍ୱର : ଆଜି ମଧ୍ୟ ଉପାସରେ ଶ୍ରୀଲିଙ୍ଗରାଜ । ତିନି ଦିନ ପରେ ବି ତୁଟୁନି ବିବାଦ । ଭକ୍ତ ଆଡ଼କାଠ ନିକଟରେ ଭୋଗ ଲଗାଇ ଫେରୁଛନ୍ତି । କିନ୍ତୁ ବିଧିବଦ୍ଧ ଭାବେ ନୀତିକାନ୍ତି ହୋଇପାରୁନାହିଁ । ବିବାଦ ସମାଧାନ ପାଇଁ ଗତକାଲି ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିନି । ବିବାଦର ସମାଧାନ ପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ଆଜି ବୈଠକ ଡାକିବେ ।

ଏଥିପାଇଁ ଗତକାଲି ଦେବୋତ୍ତର କମିଶନର ନିର୍ଦ୍ଦେଶ ଦେଇଛନ୍ତି । ତିନି ନିଯୋଗଙ୍କ ସହ ଆଲୋଚନା ପରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ବିବାଦର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ପକ୍ଷ ଅରାଜି ହୁଅନ୍ତି ବା ସେବା ନକରନ୍ତି ତାଙ୍କ ବିରୋଧରେରେ କ୍ଳଜ୍‌ ୧୭ ଅନୁସାରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପୁରୁଣା ବିବାଦ ଏବଂ ନୀତିକାନ୍ତି ବନ୍ଦ ସମ୍ପର୍କରେ ମଧ୍ୟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତ୍ତର କମିଶନର । ଆଜି କାର୍ଯ୍ୟନିର୍ବାହୀ ଅଧିକାରୀ ବୈଠକ ଡାକିବେ ।

ଚୀନର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କିକିୟାଙ୍କ ଦେହାନ୍ତ

ବେଜିଂ : ଚୀନର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କିକିୟାଙ୍କ ଦେହାନ୍ତ । ୬୮ ବର୍ଷ ବୟସରେ ହାର୍ଟଟାକରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଲି । ଶୁକ୍ରବାର ମଧ୍ୟ ରାତ୍ରିରେ ସଙ୍ଘାଇରେ ତାଙ୍କ ମୃତ୍ୟୁ ହୋଇଛି । ଲିଙ୍କ ମୃତ୍ୟୁରେ ସାରା ଚୀନରେ ଶୋକର ଛାୟା । ୧୦ ବର୍ଷ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦରେ ଥିଲେ । ୨୦୧୩ରୁ ୨୦୨୩ ଲୀ ଚିନର ପ୍ରଧାନମନ୍ତ୍ରୀ ପଦରେ ଥିଲେ । ପ୍ରଥମରୁ ଚୀନର ଅର୍ଥବ୍ୟବସ୍ଥା ତାଙ୍କ ଉପରେ ସମର୍ପି ଦିଆଯାଇଥିଲା । ଲୀ ଚୀନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରଠୁ ୨୦୧୩ ମସିହାର ଫୋବର୍ଷ ଦୁନିଆର ସବୁଠାରୁ ଶକ୍ତିଶାଳୀ ଲୋକଙ୍କ ତାଲିକାରେ ୧୪ତମ ସ୍ଥାନରେ ରହିଥିଲେ । ଯାହାଙ୍କୁ ଗତ ବର୍ଷ ଲିଙ୍କ ଆଦେଶ କ୍ରମେ କଂଗ୍ରେସ ପାର୍ଟିରୁ ହଟାଇ ଦିଆଯାଇଥିଲା ।

ସିରିଆରେ ଇରାନର ସାମରିକ ସ୍ଥଳୀରେ ଆମେରିକାର ଏୟାରଷ୍ଟ୍ରାଇକ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଘମାଘୋଟ ଲଢେଇ ଆଶଙ୍କା । ତୀବ୍ର ହେବାରେ ଲାଗିଛି ଇସ୍ରାଏଲ-ହମାଲ ଯୁଦ୍ଧ ସଂକଟ । ସିରିଆସ୍ଥିତ ଇରାନର ଦୁଇଟି ସାମରିକ ସ୍ଥଳୀରେ ଏୟାରଷ୍ଟ୍ରାଇକ କରିଛି ଆମେରିକା । ସିରିଆସ୍ଥିତ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ବା ଆଇରଜିସିର ଦୁଇଟି ସ୍ଥଳୀରେ ହମଲା କରିଛି ଆମେରିକା ମିଲିଟାରୀ ।

ଏକ ବିଜ୍ଞପ୍ତି ଜରିଆରେ ଏନେଇ ସୂଚନା ଦେଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ । ସେ କହିଛନ୍ତି ଇରାକ ଓ ସିରିଆରେ ଅବସ୍ଥାପିତ ଆମେରିକା ସୈନ୍ୟଙ୍କ ଉପରେ ଇରାନର କେତେକ ସଂଗଠନ ଆକ୍ରମଣ କରିବା ପ୍ରତିବାଦରେ ପ୍ରିସିସନ ସେଲଫ ଡିଫେନ୍ସ ଷ୍ଟ୍ରାଇକ କରାଯାଇଛି ।

ଇରାନର ଆକ୍ରମଣରେ ଜଣେ ଆମେରିକୀୟ କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ଘଟିଥିବାବେଳେ ୨୧ ଜଣ ଆମେରିକୀୟ ସୈନ୍ୟ ଆହତ ହୋଇଥିଲେ ବୋଲି କହିଛନ୍ତି ଅଷ୍ଟିନ । ଆମେରିକୀୟ ସୈନ୍ୟଙ୍କ ଉପରେ ଇରାନ ଆକ୍ରମଣ କରୁଥିବା ନେଇ ଗତ ଗୁରୁବାର ଇରାନର ସୁପ୍ରିମଲିଡର ଆୟାତୋଲ୍ଲା ଖୋମିନୀଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚେତାବନୀ ଦେବା ପରେ ସିରିଆରେ ଏହି ହମଲା ହୋଇଛି ।

ରାସନ ଦୁର୍ନୀତି ମାମଲାରେ ଗିରଫ ହେଲେ ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ

ନୂଆଦିଲ୍ଲୀ : ରାସନ ଦୁର୍ନୀତି ମାମଲାରେ ଗିରଫ ହେଲେ ପଶ୍ଚିମବଙ୍ଗର ପୂର୍ବତନ ଖାଦ୍ୟ ଯୋଗାଣ ଏବଂ ବର୍ତ୍ତମାନର ଜଙ୍ଗଲ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ । ଦୁର୍ନୀତି ମାମଲାରେ ଜ୍ୟୋତିପ୍ରିୟଙ୍କୁ ଗିରଫ କରିଛି ଇଡି । ୨୩ ଘଣ୍ଟା ଧରି ମାରାଥନ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । କିଛିଦିନ ପୁର୍ବରୁ ସମାନ ମାମଲାରେ ଏକ ରାଇସ ମିଲ ମାଲିକ ବାକିବୁର ରହେମାନ୍ ନାମକଙ୍କୁ ଇଡି ଗିରଫ କରିଥିଲା ।

ବାକିବୁର ବିଭିନ୍ନ ଅଞ୍ଚଳରେ କିଣିଥିବା ଜମି ଓ ଫ୍ଲାଟର ମୂଲ୍ୟ ପ୍ୟାୟ ୧୦୦କୋଟି ଟଙ୍କା ହେବ ବୋଲି ଇଡି ଜାଣିବାକୁ ପାଇଥିଲା । ଜ୍ୟୋତିପ୍ରିୟଙ୍କ ସହ ବାକିବୁରର ସମ୍ପର୍କ ଥିବା ଜଣାପଡ଼ିବା ପରେ ତଦନ୍ତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜ୍ୟୋତିପ୍ରିୟଙ୍କ ଘର ସହିତ ବିଭିନ୍ନ ସ୍ଥାନରେ ରେଡ୍ କରି ମାରାଥନ ପଚରାଉଚରା କରାଯାଇଥିଲା । ପରେ ଗତକାଲି ରାତି ୩ଟାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ସୀମାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ : ବିଏସଏଫ ପୋଷ୍ଟ ଉପରେ ମୋର୍ଟାର ମାଡ଼

ନୂଆଦିଲ୍ଲୀ :  ସୀମାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ଜମ୍ମୁ ଆର୍ନିଆ ଅଞ୍ଚଳରେ ବିଏସଏଫ ପୋଷ୍ଟ ଉପରେ ପାକିସ୍ତାନ ମୋର୍ଟାର ମାଡ଼ କରିଛି । ପାକ ରେଞ୍ଜର୍ସ ମାନେ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ପାକିସ୍ତାନର ଆକ୍ରମଣରେ ଜଣେ ବିଏସଏଫ ଯବାନଙ୍କ ସହ ତିନି ନାଗରିକ ଆହତ ହୋଇଛନ୍ତି । ପୂରା ସେକ୍ଟରରେ ପାକିସ୍ତାନ ସେନା ଗୁଳିମାଡ଼ କରିଥିବା ସୂଚନା ମିଳିଛି । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛନ୍ତି ବିଏସଏଫ ଯବାନ । ବିଏସଏଫର ପାଲଟା କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୨ଟି ଓ୍ବାଚ୍ ଟାଓ୍ବାର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ସୀମାରେ ହାଇଆଲର୍ଟ ଜାରି କରାଯାଇଥିବାବେଳେ ଗାଁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।

ଉଗ୍ର ହେଉଛି ପଟିଆ ପଦ୍ମକେଶରପୁର ଗୋଷ୍ଠୀ ସଂଘର୍ଷ : ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା, ପଡ଼ିଲା ବୋମା

ଭୁବନେଶ୍ୱର : ଉଗ୍ରରୂପ ନେଲା ଭୁବନେଶ୍ବର ପଟିଆ ପଦ୍ମକେଶରପୁର ଗୋଷ୍ଠୀ ସଂଘର୍ଷ । ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା, ପଡ଼ିଲା ବୋମା । ବାପ ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ ଅଭିଯୁକ୍ତ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଟେକାପଥର, ବୋତଲ ସହ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାରୁ ଦୁଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ଆକ୍ରମଣ ହୋଇଛି । ଆକ୍ରମଣରେ ବାପପୁଅ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାବେଳେ ପଦ୍ମକେଶରପୁର ପୁରୁଷ ଶୂନ୍ୟ ହୋଇଯାଇଛି । ଗୋଷ୍ଠୀ ସଂଘର୍ଷ ପରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । ଉତ୍ତେଜନା ଲାଗିରହିଥିବାରୁ ଦୁଇ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନପରଠୁ ଗାଁରେ ହିଂସା ଲାଗିରହିଛି । ଗତ ସେପ୍ଟେମ୍ବରରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଘଟଣାରେ ଉଭୟ ପକ୍ଷର ପାଖାପାଖି ୨୦ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ଓଡ଼ିଶା ପାଇଁ ଗୌରବ ଆଣିଲେ ପାରା ଆଥଲେଟ୍ ପ୍ରମୋଦ ଭଗତ

ନୂଆଦିଲ୍ଲୀ : ସୁନା ଜିତିଲେ ସୁନା ପୁଅ । ଓଡ଼ିଶା ପାଇଁ ଗୌରବ ଆଣିଲେ ପାରା ଆଥଲେଟ୍ ପ୍ରମୋଦ ଭଗତ । ପାରା ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ପ୍ରମୋଦ ଜିତିଛନ୍ତି ଗୋଲ୍ଡ ମେଡାଲ । ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲରେ ୨୨-୨୦, ୧୮-୨୧, ୨୧-୧୯ରେ ବିଜୟୀ ହୋଇଛନ୍ତି ପ୍ରମୋଦ । ପୂର୍ବରୁ ସେ ମିଶ୍ରିତ ଯୁଗଳରେ କାଂସ୍ୟ ଓ ଯୁଗଳରେ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ । ପ୍ରଥମ ଥର ପାଇଁ ପାରା ଏସିଆନ ଗେମ୍ସରେ ୩ଟି ପଦକ ହାସଲ କରିଛନ୍ତି ପ୍ରମୋଦ। ୨୦୧୪ ରେ ଏକକରେ କାଂସ୍ୟ ପଦକ ହାସଲ କରିଥିଲେ । ୨୦୧୮ରେ ଏକକରେ ସ୍ବର୍ଣ୍ଣ ଓ ଯୁଗଳରେ କାଂସ୍ୟ ପଦକ ହାସଲ କରିଥିଲେ ପ୍ରମୋଦ ।

ଆସନ୍ତାକାଲି କୁମାର ପୁର୍ଣ୍ଣିମା : ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି

ପୁରୀ :  ଆସନ୍ତାକାଲି କୁମାର ପୁର୍ଣ୍ଣିମା । ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ନୀତିନିର୍ଘଣ୍ଟ ହୋଇଛି । ୨୮ ତାରିଖ ରାତି ୨ ଟାରୁ ଦ୍ବାରଫିଟା ଯାଇ ଭୋର ୪ଟା ୩୦ ରୁ ୫ଟା ୩୦ ମଧ୍ୟରେ ରାଧା ଦାମୋଦର ବେଶ, ସକାଳ ୮ ଟା ରୁ ୮ଟା ୩୦ ମଧ୍ୟରେ ବାଳଭୋଗ ଓ ଅପରାହ୍ଣ ୨ ଟାରେ ଗ୍ରହଣ ମହାସ୍ନାନ ଶେଷ ହେବ । ୪ ଟା ୪ ମିନିଟ ୫୫ ସେକେଣ୍ଡରୁ ପାକ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବ ।

ସେପଟେ ଚନ୍ଦ୍ରଗ୍ରହଣ ପାଇଁ ସମ୍ବଲପୁରର ଇଷ୍ଟଦେବୀ ସମଲେଶ୍ବରୀଙ୍କ ପୂଜାବିଧି ପାଇଁ ନୀତିନିର୍ଘଣ୍ଟ ସ୍ଥିର ହୋଇଛି । ମଙ୍ଗଳ ଆଳତି ସକାଳ ୫ଟାରେ ହେବ । ସକାଳ ୬ ଟାରୁ ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ହେବ ଅନ୍ୟନୀତି । ୧୧ଟା ୪୫ରୁ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ । ଏହି ସମୟରେ ମାଆଙ୍କ ନିକଟରେ ଅନ୍ନଭୋଗ ଲାଗିହେବ । ଏହାପରେ ମାଆଙ୍କ ରାଜରାଜେଶ୍ବରୀ ବେଶ, ଧ୍ବଜରୋହଣ ପର୍ବ ଓ ମହାଦୀପ ଉଠିବ । ଅପରାହ୍ନ ୨ ଟାରୁ ୩ଟା୧୫ ପର୍ଯ୍ୟନ୍ତ ପୁଣି ଲୋକମାନେ ଦର୍ଶନ ସୁଯୋଗ ପାଇବେ । ଏହାପରେ ଗ୍ରହଣ ଯୋଗୁଁ ମନ୍ଦିର ବନ୍ଦ ରହିବ ବୋଲି ସମଲେଶ୍ବରୀ ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି ।

ଆଜି ପ୍ରଫେସର ଗଣେଶୀ ଲାଲଙ୍କ ସରୁଛି କାର୍ଯ୍ୟକାଳ

ଭୁବନେଶ୍ୱର : ଆଜି ଓଡ଼ିଶା ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲଙ୍କ ସରୁଛି କାର୍ଯ୍ୟକାଳ । ୨୦୧୮ ମେ ୨୫ରେ ଓଡ଼ିଶା ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ ପ୍ରଫେସର ଗଣେଶୀ ଲାଲ୍ । ସେପଟେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଆସନ୍ତା ୨୯ ତାରିଖ ଦିନ ଭୁବନେଶ୍ବରରେ ପହଞ୍ଚିବେ । ୩୦ ତାରିଖ ଦିନ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ । ୩୧ ତାରିଖରେ ନୂଆ ରାଜ୍ୟାପାଳ ଭାବେ ଦାୟିତ୍ବ ନେବେ ରଘୁବର ଦାସ । ତେବେ ବିଦାୟ ପୂର୍ବରୁ ପ୍ରଫେସର ଗଣେଶୀ ଲାଲଙ୍କୁ ଗତକାଲି ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।