ଭାରତ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି!

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇପାରନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ୨୦୨୪ ଜାନୁୟାରୀ ୨୬ରେ ଭାରତର ଗଣତନ୍ତ୍ର ଦିବସ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ଜାନୁୟାରୀ ୨୬ରେ ବାଇଡେନଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ସେ କିଛି କାରଣ ହେତୁ ଜାନୁୟାରୀରେ ଏଠାକୁ ଆସିବାକୁ ମନା କରିଦେଇଥିଲେ। ଏହା ପରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କୁ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି  । ପ୍ୟାରିସରେ ବଷ୍ଟିଲ୍ ଡେ ପ୍ୟାରେଡରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଥିଲେ ।

ଜାନୁଆରୀ ୨୬ ରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବା ପାଇଁ ଯଦି ଆସନ୍ତି, ତେବେ ସେ ଷଷ୍ଠ ନେତା ହେବେ । ୧୯୭୬ ରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଜ୍ୟାକ୍ ଚିରାକ ପ୍ରଥମେ ଗଣତନ୍ତ୍ର ଦିବସରେ ଯୋଗ ଦେଇଥିଲେ ।  ଏହା ପରେ ୧୯୮୦ରେ ଫ୍ରାନ୍ସର ରାଷ୍ଟ୍ରପତି ଭାଲେରୀ ଜିସ୍କାର୍ଡ ଡି ଏଷ୍ଟିଂ, ୧୯୯୮ରେ ରାଷ୍ଟ୍ରପତି ଜ୍ୟାକ ଚିରାକ ଯୋଗ ଦେଇଥିବା ବେଳେ ୨୦୦୮ରେ ରାଷ୍ଟ୍ରପତି ନିକୋଲାସ ସାର୍କୋଜି ଏବଂ ୨୦୧୬ରେ ରାଷ୍ଟ୍ରପତି ଫ୍ରାଙ୍କୋଇସ ଓଲାଣ୍ଡ ଭାରତର ଗଣତନ୍ତ୍ର ଦିବସରେ ଅଂଶଗ୍ରହଣ କରିଛନ୍ତି । ଭାରତ ଏପର୍ଯ୍ୟନ୍ତ ସର୍ବାଧିକ ସଂଖ୍ୟକ ଫ୍ରାନ୍ସ ନେତାଙ୍କୁ ଗଣତନ୍ତ୍ର ଦିବସରେ ଅତିଥି କରିଛି ।