ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ଯାଜପୁର : ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ। ଯାଜପୁର ମାନସାପୋଲ ନିକଟରେ ଏକ ଘରୋଇ ନର୍ସିଂହୋମରେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ହସ୍ପିଟାଲକରେ ଉତ୍ତେଜନା ଦେଖାଦେଇଛି। ମୃତ ମହିଳା ହେଲେ ଯାଜପୁର ପଣସା ପଞ୍ଚାୟତର ବିଜୟ କୁମାର ରାଉତରାୟଙ୍କ ପତ୍ନୀ ସସ୍ମିତା ରାଉତରାୟ।

ସୂଚନା ଅନୁଯାୟୀ ଗତକାଲି ସସ୍ମିତାଙ୍କ ପ୍ରସବ ବେଦନା ପରେ ତାଙ୍କୁ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅପରେସନ ପରେ ସସ୍ମିତାଙ୍କର ଅଧିକ ରକ୍ତସ୍ରାବ ହେବାରୁ ନିର୍ସିଂହୋମ୍ କର୍ତ୍ତୃପକ୍ଷ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ କହିଥିଲେ। ପରିବାର ଲୋକ ମହିଳାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଆଣିବା ପରେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ନର୍ସିଂହୋମ ବିରୋଧରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଅଭିଯୋଗ ନେଇ ନର୍ସିଂହୋମ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ ।