spot_img
Home Blog Page 2661

ଜୟନାରାୟଣଙ୍କ ମାନସିକ ସ୍ଥିତି ଠିକ ନାହିଁ, ବିଜେପି ନେତାଙ୍କୁ ଅନୁରୋଧ ତୁରନ୍ତ ଚିକିତ୍ସା କରାଅ: ଲେନିନ୍

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରଣ ମିଶ୍ରଙ୍କୁ ବିଜେଡିର ଟାର୍ଗେଟ । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଲେ- ଜୟନାରାୟଣ ମିଶ୍ରଙ୍କ ମାନସିକ ସ୍ଥିତି ଠିକ୍ ନାହିଁ । କୋଲକାତାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ସକ୍‌ ଟ୍ରିଟମେଣ୍ଟକୁ ଡରି ଲୁଚିକି ପଳାଇ ଆସିଛନ୍ତି । ଚିକିତ୍ସା ସମ୍ପୂର୍ଣ୍ଣ ହୋଇନି, ତେଣୁ ପ୍ରତିଦିନ କିଛି ନା କିଛି ବାଉଳି ଚାଉଳି ହେଉଛନ୍ତି । ଏହାସହ ତାଙ୍କୁ ତୁରନ୍ତ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପରାମର୍ଶ ଦେଇଛନ୍ତି ।

ଲେନିନ କହିଛନ୍ତି, ‘କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସିଥିବା ବେଳେ ଜୟନାରାୟଣ ମିଶ୍ର କୋଲକାତାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେଣୁ ସେତେବେଳେ କ’ଣ ଘଟିଥିଲା ତାହା ଜାଣିବା ତାଙ୍କ ପକ୍ଷେ ସମ୍ଭବ ପର ନଥିଲା । ସେଥିପାଇଁ ଗଣମାଧ୍ୟମ ସାମ୍ନାରେ ପୁଣି ନିଜର ପାଗଳାମି ଦେଖାଇଛନ୍ତି ।’

ମନମୋହନଙ୍କୁ ସମ୍ବାଲପୁର ନଯିବାକୁ ପରାମର୍ଶ

ଏହି କ୍ରମରେ ବିଜେପି ରାଜ୍ୟ ସଭାପତି ସାମଲଙ୍କୁ ସମ୍ବଲପୁର ନଯିବାକୁ ଲେନିନ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ‘ମନମୋହନ ବାବୁଙ୍କୁ ଅନୁରୋଧ, ତୁରନ୍ତ ଜୟନାରାୟଣଙ୍କ ଚିକିତ୍ସା ବ୍ୟବସ୍ଥା କରାନ୍ତୁ । ଚିକିତ୍ସା ନସରିଲା ପର୍ଯ୍ୟନ୍ତ ଦୟାକରି ସମ୍ବଲପୁର ଯାଆନ୍ତୁନି । ନଚେତ ବଲାଙ୍ଗୀରରେ ସିନା ଆପଣ ଅଳ୍ପକେ ମାଡ ଖାଇବାରୁ ବର୍ତ୍ତିଗଲେ, ହେଲେ ସମ୍ବଲପୁରରେ ଜୟନାରାୟଣ ମିଶ୍ରଙ୍କ ବାଚଳାମିରୁ ବର୍ତ୍ତି ପାରିବେ ନାହିଁ ।’ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସହ କଣ ଘଟିଥିଲା ସେ କଥା ବି ମନମୋହନଙ୍କୁ ମନେ ପକାଇ ଦେଇଛନ୍ତି ଲେନିନ ।

ଏହାସହ ଜୟନାରାୟଣଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅଣଦେଖା ନକରିବାକୁ ସବୁ ବିଜେପି ନେତାଙ୍କୁ ପରାମର୍ଶ ଦେବା ସହ ତୁରନ୍ତ ଉତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଛନ୍ତି ।

ତିନିଦିନ ବଢ଼ିଲା ଆପ ନେତା ସଞ୍ଜୟ ସିଂଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ମଦନୀତି ମାମଲାରେ ଇଡି ଦ୍ବାରା ଗିରଫ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ରିମାଣ୍ଡ ତିନିଦିନ ବଢ଼ାଇ ଦେଇଛନ୍ତି କୋର୍ଟ । ରିମାଣ୍ଡ ବଢ଼ାଇବା ନେଇ ଇଡି କୋର୍ଟରେ ଆବେଦନ କରିଥିଲା । କୋର୍ଟରେ ଇଡି ପକ୍ଷରୁ ୫ ଦିନ ରିମାଣ୍ଡ ବଢ଼ାଇବାକୁ ଆବେଦନ କରାଯାଇଛି ।

ରିମାଣ୍ଡ ଅବଧି ବଢ଼ାଇବାକୁ ଆବେଦନ କରି ଇଡି ପକ୍ଷରୁ କୁହାଯାଇଥିଲା, ସଞ୍ଜୟ ପ୍ରଶ୍ନର ଉତ୍ତର ଠିରେ ଦେଉନାହାନ୍ତି । ଏହାସହ ତଦନ୍ତରେ ସଞ୍ଜୟ ସହଯୋଗ କରୁନାହାନ୍ତି । ଫୋନ୍ ଡାଟା ସମ୍ପର୍କରେ ପଚରାଯିବାରେ ସେ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ ।

ଇଡି ପକ୍ଷରୁ ଓକିଲ କହିଛନ୍ତି, ‘ନିକଟରେ ଚଣ୍ଡିଗଡ଼ରେ ଜଣେ ବ୍ୟବସାୟୀଙ୍କ ଘରେ ରେଡ କରାଯାଇ ତାଙ୍କ ବୟାନ ରେକର୍ଡ କରାଯାଇଛି । ତାଙ୍କ ପାଖରୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି । ଏହାର ତଥ୍ୟ ଏବେ ଦେଇ ହେବନି । ଏହି ମାମଲାରେ ଲାଞ୍ଚ ମାଗିବାର ପ୍ରମାଣ ତଦନ୍ତକାରୀ ସଂସ୍ଥା ପାଖରେ ଅଛି ଓ ଇଡି ଏହାର ତଦନ୍ତ କରୁଛି ।’

ଦେଶର ପ୍ରଥମ ଘରୋଇ ସୁନା ଖଣି, ବର୍ଷକୁ ବାହାରିବ ୭୫୦ କିଲୋ ସୁନା

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଓ ପ୍ରଥମ ଘରୋଇ ସୁନା ଖଣିରୁ ଆଗାମୀ ବର୍ଷରୁ ଆରମ୍ଭ ହେବ ସୁନା ଉତ୍ପାଦନ । ଏହି ସୁନା ଖଣି ଆନ୍ଧ୍ର ପ୍ରଦେଶର କୁରନୁଲ ଜିଲ୍ଲାରେ ରହିଛି । ଏଥିରୁ ପାଇଲଟ ସ୍କେଲରେ ଅପରେସନ ପୂର୍ବରୁ ଆରମ୍ଭ ହୋଇ ସାରିଛି । ଡେକାନ ଗୋଲ୍ଡ ମାଇନ୍ସ ଏମଡି ହନୁମା ପ୍ରସାଦ କହିଛନ୍ତି, ଆସନ୍ତାବର୍ଷ ଶେଷ ବେଳକୁ ଏହି ସୁନା ଖଣିରୁ ସୁନା ଉତ୍ପାଦନ ଆରମ୍ଭ ହେବ ।

ହନୁମାଙ୍କ ଅନୁସାରେ, ଏହି ଜୋନ୍ନାଗିରି ଗୋଲ୍ଡ ପ୍ରୋଜେକ୍ଟରେ ପାଇଲେଟ ସ୍କେଲ ଅପରେସନ ଜାରି ରହିଛି । ଏବେ ପୂର୍ଣ୍ଣ କ୍ଷମତାରେ ଏହା ଆରମ୍ଭ ହୋଇଯିବ । ପାଇଲଟ ପ୍ରୋଜେକ୍ଟ ଅନୁସାରେ ଏବେ ମାସକୁ ପ୍ରାୟ ଏକ କେଜି ସୁନା ଏଠାରେ ବାହାରୁଛି । ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ବର୍ଷକୁ ୭୫୦ କେଜି ସୁନା ଏଠାରୁ ଖନନ କରାଯାଇପାରିବ । ଆସନ୍ତାବର୍ଷ ଅକ୍ଟୋବର-ନଭେମ୍ବର ବେଳକୁ କାମ ଆରମ୍ଭ ହୋଇଯିବ ।

୨୦୧୩ରେ ଏହି ଖଣି ଡେକାନ ଗୋଲ୍ଡ ମାଇନ୍ସ ଲିମିଟେଡକୁ ଦିଆଯାଇଥିଲା । ରିସର୍ଚ୍ଚ ପାଇଁ ୮ରୁ ୧୦ ବର୍ଷ ଲାଗିଥିଲା । ସୂଚନାଯୋଗ୍ୟ ସେୟାର ମାର୍କେଟର ମୁଖ୍ୟ ଇଣ୍ଡେକ୍ସ ବିଏସଇରେ ଲିଷ୍ଟ ହୋଇଥିବା ଏକମାତ୍ର ସୁନା ସନ୍ଧାନ କରୁଥିବା ଡେକ୍କାନ ଗୋଲ୍ଡ ମାଇନ୍ସ ଲିମିଟେଡର ଜିୟୋମିସୋର ସର୍ବିସ ଇଣ୍ଡିଆ ଲିମିଟେଡରେ ୪୦ ପ୍ରତିଶତ ଭାଗିଦାରୀ ରହିଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୨ ଶହ କୋଯି ଟଙ୍କା ନିବେଶ କରାଯାଇ ସରିଛି ।

କ୍ଷମା ମାଗିଥିଲେ, ଏବେ ପୁଣିଥରେ ପାନ ମସଲା ବିଜ୍ଞାପନ କରୁଛନ୍ତି ଅକ୍ଷୟ

ନୂଆଦିଲ୍ଲୀ:  ପାନ ମସଲା ବିଜ୍ଞାପନକୁ ନେଇ ପୁଣି ଚର୍ଚ୍ଚାରେ ବଲିଉଡ ଷ୍ଟାର ଅକ୍ଷୟ କୁମାର । ଗତବର୍ଷ ଏଭଳି ବିଜ୍ଞାପନ କରିବି ନାହିଁ କହି କ୍ଷମା ମାଗିଥିବାବେଳେ ଚଳିତ ବର୍ଷ ପୁଣିଥରେ ବିଜ୍ଞାପନରେ ନଜର ଆସି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛନ୍ତି । ଏହି ଖବର ସୋସିଅଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।   ICC ଓ୍ୱାର୍ଲଡ କପରେ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମ୍ୟାଚ୍‌ ସମୟରେ ଅକ୍ଷୟ କୁମାରଙ୍କ ଏକ ନୂଆ ବିଜ୍ଞାପନ ଦେଖିବାକୁ ମିଳିଥିଲା ।  ଯେଉଁଥିରେ ସେ ଶାହାରୁଖ ଏବଂ ଅକ୍ଷୟ କୁମାରଙ୍କ ସହ ନଜର ଆସିଥିଲେ ।  କିନ୍ତୁ ବିଜ୍ଞାପନକୁ ନେଇ ଅକ୍ଷୟ କୁମାରଙ୍କୁ ଟ୍ରୋଲ ହେବାକୁ ପଡ଼ିଛି ।     କାରଣ ଗତବର୍ଷ ଏହିଭଳି ବିଜ୍ଞାପନକୁ ନେଇ କ୍ଷମା ମାଗିଥିଲେ ଅକ୍ଷୟ ଏବଂ ପୁନର୍ବାର ଏଭଳି ବିଜ୍ଞାପନ କରିବେ ନାହିଁ ବୋଲି କହିଥିଲେ ।

ମ୍ୟାଚ୍‌ ମଝିରେ ଦେଖାଯାଇଥିବା ବିଜ୍ଞାପନ ଭିଡ଼ିଓ ସୋସିଅଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।  ତିନି ଲୋକପ୍ରିୟ କଳାକାର ପାନ ମସଲାକୁ ପ୍ରମୋଟ କରୁଛନ୍ତି ।  କ୍ଷମା ମାଗି କଥା ନରଖିଥିବାରୁ ଫ୍ୟାନ୍ସ ଅକ୍ଷୟଙ୍କୁ ଜୋରଦାର ଟ୍ରୋଲ କରୁଛନ୍ତି ।

ତେବେ ଏହା ପୂର୍ବରୁ ଗତବର୍ଷ ଏଭଳି ବିଜ୍ଞାପନକୁ ନେଇ ଅକ୍ଷୟ କୁମାରଙ୍କୁ ଉପରେ ଫ୍ୟାନ୍ସ ନାରାଜ ହୋଇ ଯାଇଥିଲେ ।  ନିଜ ଫ୍ୟାନ୍ସ ଏବଂ ସୁଚିନ୍ତକଙ୍କୁ ଅକ୍ଷୟ କ୍ଷମା ମାଗିଥିଲେ ।  ତେବେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ତାଙ୍କ ଉପରେ ପ୍ରଭାବ ପକାଇଥିଲା ବୋଲି ସେ କହିଥିଲେ ।  ଏହାବାଦ୍‌ ଅକ୍ଷୟ ପାନ ମସଲା କମ୍ପାନୀ ସହିତ କଣ୍ଟ୍ରାକ୍ଟ ତୁରନ୍ତ ରବ୍ଦ କରିଥିଲେ ।  କିନ୍ତୁ ପୁରୁଣା ବିଜ୍ଞାପନ କମ୍ପାନୀ ଜାରି ରଖିବ ବୋଲି ପୂର୍ବରୁ କଣ୍ଟ୍ରାକ୍ଟ ହୋଇଥିଲା ।

ଅକ୍ଷୟଙ୍କ ଫିଲ୍ମ ବିଷୟରେ ଯଦି ଆଲୋଚନା କରିବା ତେବେ ଅକ୍ଷୟଙ୍କ ମିଶନ ସନିଗଞ୍ଜ ରିଲିଜ ହୋଇଛି ।  କିନ୍ତୁ ଫିଲ୍ମକୁ ଏତେ ଖାସ୍‌ ରେସପନ୍ସ ମିଳିନାହିଁ ।

ରିଲ୍‌ ନୁହେଁ ରିଅଲ, ଇସ୍ରାଏଲରେ ଜୀବନ ବଞ୍ଚାଉଛନ୍ତି ନେଟଫ୍ଲିକ୍ସ ହିରୋ

ନୂଆଦିଲ୍ଲୀ:  ରିଲ୍‌ ନୁହେଁ ରିଅଲ ହିରୋ ।   ଚର୍ଚ୍ଚାରେ ଇସ୍ରାଏଲର ମେଗା ଧାରାବାହିକ ଅଭିନେତା ଲିଓର ରାଜ୍‌ ।  ନେଟଫ୍ଲିକ୍ସ ଡ୍ରାମା ଫୌଦା ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଇସ୍ରାଏଲ ଅଭିନେତା  ଲିଓର ରାଜ୍‌ ଏବେ ଇସ୍ରାଏଲ ଓ ହମାସ ଯୁଦ୍ଧରେ ହେଡଲାଇନ୍‌ ପାଲଟିଛନ୍ତି ।  ଟୁଇଟରରେ  ୨୦ ସେକେଣ୍ଡର ଏକ ଭିଡ଼ିଓ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି ଲିଓର ରାଜ୍‌ ।  ଭିଡ଼ିଓରେ ସେ ଦୁଇଟି ପରିବାରକୁ ରକ୍ଷା କରୁଥିବାର ଦେଖିବାକୁ ମିଳିଛି ।  ଘନ ଘନ ରକେଟ୍‌ ମାଡ଼୍‌ ଏବଂ ବିସ୍ଫୋରଣ ମଧ୍ୟରେ ହିରୋ ସାଜିଛନ୍ତି ଲିଓର । ବୃତ୍ତିଗତ ଅଭ୍ୟାସକୁ ବାସ୍ତବ ଜୀବନରେ ବ୍ୟବହାର କରିଛନ୍ତି । ସ୍ୱେଚ୍ଛାସେବୀ ସଙ୍ଗଠନ ‘ବ୍ରଦର୍ସ ଇନ୍‌ ଆର୍ମ୍ସ’ରେ ଯୋଗ ଦେଇଛନ୍ତି ଏହି ଅଭିନେତା ।

https://www.instagram.com/reel/CyMD8VOMLKf/?utm_source=ig_web_copy_link

ସୂଚନାଯୋଗ୍ୟ ୫୧ ବର୍ଷୀୟ ଲିଓ ରାଜ୍‌ ‘ହିଟ୍‌ ଆଣ୍ଡ୍‌ ରନ୍‌’ ଏବଂ ସିକ୍ସ ଅଣ୍ଡରଗ୍ରାଉଣ୍ଡ’ ପାଇଁ ବେଶ୍‌ ପରିଚିତ । ଫିଲ୍ମରେ ଅଭିନୟ କରି କରି ବାସ୍ତବ ଜୀବନରେ ମଧ୍ୟ ବୃତ୍ତିକୁ ଆପଣାଇଲେ ଏହି ଅଭିନେତା । ଦକ୍ଷିଣ ଇସ୍ରାଏଲରେ ଫସିଥିବା ନିରୀହଙ୍କ ଜୀବନ ବଞ୍ଚାଇବା ପାଇଁ  ୨୪ ଘଣ୍ଟା ହେବ କାମ କରୁଥିବା ଶହ ଶହ ସାହସୀ ବୀରଙ୍କ ସହିତ ଲୋକଙ୍କୁ ରକ୍ଷା କରିବା ପାଇଁ  ଅଣ୍ଟା ଭିଡ଼ିଛନ୍ତି ଲିଓର ରାଜ୍‌ ।

ଜଳ,ସ୍ଥଳ ଓ ଆକାଶରୁ କେମିତି ହମାସ କରିଥିଲା ହମଲା ?

ତେଲ ଅବିବ:   ଶନିବାର ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କରିଛି ହମାସ । ଗତ ଦଶନ୍ଧି ମଧ୍ୟରେ ଏହା ହେଉଛି  ଛାତି ଥରାଇବା  ଦେବାଭଳି  ଆତଙ୍କବାଦୀ ଆକ୍ରମଣ ।   କେବଳ ସ୍ଥଳ ଭାଗ ନୁହେଁ ବରଂ କୌଣସି ମଧ୍ୟ ସୀମାକୁ ଛାଡ଼ିନାହିଁ ଏହି ଆତଙ୍କବାଦୀ ସଙ୍ଗଠନ ।  ଜଳ, ସ୍ଥଳ ଏବଂ ଆକାଶ ପଥକୁ ବ୍ୟବହାର କରି ଆକ୍ରମଣ କରିଛି ହମାସ । ଦିନେ ନୁହେଁ କି ଦୁଇ ଦିନ ନୁହେଁ ବରଂ  ବର୍ଷ ବର୍ଷର ପରିକଳ୍ପିତ ଯୋଜନା ସହିତ ଆକ୍ରମଣ କରାଯାଇଛି ।     ସବୁଠାରୁ ବଡ଼ କଥା ହେଉଛି ଏହି ଆକ୍ରମଣରେ  ଇସ୍ରାଏଲର ଦୁର୍ବଳ ଡିଫେନ୍ସ ସିଷ୍ଟମ କଥା ପଦାରେ ପଡ଼ିଛି ।  ।  ଇସ୍ରାଏଲର ଡିଫେନ୍ସ ସିଷ୍ଟମକୁ ନେଇ ଏବେ ସବୁଠି ଚର୍ଚ୍ଚା । କେମିତି ସଫଳତାର ରୂପ ନେଲା ହମାସର ଷଡ଼ଯନ୍ତ୍ର ?  କେମିତି ଆତଙ୍କାବଦୀ ତାଙ୍କ ଯୋଜନକୁ ସଫଳ କରିବାରେ ସକ୍ଷମ ହେଲେ ?  କେମିତି ଇସ୍ରାଏଲ ଏତେ ବଡ଼ ଆକ୍ରମଣ ବିଷୟରେ ସମ୍ୟକ ଧାରଣା ମଧ୍ୟ ପାଇଲାନି ।  ଏହା ଏବେ ସମସ୍ତଙ୍କ ବୁଝିବା ବାହାରେ ।  ରିପୋର୍ଟ କହୁଛି,  ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସ ଏହି ବିନାଶକାରୀ ଆକ୍ରମଣକୁ ସଫଳ କରିବା ପାଇଁ ହଜାରେ ଜଣଙ୍କୁ ନେଇ ଏକ ସେନା ଗଠନ କରିଥିଲା ।  ଏମାନଙ୍କୁ ସ୍ପେଶାଲ ୟୁନିଟ୍ସରେ ନିୟୋଜିତ କରାଯାଇଥିଲା ।  ତେବେ ଇସ୍ରାଏଲ ଏବଂ ପାଲେଷ୍ଟାନ ଯୁଦ୍ଧରେ ଏପର୍ଯ୍ୟନ୍ତ  ୧ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।

ଏ ଯୋଜନା ମାସେ କିମ୍ବା ଦୁଇମାସର ନୁହେଁ । ଗତ ୨୦୨୧ରେ ହୋଇଥିବା ଯୁଦ୍ଧ ପରଠାରୁ  ଗାଜାରେ ଏହି ଆତଙ୍କାବାଦୀମାନେ ପ୍ରଶିକ୍ଷଣ ନେଉଥିଲେ । ଏମାନେ ଏକ ନକଲି ଇସ୍ରାଏଲ ବସ୍ତି ମଧ୍ୟ ନିର୍ମାଣ କରିଥିଲେ ।   ଯାହାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି ।   ତେବେ  କୁହାଯାଉଛିଯେ କେତେକ ହମାସ ନେତାଙ୍କ ନିକଟରେ ଏହା ବାବଦରେ ପୂର୍ବରୁ  କୌଣସି  ମଧ୍ୟ ସୂଚନା ନଥିଲା ।   ଅନ୍ୟପଟେ ହମାସ ପ୍ରଥମେ କହିଥିଲାଯେ  ପ୍ରାରମ୍ଭରେ ସେ ୩ ହଜାର ରକେଟ୍‌ ମାଡ଼ କରିଥିଲା  ।  କିନ୍ତୁ ଇସ୍ରାଏଲ ସେନାର କହିବା ହେଉଛି ହମାସ ପ୍ରଥମେ  ୨ ହଜାର ୫ ଶହ ରକେଟ୍‌ ମାଡ଼ କରିଥିଲା ।  ଲୋକଙ୍କୁ ଡରାଇବା ଏବଂ ଭ୍ରମିତ କରିବା ଥିଲା ଏହି ରକେଟ୍‌ ମାଡ଼ର ଲକ୍ଷ୍ୟ ।  କେବଳ ସେତିକି ନୁହେଁ ବରଂ  ଗାଜା ନିକଟସ୍ଥ ମଜବୁତ ବାଡ଼କୁ ଭାଙ୍ଗିବା ଏବଂ ଅପରେସନକୁ  ପରିଣାମ ଦେବା ଥିଲା ଏମାନଙ୍କ ଲକ୍ଷ୍ୟ ।

 ଇସ୍ରାଏଲରେ ପହଞ୍ଚିବାପାଇଁ  ଆତଙ୍କବାଦୀଙ୍କ ପାଇଁ ଆକାଶ ମାର୍ଗରେ ରାସ୍ତା ସାଜିଥିଲା ପାରାଗ୍ଲାଇଡର ।  ସୀମାରେ ପହଞ୍ଚିବାପାଇଁ ଏହାଠାରୁ ଭଲ ରାସ୍ତା ଏମାନଙ୍କ ନିକଟରେ ଆଉ କିଛି ନଥିଲା ।  ଓ୍ୱାନ୍‌ ପର୍ସନ ପାରାଗ୍ଲାଇଡରକୁ ମଧ୍ୟ ବ୍ୟବହାର  କରିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।  ବାକି ଆତଙ୍କବାଦୀ ଟୁ ପର୍ସନ ପାରାଗ୍ଲାଇଡର ଦ୍ୱାରା ସୀମା ପାର୍‌ ହୋଇଥିଲେ ଆଉ ହାତରେ ଥିଲା ପୁଳା ପୁଳା ମାରାତ୍ମକ ଅସ୍ତ୍ର ଶସ୍ତ୍ର ।  ଫାଇଟର ଜେଟ୍ସ ମଧ୍ୟ ଭିଡ଼ିଓରେ ନଜର ଆସିଛି ।

ଏଲିଟ କମାଣ୍ଡୋ ଗ୍ରାଉଣ୍ଡ ୟୁନିଟ୍‌ :

 ଏହା ୪ ଶହ ଏଲିଟ କମାଣ୍ଡୋଙ୍କ ଗ୍ରୁପ୍‌ । ଯାହାର ଲକ୍ଷ୍ୟ ବିସ୍ଫୋଟକ ସାହାଯ୍ୟରେ  ଗାଜାର ସୀମାକୁ ଭାଙ୍ଗି ଅନୁପ୍ରବେଶ କରିବା ।  କିଛି କ୍ରାସ୍‌ ଅନ୍‌ ମୋଟର ସାଇକେଲ ପରେ ବୁଲଡୋଜରର ମଧ୍ୟ ବ୍ୟବହାର କରାଯାଇଥିଲା । କମାଣ୍ଡୋ ପ୍ରଥମେ ଇସ୍ରାଏଲର ଫଷ୍ଟ ଡିଫେନ୍ସ  ଲାଇନ ଉପରେ ଆକ୍ରମଣ କରିଥିଲେ । ସୈନିକଙ୍କ ଶୟନ ସ୍ଥାନ ଉପରେ ମଧ୍ୟ ଆକ୍ରମଣ କରାଗଲା । ଏହାପରେ  ଦକ୍ଷିଣ ଇସ୍ରାଏଲକୁ ମଧ୍ୟ କବଜା କରାଗଲା ।  ସୀମା ଉପରେ କଡ଼ା ନଜର ରଖିବା ପାଇଁ ହମାସ ଡ୍ରୋନ୍‌ ମଧ୍ୟ ବ୍ୟବହାର କରିଛି ।

ହମାସର ଇଣ୍ଟଲିଜେନ୍ସ ୟୁନିଟ୍‌

ଇସ୍ରାଏଲ ସୈନିକଙ୍କ ସ୍ଥିତି ଏବଂ ଗତିବିଧି ଉପରେ ନଜର ରଖିବା ପାଇଁ ହମାସ ତା’ର ଇଣ୍ଟଲିଜେନ୍ସ ୟୁନିଟକୁ ବ୍ୟବହାର କରିଥିଲା ।  କିନ୍ତୁ ଏହି ୟୁନିଟ୍‌ ବାବଦରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରି ନାହିଁ ।

ଗାଁରୁ ଓଡ଼ିଶା ସଂସ୍କୃତିର ସୁରକ୍ଷା କରାଯିବା ସହ ଅତ୍ୟାଧୁନିକ ଭିତ୍ତିଭୂମିର ହେବ ବିକାଶ: ନବୀନ

ଭୁବନେଶ୍ବର: ଗାଁ ହେବ ସଶକ୍ତ ଓଡିଶାର ପ୍ରତିଛବି । ସଂସ୍କୃତିର ସୁରକ୍ଷା ସହ ଅତ୍ୟାଧୁନିକ ଭିତ୍ତିଭୂମିର ହେବ ବିକାଶ । କେନ୍ଦୁଝର ଓ ଭଦ୍ରକରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସାରା ରାଜ୍ୟରେ ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ସାମିଲ ହେବେ ରାଜ୍ୟର ୬୭୯୪ଟି ପଞ୍ଚାୟତ । ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ ୯୦ ହଜାର ୭୨୩ଟି ପ୍ରକଳ୍ପ ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି । ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ପ୍ରସାରିତ କରିବ ଏବଂ ଗଢିବ ଆମ ଓଡିଶା ନବୀନ ଓଡିଶା ।

ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ ।’

ଆଗକୁ ସେ କହିଛନ୍ତି, ‘ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ । ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ । ଭବିଷ୍ୟତ ବଂଶଧରଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳିଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ।’

ଏହାସହ ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । ୱାର୍କ ହବ ସହିତ ବ୍ୟାଙ୍କିଂ ସୁବିଧା ମିଳିବ । କାର୍ଯ୍ୟକ୍ରମରେ ଗାଁର ପ୍ରାଇମେରୀ ସ୍କୁଲ ଗୁଡିକ ମଧ୍ୟ ସାମିଲ ହେବ ବୋଲି ନବୀନ କହିଛନ୍ତି ।

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ କେନ୍ଦୁଝରର ୬ଟି ନିର୍ବାଚନ ମଣ୍ଡଳୀର ୨୯୭ଟି ପଞ୍ଚାୟତର ୩,୫୬୮ଟି ପ୍ରକଳ୍ପ ପାଇଁ ୧୪୮ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ, ଭଦ୍ରକ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀର ୨୧୮ଟି ଗ୍ରାମ ପଞ୍ଚାୟତର ୩,୩୩୭ଟି ପ୍ରକଳ୍ପ ପାଇଁ ୧୦୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନ ଲାଗି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଲୋକଙ୍କ ଆବଶ୍ୟକତାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଅନୁମୋଦନ କରିଛନ୍ତି । ସମସ୍ତେ ସ୍ବଚ୍ଛତାର ସହ ଠିକ୍ ସମୟରେ କାମ ସାରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ସେହିପରି 5T ସଚିବଙ୍କ ଗସ୍ତ ପରେ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହୋଇଛି । ଅନେକ ଦିନର ସମସ୍ୟା ଦୂର ହୋଇଛି ବୋଲି ସ୍ଥାନୀୟ ନେତୃବୃନ୍ଦ ଯୋଜନାକୁ ପ୍ରଶଂସା କରି କହିଛନ୍ତି ।

ଏହା ଆମର ଯୁବ ସମାଜ, ମାଆ, ଚାଷୀ ଭାଇ ଭଉଣୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଅମାପ ସୁଯୋଗ ଆଣିବ । ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ ।

5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସାରା ରାଜ୍ୟରେ ଜନ ପ୍ରତିନିଧି ଗାଁ ବିକାଶର ନୂଆ ପର୍ବର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଯୋଗୁଁ ଗରିବ ଓ ଅବହେଳିତଙ୍କ ମୁହଁରେ ହସ ଫୁଟିଛି ବୋଲି ସେମାନେ କହିଛନ୍ତି । 5T ସଚିବଙ୍କ ଗସ୍ତ ଯୋଗୁଁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଦୂର ହୋଇଛି ବୋଲି ସେମାନେ କହିଛନ୍ତି ।

5T ସଚିବ କହିଛନ୍ତି, ‘ସ୍ଥାନୀୟ ଅଞ୍ଚଳର ସମସ୍ୟା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ତତ୍ପର । ଓଡିଶାର ପ୍ରତି ଗାଁର ବିକାଶ ପାଇଁ କାମ କରିବାକୁ ସେ ଦୃଢ ନିର୍ଦ୍ଦେଶ ଦେଇଛନ୍ତି । ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି । ଏହାକୁ ସମସ୍ତେ ସ୍ବଚ୍ଛତାର ସହ ଓ ଠିକ୍‌ ସମୟରେ ଶେଷ କରନ୍ତୁ ।’

ଧର୍ମେନ୍ଦ୍ରଙ୍କୁ ନରସିଂହଙ୍କ ପ୍ରଶ୍ନ: ଜାତିଭିତ୍ତିକ ଜନଗଣନାକୁ ଏତେ ଡର କାହିଁକି ?

ଭୁବନେଶ୍ୱର: କଂଗ୍ରେସର ଜାତିଭିତ୍ତିକ ଜନଗଣନା ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା ପ୍ରସଙ୍ଗ । ବିଜେପି ଉପରେ ବର୍ଷିଲା କଂଗ୍ରେସ । ଧର୍ମ ନାଁରେ ବିଜେପି ଦେଶକୁ ଭାଗ ଭାଗ କରୁଥିବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ଏନେଇ ବିଦେଶରେ ବି ଚର୍ଚ୍ଚା ହେଉଛି । ଏପରିକି ଆମେରିକା ରାଷ୍ଟ୍ରପତି ଭାରତ ଗସ୍ତରୁ ଫେରିବା ପରେ ବିଜେପି ଧର୍ମ ନାଁରେ ରାଜନୀତି କରୁଥିବା କହିଥିଲେ । ବିଜେପିର ଆଭିମୁଖ୍ୟ ସଇତାନର ବେଦପାଠ ସଦୃଶ ।

ବିଜେପି ଦଳର ଚରିତ୍ର ହେଲା ଉଲଟା ଚୋର କଟୱାଲ କୋ ଡାଟେ । ଓବିସି ସଂଖ୍ୟାଧିକ ଥାଇ ବି କେନ୍ଦ୍ର ଦ୍ବାରା ଉପେକ୍ଷିତ ହେଉଛନ୍ତି । ଓବିସିଙ୍କ ପାଇଁ ମଧ୍ୟ କେନ୍ଦ୍ର ସରକାର ସଂରକ୍ଷଣ ବ୍ୟବସ୍ଥା କରିପାରିବେ । ଓବିସିଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ କଂଗ୍ରେସ ଡାକରା ଦେଇଛି । ସେମାନଙ୍କ ଅର୍ଥନୈତିକ ସାମାଜିକ ବିକାଶ କରିବା ପାଇଁ ଜାତି ଭିତ୍ତିରେ ଜନଗଣନା ହେଉ ବୋଲି ନରସିଂହ ଦାବି କରିଛନ୍ତି ।

ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରି ନରସିଂହ କହିଛନ୍ତି, କଂଗ୍ରେସ କ’ଣ ଦେଶ ଭାଗ କରିବ ପ୍ରଥମେ ଧର୍ମେନ୍ଦ୍ର ବାବୁ ନିଜ ଦଳ କଥା ଚିନ୍ତା କରନ୍ତୁ । ଗତକାଲି ବଲାଙ୍ଗୀରରେ କ’ଣ ହେଲା ବୋଲି ସେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି । ସେଥିପାଇଁ ଆଜି ଆରଏସ୍ଏସ୍ ବିରୋଧୀ ହେଲାଣି । କଂଗ୍ରେସ ବିରୋଧରେ ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ନରସିଂହ କହିଛନ୍ତି । ଧର୍ମେନ୍ଦ୍ର ଆଗେ ନିଜ ହୃଦୟକୁ ପଚାରନ୍ତୁ ଓ ଇତିହାସ ପଢ଼ନ୍ତୁ କେଉଁମାନେ ଦେଶକୁ ଧର୍ମ ନାଁରେ ଭାଗଭାଗ କରୁଛନ୍ତି । କଂଗ୍ରେସ ଏହାର ମୁହଁତୋଡ ଜବାବ ଦେବ ବୋଲି ନରସିଂହ ମିଶ୍ର କହିଛନ୍ତି ।

ସେପଟେ ବିଜେପି ଉପରେ ବର୍ଷିଛନ୍ତି ସୁର । ବିଜେପି ପୂରା ଦେଶର ରୁଟି ଖାଇ ଦେଇଛି । ଗହମ ବି ଆଉ ମିଳୁନି । ଦରଦାମ ବୃଦ୍ଧି କରି ବିଜେପି ସବୁ ଖାଇଦେଲାଣି । ଲୋକେ ଅତିଷ୍ଠ ହୋଇ ପଡିଲେଣି । ରାହୁଲ ଗାନ୍ଧୀ ଜାତିଗତ ଜନଗଣନାର ନେଇ ଯାହା କହିଛନ୍ତି ଠିକ୍ କହିଛନ୍ତି ବୋଲି ସୁର କହିଛନ୍ତି । ସେପଟେ ବିଜେପି ଦେଶବାସୀଙ୍କୁ ଜୁମୁଲା ଦେଖାଇ ସରକାରକୁ ଆସିଥିବା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି । ଲୋକେ ତାହା ବୁଝି ଗଲେଣି । ତେଣୁ ଲୋକେ ୨୦୨୪ ନିର୍ବାଚନରେ ଭୋଟରେ ରୁଟି ସେକି ଦେବେ ବୋଲି ସେ କହିଛନ୍ତି । ଯାହାର ସଂଖ୍ୟା ଯେତେ ତା’ର ଭାଗ ସେତେ । ଜାତିଗତ ଜନଗଣନା କଂଗ୍ରେସ ଶାସିତ ରାଜ୍ୟରେ ହେବ । ବିଜେପିକୁ କାହିଁକି ଏକଥା ବାଧୁଛି ବୋଲି ଜୟଦେବ ପ୍ରଶ୍ନ କରିଛନ୍ତି ।

ଜାମ୍ମୁ କାଶ୍ମୀର ଗନ୍ଦେରବଲରେ ପ୍ରଥମ ବରଫ ପାତ, ଜୋଜିଲା ପାସରୁ ସୋନମର୍ଗକୁ ଯାତାୟାତ ବାଧାପ୍ରାପ୍ତ

ଶ୍ରୀନଗର : ଜାମ୍ମୁ କାଶ୍ମୀର ଗନ୍ଦେରବଲରେ ଚଳିତ ବର୍ଷର ପ୍ରଥମ ବରଫ ପାତ। ବରଫପାତ ଯୋଗୁଁ ଜୋଜିଲା ପାସ ଓ ସୋନମାର୍ଗକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାରେ ପ୍ରବଳ ମାତ୍ରାର ବରଫପାତ ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।ଘଣ୍ଟା ଘଣ୍ଟା ଧରି ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ସେହିପରି ହିମାଚଳ ପ୍ରଦେଶରେ ମଧ୍ୟ ବିଭିନ୍ନ ସ୍ଥାନରେ ବରଫପାତ ହୋଇଛି । ରାଜଧାନୀ ସିମଲା ସମେତ ଆଖପାଖ ଅଂଚଳରେ ସାମାନ୍ୟ ବର୍ଷା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି  । ପାଗ ପରିବର୍ତ୍ତନ ହେଉଥିବାରୁ ତାପମାତ୍ରା ହ୍ରାସ ପାଇଛି । ଲାହୋଲ, ସ୍ପିତି, କିନୌର ଓ ଚମ୍ବା ଅଂଚଳରେ ତାପମାତ୍ରା ତଳକୁ ଖସିଛି । ବରଫପାତ ଯୋଗୁଁ ଲେହ-ମନାଲୀ ରାସ୍ତାରେ ମଧ୍ୟ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି  । ରାସ୍ତାର ଦୁଇ ପଟେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଥିଲା। ପ୍ରଶାସନପକ୍ଷରୁ ରାସ୍ତାରୁ ବରଫ ସଫା କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା ।

ଇସ୍ରାଏଲର ବଡ଼ ଧରଣର ଆକ୍ରମଣ; ଯବାନଙ୍କ ଆକ୍ରମଣରେ ୧୫ଶହ ହମାସ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ :  ଇସ୍ରାଏଲ ଆକ୍ରମଣରେ ୧୫ଶହ ଆତଙ୍କବାଦୀ ମୃତ । ଗାଜା ସୀମାନ୍ତ ଇସ୍ରାଏଲ ସୀମାରେ ପଡି ରହିଛି ହମାସ ଆତଙ୍କବାଦୀଙ୍କ ମୃତଦେହ । ଇସ୍ରାଏଲର ଦକ୍ଷଣାଞ୍ଚଳ ସହ ଗାଜାକୁ ଲାଗି ରହିଥିବା ସମସ୍ତ ଅଂଚଳକୁ ନିଜ ଅକ୍ତିଆରକୁ ଆଣିଛି ଇସ୍ରାଏଲ ସେନା । ଗତରାତିଠାରୁ ଇସ୍ରାଏଲ ଭିତରକୁ କେହି ହମାସ ଆତଙ୍କବାଦୀ ପ୍ରବେଶ କରିନଥିବା ଜଣାପଡିଛି ।

ଆଜି ସକାଳୁ ସୀମାରେ ଜୋରଦାର ହମଲା କରିଛି ଇସ୍ରାଏଲ । ସେପଟେ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୬ଶହ ଜଣଙ୍କ ମୃତ୍ୟୁ ହୋଇଥିବା ପୂର୍ବରୁ କୁହାଯାଉଥିବାବେଳେ ଆହୁରି ୧୫ଶହ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ହମାସ ୧୫୦ରୁ ଅଧିକ ଇସ୍ରାଏଲୀ ସୈନ୍ୟ ଏବଂ ନାଗରିକଙ୍କୁ ପଣବନ୍ଦୀ କରି ରଖିଥିବା ଇସ୍ରାଏଲ କହିଛି । ଗାଜା ସୀମାରେ ଇସ୍ରାଏଲର ୩ ଲକ୍ଷରୁ ଅଧିକ ଯବାନ ଜଗି ରହିଛନ୍ତି । ଗାଜା ମଧ୍ୟକୁ ସ୍ଥଳପଥରେ ପ୍ରବେଶ କରି ଆକ୍ରମଣ କରିପାରନ୍ତି ଇସ୍ରାଏଲୀ ସୈନ୍ୟ । ୨୦୧୪ରେ ପୂର୍ବରୁ ଇସ୍ରାଏଲ ଗାଜା ମଧ୍ୟକୁ ପ୍ରବେଶ କରି ଗ୍ରାଉଣ୍ଡ ଆଟାକ୍ କରିଥିଲା ।