ରିଲ୍ସ ଦେଖି ଜୀବନ ହାରିଲା ୫ମ ଶ୍ରେଣୀ ଛାତ୍ର

ହମିରପୁର: କାଳ ହେଲା ରିଲ୍ସ ଦେଖିବା । ମୋବାଇଲ ଫୋନରେ ରିଲ୍ସ ଦେଖି ଆତ୍ମହତ୍ୟା କଲେ ୫ମ ଶ୍ରେଣୀର ଛାତ୍ର । ଉତ୍ତର ପ୍ରଦେଶ ହମିରପୁର ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ମୃତ ଛାତ୍ରର ବାପାଙ୍କ କହିବା ଅନୁଯାୟୀ, ଅପରାହ୍ନ ସମୟରେ ବିଦ୍ୟାଳୟରୁ ଫେରି ଘରେ ବସି ମୋବାଇଲ ରିଲ୍ସ ଦେଖୁଥିଲା । ଭିଡିଓ ଦେଖିବା ପରେ ସେ ଗାମୁଛାରେ ଫାଶୀ ଲଗାଇ ଜୀବନ ରକ୍ଷା କରିବା କୌଶଳ ଅନୁସରଣ କରିଥିଲା ।  କିନ୍ତୁ ଗାମୁଛା ତାର ଗଳାରେ ଜୋରରେ ଚାପି ହୋଇଯିବାରୁ ତାର ଜୀବନ ଚାଲି ଯାଇଥିଲା । ପ୍ରଥମେ ତାଙ୍କୁ ଘରେ ଝୁଲୁଥିବାର ତାଙ୍କ ମାଆ ଦେଖି ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତର ଦେଖିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ।  ମୃତ ଛାତ୍ର ଜଣଙ୍କ ତାଙ୍କ ଦୁଇ ଭାଇ ଓ ଭଉଣୀଙ୍କ ମଧ୍ୟରେ ବଡ ଥିଲା ।

ପୋଲିସର ସୁଚନା ଅନୁଯାୟୀ,  ଫୋନ ଯାଞ୍ଚ କରିବାରୁ ଆତ୍ମହତ୍ୟା କରିବା ପ୍ରକିୟା ସହିତ ଜଡିତ ଭିଡିଓ ତାଙ୍କ ୱାଚ୍ ତାଲିକାରେ ଦେଖିବାକୁ ମିଳିଥିଲା । ଯାହା ଏକ ମଜାଦାର ଭିଡିଓ ଥିଲା ।