spot_img
Home Blog Page 2639

ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ

କଟକ: ଚଳିତ ବର୍ଷ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ । ଉଚ୍ଚଶିକ୍ଷା ବିଭାଗର ଏକାଡେମିକ ତାଲିକାରେ ନିର୍ବାଚନ ନଥିବାରୁ ହେବନାହିଁ ଚଳିତ ବର୍ଷର ନିର୍ବାଚନ । ୨୦୧୮ରୁ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ ।

ଶୈଖିକ ବାତାବରଣ ନଷ୍ଟ ହେବା ସହ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି । ସେହିପରି ସଠିକ୍ ସମୟରେ ୟୁଜି ଓ ପିଜି ପିଲାଙ୍କ ରେଜଲ୍ଟ ପ୍ରକାଶ ପାଉନାହିଁ । ତେଣୁ ଉଚ୍ଚ ଶିକ୍ଷା ବିଭାଗ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି । ହେଲେ କ୍ୟାମ୍ପସ କମିଟି ଏବେ ବି ଜାରି ରହିଛି । ଉଚ୍ଚ ଶିକ୍ଷା ବିଭାଗର ଏହି ନିଷ୍ପତ୍ତି ବିଜୁ ଛାତ୍ର ଜନତା ଦଳ ସ୍ବାଗତ କରୁଛି ବୋଲି କହିଛନ୍ତି ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ।

ଆଦିତ୍ୟ L1ର ହେବ ଚତୁର୍ଥ କକ୍ଷପଥ ପରିବର୍ତ୍ତନ

ନୂଆଦିଲ୍ଲୀ: ଆସନ୍ତା ୧୫ରେ ଆଦିତ୍ୟ ଏଲ୧ର ହେବ ଚତୁର୍ଥ କକ୍ଷପଥ ପରିବର୍ତ୍ତନ । ଏନେଇ ସୂଚନା ଦେଇଛି ଇସ୍ରୋ । ୧୫ ତାରିଖ ରାତି ୨ଟାରେ ହେବ ପରବର୍ତ୍ତୀ ପରିବର୍ତ୍ତନ । ଲାଗରେଞ୍ଜ ପଏଣ୍ଟରେ ଆଦିତ୍ୟ ଏଲ୧କୁ ଅବସ୍ଥାପିତ କ୍ଷେତ୍ରରେ ଏହି କକ୍ଷ ପରିବର୍ତ୍ତନ ଗୁରୁତ୍ବ ବୋଲି କହିଛି ଇସ୍ରୋ । ଆଦିତ୍ୟ ଏଳ୧ ମିଶନ ଜରିଆରେ ସୂର୍ଯ୍ୟ ସମ୍ପର୍କରେ ଅଧିକ ଗବେଷଣା ଲାଗି ଯୋଜନା କରିଛି ଇସ୍ରୋ । ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥାପିତ ହେବ ଆଦିତ୍ୟ ଏଲ୧ । ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ଆକଳନ କରି ଚତୁର୍ଥ କକ୍ଷପଥ ପରିବର୍ତ୍ତନ ଲାଗି ଆଶା ରଖିଛନ୍ତି ବୈଜ୍ଞାନିକ । ଗତ ୧୦ ତାରିଖରେ ଆଦିତ୍ୟ ଏଲ୧ କରିଥିଲା ତୃତୀୟ କକ୍ଷପଥ ପରିବର୍ତ୍ତନ ।

ବଢ଼ି ଚାଲିଛି ବାଘଙ୍କ ମୃତ୍ୟୁ ସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ: ବାଘ ବଂଶ ପ୍ରତି ଆସୁଛି ବିପଦ । ବଢିଚାଲିଛି ମୃତ୍ଯୁ ସଂଖ୍ଯା । ଗତ ୭ ଦିନ ମଧ୍ଯରେ ଦେଶର ବିଭିନ୍ନ ସ୍ଥାନରେ ପ୍ରାଣ ହରାଇଛନ୍ତି ୭ବାଘ ଓ ବାଘୁଣୀ । ସେମାନଙ୍କ ମଧ୍ଯରେ ଅଛନ୍ତି ୫ ଛୁଆ । ବାଘ ମୃତ୍ଯୁ ଘଟଣାରେ ବିଭିନ୍ନ ରାଜ୍ୟ ପକ୍ଷରୁ ଆରମ୍ଭ ହୋଇଛି ତନାଘନା । ଉତ୍ତରପ୍ରଦେଶର କାନପୁର ଚିଡିଆଖାନାରେ ତ୍ରିଶା ନାମକ ଓ ବାଘୁଣୀର ମୃତ୍ଯୁ ଘଟିଛି । ଗତ ୨୦୨୦ରେ ଚିଡିଆଖାନାକୁ ଅଣାଯାଇଥିବା ତ୍ରିଷା ୧୪ଟି ଛୁଆ ଜନ୍ମ କରିଥିଲା । ଗତ ବର୍ଷ ଡିସେମ୍ବରରେ ସେ ଅସୁସ୍ଥ ହୋଇଥିଲା ଏବଂ ତାର ଚିକିତ୍ସା ଚାଲିଥିଲା । ସେହିପରି ମହାରାଷ୍ଟ୍ରର ଚନ୍ଦ୍ରପୁରରେ ବି ଏକ ବାଘୁଣୀର ମୃତ୍ଯୁ ଘଟିଛି । ତାର ବୟସ ଅଢେଇ ବର୍ଷ ହୋଇଥିଲା । ପୂର୍ବରୁ ବାଲାରପୁର ଅଞ୍ଚଳରେ ୩ଟି ବାଘ ଛୁଆଙ୍କ ମୃତ୍ଯୁ ଘଟିଥିଲା । ଗତ ସପ୍ତାହରେ ରାଜସ୍ଥାନର ରନ୍ଥାମ୍ବୋର ଜାତୀୟ ପାର୍କରେ ବି ଦୁଇଟି ବାଘଛୁଆଙ୍କ ମୃତ୍ଯୁ ଘଟିଥିଲା ।

୨୦୨୪ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତ ହେବ ବ୍ଲୁପ୍ରିଣ୍ଟ୍, ବିରୋଧୀ ଇଣ୍ଡିଆ ମେଣ୍ଟର ସମନ୍ବୟ କମିଟି ବୈଠକ

ନୂଆଦିଲ୍ଲୀ: ବିରୋଧୀ ଇଣ୍ଡିଆ ମେଣ୍ଟର ସମନ୍ବୟ କମିଟି ବୈଠକ । ୨୦୨୪ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତ ହେବ ବ୍ଲୁପ୍ରିଣ୍ଟ । ନୂଆଦିଲ୍ଲୀରେ ବସୁଥିବା ଏହି ବୈଠକ ବିରୋଧୀ ମେଣ୍ଟ ଲାଗି ଗୁରୁତ୍ବ ବହନ କରୁଛି । ଏହା ସହ ଆସନ ବୁଝାମଣା ନେଇ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହୋଇପାରେ । ଏହା ସହ ଦେଶବ୍ଯାପୀ ପ୍ରଚାର ଅଭିଯାନ ସମ୍ପର୍କରେ ପ୍ରସ୍ତୁତ ହୋଇପାରେ ବ୍ଲୁପ୍ରିଣ୍ଟ । ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଏନସିପି ନେତା ଶରଦ ପାଓ୍ବାରଙ୍କ ବାସଭବନରେ ୧୪ ସଦସ୍ଯବିଶିଷ୍ଟ ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ଯାନେଲ ସଦସ୍ଯଙ୍କ ବୈଠକ ବସିଥିଲା ।

ବୈଠକରେ ବିରୋଧୀ ଦଳଗୁଡିକ ବିରୋଧରେ ତଦନ୍ତକାରୀ ସଂସ୍ଥାକୁ ବ୍ଯବହାର କରିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରସମନ ଅନୁସାରେ ହାଜର ହେବାକୁ ଥିବାରୁ ଆଜିର ବୈଠକରେ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ବୈଠକରେ ସାମିଲ ହେବେ ନାହିଁ । ଇଣ୍ଡିଆ ମେଣ୍ଟର କିଛି ନେତାଙ୍କ କହିବା ଅନୁସାରେ ମହାରାଷ୍ଟ୍ର, ତାମିଲନାଡୁ, ବିହାର ଲାଗି ରଣନୀତି ଚୂଡାନ୍ତ ହୋଇଛି । ଦିଲ୍ଲୀ, ପଞ୍ଜାବ, ପଶ୍ଚିମବଙ୍ଗ ଲାଗି ରଣନୀତି କାଠିକର ହେବ ।

୧୪ ଜଣିଆ ସମନ୍ବୟ ତଥା ନିର୍ବାଚନ ରଣକୌଶଳ ନିର୍ଦ୍ଧାରଣ କମିଟିରେ ରହିଛନ୍ତି କଂଗ୍ରେ୍ସର କେସି ଭେନୁଗୋପାଳ, ଡିଏମକେର ଟି ଆର ବାଲୁ, ଜେଏମଏମର ହେମନ୍ତ ସୋରେନ, ଶିବସେନାର ସଞ୍ଜୟ ରାଓ୍ବତ, ଆରଜେଡିର ତେଜସ୍ବୀ ଯାଦବ, ଆପର ରାଘବ ଚଢା, ସମାଜବାଦୀ ପାର୍ଟିର ଜାଭେଦ ଅଲ୍ଲୀ ଖାନ, ଜିଡିୟୁର ଲାଲନ ସିଂ, ସିପିଆଇର ଡି. ରାଜା, ନ୍ଯାସନାଲ କନଫରେନ୍ସର ଓମାର ଅବଦୁଲ୍ଲା, ପିଡିପିର ମେହବୁବା ମୁଫତି, ଟିଏମସିର ଅଭିଷେକ ବାନାର୍ଜୀ ଓ ସିପିଏମର ଜଣେ ସଦସ୍ଯ ।

ଲିବ୍ୟାରେ ବନ୍ୟା ତାଣ୍ଡବ, ଗଲାଣି ୫ ହଜାରରୁ ଅଧିକ ଲୋକଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ: ପୃଥିବୀର ପିଛା ଛାଡୁନି ପ୍ରାକୃତିକ ଦୁର୍ବିପାକ । ମୋରକ୍କୋରେ ଭୟଙ୍କର ଭୂକମ୍ପ ପରେ ଏବେ ଲିବ୍ଯାରେ ବନ୍ୟା ରଚିଛି ତାଣ୍ଡବ । ୫  ହଜାରରୁ ଅଧିକ ଲୋକଙ୍କ ଯାଇଛି ଜୀବନ । ନିଖୋଜ ହୋଇଛନ୍ତି ୧୦ ହଜାରରୁ ଅଧିକ ଲୋକ । ତେବେ ମୃତ୍ୟୁସଂଖ୍ଯା ବହୁ ଅଧିକ ହେବ ବୋଲି ସୂଚନା ମିଳିଛି । ଭୂମଧ୍ଯସାଗରୀୟ ବାତ୍ୟା ପରେ କେତେକ ଡ୍ଯାମ ଭୁଶୁଡିପଡିବା ଯୋଗୁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଡେରନାର ପୂର୍ବାଞ୍ଚଳ ହୋଇଛି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ । ଡେରନା ସହରରେ ୧ ଲକ୍ଷ ୨୫ ହଜାର ଲୋକ ବସବାସ କରୁଥିବାବେଳେ ଅଧିକାଂଶ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ।

ଶହ ଶହ କାର ଭାସିଯାଇଥିବା ସହ ଅନେକ ଘର ଧୂଳିସାତ୍ ହୋଇଛି । କେବଳ ଏହି ସହରରେ ମୃତ୍ଯୁ ସଂଖ୍ଯା 2 ହଜାର ହୋଇଥିବାବେଳେ ଅନ୍ଯାନ୍ୟ ଅଞ୍ଚଳରେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଲିବ୍ଯାର ଦ୍ବିତୀୟ ବୃହତ୍ତମ ସହର ବେଙ୍ଘାଜିରେ ବି ତାଣ୍ଡବ ରଚିଛି ବନ୍ୟା । ଦେଶର ବିଭିନ୍ନ ସ୍ଥାନରେ ରେଡକ୍ରସପକ୍ଷରୁ ସହାୟତା କାର୍ଯ୍ୟ ଜାରି ରହିଛି । ତୁର୍କୀ ସମେତ ଅନ୍ଯାନ୍ୟ ରାଷ୍ଟ୍ର ଲିବ୍ୟାକୁ ସହାୟତାର ହାତ ବଢାଇଛନ୍ତି । ଲିବ୍ଯା ବର୍ତ୍ତମାନ ରାଜନୈତିକ ଭାବେ ପୂର୍ବ ଓ ପଶ୍ଚିମ ଲିବ୍ୟାରେ ବିଭକ୍ତ ହୋଇଥିବାବେଳେ ଭୟଙ୍କର ବନ୍ୟା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

ଋଷ ରାଷ୍ଟ୍ରପତିଙ୍କ ସହ ନର୍ଥକୋରିଆ ଶାସକଙ୍କ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ: ଋଷକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ନର୍ଥ କୋରିଆ ।  ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ନର୍ଥ କୋରିଆ ଶାସକ କିମ ଜଙ୍ଗ ଉନଙ୍କ ମଧ୍ୟରେ ହାଇପ୍ରୋଫାଇଲ ଭେଟଘାଟ । ଭସ୍ତୋଚନି କସମୋଡ୍ରୋମରେ ଦୁଇ ନେତା ପରସ୍ପର ସହ ମିଳାଇଛନ୍ତି ହାତ । ଆନ୍ତର୍ଜାତିକ ସ୍ତରରେ ଏକଘରିକିଆ ହୋଇପଡିଥିବା ନର୍ଥକୋରିଆ ଶାସକଙ୍କ ସହ ଋଷର ଅସ୍ତ୍ର ଯୋଗାଣ ସଂକ୍ରାନ୍ତ ବୁଝାମଣା ହୋଇଥିବା ଆଶା କରାଯାଉଛି । ନିଜର ବୁଲେଟ ପ୍ରୁଫ ଟ୍ରେନରେ କିମ୍ ମସ୍କୋ ଗସ୍ତ କରିଥିଲେ । ସେପଟେ କିମ୍ ଦେଶରେ ନଥିବା ସତ୍ତ୍ବେ ଦୁଇଟି ବାଲିଷ୍ଟିକ ମିସାଇଲ ପରୀକ୍ଷା କରିଛି ନର୍ଥକୋରିଆ ।

କୋଭିଡ ପରେ କିମଙ୍କ ଏହି ପ୍ରଥମ ଗସ୍ତ ମୂଳରେ ଋଷ ଓ ନର୍ଥକୋରିଆ ମଧ୍ୟରେ ଅନେକ କ୍ଷେତ୍ରରେ ବୁଝାମଣା ହୋଇଥିବା ସୂଚନା ମିଳିଛି । ଭ୍ଲାଦିଭୋସ୍ତକ ଠାରୁ ୧ ହଜାର କିଲୋମିଟର ଦୂର ଏକ ସ୍ପେସପୋର୍ଟରେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିଲା ଭେଟଘାଟ । ଉପଗ୍ରହ କାର୍ଯ୍ୟକ୍ରମ କ୍ଷେତ୍ରରେ ନର୍ଥକୋରିଆକୁ ସହାୟତା କରିବା ଉଦ୍ଦେଶ୍ୟରେ ଏହି ଆଲୋଚନା ଉଦ୍ଦିଷ୍ଟ ବୋଲି କହିଛନ୍ତି ପୁଟିନ । ଋଷ ଗସ୍ତରେ ଯାଇଥିବା କିମଙ୍କ ସହ ଅଛନ୍ତି କେତେକ ତୁଙ୍ଗ ସାମରିକ ଅଧିକାରୀ ।

ଅରବିଟରେ ମିଲିଟାରୀ ସ୍ପାଏ ସାଟେଲାଇଟ ଅବସ୍ଥାପିତ କରିବାରେ ନର୍ଥ କୋରିଆ ବିଫଳ ହେବାକୁ ନେଇ ଏକ୍ଷେତ୍ରରେ ଋଷ ସହାୟତା କରିବା ସୂଚନା ମିଳିଛି । ସେପଟେ ନର୍ଥକୋରିଆଠାରୁ ବହୁ ଅସ୍ତ୍ରଶସ୍ତ୍ର ଲାଭ କରିବାକୁ ଋଷ ଆଶା ରଖିଛି । ଏହା ସହ ସୋଭିଏତ କାଳର ବହୁ ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ କରିବା ଲାଗି ଋଷର ସହାୟତା ଚାହୁଁଛି ନର୍ଥକୋରିଆ । ଯଦି ଋଷକୁ ନର୍ଥକୋରିଆ ମଲ୍ଟିପଲ ରକେଟ ଲଞ୍ଚର ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇବ ତେବେ ୟୁକ୍ରେନ ବିରୋଧରେ ଯୁଦ୍ଧରେ ଋଷ ଲାଭବାନ ହେବ ।

ଶ୍ରୀଲଙ୍କାକୁ ହରାଇଲା ଭାରତ, ଚିନ୍ତାରେ ପାକିସ୍ତାନ

କଲମ୍ବୋ: ଏସିଆ କପର ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ବର୍ଷା ମ୍ୟାଚ ଗୁଡ଼ିକରେ ବାଧକ ସାଜିଥିଲେ ସୁଦ୍ଧା ପରବରରର୍ତ୍ତୀ ସମୟରେ ମ୍ୟାଚ ଅନୁଷ୍ଠିତ ହୋଇଛି ଏବଂ ଭାରତ ସପକ୍ଷରେ ମ୍ୟାଚ ଯାଇଛି । ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୪୧ ରନରେ ବିଜୟ ହାସଲ କରିଛି ରୋହିତ ବାହିନୀ । ଦଳ ଫାଇନାଲରେ ପ୍ରଥମ ଦଳଭାବେ ପ୍ରବେଶ କରିଥିବାବେଳେ ଦ୍ବିତୀୟ ଦଳଭାବେ ଶ୍ରୀଲଙ୍କା ଏବଂ ପାକିସ୍ତାନ ରେସରେ ରହିଛନ୍ତି । ଶ୍ରୀଲଙ୍କାରେ ବର୍ଷା ହେବାର ସମ୍ଭାବନା ଅଧିକ ଥିବାବେଳେ ଯଦି ବର୍ଷା ହୁଏ ତାହେଲେ ନେଟ ରନରେଟ ହିସାବରେ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିବ । ଉଭୟ ଦଳ ବାଲାଂଦେଶକୁ ହରାଇ ୨ ପଏଣ୍ଟ ଲେଖାଏଁ ପାଇଥିବାବେଳେ ନେଟ ରନରେଟରେ ପଛରେ ରହିଛି ପାକିସ୍ତାନ । ଯଦି ମ୍ୟାଚ ଅନୁଷ୍ଠିତ ହୁଏ ଏବଂ ପାକିସ୍ତାନ ଜିତେ ତାହେଲେ ଫାଇନାଲ ଆଶା ଉଜ୍ଜିବିତ ହେବ ।

ସ୍ବର୍ଗତ ସୂର୍ଯ୍ୟପାତ୍ରଙ୍କର ଦ୍ବାଦଶାହରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କର ଆଜି ଦ୍ବାଦଶାହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବାଦଶାହରେ ଯୋଗଦେଇ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ସୂର୍ଯ୍ୟପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଅନ୍ୟ ରାଜନେତା । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଠାରୁ ନେଇ ଅନେକ ନେତା ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି  । ସେହିପରି ସୁଶାନ୍ତ ରାଉତ, ନୃସିଂହ ସାହୁ, ସୁର ରାଉତରାୟ ପ୍ରମୁଖ ଭୁବନେଶ୍ବର ବାସଭବନରେ ପହଞ୍ଚି ସୂର୍ଯ୍ୟପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି  ।

ବିଜେପି ଛାଡି ବିଜେଡିରେ ମିଶିଲେ ରଞ୍ଜନ ପଲେଇ

ଭୁବନେଶ୍ବର: ବିଜେପି ଛାଡି ବିଜେଡିରେ ମିଶିଲେ ରଞ୍ଜନ ପଲେଇ । ଆସିକା ନିର୍ବାଚନ ମଣ୍ଡଳୀର ସଦସ୍ୟ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ ଆଜି ବିଜେପି ଦଳ ଛାଡିଛନ୍ତି । ଆଜି ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ସେ ବିଜେଡିରେ ଯୋଗ ଦେଇଛନ୍ତି ।

ବିଜେଡିକୁ ସ୍ୱାଗତ କଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସାଂସଦ ମାନସ ମଙ୍ଗରାଜ । ପ୍ରଣବ କହିଛନ୍ତି ଯେ, ରଞ୍ଜନ ଆଜି ଘରକୁ ଫେରିଛନ୍ତି । ସେମାନେ ବୁଝିଲେ ଯେ ନବୀନ ପଟ୍ଟନାୟକ ହି ରାଜ୍ୟ ଓ ଗଞ୍ଜାମର ବିକାଶ କରି ପାରିବେ । ରଞ୍ଜନଙ୍କୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଣିଛନ୍ତି । ବିଜେଡି ଏକ ମାତ୍ର ଦଳ ଯିଏ ଓଡ଼ିଶା ପାଇଁ କାମ କରିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ମୋ ପରିବାର ।

ଏ ନେଇ ମାନସ ମଙ୍ଗରାଜ କହିଛନ୍ତି ଯେ, ରଞ୍ଜନ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ଆଜି ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ସେମାନେ ଯୋଗ ଦେଇଛନ୍ତି ।

ବିଜେଡିରେ ମିଶିବା ପରେ ରଞ୍ଜନ ପଲେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶାଳ ହୃଦୟ ରଖି ସେ ମତେ ଗ୍ରହଣ କରିଛନ୍ତି । ବିଜେଡି ନୀତି ଆଦର୍ଶ ଓ ଓଡ଼ିଶା ଉନ୍ନତିରେ ମୋର ସହଯୋଗ ରହିବ । ଆଶୀର୍ବାଦ ଓ ସହଯୋଗ ପାଇଁ ଧନ୍ୟବାଦ । ବିନା ଦ୍ଵିଧାରେ ଲତିକା ପ୍ରଧାନ ମତେ ବିଜେଡି ଆଣିଛନ୍ତି । ମୁଁ ଓ ବିକ୍ରମ ପଣ୍ଡା ଛାତ୍ର ରାଜନୀତିରୁ କାମ କରିଛୁ । ମୁଁ ବିଜେଡିରେ ଥିଲି । ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ମନମାନୀକୁ ପ୍ରତିବାଦ କରି ୨୦୧୭ରେ ବିଜେପିରେ ଯୋଗ ଦେଇଥିଲି । ହେଲେ ବିଜେପି ରାଜ୍ୟ ଉନ୍ନତି ପାଇଁ ନୁହେଁ, ନିଜ ପାଇଁ ଲଢ଼ୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଆଉ କୌଣସି ଦଳରେ ନାହିଁ । ଏଠି ଲୋକଙ୍କ ପାଖକୁ ଯାଇ ସହଯୋଗ କରି କାମ କରିବାରେ ସୁଯୋଗ ଅଛି ।

ଏ ନେଇ ଲତିକା ପ୍ରଧାନ କହିଛନ୍ତି ଯେ, ରଞ୍ଜନଙ୍କ ଘର ବାହୁଡ଼ା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ପୁଣି ଘରକୁ ଫେରିଛନ୍ତି । ଆମେ ମିଳିମିଶି କାମ କରିବୁ ।

କୋଟାରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା, ଏ ପର୍ଯ୍ୟନ୍ତ ୨୩ ଜଣ ହାରିଲେଣି ଜୀବନ

ଜୟପୁର: ରାଜସ୍ଥାନ କୋଟାରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ଝାଡ଼ଖଣ୍ଡ ରାଞ୍ଚିର ଜଣେ ଛାତ୍ରୀ ବାଛିନେଇଛନ୍ତି ଚରମ ପଥ । ଏହା ସହ ଗତବର୍ଷ ଓ ଚଳିତ ବର୍ଷ ଆତ୍ମହତ୍ୟାଜନିତ ମୃତ୍ୟୁ ସଂଖ୍ୟା ପହଞ୍ଚିଛି ୨୩ରେ । ୧୬ ବର୍ଷ ବୟସ୍କା ଏହି ଛାତ୍ରୀ ନିଟ୍ ଲାଗି ପ୍ରସ୍ତୁତି ଚଳାଇଥିଲେ । ବିଜ୍ଞାନ ନଗର ଅନ୍ତର୍ଗତ ଛାତ୍ରୀନିବାସରେ ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ରିଚା ସିହ୍ନା ନାମ୍ନୀ ଏହି ଛାତ୍ରୀଙ୍କ ମରଶରୀର ଛାତରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ଗତକାଲି ରାତି ସାଢେ ୧୦ଟାରେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ଜାଣିବାକୁ ପାଇଥିଲା । ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଏକାଦଶ ଶ୍ରେଣୀର ଛାତ୍ରୀ ଥିଲେ ଏବଂ ନିଟ ଲାଗି ପ୍ରସ୍ତୁତ ହେବା ନିମନ୍ତେ କୋଟାକୁ ଯାଇଥିଲେ ।

ଗତବର୍ଷ କୋଟାରେ ୧୫ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ଚଳିତ ବର୍ଷ ୮ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି ।