ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ

କଟକ: ଚଳିତ ବର୍ଷ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ । ଉଚ୍ଚଶିକ୍ଷା ବିଭାଗର ଏକାଡେମିକ ତାଲିକାରେ ନିର୍ବାଚନ ନଥିବାରୁ ହେବନାହିଁ ଚଳିତ ବର୍ଷର ନିର୍ବାଚନ । ୨୦୧୮ରୁ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ ।

ଶୈଖିକ ବାତାବରଣ ନଷ୍ଟ ହେବା ସହ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି । ସେହିପରି ସଠିକ୍ ସମୟରେ ୟୁଜି ଓ ପିଜି ପିଲାଙ୍କ ରେଜଲ୍ଟ ପ୍ରକାଶ ପାଉନାହିଁ । ତେଣୁ ଉଚ୍ଚ ଶିକ୍ଷା ବିଭାଗ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି । ହେଲେ କ୍ୟାମ୍ପସ କମିଟି ଏବେ ବି ଜାରି ରହିଛି । ଉଚ୍ଚ ଶିକ୍ଷା ବିଭାଗର ଏହି ନିଷ୍ପତ୍ତି ବିଜୁ ଛାତ୍ର ଜନତା ଦଳ ସ୍ବାଗତ କରୁଛି ବୋଲି କହିଛନ୍ତି ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ।