spot_img
Home Blog Page 2622

ଏସି ସିଟ୍ ଟିକେଟ ଲାଗି ଯାତ୍ରୀଙ୍କଠାରୁ ଟିଟିଇ ନେଲେ ଲାଞ୍ଚ

ଲକ୍ଷ୍ନୌ :  ଚଳନ୍ତା ଟ୍ରେନରେ ଏସି ସିଟ ଟିକେଟଟିଏ ଲାଗି ଟିଟିଇ ନେଉଛନ୍ତି ଲାଞ୍ଚ । ଭିଡିଓ ଭାଇରାଲ ହେବା ପରେ ଧରାପଡିଛନ୍ତି ଲାଞ୍ଚୁଆ ଟିଟିଇ । ଘଟଣା ଘଟିଛି ଉତ୍ତରପ୍ରଦେଶ ମୋରାଦାବାଦରେ । ଭିଡିଓ ଅନୁସାରେ ଜଣେ ଯାତ୍ରୀଙ୍କ ସହ ଟିଟିଇ କଥା ହେଉଛନ୍ତି । ସେ ହାପୁର ନା ମିରଟ ନା ମୁଜାଫରନଗର ଯାଏଁ ଯିବେ କି ବୋଲି ଯାତ୍ରୀଙ୍କୁ ପ୍ରଶ୍ନ କରୁଛନ୍ତି ଟିଟିଇ ।

ଶେଷରେ ଯାତ୍ରୀଙ୍କଠାରୁ ଟଙ୍କା ଗ୍ରହଣ କରି ଥାର୍ଡ ଏସିରେ ଆରାମରେ ଯାତ୍ରା କରିବା ଲାଗି ଟିଟିଇ ଯାତ୍ରୀଙ୍କୁ କହୁଛନ୍ତି । ଏପରିକି ଟଙ୍କା ଗ୍ରହଣ ପରେ ସେ ଯାତ୍ରୀଙ୍କୁ ନିଜର ଟାବଲେଟଟି ବି ଦେଖାଇ ସିଟ୍ କନଫର୍ମ ହେବା ବିଷୟ କହୁଛନ୍ତି । ବାଟରେ କେହି ଆଉ ହଇରାଣ କରିବେ କି ବୋଲି ଯାତ୍ରୀଙ୍କ ପ୍ରଶ୍ନରେ ଟିଟିଇ କହୁଛନ୍ତି- ସେ ଗ୍ୟାରେଣ୍ଟି ଦେଉଛନ୍ତି ଯେ ବାଟରେ ଆଉ କେହି ହଇରାଣ କରିବେ ନାହିଁ । ପ୍ରୟାଗରାଜରୁ ଶାହାରନପୁର ଯାଉଥିବା ନୌଚାନ୍ଦୀ ଏକ୍ସପ୍ରେସରେ ଏହି ଘଟଣା ଘଟିଥିବା କୁହାଯାଉଛି । ଭିଡିଓ ସତ ବୋଲି ଜଣାପଡିବା ପରେ ଏହି ଟିଟିଇଙ୍କୁ ସସପେଣ୍ଡ କରାଯାଇ ଅଧିକ ତଦନ୍ତ କରାଯାଉଛି ।

୪ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ରାହାମାରୁ ଅଭିଯୁକ୍ତ ଦାଦାକୁ ଗିରଫ କଲା ପୋଲିସ

ଭୁବନେଶ୍ୱର :  ରାଜଧାନୀରେ ୪ ବର୍ଷର କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ । ରାହାମାରୁ ହତ୍ୟାକାରୀ ଦାଦା ଘନିଆ ଦାସକୁ ଗିରଫ କରିଛି ପୋଲିସ । ହତ୍ୟା କରିବା ପରେ ଜଗତସିଂହପୁର ବାଲିକୁଦା ସ୍ଥିତ ଶ୍ବଶୁର ଘର ଓ ପରେ ବୋରିକିନା ଯାଇଥିଲା ଅଭିଯୁକ୍ତ । ସେଠାରୁ ରାହାମା ଷ୍ଟେସନ ଯାଇ ଚେନ୍ନାଇ ଯିବା ପାଇଁ ଟିକେଟ କାଟୁଥିଲା । ଠିକ୍ ଏହି ସମୟରେ ଘନିଆର ଜଣେ ସମ୍ପର୍କୀୟଙ୍କ ଜରିଆରେ ଅଭିଯୁକ୍ତ ପାଖରେ ପହଞ୍ଚି ଗିରଫ କରିଥିଲା ।

ଏହି ଘଟଣାରେ ୧୫ ଦିନ ମଧ୍ୟରେ ଚାର୍ଜସିଟ୍ ପ୍ରଦାନ ଓ ୩ ମାସ ମଧ୍ୟରେ ଦୋଷୀକୁ ଦଣ୍ଡ ବିଧାନ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଜବତ ହୋଇଛି । ଫରେନସିକ ଟିମ୍ ପକ୍ଷରୁ ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ ଓ ସାମ୍ପୁଲ କଲେକସନ କରିଛି ।

ନିଶା ନିବାରଣ କେନ୍ଦ୍ରରୁ ଫେରି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିଲା ଅଭିଯୁକ୍ତ । ଅଭିରାମ ବସ୍ତିର କେଳା ସାହିରେ ଘଟିଥିଲା ହତ୍ୟାକାଣ୍ଡ । କୁନି ଝିଅକୁ ଚକୋଲେଟ୍ ଦେବାକୁ କହି ଦୁଷ୍କର୍ମ କରିଥିଲା ଯୌନ ପିପାଶୁ । କାହାକୁ କହିଦେବା ଭୟରେ ଦୁଷ୍କର୍ମ ପରେ କାଟିଥିଲା ତଣ୍ଟି ।

ଭାରତରେ ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ: ନିୟନ୍ତ୍ରଣ ରେଖାରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ସକ୍ରିୟ

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ ଭାରତରେ ଦେଖିବାକୁ ମିଳିଛି । ନିୟନ୍ତ୍ରଣ ରେଖାରେ ଅତି ସକ୍ରିୟ ହୋଇଛନ୍ତି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ଲସକର-ଇ-ତଏବା ଓ ଜୈସ-ଏ. ମହମ୍ମଦ । ଯୁଦ୍ଧ ପରଠାରୁ ପାକିସ୍ତାନ ସମର୍ଥିତ ଏହି ଦୁଇ ସଂଗଠନ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜୋରଦାର ଲିପ୍ତ ରହିଛନ୍ତି । ସ୍ପର୍ଶକାତର ସୀମାରେଖାରେ ଏହି ଦୁଇ ସଂଗଠନର କାର୍ଯ୍ୟକଳାପ ନେଇ ଚିନ୍ତିତ ରହିଛି ନିରାପତ୍ତା ବାହିନୀ ।

କୌଣସି ତୃତୀୟ ରାଷ୍ଟ୍ରର ସହାୟତା ବିନା ସେମାନେ କାର୍ଯ୍ୟକରୁଥିବା ନେଇ ସୂଚନା ମିଳୁ ନଥିବାବେଳେ ନିଜର ସ୍ଥିତି ଜାହିର ଲାଗି ସେମାନେ ଏଲଓସିରେ ସକ୍ରିୟ ରହିଥିବା ଦେଖାଯାଉଛି । ପାକିସ୍ତାନରେ ଦେଖାଦେଇଥିବା ଶରଣାର୍ଥୀ ସମସ୍ୟା ତଥା ତେହରିକ-ଇ-ଜିହାଦ ପାକିସ୍ତାନ ବା ଟିଜେପି ଓ ତେହରିକ ଇ ତାଲିବାନ ପାକିସ୍ତାନ ବା ଟିଟିପି ଆକ୍ରମଣ ବଢାଇ ଚାଲିଥିବାବେଳେ ନିଜର ସ୍ଥିତି ପ୍ରତି ଚାଲେଞ୍ଜ ସମ୍ମୁଖୀନ କଲେଣି ଲସ୍କର ଓ ଜୈସ ସଂଗଠନ ।

ଏହି ଦୁଇ ସଂଗଠନ ନିକଟକୁ ମଧ୍ୟ ପାଣ୍ଠି ଆସିବାରେ ବ୍ୟାପକ ସମସ୍ୟା ଦେଖାଦେଇଥିବା ସୂଚନା ମିଳିଛି । ହମାସ, ହେଜବୁଲ୍ଲା, ଟିଜେପି, ଟିଟିପି ସହ ସମକକ୍ଷ ହେବା ଲାଗି ଲସକର ଓ ଜୈସ ସଂଗଠନ ଏଲଓସିରେ ଜୋରଦାର ଆକ୍ରମଣ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ଏଥିଲାଗି ଗତ ମାସରେ ଏଲଓସିରେ ଡ୍ରୋନ କାର୍ଯ୍ୟକଳାପ ଅଧିକ ହୋଇଛି ଏବଂ ଦିନରେ ଭାରତ ସୀମାରେ ୨ରୁ ୩ଟି ଡ୍ରୋନ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି ।

ଏପରିକି ସେମାନେ ଆନ୍ତର୍ଜାତିକ ସୀମା ପାର ହେବା ସହ ଅମୃତସର ଦିଗକୁ ଡ୍ରୋନ ଛାଡୁଛନ୍ତି ବୋଲି କୁହାଯାଇଛି । ଏହି ଡ୍ରୋନ ଜରିଆରେ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ପଠାଯାଉଛି । ଆତଙ୍କୀ କାର୍ଯ୍ୟକଳାପରେ ଅସ୍ତ୍ରଶସ୍ତ୍ର ବ୍ଯବହୃତ ହେଉଥିବାବେଳେ ପାଣ୍ଠି ସଂଗ୍ରହ ଲାଗି ଡ୍ରଗ୍ସ ବ୍ୟବହୃତ ହେଉଛି । ଚିନ୍ତାର ବିଷୟ ଏହା ଯେ ହମାସର ଆକ୍ରମଣ ପରି ଜୈସ ଓ ଲସ୍କର ସଂଗଠନ ଆକ୍ରମଣ ସମାନ ରହିଛି । ବର୍ତ୍ତମାନ କାଶ୍ମୀରରେ ୬୦ରୁ ଅଧିକ ବିଦେଶୀ ଆତଙ୍କବାଦୀ ଲୁଚି ରହିଥିବାବେଳେ ସେମାନଙ୍କ ପତ୍ତା ମିଳିପାରୁ ନାହିଁ ବୋଲି ଗୁଇନ୍ଦା ବିଭାଗ କହିଛି । ତେଣେ ଏଲଓସିରେ ଆତଙ୍କୀମାନେ ସେମାନଙ୍କ ଲଞ୍ଚିଙ୍ଗ ପ୍ୟାଡ୍ ପରିବର୍ତ୍ତନ କରୁଥିବା ଜଣାଯାଇଛି ।

ପେଟି ପେଟି ମଦ ବୋତଲ ପିଇଗଲେ ମୂଷା

ଭୋପାଲ : ବୋତଲେ ନୁହେଁ କି ଦି ବୋତଲ ନୁହେଁ, ପେଟି ପେଟି ମଦ ବୋତଲ ପିଇଗଲେ ମୂଷା । ଘଟଣା ଆଶ୍ଚର୍ଯ୍ୟ ହେଲେ ବି ସତ । ମଧ୍ୟପ୍ରଦେଶର ଏହି ଘଟଣା ସବୁଠି ଚର୍ଚ୍ଚାର କାରଣ ହୋଇଛି । ମଧ୍ୟପ୍ରଦେଶର ଛିନ୍ଦଓ୍ବାରା ଅନ୍ତର୍ଗତ କୋତଓ୍ବାଲି ଥାନା ନିକଟ ପଣ୍ୟାଗାରରେ ଏହି ଘଟଣା ଘଟିଛି । ପଣ୍ୟାଗାରରେ ଜବତ ହୋଇଥିବା ମଦପେଟିଗୁଡିକୁ ରଖାଯାଇଥିଲା । ହେଲେ ପରେ ଜଣାପଡିଥିଲା ଯେ ସେଥିରୁ ୬୦ରୁ ୬୫ ପ୍ଲାଷ୍ଟିକ ମଦ ବୋତଲକୁ କଣା କରି ମଦ ପିଇଦେଇଛନ୍ତି ମୂଷା ।

ପରେ ଯନ୍ତା ପକାଇ ଗୋଟିଏ ମୂଷାକୁ ଧରାଯାଇଛି । ପଣ୍ୟାଗାରଟି ପୁରୁଣା ହୋଇଥିବାବେଳେ ସେଠାରେ ମୂଷାଙ୍କ ଆତଯାତ ରହିଥିଲା । ତେବେ ସେମାନେ ମଦ ପିଇଦେବା ବିଷୟ ସମସ୍ତଙ୍କ କଳ୍ପନା ବାହାରେ ଥିଲା । କେବଳ ମଦ ନୁହେଁ ଜବତ ଗଞ୍ଜେଇକୁ ମଧ୍ୟ ସେମାନେ ନଷ୍ଟ କରୁଥିବା ସୂଚନା ମିଳିଛି । ଗଞ୍ଜେଇକୁ ସୁରକ୍ଷିତ ରଖିବା ଲାଗି ପୋଲିସ ତାହାକୁ ଟିଣ ବାକ୍ସରେ ରଖିଛନ୍ତି ।

ଜଗତସିଂହପୁର ତିର୍ତ୍ତୋଲ ଭିତରଣା ଗାଁରେ ଚାଞ୍ଚଲ୍ୟ, କୁରାଢ଼ିରେ ଦୁଇ ଜଣଙ୍କୁ ବୀଭତ୍ସ ହତ୍ୟା

ଜଗତସିଂହପୁର : ଜଗତସିଂହପୁର ତିର୍ତ୍ତୋଲ ଥାନା କୋକିଡଙ୍ଗା ପଡାରେ ଚାଞ୍ଚଲ୍ୟ । ଦୁଇ ଜଣଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି ଅଭିଯୁକ୍ତ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଗୁରୁତର ଅଛନ୍ତି । ଘଟଣାରେ ଅଭିଯୁକ୍ତ ସୁବାସ ବିଶ୍ବାଳକୁ ପୋଲିସ ଗିରଫ କରିଛି ।

ସୂଚନା ଅନୁସାରେ, ଇତରଣା ଗ୍ରାମର ବିନୋଦ ଦାସ ଓ ବିଷ୍ଣୁ ପଲାଇ ସକାଳୁ କ୍ଷୀର ନେଇ ଯାଉଥିବା ବେଳେ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ସୁବାସ ବିଶ୍ବାଳ ଏକ ଟାଙ୍ଗିଆରେ ବିନୋଦ ଦାସଙ୍କୁ ପଛପଟୁ ହାଣିଥିଲା । ରକ୍ତାକ୍ତ ଅବସ୍ଥାରେ ବିନୋଦ ଚିତ୍କାର କରି ତଳେ ପଡିଯିବାରୁ ପାଖରେ ଥିବା ବିଷ୍ଣୁ ପଳାଇଙ୍କୁ ମଧ୍ୟ କାନ୍ଧକୁ ଚୋଟ ମାରିଥିଲା ହତ୍ୟାକାରୀ । ଖବର ପାଇ ଘଟଣାସ୍ଥଳରେ ରାହାମା ବଜାର, ସାଇଲୋ ପଞ୍ଚାୟତର ଲୋକେ ପହଞ୍ଚି ରୁଣ୍ଡ ହୋଇଥିଲେ ।

ତେବେ ଲୋକଙ୍କୁ ମଧ୍ୟ ଟେକା ପଥର ମାଡ଼ କରିଥିଲା ହତ୍ୟାକାରୀ ସୁବାସ । ଖବର ପାଇ ତିର୍ତ୍ତୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିନୋଦ ଦାସଙ୍କ ମୃତଦେହ ଜବତ କରିଥିଲା । ଆହତ ବିଷ୍ଣୁ ପଳାଇ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ହତ୍ୟାକାରୀ ସୁବାସ ବିଶ୍ବାଳକୁ ପୋଲିସ ଗିରଫ ତଦନ୍ତ ଜାରି ରଖିଛି ।

ପାଲେଷ୍ଟାଇନ ରାଷ୍ଟ୍ରପତି ଆବାସଙ୍କ କାରକେଡ ଉପରେ ଆକ୍ରମଣ

ନୂଆଦିଲ୍ଲୀ : ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ କାରକେଡ ଉପରେ ଆକ୍ରମଣ , ଅଳ୍ପକେ ବର୍ତ୍ତିଲେ ଆବାସ । ଗୁଳିମାଡ଼ରେ ଜଣେ ସୁରକ୍ଷା କର୍ମୀ ଗୁରୁତର ହୋଇଥିବାବେଳେ ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି ସନସ୍ ଅଫ ଆବୁ ଜନ୍ଦଲ । ଇସ୍ରାଏଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓ୍ବେଷ୍ଟବ୍ୟାଙ୍କ ସ୍ଥିତ ଏହି ସଂଗଠନ 24 ଘଣ୍ଟାର ମହଲତ ଦେବା ପରେ ଆବାସଙ୍କ ଉପରେ ଏହି ହମଲା ହୋଇଛି । ତେଣେ ହମାସର ବହୁ ଟନେଲଗୁଡିକ ଉପରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି । ଯୁଦ୍ଧ ବନ୍ଦ ଲାଗି ଗ୍ରୁପ-୭ର ବୈଠକ ଉପରେ ଜୋର ଦେଇଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ । ଗତ ରବିବାର ଓ୍ବେଷ୍ଟବ୍ୟାଙ୍କରେ ବ୍ଲିଙ୍କେନଙ୍କ ସହ ଆବାସଙ୍କ ଆଲୋଚନା ପରେ ପରେ ଏହି ଆକ୍ରମଣ ସମସ୍ତ ଶାନ୍ତି ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛି ।

ସେପଟେ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି ହମାସର ମିଲିଟାରୀ ଶାଖ ଇଜ-ଅଲ୍-ଦିନ- ଅଲ୍ କସମ ବ୍ରିଗେଡ । ତେଣେ ଗାଜା ଷ୍ଟ୍ରିପ ମଧ୍ୟକୁ ପ୍ରବେଶ କରି ଧ୍ବଂସକ୍ରିୟା ଜାରି ରଖିଛନ୍ତି ଇସ୍ରାଏଲର ବହୁ ଯୁଦ୍ଧବିମାନ । ଇସ୍ରାଏଲ ଆକ୍ରମଣରେ ଓ୍ବେଷ୍ଟବ୍ୟାଙ୍କରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ପ୍ରାଣ ହରାଇଲେଣି ୪୮ ସାମ୍ବାଦିକ । ଗାଜା ସିଟିର ମଧ୍ୟଭାଗରେ ଇସ୍ରାଏଲ ବାହିନୀ ପ୍ରବେଶ କରି ଯୁଦ୍ଧ ଜାରି ରଖିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି- ତାଙ୍କ ବାହିନୀ ପ୍ରବଳ ଉତ୍ସାହରେ ଗାଜା ଅଭିଯାନ ଜାରି ରଖିଛନ୍ତି ଏବଂ ଏହି ଭୟଙ୍କର ଆକ୍ରମଣ ନେଇ ହମାସ କେବେ ବି କଳ୍ପନା କରି ନଥିଲା । ଯୁଦ୍ଧରେ ୪ ହଜାରରୁ ୧୦୦ରୁ ଅଧିକ ଶିଶୁଙ୍କ ସମେତ ୧୦ହଜାର ୩୦୦ ଲୋକଙ୍କ ପ୍ରାଣହାନୀ ଘଟିଛି ବୋଲି ଜାତିସଂଘ କହିଛି ।

ଚ୍ୟାଲେଞ୍ଜ ସାଜିଲା କାଳ : ଗୁଲୁଗୁଲା ଖାଉ ଖାଉ ଚାଲିଗଲା ଜୀବନ

ମୟୂରଭଞ୍ଜ : ଗୁଲୁଗୁଲା ଖାଇବା ହେଲା କାଳ । ଚ୍ୟାଲେଞ୍ଜରେ ଗୁଲୁଗୁଲା ଖାଉ ଖାଉ ତଣ୍ଟିରେ ଲାଗିଯାଇ ଅଣନିଶ୍ବାସୀ ହେବା ସହିତ ଚାଲିଗଲା ଯୁବକଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦାନ୍ତିଆମୁହାଁ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଶିରୀଶଚନ୍ଦ୍ର ମହାନାୟକ ।

ସୂଚନା ଅନୁସାରେ, ଦାନ୍ତିଆମୁହାଁ ସାପ୍ତାହିକ ହାଟରେ ଏକ ଜଳଖିଆ ଦୋକାନକୁ ଶିରୀଶ ଯାଇଥିଲେ । ସେଠାରେ ଚ୍ୟାଲେଞ୍ଜରେ ଥରକେ ୪ଟି ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ଏକାସଙ୍ଗେ ପାଟିରେ ପୁରାଇ ଖାଇବାକୁ ଆରମ୍ଭ କରିଥିଲେ । କିନ୍ତୁ ଏହା ତଣ୍ଟିରେ ଲାଗି ଅଟକି ରହିଯାଇଥିଲା । ଫଳରେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ବାରିପଦା ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇଛି ।

ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ବର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ହୋଇଛି । ଭିଏସ୍ଏସ ନଗରରେ ଥିବା କୋଠା GL-73, ପ୍ଲଟ ନମ୍ବର 9505ରେ ଚଢ଼ାଉ ହୋଇଛି ।

ରୁଦ୍ରପୁର ଆସୋଟେକ ପ୍ରାଇଡରେ ଥିବା ଫ୍ଲାଟ, ଭଦ୍ରକ ମଠ ସାହିରେ ଥିବା କୋଠା, ଭଦ୍ରକ ତୋରଣପଡାସ୍ଥିତ ପୈତୃକ ଘର ଓ ଭିଏସ୍ଏସନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଉନ୍ନତି ଭବନରେ ଥିବା EICଙ୍କ କାର୍ଯ୍ୟାଳୟ ଭିତରେ ବି ଚାଲିଛି ରେଡ୍ । ଚଢ଼ାଉରେ ୭ DSPଙ୍କ ନେତୃତ୍ୱରେ ୫ ଇନ୍ସପେକ୍ଟର, ୮ ଏଏସଆଇ ସାମିଲ ହୋଇଛନ୍ତି । ଭୁବନେଶ୍ୱର ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରିଛି ଭିଜଲାନ୍ସ । ଦୁର୍ନୀତିଗସ୍ତ ଅଫିସରଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଉଛନ୍ତି ରାଜ୍ୟ ସରକାର ।

ନକ୍ସଲଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

ନନ୍ଦିଘୋଷ ବ୍ୟୁରୋ :  ନକ୍ସଲଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ । ଛତିଶଗଡ଼ରେ ଗତକାଲି ମାଓ ଅପରେସନ ସମୟରେ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଆଳ ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶ ସହିଦ ହୋଇଥିବା ଜଣାପଡିଛି । ସହିଦ ଯବାନ ପ୍ରକାଶଙ୍କ ଘର ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଅଞ୍ଚଳର ବୋଲି ଜଣାପଡିଛି । ଛତିଶଗଡ଼ କୋବ୍ରା ୨୦୬ ବାଟାଲିଅନରେ କାର୍ଯ୍ୟରତ ଥିଲେ ପ୍ରକାଶ । ପ୍ରକାଶଙ୍କ ବିୟୋଗରେ ଜନ୍ମମାଟି ଗୋପାଳପୁରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ମାସେ ପରେ ବି ଯୁଦ୍ଧ ଦେଖୁଛି ବିଶ୍ବ : ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ସଂଘର୍ଷ

ନନ୍ଦିଘୋଷ ବ୍ୟୁରୋ : ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ମାସେ ପୁରିଛି । ହମାସର ଆତଙ୍କୀ ହାମଲା ପରେ ଗାଜା ପଟ୍ଟି ଉପରେ ଇସ୍ରାଏଲ ତୁହାକୁ ତୁହା ଆକ୍ରମଣ କରି ଚାଲିଛି । ଏପରିକି ଲଗାତାର ଆକ୍ରମଣ କରି ଗାଜା ପଟ୍ଟି ୨ଭାଗରେ ବିଭକ୍ତ ହୋଇ ଯାଇଥିବା ଇସ୍ରାଏଲ ସେନା ଦାବି କରିଛି । ଏହି ଦୁଇ ଭାଗ ମଧ୍ୟରେ ଏକ ଦକ୍ଷିଣ ଗାଜା ଓ ଅନ୍ୟଟି ଉତ୍ତର ଗାଜା ବୋଲି କୁହାଯାଉଛି । ତଥାପି ଗାଜା ଉପରେ ଥମିନି ଇସ୍ରାଏଲର ଆକ୍ରମଣ ।

ଏବେବି ଗାଜା ଉପରେ ଇସ୍ରାଏଲ ଲଗାତାର ଭାବେ ଏୟାର ଷ୍ଟ୍ରାଇକ୍ ଜାରି ରଖିଛି । ଗାଜା ପଟ୍ଟିରେ ଓ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ସ୍ଥିତିକୁ ଦୃଢ କରିବା ଲକ୍ଷ୍ୟରେ ଆଗେଇ ଚାଲିଥିବା ଇସ୍ରାଏଲ ସେନା କହିଛି । ହମାସ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣକୁ ନେଇ ବିଶ୍ୱ ସମୁଦାୟ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ କିନ୍ତୁ ନିଜ ଜିଦରେ ଅଟଳ ।

ହମାସ ଆତଙ୍କବାଦୀଙ୍କ କବଳରୁ ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ନ କରିବା ପର୍ଯ୍ୟନ୍ତ ଯୁଦ୍ଧରେ ବିରାମ ଲାଗିବ ନାହିଁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି । ଏପରିକି ଆମ ପାଖେ ଆଉ କିଛି ବିକଳ୍ପ ନ ଥିବା ବେଳେ ନ ଜିତିବା ପର୍ଯ୍ୟନ୍ତ ଆମେ ଯୁଦ୍ଧ କ୍ଷେତ୍ର ଛାଡ଼ି ପାରିବୁନି ବୋଲି ସେ କହିଛନ୍ତି ।