spot_img
Home Blog Page 2623

ଉପାସରେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ବର: ବୁଧବାରଠୁ ଉପବାସରେ ଶ୍ରୀ ଲିଙ୍ଗରାଜ । ଆରମ୍ଭରୁ ବନ୍ଦ ହେଲା ନୀତିକାନ୍ତି । ଅର୍ପଣ ହେଲାନି ମଙ୍ଗଳ ଆଳତି । ଜମି ବିବାଦକୁ ନେଇ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକୁ ଅଣଦେଖା । ଗତକାଲି ସକାଳୁ ସିଂହଦ୍ବାର ଫିଟା ନୀତି ସରିବା ପରେ ହୋଇ ନଥିଲା ଆଳତୀ ନୀତି । ଏ ସବୁ ନୀତି ବ୍ରାହ୍ମଣ ପତ୍ରି ଓ ପୂଜା ପଣ୍ଡା ନିଯୋଗ କମିଟି କରିବା କଥା । ହେଲେ ସେମାନେ ଅନୁପସ୍ଥିତ ରହିବାରୁ ନୀତିକାନ୍ତି ହୋଇ ନଥିଲା । ଅନ୍ୟପଟେ ଅବକାଶ ନୀତି ବଡୁ ନିଯୋଗ କରିଛି । ନୀତି ବିଭ୍ରାଟ ପଛରେ ଲିଙ୍ଗରାଜଙ୍କ ଜାଗାକୁ ନେଇ ୩ ନିଯୋଗ ମଧ୍ୟରେ ରହିଛି ବିବାଦ ।

ଗଙ୍ଗୁଆ ନିକଟରେ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗାରେ ବଡୁ ନିଯୋଗର ସଭ୍ୟ ମାନେ ହାଇକୋର୍ଟରୁ ଅର୍ଡର ଆଣି କାର୍ଯ୍ୟ କରୁଛନ୍ତି l ୨୦୧୯ରେ ପ୍ରଥମେ ଏହାଙ୍କୁ ବନ୍ଦ କରାଯାଇଥିଲା । ପୁନର୍ବାର ଏହି ସ୍ଥାନରେ କାମ କରାଯାଉଛି । ଏନେଇ ଜଣାଇଲା ପରେ ମଧ୍ୟ କୌଣସି ସମାଧାନ ବାଟ ବହାରୁନି । ଯାହାଫଳରେ ନୀତି ବନ୍ଦ କରାଯାଇଥିବା ପୂଜା ପଣ୍ଡା ସମ୍ପାଦକ କହିଛନ୍ତି ।

ସେପଟେ ବଡୁ ନିଯୋଗ କହିଛି, ଆମ ପକ୍ଷରୁ ସମସ୍ତ ନିତିକାନ୍ତି କରାଯାଉଛି । କିଏ କଣ ଅଭିଯୋଗ ଆଣିଛି ଆମେ ଜାଣିନାହୁଁ । ବ୍ରାହ୍ମଣ ନିଯୋଗର ପତ୍ରି ଓ ପୂଜା ପଣ୍ଡା ନିଯୋଗର ସେବାୟତ ଅନୁପସ୍ଥିତ ଥିବାରୁ ବନ୍ଦ ରହିଛି ନିତିକାନ୍ତି । ମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ଜଣାଇ ଦିଆଯାଇଛି । ଏହା ପଛରେ କାରଣ କଣ ରହିଛି ତାହା ମନ୍ଦିର ପ୍ରଶାସନ ବୈଠକ ପରେ ସ୍ପଷ୍ଟ ହେବ ବୋଲି ଲିଙ୍ଗରାଜ ନୀତି ସୁପରଭାଇଜର କହିଛନ୍ତି ।

ନୟାଗଡ ସହରର ଶ୍ରୀ ଶ୍ଯାମ୍ ଗାର୍ମେଣ୍ଟ ସୋରୁମରେ ଅଗ୍ନିକାଣ୍ଡ

ନୟାଗଡ଼: ନୟାଗଡ ସହରର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ଯାମ୍ ଗାର୍ମେଣ୍ଟ ସୋରୁମରେ ଅଗ୍ନିକାଣ୍ଡ । ବିଳମ୍ବିତ ରେ ନିଆଁ  ଲାଗିଥିବା ଅନୁମାନ । ନିଆଁ  ଲିଭାଇବାରେ ୪ଟି ଦମକଳ ଏବଂ ୩୦ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ l ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଥିବା ମାଲିକଙ୍କ ସୂଚନା । ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ । ସବୁଦିନପରି ଗତକାଲି ରାତି ୧୦ଟାରେ ଦୋକାନ ମାଲିକ ଏବଂ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୩ଟା ସମୟରେ ସ୍ଥାନୀୟ ଲୋକମାନେ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ ।

ପରେ ଅଗ୍ନିଶମ ବାହିନୀ ଖବରପାଇ ଘଟଣାସ୍ଥଳକୁ ଆସିଥିଲେ । ତେବେ ଦୋକାନ ସଂପୂର୍ଣ୍ଣ ବନ୍ଦ ଥିବାରୁ ନିଆଁ ଆୟତ କରିବା କଷ୍ଟକର ହୋଇପଡିଥିଲା । ନୟାଗଡ , ନୂଆଗାଁ , ଖଣ୍ଡପଡାରୁ ୪ଦମକଳଗାଡି ଏବଂ ୩୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁଲିଭାରେ ନିୟୋଜିତ ହୋଇଥିଲେ । ସୋରୁମର ଆକାର ବଡ ହୋଇଥିବାରୁ ଏବଂ ଭିତରୁ ଧୁଆଁ ଯୋରରେ ବାହାରୁଥିବାରୁ ନିଆଁ ଆୟତ କରିବାକୁ ୪ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ।

ଏପରିକି ନିଆଁ ଲିଭାଇବା ପାଇଁ ଜେସିବି ଲଗାଇ ଦୋକାନଘର ଭାଙ୍ଗିବାକୁ ପଡିଥିଲା । ନିଆଁ କିପରି ଲାଗିଲା ସେ ସମ୍ପର୍କରେ ପରେ ଜଣାପଡିବ ବୋଲି ଫାୟାର ଅଫିସର୍ କହିଥିବାବେଳେ  ସିଲିଙ୍ଗରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି ବୋଲି ଦୋକାନ ମାଲିକ କହିଛନ୍ତି।

ଆମେରିକାର ଲେବିଷ୍ଟନରେ ଭୟଙ୍କର ଗୁଳିକାଣ୍ଡ

ବ୍ୟୁରୋ ରିପୋର୍ଟ: ଆମେରିକାର ଲେବିଷ୍ଟନରେ ଭୟଙ୍କର ଗୁଳିକାଣ୍ଡ । ଗୁଳିକାଣ୍ଡରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଥିବା  ସୂଚନା ରହିଛି । ତେବେ ଗୁଳିକାଣ୍ଡକ କାରଣ ଜଣାପଡିନାହିଁ । ତେବେ ସୋସିଆଲ ମିଡିଆରେ ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଜଣେ ସନ୍ଦିଗ୍ଧ ଗୁଳି ଚଳାଉଥିବା ଦେଖିବାକୁ ମିଳିଛି । ଫଟୋରେ ଥିବା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାକୁ କାଉଣ୍ଟି ସେରଫ୍‌ ସର୍ବସାଧାରଣଙ୍କ ସହଯୋଗ ଲୋଡ଼ିଛି। ସନ୍ଦିଗ୍ଧ କାର୍ଯ୍ୟକଳା କି, ବ୍ୟକ୍ତିବିଶେଷଙ୍କୁ ଦେଖିଲେ ୯୧୧କୁ ଫୋନ୍‌ କରିବା ଲାଗି ପୁଲିସ କହିଛି।

ଲିୱିଷ୍ଟନ୍‌ସ୍ଥିତ ‘ଦି ସେଣ୍ଟ୍ରାଲ୍‌ ମେନେ ମେଡିକାଲ୍‌ ସେଣ୍ଟର୍‌’ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଗୁଳିକାଣ୍ଡ ଓ ନରସଂହାରଜନିତ ଘଟଣାରେ ମୃତାହତମାନଙ୍କୁ ଡାକ୍ତରଖାନା ନେବା ପାଇଁ ସେ ଅଞ୍ଚଳରେ ଥିବା ବିଭିନ୍ନ ଡାକ୍ତରଖାନା ସହ ବୁଝାମଣା ଚାଲିଛି।

ପୋଲିସ ଅଭିଯୁକ୍ତର ପତ୍ତା ପାଇନଥିବା ବେଳେ ସୋସିଆଲ ମିଡିଆରେ ଫଟୋ ଅପଲୋଡ କରି ଲୋକଙ୍କୁ ସତର୍କ ରହିବାକୁ ଅପିଲ କରିଛି । ଫଟୋରେ ଅଭିଯୁକ୍ତ ରାଇଫଲ ଧରି ଠିଆ ହୋଇଥିବା ଦେଖିବାକୁ ମିଳିଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପୁରା ଅଞ୍ଚଳରେ ଲକଡାଉନ ଘୋଷଣା କରାଯାଇଛି । ଅଭିଯୁକ୍ତ ପାଖରେ ଏକାଧିକ ମାରଣାସ୍ତ୍ର ଥିବା ପୋଲିସ ସନ୍ଦେହ କରୁଛି । ଆମେରିକାରେ ଏଭଳି ଗୁଳିକାଣ୍ଡ ଦେଖିବାକୁ ମିଳେ । ବାଇଡେନ ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଇନ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଆମେରିକାରେ ଗନ୍ ପଲିସି ପାଇଁ ଏଭଳି ଗୁଳିକାଣ୍ଡ ହେଉଥିବା ଅଭିଯୋଗ ହୋଇଛି ।

 

ପଣବନ୍ଦୀଙ୍କ ପାଇଁ ଗ୍ରାଉଣ୍ଡ ଆଟାକ କରିପାରୁନି ଇସ୍ରାଏଲ

ବ୍ୟୁରୋ ରିପୋର୍ଟ: ଅକ୍ଟୋବର ୭ରୁ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ପ୍ରାୟ ୨୨୦ ଜଣ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରିବା ସହ ପଣବନ୍ଦୀ କରି ରଖିଛି। ଗାଜା ଷ୍ଟ୍ରିପର କୌଣସି ଟନେଲରେ ହମାସ ଆତଙ୍କବାଦୀମାନେ ଲୋକମାନଙ୍କୁ ପଣବନ୍ଦୀ କରି ରଖିଥିଲେ ମଧ୍ୟ ଇସ୍ରାଏଲ ସେନା ଏହାର ଠିକଣା ପାଉନାହିଁ । ଏବେ କୌଣସି ଉପାୟ ନ ପାଇ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପର ଲୋକମାନଙ୍କୁ ସହାୟତା ମାଗିଛି । ଇସ୍ରାଏଲର ଲୋକମାନଙ୍କୁ ହମାସ କେଉଁଠି ଲୁଚାଇ ରଖିଛି, ତାର ଉପଯୁକ୍ତ ଠିକଣା ଦେବାକୁ ଇସ୍ରାଏଲ ଗାଜାବାସୀଙ୍କୁ ଅନୁରୋଧ କରିଛି ।

ଏଥିସହ ସେମାନଙ୍କୁ ଆର୍ଥିକ ପୁରସ୍କାରର ଲୋଭ ମଧ୍ୟ ଦେଖାଇଛି । ସୋଶାଲ ମିଡିଆରେ ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି ଯେ ପଣବନ୍ଦୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାର ବାଟ ଦେଖାଇଲେ ଗାଜାବାସୀଙ୍କୁ ଆର୍ଥିକ ପୁରସ୍କାର ଦିଆଯିବ ।  ଯେଉଁମାନେ ସୂଚନା ଦେବେ ସେମାନଙ୍କୁ ସବୁ ପ୍ରକାରର ସୁରକ୍ଷା ମଧ୍ୟ ଇସ୍ରାଏଲ ସେନା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ଆଇଡିଏଫ କହିଛି ଯେ ଯଦି ଆପଣମାନେ ଶାନ୍ତିରେ ରହିବାକୁ ଚାହୁଁଛନ୍ତି, ଆପଣମାନେ ଯଦି ନିଜ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଚାହୁଁଛନ୍ତି, ତୁରନ୍ତ ମାନବୀୟ ସହାୟତା କରନ୍ତୁ ।

ଦୟା କରି ଆପଣମାନଙ୍କ ଅଞ୍ଚଳରେ ପଣବନ୍ଦୀ ହୋଇ ରହିଥିବା ଲୋକଙ୍କ ଠିକଣା ସମ୍ପର୍କରେ ନିର୍ଦ୍ଦିଷ୍ଟ ଓ ମୂଲ୍ୟବାନ ତଥ୍ୟ ଦିଅନ୍ତୁ । ଅକ୍ଟୋବର ୭ରୁ ହମାସ ଆତଙ୍କୀମାନେ ୨୨୨ ଜଣ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରି ରଖିଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳାଙ୍କୁ ହମାସ ମୁକ୍ତ କରିଛି। ଏବେ ବି ସେମାନଙ୍କ କବଳରେ ୨୨୦ ଜଣ ଲୋକ ରହିଛନ୍ତି ।

ଆଜିଠାରୁ ଆରମ୍ଭ ହେଉଛି ୩୭ତମ ଜାତୀୟ କ୍ରୀଡ଼ା

ବ୍ୟୁରୋ ରିପୋର୍ଟ: ଗୁରୁବାରଠାରୁ ଆରମ୍ଭ ହେଉଛି ୩୭ତମ ଜାତୀୟ କ୍ରୀଡ଼ା । ଜାତୀୟ କ୍ରୀଡ଼ାର ଏହି ମହାକୁମ୍ଭ ଗୋଆରେ ଅନୁଷ୍ଠିତ ହେଉଛି। ଜାତୀୟ କ୍ରୀଡାକୁ ଦେଶର ଅଲିମ୍ପିକ୍ ଭାବେ ମଧ୍ୟ ପରିଗଣିତ କରାଯାଉଛି। ଏଥିଲାଗ ସମସ୍ତ କ୍ରୀଡାବିତ ଜୋରଦାର ପ୍ରସ୍ତୁତ କରିଛନ୍ତି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ କ୍ରୀଡ଼ାବିତ ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶାରୁ ୩ଶହରୁ ଅଧିକ କ୍ରୀଡ଼ାବିତ ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କ ମଧ୍ୟରେ ୧୮୦ ଜଣ ମହିଳା କ୍ରୀଡ଼ାବିତ ଅଛନ୍ତି।ରାଜ୍ୟର ଖେଳାଳି ଉନ୍ନତ ପ୍ରଦର୍ଶନ କରି ମେଡାଲ ଆଣିଲେ ରାଜ୍ୟ ସରକାର ଦେବେ ପୁରସ୍କାର।

ସ୍ବର୍ଣ୍ଣ ମେଡାଲ ଜିତିଲେ ରାଜ୍ୟ ସରକାର ଦେବେ ୫ ଲକ୍ଷ ଟଙ୍କା ପୁରସ୍କାର । ରୌପ୍ୟ ପଦକ ପାଇଁ ୩ ଲକ୍ଷ ଏବଂ ବ୍ରୋ୍ଂଜ ପଦକ ପାଇଁ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ଆସନ୍ତା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଜାତୀୟ କ୍ରୀଡ଼ା ମହାକୁମ୍ଭ । ଗୋଆର ୫ଟି ସହରରେ କ୍ରୀଡ଼ାର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମାପୁସା,ମାର୍ଗାଓ, ପଂଜିମ, ପୋଣ୍ଡା ଏବଂ ଭାସ୍କୋ ସହରରେ ଅନୁଷ୍ଠିତ ହେବ କ୍ରୀଡ଼ା ।ଗୋଆ ପ୍ରଥମଥର ଲାଗି ଜାତୀୟ କ୍ରୀଡ଼ା ଆୟୋଜନ କରୁଛି ।

ଏଥିରେ ୧୦ ହଜାରରୁ ଅଧିକ କ୍ରୀଡ଼ାବିତ ସାମିଲ ହେବା ସମ୍ଭାବନା ରହିଛି । ୪୩ଟି ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିବେ ଖେଳାଳି ।ତେବେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଷ୍ଟାଡିୟମ କମ୍ପ୍ଲେକ୍ସରେ ହେବ ଜାତୀୟ କ୍ରୀଡାର ଗୋଲ୍ଫ ପ୍ରତିଯୋଗିତା ।ଏହା ପୂର୍ବରୁ ୨୦୧୬ରେ ୩୬ତମ ଜାତୀୟ କ୍ରୀଡା ଆୟୋଜନ ଲାଗି ଗୋଆକୁ ଚୟନ କରାଯାଇଥିଲା ।ତେବେ ବିଭିନ୍ନ କାରଣକୁ ନେଇ ଗତବର୍ଷ ୨୦୨୨ରେ ଏହି କ୍ରୀଡ଼ା ଗୁଜରାଟରେ ଅନୁଷ୍ଠିତ ହୋଇଥିଲା । ଗୋଆରେ ୩୭ତମ ଜାତୀୟ କ୍ରୀଡା ଅନୁଷ୍ଠିତ ହେଉଛି ।

ସରିଲା ମହାମାୟାଙ୍କର ଭସାଣ ଉତ୍ସବ

ଭୁବନେଶ୍ବର: ବିଦାୟ ନେଲେ ମାଆ । ସରିଲା ମହାମାୟାଙ୍କର ଭସାଣ ଉତ୍ସବ। ଅସ୍ଥାୟୀ ପୋଖରୀରେ ମାଆଙ୍କୁ କରାଗଲା ବିସର୍ଜନ। କଟକରେ ବିଭିନ୍ନ ସାହି ପରିକ୍ରମା କରି ଦେବୀ ଗଡ଼ାକୁ ଯାଇଥିଲେ ଗୋଟିଏ ପରେ ଗୋଟିଏ ମେଢ଼। ଅଧିକାଂଶ ମେଢ଼ ରାଣୀହାଟ ମଙ୍ଗଳାବାଗ ଦେଇ ଦେବୀଗଡାକୁ ଯାଇଥିଲେ। ରାଜଧାନୀ ଭୁବନେଶ୍ବରରେ ମାଆଙ୍କୁ ମେଲାଣି ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । କୁଆଖାଇ ଓ ଦୟାନଦୀ କୂଳରେ ଖୋଳାଯାଇଥିବା ଅସ୍ଥାୟୀ ପୋଖରୀରେ ମାଆଙ୍କୁ ବିସର୍ଜନ କରାଯାଇଥିଲା ।

ଭୁବନେଶ୍ବରରେ ମୋଟ ୧୮୮ଟି ପୂଜା ମେଢ଼ ରହିଥିବାବେଳେ  ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ତିନୋଟି ଭସାଣ କମିଟି ଦ୍ବାରା ମେଢ଼ ଗୁଡିକ ଶୋଭାଯାତ୍ରାରେ ଯାଇଥିଲା । ସୁରକ୍ଷା ଦୃଷ୍ଟିରେ ୩୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ମାଆଙ୍କୁ ବିସର୍ଜନ କରାଯାଇଥିଲା । ସେପଟେ ପୁରୀରେ ଗୋଷାଣି ମେଳଣ ଅନୁଷ୍ଠିତ ହୋଇଥିଲା । ଆଶ୍ବିନ ମାସ ଶୁକ୍ଳ ପକ୍ଷ ପବିତ୍ର ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣୀ ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ଅନୁଷ୍ଠିତ ହୋଇଥିଲା। ବିଧି ଅନୁସାରେ ଶ୍ରୀମନ୍ଦିର ଉପରକୁ ଏକାଦଶୀ ମହାଦୀପ ଉଠିବା ପରେ ମେଲାଣି ନେଇଥିଲେ ମାଆ ।

ରାଜଧାନୀରେ ଭସାଣ ସମୟରେ ବୁଲିଲା ଖଣ୍ଡା

ଭୁବନେଶ୍ବର: ଭସାଣ ସମୟରେ ରାଜଧାନୀରେ ବୁଲିଲା ଖଣ୍ଡା । ଶୋଭାଯାତ୍ରା ବେଳେ ରସୁଲଗଡ଼ରେ ଗୋଷ୍ଠୀ ସଂଘର୍ଷ । ଭସାଣକୁ ନେଇ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ଉଭୟ ପକ୍ଷର ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଏକ ଜିମ୍ ମାମଲାକୁ ନେଇ ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଶୋଭାଯାତ୍ରା ସମୟରେ କିଛି ଯୁବକ ଅନ୍ୟଏକ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି ଅନ୍ୟ ଗୋଷ୍ଠୀ  । ପ୍ରୀତି ବଳିୟାର ସିଂ, ସିପୁ ସାମନ୍ତରାୟ ଓ ଲିପୁ ନାମକ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି  । ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରୁଛି ।

 

ଭସାଣ ଉତ୍ସବରେ ଢ଼ୋଲ ବଜାଇଲେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ

କଟକ: ଜମୁଛି ଦେବୀ ଦୁର୍ଗାଙ୍କ ଭସାଣ ଉତ୍ସବ । ଦେବୀଗଡ଼ା ଅଭିମୁଖେ ବାଜା ପଟୁଆରରେ ଯାଉଛନ୍ତି ଗୋଟିଏ ପରେ ଗୋଟିଏ ମେଢ । ଉତ୍ସବରେ ସାମିଲ ହୋଇ ପାରମ୍ପରିକ ବାଜା ବଜାଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ପ୍ରଶାସନର ନିଷ୍ପତ୍ତିକୁ ସ୍ବାଗତ ଜଣାଇ ଡିଜେମୁକ୍ତ ଭସାଣରେ ବାହାରିଛନ୍ତି ସମସ୍ତ ପୂଜା ମଣ୍ଡପ । ଏହି ଅବସରରେ ମାଆଙ୍କୁ ମେଲାଣି ଦେବାକୁ ଉତ୍ସବରେ ସାମିଲ ହୋଇଥିଲେ ନିଜେ ଜିଲ୍ଲାପାଳ । ଉତ୍ସବରେ ପାରମ୍ପରୀକ ବାଜା ଟ୍ରଲି ଉପରକୁ ଚଢି ବାଜା ବଜାଇଥିଲେ ଜିଲ୍ଲାପାଳ । ତେବେ ଜଣେ ସେବକ ଭାବରେ ବାଜା ବଜାଇ ମାଆଙ୍କୁ ବିଦାୟ ଦେଇଥିବା କହିଛନ୍ତି ଜିଲ୍ଲାପାଳ ।

କୁମାରପୂର୍ଣ୍ଣମା ପାଇଁ ମାଆ ସମଲେଶ୍ବରୀଙ୍କ ସ୍ଥିର ହେଲା ସ୍ବତନ୍ତ୍ର ନୀତି ନିର୍ଘଣ୍ଟ

ସମ୍ବଲପୁର: ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ସମ୍ବଲପୁର ସମଲେଶ୍ବରୀଙ୍କ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । କୁମାରପୂର୍ଣ୍ଣମା ପାଇଁ ମାଆ ସମଲେଶ୍ବରୀଙ୍କ ପୀଠରେ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ପ୍ରାତଃ ୫ଟାରେ ମଙ୍ଗଳ ଆଳତି କରାଯାଇ ୬ଟାରୁ ଆରମ୍ଭ ହେବ ସାଧାରଣ ଦର୍ଶନ । ଦିବା ୧୧ ଟା ୪୫ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ ମାଆଙ୍କ ଅନ୍ନଭୋଗ ଲାଗି ହେବ । ମାଆଙ୍କ ସିଙ୍ଗାର ଓ ରାଜରଜେଶ୍ବରୀ ବେଶ ଅନୁଷ୍ଠିତ ହେବ । ମନ୍ଦିରରେ ଧ୍ବଜାରୋହଣ ପର୍ବ ଓ ମହାଦୀପ ଉଠିବ । ଅପରାହ୍ନ ୨ଟାରୁ ଅପରାହ୍ନ ୩ଟା ୧୫ ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଦର୍ଶନ ସୁଯୋଗ ମିଳିବ । ଏହାପରେ ଚନ୍ଦ୍ରଗ୍ରହଣ ହେତୁ ମନ୍ଦିର ବନ୍ଦ ରହିବ । ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ମନ୍ଦିର ପୂଜକ ମିଳିତ ନିଷ୍ପତ୍ତି କ୍ରମେ ଏହି ନୀତି ନିର୍ଘଣ୍ଟ କରାଯାଇଛି ।

ଓଡ଼ିଶାରେ ହେବ ଚେସର ବିକାଶ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଡି.ଆର. ଓଜୋଲା

ଭୁବନେଶ୍ବର: ଓଡ଼ିଶାରେ ହେବ ଚେସର ବିକାଶ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଡି.ଆର. ଓଜୋଲା । FIDA ପରିଚାଳନା ବୋର୍ଡ ଉପାଧ୍ୟକ୍ଷ ଡି.ଆର. ଓଜୋଲା । FIDA-ଇଣ୍ଟରନ୍ୟାସନାଲ ଚେସ୍ ଫେଡେରେସନ । ରାଜ୍ୟରେ କ୍ରୀଡାର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଓଜୋଲା । ଚେସର ବିକାଶ ନେଇ ଆରମ୍ଭ ହୋଇଛି ଷ୍ଟେଟ ଚେସ୍ ଏକାଡେମୀ । ଚେସର ବିକାଶ ନେଇ ସହଯୋଗର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ସ୍ଥାନରେ ଶହେଟି ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହେବ । ରାଜ୍ୟରେ ଚେସ ଖେଳର ବିକାଶ ନେଇ ଆଲୋଚନା କରାଯାଇଛି । ଓଡ଼ିଶା କ୍ରୀଡ଼ାକୁ ସବୁବେଳେ ଗୁରୁତ୍ବ ଦେଇ ଆସୁଛି ।

ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ତଥା ଲାଟଭିଆ ଗଣତନ୍ତ୍ରର ପୂର୍ବତନ ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଡାନା ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେସ୍ କୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଓ  ରିଜନିସ୍-ଓଜୋଲା ଚେସ୍ କୁ ଏକ ବୌଦ୍ଧିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା ଏବଂ ଯୁବଗୋଷ୍ଠୀଙ୍କୁ ବୌଦ୍ଧିକ ଓ ଭାବନାତ୍ମକ ଭାବେ ସଶକ୍ତ କରିବାର ଅନେକ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। ଯୁବ ଚେସ୍ ପ୍ରତିଭାମାନଙ୍କୁ ଚିହ୍ନଟ କରି ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉତ୍କୃଷ୍ଟ ହେବା ପାଇଁ ଉପଯୁକ୍ତ ଭିତ୍ତିଭୂମି ଏବଂ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ବୈଠକରେ ଆଲୋକପାତ କରାଯାଇଥିଲା।

ଏହି ଅବସରେ ମୁଖ୍ୟମନ୍ତ୍ରୀ  କହିଛନ୍ତି, ଯୁବପିଢ଼ିଙ୍କୁ ସର୍ବୋତ୍ତମ ସୁଯୋଗ ଯୋଗାଇ ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ଚେସ୍ ସେମାନଙ୍କ ଅଭିବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ। ରାଜ୍ୟସ୍ତରୀୟ ଚେସ୍ ଏକାଡେମୀ- ପ୍ରୋ ଚେସ୍-ଟା, ଚେସ୍ ଇନ୍ ସ୍କୁଲ୍ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଓଡ଼ିଶାରେ ୧୦୦ରୁ ଅଧିକ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ହୋଇଛି। ଆମର ଲକ୍ଷ୍ୟ ହାସଲ ପାଇଁ ଆମେ ଫିଡେ ସହ ମିଶି କାମ କରିବାକୁ ଆଗ୍ରହୀ।ବିଶ୍ୱ ଚେସ୍ ସମୁଦାୟ ପ୍ରତି ଅତୁଟ ସମର୍ଥନ ପାଇଁ ପରିଚିତ ରିଜନିସ୍-ଓଜୋଲା ମୁଖ୍ୟମନ୍ତ୍ରୀ ଏବଂ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ାର ବିକାଶ ଦିଗରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ।