ବିସ୍ଫୋରଣରେ ଥରିବ କି ମାୟାନଗରୀ ମୁମ୍ବାଇ, ଆସିଲା ଧମକ !

ମୁମ୍ବାଇ : ଆର୍ଥିକ ରାଜଧାନୀ ମୁମ୍ବାଇରେ ବୋମା ଆତଙ୍କ । ନବବର୍ଷ ପାଳନ ଅବକାଶରେ ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ନେଇ ଧମକ ପରେ ସହରରେ ଖେଳିଛି ଆତଙ୍କ । ବୋମା ବିସ୍ଫୋରଣ ନେଇ ଜଣେ ଅଜଣା ବ୍ୟକ୍ତି ଧମକ ଦେବା ପରେ ମୁମ୍ବାଇ ପୋଲିସ ଆଲର୍ଟରେ ରହିଛି । ଗତକାଲି ସନ୍ଧ୍ୟା ୬ଟାରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଜଣେ ଅଜଣା ବ୍ୟକ୍ତି ବୋମା ବିସ୍ଫୋରଣ ଧମକ ଦେବା ପରେ ମହାନଗରୀର ପୋଲିସ ହୋଇଥିଲା ସତର୍କ । Mumbai Police on high alert after bomb threat call amid New Year  celebrations - BusinessToday

ପୋଲିସ ସୂଚନା ଅନୁସାରେ ପୋଲିସ କଣ୍ଟ୍ରୋଲ ରୁମକୁ ଜଣେ ବ୍ୟକ୍ତି ଫୋନ କରିବା ସହ ମୁମ୍ବାଇର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟିବ ବୋଲି କହି ଫୋନ କାଟି ଦେଇଥିଲା । ଫୋନ କଲ୍ ପାଇବା ପରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ମାତ୍ର ସେପରି କୌଣସି ସାମଗ୍ରୀ ପୋଲିସ ପାଇ ନଥିଲା । ଏହା ସତ୍ତ୍ବେ ସାରା ସହରରେ ପୋଲିସ ପକ୍ଷରୁ ନିରାପତ୍ତା କଡାକଡି କରାଯାଇଛି ।