୨୩ରେ ରାଜ୍ୟ ଭିଜିଲାନ୍ସକୁ ବଡ଼ ସଫଳତା: ୧୬୬ ଅଧିକାରୀ ଗିରଫ, ୧୨୪ କୋଟି ଟଙ୍କାର ସମ୍ପତ୍ତି ଜବତ

1 min read

ଭୁବନେଶ୍ବର: ୨୦୨୩ରେ ରାଜ୍ୟ ଭିଜିଲାନ୍ସର ସଫଳତା । ଚଳିତବର୍ଷ ୨୬୫ ଅପରାଧିକ ମାମଲା ପଞ୍ଜିକୃତ ହୋଇଥିବାବେଳେ ୧୬୬ ଅଫିସର ଓ ଅନ୍ୟାନ୍ୟ ଅଧିକାରୀ ଗିରଫ । ୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ପଞ୍ଜିକୃତ ହୋଇଥିବାବେଳେ ୧୨୪ କୋଟି ଟଙ୍କାର ସମ୍ପତ୍ତି ଜବତ । ଲାଞ୍ଚ ନେବା ବେଳେ ୯୮ଟି ଘଟଣା ଧରାଯାଇଛି । ୧୦୯ ଜଣ ସରକାରୀ ଅଧିକାରଙ୍କ ସମେତ ୧୨୩ ଜଣ ଧରା ପଡ଼ିଛନ୍ତି । ଭିଜିଲାନ୍ସ ଇତିହାସରେ ସର୍ବକାଳୀନ ୨ଟି ନଗଦ ଅର୍ଥ ଜବତ ମାମଲା ଏହି ବର୍ଷ ହୋଇଛି । ଲାଞ୍ଚ ନିଆଯାଉଥିବାବେଳେ ସର୍ବାଧିକ ୧୨ ଲକ୍ଷ ଟଙ୍କା ଜବତ ହୋଇଛି । ବେନାମୀ ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନିଆଯାଉଥିବା ବେଳେ ଧରାପଡିଥିଲା କାରନାମା ।

ଚଳିତବର୍ଷ ୫୮ ଜଣ କ୍ଲାସ-୧ ଅଫିସରଙ୍କ ବିରୋଧରେ ମାମଲା ହୋଇଥିବା ବେଳେ ୨୬ ଜଣ କ୍ଲାସ-୧, ୩୨ ଜଣ କ୍ଲାସ-୨ ଅଧିକାରୀ ଗିରଫ ହୋଇଛନ୍ତି । ସେହିପରି ୮୫ କ୍ଲାସ-୩, ୬ ଜଣ କ୍ଲାସ-୪ କର୍ମଚାରୀ ଗିରଫ ହୋଇଛନ୍ତି । ଭିଜିଲାନ୍ସ ପକ୍ଷରୁ ୪୭୮ଟି ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ୬୮୪ ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ସଂକ୍ରାନ୍ତ ୮୫ଟି ମାମଲାରେ ୩୬ ଦମ୍ପତି ସହଅଭିଯୁକ୍ତ ରହିଛନ୍ତି । ୧୫୩ ପ୍ରତିଶତ ହାରରେ ୪୦୬ଟି ମାମଲାର ତଦନ୍ତ ଶେଷ ହୋଇଛି । ମାମଲାର ତଦନ୍ତ ଶେଷ କରିବାରେ ୧୦ ବର୍ଷର ରେକର୍ଡ ଭାଙ୍ଗିଛି ଭିଜିଲାନ୍ସ ।

ଦୋଷୀ ସାବ୍ୟସ୍ତ ଘଟଣା ୧୨୪ଟି ହୋଇଥିବାବେଳେ ଏହି ହାର ୫୦ ପ୍ରତିଶତ ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୬୬ ପ୍ରତିଶତ ରହିଛି । ୪୧ ହଜାର ୪୪ ସରକାରୀ କର୍ମଚାରୀଙ୍କ ଲାଗି ଭିଜିଲାନ୍ସ କ୍ଲିୟରାନ୍ସ ମିଳିଛି । ଭିଜିଲାନ୍ସ ଏକାଡେମୀରେ ଏକ ହଜାର ୧୧୩ ସର୍ବଭାରତୀୟ ଅଧିକାରୀଙ୍କ ସହ ରାଜ୍ୟ ସରକାରୀ ଅଫିସର, ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତିଙ୍କୁ ତାଲିମ ଦିଆଯାଇଛି ।