ଗର୍ଭବତୀ କରାଇଲେ ମିଳିବ ଲକ୍ଷ ଲକ୍ଷ ଟଙ୍କା, ନୂଆ ଚାକିରିକୁ ନେଇ ପୋଲିସ ଚକିତ

1 min read

ପାଟନା:  All India pregnant job ନାଁରେ ନୂଆ ଚାକିରି ।  ଗର୍ଭବତୀ କରାଇ ପାରିଲେ ଲକ୍ଷ ଲକ୍ଷ ଟଙ୍କା । ଏମିତି ଏକ ଆଶ୍ଚର୍ଯ୍ୟଜନକ ଠକେଇ ମାମଲା ବିହାରର ନୱାଦାରୁ ସାମ୍ନାକୁ ଆସିଛି। ଏଠାରେ ଥିବା ସାଇବର ପୋଲିସ ଷ୍ଟେଶନ ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି । ଯାହା ମହିଳାମାନଙ୍କୁ ଗର୍ଭବତୀ କରିବା ନାମରେ ପ୍ରତାରଣା କରୁଥିଲା।  ଲୋକଙ୍କୁ ଅଫର୍ ଦେଉଥିଲେ ଯେ, ସେମାନଙ୍କୁ ନିଃସନ୍ତାନ ମହିଳାଙ୍କୁ ଗର୍ଭଧାରଣ କରିବାକୁ ପଡିବ । ଏହାର ପ୍ରତିବଦଳରେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦିଆଯିବ। ଏହି ସିଣ୍ଡିକେଟର ନେଟୱର୍କ ସାରା ଦେଶରେ ବ୍ୟାପିଛି  । ପୋଲିସ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏହି ଅଭିଯୁକ୍ତଙ୍କ ବିରୋଧରେ ନୱାଦା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜିଲ୍ଲାର ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳରେ ପୋଲିସ ଚଢାଉ କରି ଘଟଣାସ୍ଥଳରୁ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।  ସେମାନଙ୍କଠାରୁ ୯ ଟି ମୋବାଇଲ୍ ସହ ଗୋଟିଏ ପ୍ରିଣ୍ଟର ମିଳିଛି ।

All India pregnant job (Baby birth service) ନାମରେ ଟଙ୍କା ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଲୋକଙ୍କୁ ଠକୁଥିଲା ବୋଲି ପୋଲିସ କହିଛି ।     ପୋଲିସକୁ ପୂର୍ବରୁ ସୂଚନା ମିଳିବା ପରେ ସେ ଚଢାଉ କରିଥିଲା । All India pregnant job ନାମରେ ଲୋକଙ୍କୁ ଫାଶରେ ପକାଇ ସେମାନଙ୍କ ଠାରୁ ପଞ୍ଜିକରଣ ନାମରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।

ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ବହୁ ଟଙ୍କା ମିଳିବ ବୋଲି ପୁରୁଷମାନଙ୍କୁ ଅପରାଧୀମାନେ କହିଥିଲେ । ସେମାନଙ୍କୁ ଏପରି କହି ନିଜ ପୁରୁଷମାନଙ୍କୁ ଆଡକୁ ଆକର୍ଷିତ କରୁଥିଲେ । ପ୍ରଥମେ ସେମାନଙ୍କ ଠାରୁ ୭୯୯ ଟଙ୍କା ନିଆଯାଉଥିଲା । ପରେ ସିକ୍ୟୁରିଟି ମନି ବାବଦକୁ ୫ ହଜାରରୁ ୨୦ ହଜାରକୁ ମଧ୍ୟରେ ଟଙ୍କା ମଗାଯାଉଥିଲା ।

ନଓ୍ବାଦା ପୋଲିସ ଏସଆଇଟି ମୁନ୍ନା କୁମାର ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢାଉ କରିଥିଲା । ପୋଲିସ କହିଛି ଯେ, ମୁନ୍ନା ଏହି ସମଗ୍ର ସିଣ୍ଡିକେଟର ମାଷ୍ଟରମାଇଣ୍ଡ ଥିଲା ।  ପୋଲିସ ଏହି ରାକେଟର ୮ଜଣଙ୍କୁ ଗିରଫ କରିଥିବାବେଳେ ୧୨ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି ।

ଏହି ପ୍ରସଙ୍ଗରେ ଡିଏସପି କଲ୍ୟାଣ ଆନନ୍ଦ କହିଛନ୍ତି, ଏହି ସାଇବର ସିଣ୍ଡିକେଟ୍ ସାରା ଦେଶରେ ବ୍ୟାପିଛି । ଗିରଫ ଲୋକଙ୍କ ନିକଟରୁ ନଅଟି ସ୍ମାର୍ଟଫୋନ୍ ଏବଂ ଗୋଟିଏ  ପ୍ରିଣ୍ଟର୍ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ  ।