ଉତ୍ତର ଭାରତରେ ଭୟଙ୍କର କୁହୁଡି, ଲୋକେ ହେଉଛନ୍ତି କଲବଲ

ନୂଆଦିଲ୍ଲୀ : ଘନ କୁହୁଡ଼ି ବଳୟରେ ସାରା ଦିଲ୍ଲୀ । ରାତି ପାହିଲେ ନବବର୍ଷ ପାଳନ ଲାଗି ଦିଲ୍ଲୀବାସୀ ପ୍ରସ୍ତୁତି ହେବାକୁ ଯାଉଥିବାବେଳେ ଘନକୁହୁଡିମୟ ପରିବେଶ ବାଧା ସୃଷ୍ଟି କରିଛି । କେବଳ ଦିଲ୍ଲୀ ନୁହେଁ ସାରା ଉତ୍ତର ଭାରତରେ ଜାରି ରହିଛି କୁହୁଡିରାଜ୍ । ଘନ କୁହୁଡି ଯୋଗୁ ଦିଲ୍ଲୀରେ ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀ, ହରିଆଣା, ଉତ୍ତରପ୍ରଦେଶରେ ସ୍ଥିତି ବିଷମ ହୋଇଛି । ଆସନ୍ତା 4 ତାରିଖ ଯାଏ ଏହି ସ୍ଥିତି ଲାଗି ରହିବ ବୋଲି ଆଶଙ୍କା କରାଯାଉଛି । ଆସାମ, ପଞ୍ଜାବ, ଜାମ୍ମୁ ଓ କାଶ୍ମୀର, ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଭିଜିବିଲିଟ ରେଞ୍ଜ ମାତ୍ର 15 ମିଟର ରହିଛି । ହରିଆଣା, ରାଜସ୍ଥାନ, ମଧ୍ୟପ୍ରଦେଶ ଆଦି ରାଜ୍ୟର ଅନେକ ସ୍ଥାନରେ ଭିଜିବିଲିଟି ରେଞ୍ଜ 50 ମିଟର ରହିଛି । ଘନକୁହୁଡି ସହ ପ୍ରବଳ ଶୀତ ଜନଜୀବନକୁ ବିପର୍ଯ୍ୟସ୍ତ କରିଛି । Delhi-NCR Air Pollution: Overall air quality falls, expected to deteriorate  further from Sunday | India News – India TV

ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭିଜିବିଲିଟି ରେଞ୍ଜ 800 ମିଟର ରହିଛି । ଜାନୁଆରୀ 4 ଯାଏ ଏପରି ସ୍ଥିତି ଜାରି ରହିବ ବୋଲି କହିଛି ଆଇଏମଡି । ଉତ୍ତରଭାରତରେ ତାପମାତ୍ରା 2ରୁ 3 ଡିଗ୍ରୀ ହ୍ରାସ ପାଇଥିବା ସୂଚନା ମିଳିଛି । ସେପଟେ ଜାମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ର କେତେକ ସ୍ଥାନ ଏବଂ ଦକ୍ଷିଣ ଭାରତର ତାମିଲନାଡୁ, କେରଳ ଆଦି ରାଜ୍ଯରେ ଆସନ୍ତା 1ରୁ 3 ତାରିଖ ଯାଏ ବର୍ଷା ହେବା ସମ୍ଭାବନା ରହିଛି ବୋଲି କହିଛି ଆଇଏମଡି ।