ଚର୍ଚ୍ଚାରେ ଦିଲ୍ଲୀ ପୋଲିସ୍ ର ଟ୍ବିଟ୍ : ଫିଲ୍ମ ନାଁ ନେଇ ଅମାନିଆଙ୍କୁ ସାବାଡ୍ କରିବାକୁ ଚେତାବନୀ

ନୂଆଦିଲ୍ଲୀ: ବର୍ଷର ଶେଷ ସଂଧ୍ୟାରେ ମସ୍ତି ମେ ରହନା କା କିନ୍ତୁ ଜରା ହଟକେ ଜରା ବଚକେ ଯଦି ଆନିମଲ୍ ହୋଇ ବବାଲ୍ ଏବଂ ନନ୍ ଷ୍ଚପ୍ ଧୁମ୍ ମଚେଇବେ ତ ଯଦି ଏମିତି ନ ହେଉ ୨୦୨୪ର ପ୍ରଥମ ଦିନ ନିଜର ‘ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି ବଦଳରେ  ଇଣ୍ଡିଆନ୍ ପୋଲିସ୍ ଫୋର୍ସ ସହ ନୂଆବର୍ଷ ସେଲିବ୍ରେଟ୍ କରିବେ । ଏଭଳି କିଛି ନିଆରା ଢଙ୍ଗରେ ବଲିଉଡ୍ ଫିଲ୍ମର ଟାଇଟଲ୍ ଦେଇ ଦିଲ୍ଲୀ ପୋଲିସ୍  ଦିଲ୍ଲୀର ଜନସାଧାରଣଙ୍କୁ ସନ୍ଦେଶ ଦେଇଛି  । ରାତି ପାହିଲେ ନୂଆବର୍ଷ । ଆଜି ସଂନ୍ଧ୍ୟାରେ ଲୋକମାନେ ୨୦୨୩ କୁ ବିଦାୟ ଦେବା ପାଇଁ  ଏବଂ ୨୦୨୪ କୁ ସ୍ବାଗତ କରିବା ପାଇଁ ହୋଟେଲ୍ , ରେଷ୍ଟୋରାଣ୍ଟ ଏବଂ ବାର୍ ରେ ଏକାଠି ହେବେ । ଖାଦ୍ୟ ଖାଇବେ, ମଜାମସ୍ତି କରିବେ , ନୃତ୍ୟ ଏବଂ ସଂଗୀତ ଉପଭୋଗ କରିବେ ।

ତେବେ ଏଥିପାଇଁ ଜନସାଧାରଣଙ୍କୁ ଚେତାଇଦେବା ପାଇଁ  ଦିଲ୍ଲୀ ପୋଲିସ୍  ଟ୍ବିଟରରେ ନିଜର ଅଫିସିଆଲ୍ ସାଇଟରେ ଏକ ପୋଷ୍ଟ ସେୟାର କରିଛି  । ଆଜି ଦେଶର ପୋଲିସ୍ ଫୋର୍ସ ଭିଡ ପରିଚାଳନା ଏବଂ ସୁରକ୍ଷା ବ୍ୟବସ୍ଥା କୁ ପରିଚାଳନା କରିବା ପାଇଁ କଡାକଡି ବ୍ୟବସ୍ଥା କରାଯାଇଛି  । ଦେଶର ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷର ଶେଷ ସଂନ୍ଧ୍ୟାରେ ସେଲିବ୍ରେସନ୍  ପାଇଁ ବିଭିନ୍ନ ଜାଗାରେ ଏକାଠି ହେବେ ଲୋକେ  । ଆଜି ରାତି ୯ଟାରୁ ୧ ଜାନୁୟାରୀ ର ସକାଳ ପର୍ଯ୍ୟନ୍ତ ରାଜୀବ ଛକ ମେଟ୍ରୋ ଷ୍ଚେସନ୍ ର ସମସ୍ତ ପ୍ରସ୍ଥାନ ଗେଟ୍ ବନ୍ଦ ରହିବ  । ଦିଲ୍ଲୀ ପୋଲିସ୍ ଆଜିର ସୁରକ୍ଷା ବ୍ୟବସ୍ଥା ପାଇଁ ୨୫୦ ଟି ଟିମ୍ ନିୟୋଜିତ କରିଛି  । ଏବଂ ଦିଲ୍ଲୀ ପୋଲିସ୍ କହିଛି ଯେ, ଲୋକମାନେ ମଦ ପିଇ ମାତାଲ୍ ହୁଅନ୍ତୁ ନାହିଁ କି ରାସ୍ତାରେ କିଛି ଷ୍ଟଣ୍ଡ କରନ୍ତୁ ନାହିଁ  ।