ଭୁବନେଶ୍ବର: ଦିଲ୍ଲୀ ଭଳି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରଦୂଷଣର ମାତ୍ରା ଅଧିକ। ଦୀପାବଳି ପରେ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ପ୍ରଦୂଷଣ ବୃଦ୍ଧି ପାଇଛି। ଲିଙ୍ଗରାଜ ମନ୍ଦିରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୩୯୦ ରେକର୍ଡ ହୋଇଛି । ସେହିପରି ପଟିଆ ଅଂଚଳରେ ଏକ୍ୟୁଆଇ ୩୬୯ ରହିଥିଲା । ସକାଳୁ ଭୁବନେଶ୍ବର ଆକାଶ ଧୂଆଁଳିଆ ଦେଖାଯାଉଛି। ବାଣ ଫୁଟାଇବା ପରେ ବାୟୁର ଗୁଣବତ୍ତା ହ୍ରାସ ପାଇଛି । ଆକାଶ ଧୂଆଁମୟ ହୋଇ ରହିଛଇ । ବାଣ ଫୁଟାଇବା ଦ୍ବାରା ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି। କେବଳ ଭୁବନେଶ୍ବର ନୁହଁ, କଟକରେ ମଧ୍ୟ ପ୍ରଦୂଷଣ ମାତ୍ରା ବୃଦ୍ଧ ପାଇଥିଲା ସିଡିଏ ଅଂଚଳରେ ଏକ୍ୟୁଆଇ ୩୪୪ ରେକର୍ଡ ହୋଇଥିଲା । ବାଲେଶ୍ବର କାଳୀଦାସପୁରରେ ବୂାୟୁର ଗୁଣବତ୍ତା ମାନ ୩୬୦, ହାକିମପଡ଼ା ଅନୁଗୁଳରେ ୩୧୫ରେକର୍ଡ ହୋଇଛି । ତେବେ ରାଉରକେଲାରେ ପ୍ରଦୂଷଣର ମାନ ସାମାନ୍ୟ କମ ରହିଛି । ରାଉରକେଲା ଫର୍ଟିଲାଇଜର ଟାଉନସିପରେ ଏକ୍ୟୁଆଇ ୨୦୬ ଏବଂ ରଘୁନାଥପଲ୍ଲିରେ ୨୩୭ ରେକର୍ଡ ହୋଇଛି । ବାରିପଦାରେ ବାୟୁର ଗୁଣବତ୍ତାମାନ ୨୯୯ ରେକର୍ଡ ହୋଇଛି ।
‘ଆଇସିସି ହଲ୍ ଅଫ୍ ଫେମ୍’ରେ ସାମିଲ ହେଲେ କିମ୍ବଦନ୍ତୀ କ୍ରିକେଟର୍ ବିରେନ୍ଦ୍ର ସେହଓ୍ୱାଗ
ନୂଆଦିଲ୍ଲୀ : ପୂର୍ବତନ ଇଣ୍ଡିଆ ଟିମ୍ କ୍ରିକେଟର ବିରେନ୍ଦ୍ର ସେହଓ୍ୱାଗଙ୍କୁ ବଡ଼ ସମ୍ମାନ । ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)ର ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଛନ୍ତି ଭାରତୀୟ କିମ୍ବଦନ୍ତି କ୍ରିକେଟର୍ ଡାଏନା ଇଦୁଲଜି, ବିରେନ୍ଦ୍ର ସେହବାଗ ଓ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ ଅରବିନ୍ଦ ଡି’ସିଲ୍ଭା । ଏମାନଙ୍କୁ ଔପଚାରିକ ଭାବେ ହଲ୍ ଅଫ୍ ଫେମରେ ଆସନ୍ତା ୧୫ ତାରିଖରେ ସାମିଲ କରାଯିବ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବିଶ୍ବକପ୍ ସେମିଫାଇନାଲ୍ ଅବସରରେ ଏହି ତିନିଜଣଙ୍କୁ ଆଇସିସି ବିଶେଷ ଭାବେ ସମ୍ମାନିତ କରିବ ବୋଲି ଜଣାପଡ଼ିଛି।
🇮🇳 🇱🇰 🇮🇳
Three stars of the game have been added to the ICC Hall of Fame 🏅
Details 👇https://t.co/gLSJSU4FvI
— ICC (@ICC) November 13, 2023
ପୂର୍ବତନ ଇଣ୍ଡିଆ ଟିମ୍ କ୍ରିକେଟର ବିରେନ୍ଦ୍ର ସେହଓ୍ୱାଗ ଦୁନିଆର ସବୁଠାରୁ ଆଟାକିଂ ଓପନିଂ ବ୍ୟାଟ୍ସମ୍ୟାନ୍ ମଧ୍ୟରେ ପରିଗଣିତ ହୁଅନ୍ତି । ଏମିତି ବି କୁହାଯାଇପାରିବ କି ସେ ହିଁ ଟେଷ୍ଟ କ୍ରିକେଟ୍ ମ୍ୟାଚରେ ନିର୍ଭୟରେ ଖେଳିବାର ଅନ୍ଦାଜ ଶିଖାଇଛନ୍ତି । ସେ ନିଜ କ୍ୟାରିୟରରେ ଅନେକ ସ୍ମରଣୀୟ ମ୍ୟାଚ୍ ଖେଳିଛନ୍ତି । ମୁଲତାନରେ ପାକିସ୍ତାନ ବିପକ୍ଷରେ କରିଥିବା ୩୦୯ ରନର ଇନିଂସ କିଏ ବା ଭୁଲିପାରିବ । ଏହି ଚମତ୍କାର ଇନିଂସ ପରେ ସେହଓ୍ବାଗ ମୁଲତାନର ସୁଲତାନ ଭାବେ ପରିଚିତ ହୋଇଥିଲେ । ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ବିରେନ୍ଦ୍ର ସେହଓ୍ୱାଗଙ୍କୁ ଦିଆଯାଇଛି ଏହି ବଡ଼ ସମ୍ମାନ ।
ଆଇସିସି ପକ୍ଷରୁ ସେହଓ୍ୱାଗଙ୍କୁ ‘ହଲ୍ ଅଫ୍ ଫେମ୍’ରେ ସାମିଲ କରାଯାଇଛି । ସେହଓ୍ବାଗଙ୍କ ଛଡା ଭାରତୀୟ ମହିଳା ଟମର ପୂର୍ବ ଖେଳାଳି ଡାଏନା ଇଦୁଲଜି ଏବଂ ଶ୍ରୀଲଙ୍କାର କିମ୍ୱଦନ୍ତୀ କ୍ରିକେଟର୍ ଅରବିନ୍ଦ ଡି’ସିଲ୍ଭା ମଧ୍ୟ ହଲ୍ ଅଫ ଫେମରେ ସ୍ଥାନ ପାଇଛନ୍ତି । ଏହା ସହିତ ହଲ୍ ଅଫ ଫ୍ରେମରେ ଅନ୍ତର୍ଭୁକ୍ତ ମୋଟ ଖେଳାଳିଙ୍କ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି ।
ବିରେନ୍ଦ୍ର ସେହଓ୍ୱାଗ ଏବଂ ଡାଏନା ଇଦୁଲଜିଙ୍କ ପୂର୍ବରୁ ୭ ଜଣ ଭାରତୀୟ ଖେଳାଳି ଏହି ସମ୍ମାନ ମିଳିଛି । ୨୦୨୧ରେ ବୀନୁ ମାନକଡ୍ ଏହି ତାଲିକାରେ ସ୍ଥାନ ପାଇଥିଲେ । ସହିପରି ଜୁଲାଇ ୨୦୧୯ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଏହି ସମ୍ମାନ ମିଳିଥିଲା । ୨୦୧୮ରେ ରାହୁଲ ଦ୍ରାବିଡ଼ ଏବଂ ୨୦୧୫ରେ ଅନିଲ କୁମ୍ବଲେଙ୍କ ଏହି ମମ୍ମାନ ଦିଆଯିଇଥିଲା । ବିଶନ ସିଂ ବେଦୀ ଏବଂ ସୁନୀଲ ଗାବାସ୍କରଙ୍କୁ ୨୦୦୯ରେ ନୂଆକରି ଆରମ୍ଭ ହୋଇଥିବା ‘ ଆଇସିସି କ୍ରିକେଟ୍ ହଲ୍ ଆଫ୍ ଫେମ୍’ରେ ଏହି ସମ୍ମାନରେ ସାମିଲ କରାଯାଇଥିଲା । ୨୦୧୦ରେ କପିଲ ଦେବଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।
ସେହଓ୍ୱାଗଙ୍କ ଅନ୍ତର୍ଜାତୀୟ ରେକର୍ଡ :
ବିରେନ୍ଦ୍ର ସେହଓ୍ୱାଗ ମୋଟ୍ ୧୦୪ଟି ଟେଷ୍ଟ ମ୍ୟାଚରେ ୮,୫୮୬ ରନ୍ ସ୍କୋର କରିଛନ୍ତି , ଯେଉଁଥିରେ ମୋଟ୍ ୨୩ଟି ଶତକ ରହିଛି । ସେ ସାଉଥଆଫ୍ରିକା ବିପକ୍ଷରେ ଖେଳିଥିବା ଏକ ମାଚରେ ସର୍ବାଧିକ ୩୧୯ ରନ୍ ହାସଲ କରିଥିଲେ । ସେ ଦୁଇଟି ଟ୍ରିପଲ୍ ଶତକ ହାସଲ କରିଥିବା ଏକମାତ୍ର ଭାରତୀୟ ଖେଳାଳି ଅଟନ୍ତି । ଯଦି ଆମେ ଓ୍ବାନ୍ ଡେ ଇଣ୍ଟରନ୍ୟାଶନାଲ୍ ମ୍ୟାଚ କଥା କହିବା, ତେବେ ସେହଓ୍ୱାଗ ୧୫ଟି ଶତକ ଏବଂ ୩୮ଟି ଅର୍ଦ୍ଧଶତକ ହାସଲ କରି ୮୨୮୩ ରନ୍ ବନାଇଥିଲେ । ଏହା ଛଡା ଓ୍ୱାନ ଡେ ଇଣ୍ଟରନ୍ୟାସନାଲରେ ସେ ହାଇସ୍କୋରରେ ୨୧୯ ରନ୍ କରିଥିଲେ । ଏହା ଛଡା ୨୦୧୯ ଟି୨୦ ଇଣ୍ଟରନ୍ୟାସନାଲରେ ସେହଓ୍ବାଗଙ୍କ ନାରେ ୩୯୪ ରନ୍ ମଧ୍ୟ ସାମିଲ ରହିଛି ।
‘ଚାରି ହାତ ବିଶିଷ୍ଟ ଲକ୍ଷ୍ମୀ କେମିତି ଜନ୍ମ ହେଲେ ?’ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିବାଦୀୟ ବୟାନ
ନନ୍ଦିଘୋଷ ବ୍ୟୁରୋ : ପୁଣି ଥରେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ସମାଜବାଦୀ ପାର୍ଟି ନେତା ପ୍ରସାଦ ମୌର୍ଯ୍ୟ । ଏଥର ସେ ମାତା ଲକ୍ଷ୍ମୀଙ୍କୁ ନେଇ ଦେଇଛନ୍ତି ଏକ ବିବାଦୀୟ ମନ୍ତବ୍ୟ ଯାହାକୁ ନେଇ ଅନେକ ମହଲରୁ ତାଙ୍କୁ ନିନ୍ଦା କରାଯାଉଛି । ସେ କହିଛନ୍ତି କି , ଚାରିହାତ, ଆଠ ହାତ, ଦଶ ହାତ, କୋଡିଏ ହାତ ଅବା ହଜାର ହାତ ବିଶିଷ୍ଟ ଶିଶୁ ଆଜି ଯାଏଁ ଜନ୍ମ ହୋଇନାହାନ୍ତି , ତେବେ ଚାରି ହାତ ବିଶିଷ୍ଟ ଲକ୍ଷ୍ମୀ କିପରି ଜନ୍ମ ହେଲେ?
ନିଜର ବିବାଦୀୟ ମନ୍ତବ୍ୟ ଦ୍ୱାରା ଚର୍ଚ୍ଚାରେ ରହୁଥିବା ସମାଜବାଦୀ ପାର୍ଟି ନେତା ପୁଣି ଥରେ ହିନ୍ଦୁ ଦେବା ଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଦିପାବଳୀ ଅବସରରେ କିଛି ଫେଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ନିଜ ସ୍ତ୍ରୀଙ୍କୁ ଟିକା ଲଗାଉଥିବା ଦେଖିବାକୁ ମିଳିଛି ।
ଫଟୋ ପୋଷ୍ଟ ସହ ସେ ସେଥିରେ ଲେଖିଛନ୍ତି , ‘ଦୀପୋତ୍ସବ ଅବସରରେ ତାଙ୍କ ପତ୍ନୀଙ୍କୁ ପୂଜା ଓ ସମ୍ମାନ ଦେବାବେଳେ ସେ କହିଥିଲେ ଯେ, ସମଗ୍ର ବିଶ୍ୱର ପ୍ରତ୍ୟେକ ଧର୍ମ,ଜାତି,ରଙ୍ଗ,ବର୍ଣ୍ଣରେ ଏବଂ ଦେଶରେ ଜନ୍ମିତ ଶିଶୁ ଦୁଇଟି ହାତ,ଦୁଇଟି ପାଦ, ଦୁଇଟି କାନ, ଦୁଇ ଆଖି, ଦୁଇ ଛିଦ୍ର ବିଶିଷ୍ଟ ନାକ ସହିତ ଗୋଟିଏ ମୁଣ୍ଡ, ପିଠି ଏବଂ ପେଟ ବିଶିଷ୍ଟ ହୋଇଥାଏ । ତାହେଲେ ଚାରି ହାତ, ଆଠ ହାତ, ଦଶ ହାତ, କୋଡିଏ ହାତ ବା ହଜାର ହାତ ବିଶିଷ୍ଟ ଶିଶୁ ଆଜି ଯାଏଁ ଜନ୍ମ ହୋଇ ନାହିଁ । ତେବେ ଚାଣି ହାତ ବିଶିଷ୍ଟ ଲକ୍ଷ୍ମୀ କିପରି ଜନ୍ମ ହେଲେ ? ଯଦି ଆପଣ ଦେବୀଲକ୍ଷ୍ମୀଙ୍କ ପୂଜା କରିବାକୁ ଚାହୁଁଛନ୍ତି ,ତେବେ ଆପଣ ନିଜ ସ୍ତ୍ରୀକୁ ପୂଜା ଏବଂ ସମ୍ମାନ କରନ୍ତୁ ଯିଏ ପ୍ରକୃତ ଅର୍ଥରେ ଦେବୀ, କାରଣ ସେ ତୁମ ପରିବାରର ପୋଷଣ, ସୁଖ-ସମୃଦ୍ଧି, ଖାଦ୍ୟ-ପେୟ ଆଦି ବୁଝିବା ସହ ଅତି ନିଷ୍ଠାର ସହ ସେ ଦାୟିତ୍ୱ ତୁଲାଇଥାନ୍ତି ।’
दीपोत्सव के अवसर पर अपनी पत्नी का पूजा व सम्मान करते हुए कहा कि पूरे विश्व के प्रत्येक धर्म, जाति, नस्ल, रंग व देश में पैदा होने वाले बच्चे के दो हाथ, दो पैर, दो कान, दो आंख, दो छिद्रों वाली नाक के साथ एक सिर, पेट व पीठ ही होती है, चार हाथ,आठ हाथ, दस हाथ, बीस हाथ व हजार हाथ वाला… pic.twitter.com/CP5AjKODfq
— Swami Prasad Maurya (@SwamiPMaurya) November 12, 2023

