ନିଜ କିର୍ତ୍ତୀମାନ ଦେଖିଲେ, ଷ୍ଟାଡିୟମରେ ବସି ହସିଲେ

ବାଙ୍ଗାଲୋର: ଚଳିତ ବିଶ୍ବକପରେ ଭାରତ ଦମଦାର ପ୍ରଦର୍ଶନ କରିବା ସହ ସେମିଫାଇନାଲରେ ପହଞ୍ଚିଛି। ରବିବାର ନେଦରଲାଣ୍ଡସ ବିପକ୍ଷରେ ଭାରତ ନିଜର ଅନ୍ତିମ ଲିଗ୍ ମ୍ୟାଚ୍ ଖେଳି ୧୬୦ ରନରେ ବିଜୟ ହୋଇଛି । ଚଳିତ ବିଶ୍ବକପରେ ଭାରତ ଅପରାଜେୟ ହୋଇ ସେମିରେ ପ୍ରବେଶ କରିଛି । ରବିବାର ଖେଳାଯାଇଥିବା ମ୍ୟାଚ ସମୟରେ ଏକ ଭିଡିଓ ଷ୍ଟାଡିୟମରେ ଲାଗିଥିବା ସ୍କ୍ରିନରେ ଚାଲିଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା କି, ରାହୁଲ ଦ୍ରାଭିଡଙ୍କ କିର୍ତ୍ତୀମାନ। ୧୯୯୯ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିବା ଦ୍ରାବିଡଙ୍କ ଭିଡିଓ ବାଙ୍ଗାଲୋରରେ ଦେଖିବାକୁ ମିଳିଥିଲା । ଏହାକୁ ଦେଖି ନିଜର ଖୁସିକୁ ରଖି ପାରିନଥିଲେ ରାହୁଲ ଦ୍ରାବିଡ୍ ।

୧୯୯୯ ବିଶ୍ବକପରେ ରାହୁଲ ଦ୍ରାବିଡ ଦମଦାର ପ୍ରଦର୍ଶନ କରିଥିବାବେଳେ ୨ଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ରହିଥିଲା । ଏହି ପୁରୁଣା ସ୍ମୃତିକୁ ଦେଖିବା ପରେ ନିଜର ଖୁସିକୁ ରଖିପାରି ନଥିଲେ ରାହୁଲ ଦ୍ରାବିଡ୍ । ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯାହାକୁ ୟୁଜର୍ସମାନେ ବେଶ ପସନ୍ଦ କରୁଥିବାବେଳେ ସେୟାର ମଧ୍ୟ କରୁଛନ୍ତି । ସୂଚନା ଥାଉକି, ରାହୁଲ ଦ୍ରାଭିଡ ଏବେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ଅଟନ୍ତି । ପୂର୍ବରୁ ତାଙ୍କ ଅଧିନାୟକତ୍ବରେ ଭାରତ ବହୁ ମ୍ୟାଚ ଜିତିଥିବାବେଳେ ଏବେ ସେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଅଛନ୍ତି। ପୂର୍ବରୁ ଯୁବ ଖେଳାଳିଙ୍କୁ କୋଚିଂ ଦେଇଥିବାବେଳେ ବହୁ ସଫଳତା ମଧ୍ୟ ଅର୍ଜନ କରିଛନ୍ତି।