‘ଚାରି ହାତ ବିଶିଷ୍ଟ ଲକ୍ଷ୍ମୀ କେମିତି ଜନ୍ମ ହେଲେ ?’ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିବାଦୀୟ ବୟାନ

1 min read

ନନ୍ଦିଘୋଷ ବ୍ୟୁରୋ :  ପୁଣି ଥରେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ସମାଜବାଦୀ ପାର୍ଟି ନେତା ପ୍ରସାଦ ମୌର୍ଯ୍ୟ । ଏଥର ସେ ମାତା ଲକ୍ଷ୍ମୀଙ୍କୁ ନେଇ ଦେଇଛନ୍ତି ଏକ ବିବାଦୀୟ ମନ୍ତବ୍ୟ ଯାହାକୁ ନେଇ ଅନେକ ମହଲରୁ ତାଙ୍କୁ ନିନ୍ଦା କରାଯାଉଛି । ସେ କହିଛନ୍ତି କି , ଚାରିହାତ, ଆଠ ହାତ, ଦଶ ହାତ, କୋଡିଏ ହାତ ଅବା ହଜାର ହାତ ବିଶିଷ୍ଟ ଶିଶୁ ଆଜି ଯାଏଁ ଜନ୍ମ ହୋଇନାହାନ୍ତି , ତେବେ ଚାରି ହାତ ବିଶିଷ୍ଟ ଲକ୍ଷ୍ମୀ କିପରି ଜନ୍ମ ହେଲେ?

ନିଜର ବିବାଦୀୟ ମନ୍ତବ୍ୟ ଦ୍ୱାରା ଚର୍ଚ୍ଚାରେ ରହୁଥିବା ସମାଜବାଦୀ ପାର୍ଟି ନେତା ପୁଣି ଥରେ ହିନ୍ଦୁ ଦେବା ଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଦିପାବଳୀ ଅବସରରେ କିଛି ଫେଟୋ ପୋଷ୍ଟ କରିଛନ୍ତି  । ଯେଉଁଥିରେ ସେ ନିଜ ସ୍ତ୍ରୀଙ୍କୁ ଟିକା ଲଗାଉଥିବା ଦେଖିବାକୁ ମିଳିଛି ।

ଫଟୋ ପୋଷ୍ଟ ସହ ସେ ସେଥିରେ ଲେଖିଛନ୍ତି , ‘ଦୀପୋତ୍ସବ ଅବସରରେ ତାଙ୍କ ପତ୍ନୀଙ୍କୁ ପୂଜା ଓ ସମ୍ମାନ ଦେବାବେଳେ ସେ କହିଥିଲେ ଯେ, ସମଗ୍ର ବିଶ୍ୱର ପ୍ରତ୍ୟେକ ଧର୍ମ,ଜାତି,ରଙ୍ଗ,ବର୍ଣ୍ଣରେ ଏବଂ ଦେଶରେ ଜନ୍ମିତ ଶିଶୁ ଦୁଇଟି ହାତ,ଦୁଇଟି ପାଦ, ଦୁଇଟି କାନ, ଦୁଇ ଆଖି, ଦୁଇ ଛିଦ୍ର ବିଶିଷ୍ଟ ନାକ ସହିତ ଗୋଟିଏ ମୁଣ୍ଡ, ପିଠି ଏବଂ ପେଟ ବିଶିଷ୍ଟ ହୋଇଥାଏ । ତାହେଲେ ଚାରି ହାତ, ଆଠ ହାତ, ଦଶ ହାତ, କୋଡିଏ ହାତ ବା ହଜାର ହାତ ବିଶିଷ୍ଟ ଶିଶୁ ଆଜି ଯାଏଁ ଜନ୍ମ ହୋଇ ନାହିଁ । ତେବେ ଚାଣି ହାତ ବିଶିଷ୍ଟ ଲକ୍ଷ୍ମୀ କିପରି ଜନ୍ମ ହେଲେ ? ଯଦି ଆପଣ ଦେବୀଲକ୍ଷ୍ମୀଙ୍କ ପୂଜା କରିବାକୁ ଚାହୁଁଛନ୍ତି ,ତେବେ ଆପଣ ନିଜ ସ୍ତ୍ରୀକୁ ପୂଜା ଏବଂ ସମ୍ମାନ କରନ୍ତୁ ଯିଏ ପ୍ରକୃତ ଅର୍ଥରେ ଦେବୀ, କାରଣ ସେ ତୁମ ପରିବାରର ପୋଷଣ, ସୁଖ-ସମୃଦ୍ଧି, ଖାଦ୍ୟ-ପେୟ ଆଦି ବୁଝିବା ସହ ଅତି ନିଷ୍ଠାର ସହ ସେ ଦାୟିତ୍ୱ ତୁଲାଇଥାନ୍ତି ।’