ଦୀପାବଳି ପରେ ଭୁବନେଶ୍ବରରେ ବୃଦ୍ଧି ପାଇଛି ପ୍ରଦୂଷଣ

ଭୁବନେଶ୍ବର: ଦିଲ୍ଲୀ ଭଳି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରଦୂଷଣର ମାତ୍ରା ଅଧିକ। ଦୀପାବଳି ପରେ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ପ୍ରଦୂଷଣ ବୃଦ୍ଧି ପାଇଛି। ଲିଙ୍ଗରାଜ ମନ୍ଦିରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୩୯୦ ରେକର୍ଡ ହୋଇଛି । ସେହିପରି ପଟିଆ ଅଂଚଳରେ ଏକ୍ୟୁଆଇ ୩୬୯ ରହିଥିଲା । ସକାଳୁ ଭୁବନେଶ୍ବର ଆକାଶ ଧୂଆଁଳିଆ ଦେଖାଯାଉଛି। ବାଣ ଫୁଟାଇବା ପରେ ବାୟୁର ଗୁଣବତ୍ତା ହ୍ରାସ ପାଇଛି । ଆକାଶ ଧୂଆଁମୟ ହୋଇ ରହିଛଇ । ବାଣ ଫୁଟାଇବା ଦ୍ବାରା ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି। କେବଳ ଭୁବନେଶ୍ବର ନୁହଁ, କଟକରେ ମଧ୍ୟ ପ୍ରଦୂଷଣ ମାତ୍ରା ବୃଦ୍ଧ ପାଇଥିଲା  ସିଡିଏ ଅଂଚଳରେ ଏକ୍ୟୁଆଇ ୩୪୪ ରେକର୍ଡ ହୋଇଥିଲା । ବାଲେଶ୍ବର କାଳୀଦାସପୁରରେ ବୂାୟୁର ଗୁଣବତ୍ତା ମାନ ୩୬୦, ହାକିମପଡ଼ା ଅନୁଗୁଳରେ ୩୧୫ରେକର୍ଡ ହୋଇଛି । ତେବେ ରାଉରକେଲାରେ ପ୍ରଦୂଷଣର ମାନ ସାମାନ୍ୟ କମ ରହିଛି । ରାଉରକେଲା ଫର୍ଟିଲାଇଜର ଟାଉନସିପରେ ଏକ୍ୟୁଆଇ ୨୦୬ ଏବଂ ରଘୁନାଥପଲ୍ଲିରେ ୨୩୭ ରେକର୍ଡ ହୋଇଛି । ବାରିପଦାରେ ବାୟୁର ଗୁଣବତ୍ତାମାନ ୨୯୯ ରେକର୍ଡ ହୋଇଛି ।