ପୁଣି ପାକିସ୍ତାନରେ ଅଜ୍ଞାତ ଆତତାୟୀର ଆତଙ୍କ,ଏଥର ଜୈଶ ଆତଙ୍କବାଦୀ ସଫା

1 min read

ଇସଲାମାବାଦ: ପାକିସ୍ତାନରେ ଆତଙ୍କ ଖେଳାଇ ଚାଲିଛନ୍ତି ଅଜଣା ଆତତାୟୀ । ଏବେ ପୁଣି କରାଚିରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । କରାଚିରେ ମୌଲାନା ରହିମୁଲ୍ଲା ତାରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୌଲାନା ରହିମୁଲ୍ଲା ଜୈଶ ମୁଖ୍ୟ ମାସୁଦ ଅଜହରଙ୍କ ନିକଟତର ବୋଲି କୁହାଯାଉଛି । ସେ ସମାବେଶରେ ଭାରତ ବିରୋଧୀ ଭାଷଣ ଦେଉଥିଲା ।

ପୋଲିସର କହିବା କଥା ହେଲା ଓରଙ୍ଗି ଟାଉନରେ ଭାରତ ବିରୋଧୀ ଏକ ରାଲି ଆୟୋଜନ କରାଉଥିଲା । ମୌଲାନା ରହିମୁଲ୍ଲା ଏହି ରାଲିରେ ଯୋଗ ଦେବାକୁ ଯାଉଥିଲା । ସେ ଏକ ଧାର୍ମିକ ସଭାରେ ଯୋଗ ଦେବାକୁ ଯାଉଥିଲାବେଳେ ଅଜଣା ଆତତାୟୀ ତା ଉପରକୁ ଗୁଳି ଚାଳନା କରାଯାଇଥିଲା । ପୂରା ଘଟଣାକୁ ନଜର ପକାଇଲେ ଏହା ଟାର୍ଗେଟ କିଲ୍ଲିଂ ବୋଲି ଜଣାପଡ଼ୁଛି ।

ଏଠାରେ ଆପଣଙ୍କୁ କହି ରଖିବାକୁ ଚହୁଁଛୁ ଯେ, ପାକିସ୍ତାନରେ ଭାରତ ବିରୋଧୀ ଆତଙ୍କବାଦୀଙ୍କୁ ଅଜ୍ଞାତ ଆତତାୟୀ ଗୁଳି ମାରି ହତ୍ୟା କରିଛନ୍ତି । ଲସ୍କର-ଏ- ତୋଏବାର ପୂର୍ବ କମାଣ୍ଡର ଅକ୍ରମ ଖାନ ଓରଫ ଗାଜିକୁ ଗୁଳି କରି ହତ୍ୟା କରାଯାଇଥିଲା । ଅକ୍ରମ ଭାରତ ବିରୋଧରେ ସବୁବେଳେ ଭାଷଣ ଦେଉଥିଲା । ସେ ୨୦୧୮ ରୁ ୨୦୨୦ ଯାଏ ଲସ୍କର-ଏ- ତୋଏବାରେ ନିଯୁକ୍ତି ଦେବା କାମ କରୁଥିଲା । ଲସ୍କରର ବରିଷ୍ଠ କମାଣ୍ଡର ବି ଥିଲା ଅକ୍ରମ । ଦୀର୍ଘଦିନ ଧରି ସେ ଆତଙ୍କବାଦୀ କାର୍ଯ୍ୟକଳାପରେ ବି ସପୃକ୍ତ ଥିଲା ।