ଗାଜା ହସ୍ପିଟାଲରେ ନାହିଁ ବିଜୁଳି ପାଣି, ଚିକିତ୍ସା ଅପେକ୍ଷାରେ ଶହ ଶହ ରୋଗୀ

1 min read

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ୍- ହମାସ ଯୁଦ୍ଧ ମଧ୍ୟରେ ଗାଜାର ସର୍ବବୃହତ ହସପିଟାଲ ଠପ୍। ବିଜୁଳି ଓ ପାଣି ବିନା ହସପିଟାଲରେ ଚିକିତ୍ସା ସମ୍ଭବ ହେଉନି। ଯୁଦ୍ଧ ମଧ୍ୟରେ ଶହ ଶହ ରୋଗୀ ଚିକିତ୍ସା ଅପେକ୍ଷାରେ ସେଠାରେ ଫସି ରହିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ସୂଚନା ଦେଇଛି।

ଗାଜାର ମୋଟ୍ ୩୬ଟି ହସପିଟାଲରୁ ୨୦ଟିରେ ଚିକିତ୍ସା ବ୍ୟବସ୍ଥା ଠପ୍ ରହିଛି। ଉତ୍ତର ଗାଜାରେ ଇସ୍ରାଏଲି ସେନା ହସପିଟାଲ ଗୁଡ଼ିକୁ ଘେରି ରହିଛନ୍ତି। ୩ହଜାରରୁ ଅଧିକ ରୋଗୀ, ହସପିଟାଲ କର୍ମଚାରୀ ଆବଶ୍ୟକ ଇନ୍ଧନ, ପାଣି ଓ ଖାଦ୍ୟ ଅଭାବରେ ରହିଛନ୍ତି । ବିଜୁଳି ସମସ୍ୟା ପାଇଁ ୨ଜଣ ନବଜାତ ପ୍ରାଣ ହରାଇଥିବା ବେଳେ ଅନେକ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଆଖପାଖ ଅଞ୍ଚଳରେ ଯୁଦ୍ଧ ଚାଲିଥିବା ବେଳେ ଅଲ୍-ସିଫା ହସପିଟାଲରେ ଅନେକ ଲୋକ ଶରଣ ନେଇଛନ୍ତି। ହସପିଟାଲଗୁଡ଼ିକୁ ନିଜ ଅପରେସନ୍ ପାଇଁ ହମାସ ବ୍ୟବହାର କରୁଥିବା ଇସ୍ରାଇଲ୍ ସେନା ବାରମ୍ବାର ଅଭିଯୋଗ କରିଛି। ଆହତଙ୍କୁ ଅସ୍ତ୍ର କରି ହମାସ କମାଣ୍ଡ ସେଣ୍ଟର ଚଳାଉଥିବା ଅଭିଯୋଗ ହୋଇଛି। ତେଣୁ ଅଲ୍-ସିଫା ହସପିଟାଲରେ ହମାସର କମାଣ୍ଡ ସେଣ୍ଟର ଘେରିଛି ଇସ୍ରାଏଲ୍ ସେନା। ଏଥିସହ ଗୋଟିଏ ଦିନରେ ୧୫୦ରୁ ଅଧିକ ଆତଙ୍କୀଙ୍କୁ ମାରିଥିବା ସୂଚନା ମିଳିଛି।