‘ଆଇସିସି ହଲ୍ ଅଫ୍ ଫେମ୍’ରେ ସାମିଲ ହେଲେ କିମ୍ବଦନ୍ତୀ କ୍ରିକେଟର୍ ବିରେନ୍ଦ୍ର ସେହଓ୍ୱାଗ

1 min read

ନୂଆଦିଲ୍ଲୀ :  ପୂର୍ବତନ ଇଣ୍ଡିଆ ଟିମ୍ କ୍ରିକେଟର ବିରେନ୍ଦ୍ର ସେହଓ୍ୱାଗଙ୍କୁ ବଡ଼ ସମ୍ମାନ । ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)ର ହଲ୍ ଅଫ୍ ଫେମ୍‌ରେ ସ୍ଥାନ ପାଇଛନ୍ତି ଭାରତୀୟ କିମ୍ବଦନ୍ତି କ୍ରିକେଟର୍ ଡାଏନା ଇଦୁଲଜି, ବିରେନ୍ଦ୍ର ସେହବାଗ ଓ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ ଅରବିନ୍ଦ ଡି’ସିଲ୍ଭା  । ଏମାନଙ୍କୁ ଔପଚାରିକ ଭାବେ ହଲ୍ ଅଫ୍ ଫେମରେ ଆସନ୍ତା ୧୫ ତାରିଖରେ ସାମିଲ କରାଯିବ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବିଶ୍ବକପ୍ ସେମିଫାଇନାଲ୍ ଅବସରରେ ଏହି ତିନିଜଣଙ୍କୁ ଆଇସିସି ବିଶେଷ ଭାବେ ସମ୍ମାନିତ କରିବ ବୋଲି ଜଣାପଡ଼ିଛି।

ପୂର୍ବତନ ଇଣ୍ଡିଆ ଟିମ୍ କ୍ରିକେଟର ବିରେନ୍ଦ୍ର ସେହଓ୍ୱାଗ ଦୁନିଆର ସବୁଠାରୁ ଆଟାକିଂ ଓପନିଂ ବ୍ୟାଟ୍ସମ୍ୟାନ୍ ମଧ୍ୟରେ ପରିଗଣିତ ହୁଅନ୍ତି । ଏମିତି ବି କୁହାଯାଇପାରିବ କି ସେ ହିଁ ଟେଷ୍ଟ କ୍ରିକେଟ୍ ମ୍ୟାଚରେ ନିର୍ଭୟରେ ଖେଳିବାର ଅନ୍ଦାଜ ଶିଖାଇଛନ୍ତି । ସେ ନିଜ କ୍ୟାରିୟରରେ ଅନେକ ସ୍ମରଣୀୟ ମ୍ୟାଚ୍ ଖେଳିଛନ୍ତି । ମୁଲତାନରେ ପାକିସ୍ତାନ ବିପକ୍ଷରେ କରିଥିବା ୩୦୯ ରନର ଇନିଂସ କିଏ ବା ଭୁଲିପାରିବ  । ଏହି ଚମତ୍କାର ଇନିଂସ ପରେ ସେହଓ୍ବାଗ ମୁଲତାନର ସୁଲତାନ ଭାବେ ପରିଚିତ ହୋଇଥିଲେ ।  ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ବିରେନ୍ଦ୍ର ସେହଓ୍ୱାଗଙ୍କୁ ଦିଆଯାଇଛି ଏହି ବଡ଼ ସମ୍ମାନ  ।

ଆଇସିସି ପକ୍ଷରୁ ସେହଓ୍ୱାଗଙ୍କୁ ‘ହଲ୍ ଅଫ୍ ଫେମ୍’ରେ ସାମିଲ କରାଯାଇଛି । ସେହଓ୍ବାଗଙ୍କ ଛଡା ଭାରତୀୟ ମହିଳା ଟମର ପୂର୍ବ ଖେଳାଳି ଡାଏନା ଇଦୁଲଜି ଏବଂ ଶ୍ରୀଲଙ୍କାର କିମ୍ୱଦନ୍ତୀ କ୍ରିକେଟର୍ ଅରବିନ୍ଦ ଡି’ସିଲ୍ଭା  ମଧ୍ୟ ହଲ୍ ଅଫ ଫେମରେ ସ୍ଥାନ ପାଇଛନ୍ତି । ଏହା ସହିତ ହଲ୍ ଅଫ ଫ୍ରେମରେ ଅନ୍ତର୍ଭୁକ୍ତ ମୋଟ ଖେଳାଳିଙ୍କ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି ।

ବିରେନ୍ଦ୍ର ସେହଓ୍ୱାଗ  ଏବଂ  ଡାଏନା ଇଦୁଲଜିଙ୍କ ପୂର୍ବରୁ ୭ ଜଣ ଭାରତୀୟ ଖେଳାଳି ଏହି ସମ୍ମାନ ମିଳିଛି । ୨୦୨୧ରେ ବୀନୁ ମାନକଡ୍ ଏହି ତାଲିକାରେ ସ୍ଥାନ ପାଇଥିଲେ  । ସହିପରି ଜୁଲାଇ ୨୦୧୯ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଏହି ସମ୍ମାନ ମିଳିଥିଲା  । ୨୦୧୮ରେ ରାହୁଲ ଦ୍ରାବିଡ଼ ଏବଂ ୨୦୧୫ରେ ଅନିଲ କୁମ୍ବଲେଙ୍କ ଏହି ମମ୍ମାନ ଦିଆଯିଇଥିଲା । ବିଶନ ସିଂ ବେଦୀ ଏବଂ ସୁନୀଲ ଗାବାସ୍କରଙ୍କୁ ୨୦୦୯ରେ ନୂଆକରି ଆରମ୍ଭ ହୋଇଥିବା ‘ ଆଇସିସି କ୍ରିକେଟ୍ ହଲ୍ ଆଫ୍ ଫେମ୍’ରେ ଏହି ସମ୍ମାନରେ ସାମିଲ କରାଯାଇଥିଲା  । ୨୦୧୦ରେ କପିଲ ଦେବଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

ସେହଓ୍ୱାଗଙ୍କ ଅନ୍ତର୍ଜାତୀୟ ରେକର୍ଡ :

ବିରେନ୍ଦ୍ର ସେହଓ୍ୱାଗ ମୋଟ୍ ୧୦୪ଟି ଟେଷ୍ଟ ମ୍ୟାଚରେ ୮,୫୮୬ ରନ୍ ସ୍କୋର କରିଛନ୍ତି ,  ଯେଉଁଥିରେ ମୋଟ୍ ୨୩ଟି ଶତକ ରହିଛି । ସେ ସାଉଥଆଫ୍ରିକା ବିପକ୍ଷରେ ଖେଳିଥିବା ଏକ ମାଚରେ ସର୍ବାଧିକ ୩୧୯ ରନ୍ ହାସଲ କରିଥିଲେ  । ସେ ଦୁଇଟି ଟ୍ରିପଲ୍ ଶତକ ହାସଲ କରିଥିବା  ଏକମାତ୍ର ଭାରତୀୟ ଖେଳାଳି ଅଟନ୍ତି । ଯଦି ଆମେ ଓ୍ବାନ୍ ଡେ ଇଣ୍ଟରନ୍ୟାଶନାଲ୍ ମ୍ୟାଚ କଥା କହିବା, ତେବେ ସେହଓ୍ୱାଗ ୧୫ଟି ଶତକ ଏବଂ ୩୮ଟି ଅର୍ଦ୍ଧଶତକ ହାସଲ କରି ୮୨୮୩ ରନ୍ ବନାଇଥିଲେ ।  ଏହା ଛଡା ଓ୍ୱାନ ଡେ ଇଣ୍ଟରନ୍ୟାସନାଲରେ ସେ ହାଇସ୍କୋରରେ ୨୧୯ ରନ୍ କରିଥିଲେ । ଏହା ଛଡା ୨୦୧୯ ଟି୨୦ ଇଣ୍ଟରନ୍ୟାସନାଲରେ ସେହଓ୍ବାଗଙ୍କ ନାରେ ୩୯୪ ରନ୍ ମଧ୍ୟ ସାମିଲ ରହିଛି ।