spot_img
Home Blog Page 2473

୧୪ବର୍ଷ ଧରି କ୍ଷମତାରେ ଥିବା ଶେଖ ହସିନା, ବାଂଲାଦେଶ ପାଇଁ କରିଛନ୍ତି କଣ ?

ନନ୍ଦିଘୋଷ ବ୍ୟୁରୋ : ୧୯୭୧ରେ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଥିବା ବାଂଲାଦେଶରେ ଜାନୁଆରୀ ୭ରେ ହେବ ସାଧାରଣ ନିର୍ବାଚନ । ସଂସଦର ୩୫୦ ସଦସ୍ୟଙ୍କ ମଧ୍ୟରୁ ୩୦୦ ଜଣ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଟ ୫୦ଟି ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ, ଯେଉଁମାନେ ଶାସକ ଦଳ କିମ୍ବା ମିଳିତ ମଞ୍ଚ ଦ୍ୱାରା ମନୋନୀତ ହୋଇଛନ୍ତି । ଭାରତ ଏବଂ ଅନ୍ୟାନ୍ୟ ଦେଶ ପରି ବାଂଲାଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ସରକାରର ମୁଖ୍ୟ ହୋଇଥିବାବେଳେ ରାଷ୍ଟ୍ରପତି ଦେଶର ମୁଖ୍ୟ ଅଟନ୍ତି । ବର୍ତ୍ତମାନ ବାଂଲାଦେଶ ସରକାରଙ୍କ ମୁଖ୍ୟ ହେଉଛନ୍ତି ଶେଖ ହସିନା । ଆୱାମୀ ଲିଗର ଏହି ଭେଟେରାନ୍ ନେତ୍ରୀ ୨୦୦୯ ଠାରୁ କ୍ଷମତାରେ ଅଛନ୍ତି। ଯେତେବେଳେ ଶେଖ ହସିନା ପ୍ରଧାନମନ୍ତ୍ରୀଙ୍କ ଚେୟାରରେ ବସିଥିଲେ, ବାଂଲାଦେଶକୁ ୩୮ ବର୍ଷ ହୋଇଥିଲା ଏବଂ ବର୍ତ୍ତମାନ ଏହା ୫୦ ବର୍ଷରୁ ଅଧିକ । ଶେଖ ହସିନା ୧୪ବର୍ଷ ଧରି କ୍ଷମତାରେ ଅଛନ୍ତି । ଆଜ୍ଞା ହଁ, ବାଂଲାଦେଶର ପରିଚୟ ନିଶ୍ଚିତ ଭାବରେ ଆନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଇଛି | ଆସନ୍ତା ୭ ତାରିଖରେ ନିର୍ବାଚନ ହେବାକୁ ଯାଉଛି ତେଣୁ ଶେଖ ହସିନାଙ୍କୁ ଚଳିତ ନିର୍ବାଚନ ବଡ଼ ଆହ୍ୱାନ ହୋଇଛି । ବାଂଲାଦେଶ ଏକ ମୁସଲମାନ ସଂଖ୍ୟାଲଘୁ ରାଷ୍ଟ୍ର । ଏହା ଏକଦା ଦୁନିଆର ସବୁଠାରୁ ଗରିବ ଦେଶ ଥିଲା | କିନ୍ତୁ ବାଂଲାଦେଶ ଶେଖ ହସିନାଙ୍କ ନେତୃତ୍ୱରେ ଆର୍ଥିକ ସଫଳତା ହାସଲ କରିଛି । ଏହା ବର୍ତ୍ତମାନ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଗୋଟିଏ | ଏହାର ମୁଣ୍ଡପିଛା ଆୟ ତିନି ଗୁଣ ବୃଦ୍ଧି ପାଇଛି। ବିଶ୍ୱ ବ୍ୟାଙ୍କ ଆକଳନ କରିଛି ଯେ ଗତ ୨୦ ବର୍ଷ ମଧ୍ୟରେ ବାଂଲାଦେଶରେ ୨୫ ନିୟୁତରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି । ଦେଶର ପାଣ୍ଠି ଏବଂ ଋଣ ବ୍ୟବହାର କରି ଶେଖ ହସିନାଙ୍କ ସରକାର ଗଙ୍ଗା ଉପରେ ୨.୯ ବିଲିୟନ ଡଲାରର ବ୍ରିଜ ସମେତ ବୃହତ ପ୍ରକଳ୍ପ ଆରମ୍ଭ କରିଥିଲେ। କେବଳ ଏହି ସେତୁ ନୁହେଁ ମୋଟ ଘରୋଇ ଉତ୍ପାଦ (ଜିଡିପି) କୁ ୧.୨୩% ବୃଦ୍ଧି କରିବ ବୋଲି ଆଶା କରାଯାଉଛି | ନଭେମ୍ବରରେ ଏଠାରେ ମୁଦ୍ରାସ୍ଫୀତି ପ୍ରାୟ ୯.୫% ଥିଲା । ଅନ୍ୟ ଦେଶମାନଙ୍କ ପରି କରୋନା ମହାମାରୀ ମଧ୍ୟ ବାଂଲାଦେଶର ଅର୍ଥନୀତିକୁ ପ୍ରଭାବିତ କରିଥିଲା। ଏକ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୦୨୧ ରେ ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ରେକର୍ଡ ୪୮ବିଲିୟନ ଡ଼ଲାରରୁ ବର୍ତ୍ତମାନ ପ୍ରାୟ ୨୦ ବିଲିୟନ ଡ଼ଲାରକୁ ଖସି ଆସିଛି। ୨୦୧୬ ଠାରୁ ଏହାର ବୈଦେଶିକ ଋଣ ମଧ୍ୟ ଦ୍ୱିଗୁଣିତ ହୋଇଛି | ଚୀନ୍ ପରେ ବାଂଲାଦେଶ ବିଶ୍ୱର ଦ୍ୱିତୀୟ ବୃହତ୍ତମ ବୟନ ରପ୍ତାନକାରୀ ଦେଶ ଅଟେ । ଗତ ବର୍ଷ ଏହା ୪୫ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ପୋଷାକ ରପ୍ତାନି କରିଥିଲା। କରୋନା ବାଂଲାଦେଶର ଅର୍ଥନୈତିକ ପ୍ରଗତି ଉପରେ ଏକ ବ୍ରେକ୍ ଲଗାଇଛି । Explained | Sheikh Hasina's One-Woman Show In Bangladesh Elections -  Oneindia News

ସାଧାରଣ ନିର୍ବାଚନକୁ ବାଂଲାଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ସାମ୍ନା କରୁଛି । ଦଳ କହିଛି ଯେ ପ୍ରଧାନମନ୍ତ୍ରୀ ଶେଖ ହସିନା ଶାନ୍ତ, ଶୃଙ୍ଖଳା ଓ ନିରପେକ୍ଷ ନିର୍ବାଚନ କରିବେ ବୋଲି ଏଥିରେ କୌଣସି ବିଶ୍ୱାସ ନାହିଁ । ବିରୋଧୀ ଦଳର ନେତାମାନେ ତାଙ୍କୁ ଇସ୍ତଫା ଦେବା ଏବଂ ମଧ୍ୟବର୍ତ୍ତୀକାଳୀନ ସରକାର ଅଧୀନରେ ନିର୍ବାଚନ କରିବାକୁ ଦାବି କରିଥିଲେ, ଯାହାକୁ ଶେଖ ହସିନା ପ୍ରତ୍ୟାଖ୍ୟାନ କରିଥିଲେ । ବରିଷ୍ଠ ନେତା ଅବଦୁଲ ମୋଇନ୍ ଖାନ କହିଛନ୍ତି ଯେ ଜାନୁଆରୀରେ ଆମେ ଯାହା ଦେଖିବାକୁ ଯାଉଛୁ ତାହା ଏକ ନକଲି ନିର୍ବାଚନ। ବାଂଲାଦେଶରେ ଗଣତନ୍ତ୍ରକୁ ହତ୍ୟା ଲରାଯାଇଛି। ୧୯୮୦ ଦଶକରେ ଜେନେରାଲ ହୁସେନ୍ ମହମ୍ମଦ ଏରଶାଦଙ୍କ ଶାସନ କାଳରେ ଶେଖ ହସିନା ତାଙ୍କ ରାସ୍ତାରେ ଯାଇଥିଲେ। ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବେଗମ୍ ଖାଲେଦା ଜିଆଙ୍କ ସମେତ ଅନ୍ୟ ବିରୋଧୀ ଦଳର ନେତାଙ୍କ ସହ ହାତ ମିଳାଇଥିଲେ। ଶେଖ ମୁଜିବୁର ରହମାନଙ୍କ ବଡ ଝିଅ ଶେଖ ହସିନା ପ୍ରଥମେ ୧୯୯୬ ରେ କ୍ଷମତାକୁ ଆସିଥିଲେ। ଏହା ପରେ, ସେ ୨୦୦୧ ନିର୍ବାଚନରେ ​​ଖାଲେଦା ଜିଆଙ୍କ ନେତୃତ୍ୱାଧୀନ NNPP ରୁ ହାରିଥିଲେ। ୨୦୦୭ରେ ଯେତେବେଳେ ତାଙ୍କ ଘରେ ଚଢାଉ କରାଯାଇଥିଲା ସେତେବେଳେ ଶେଖ ହସିନା ବାଂଲାଦେଶର ବିରୋଧୀଦଳର ନେତା ଥିଲେ। ତାଙ୍କୁ ଢାକା କୋର୍ଟକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ଚୋରା ଚାଲାଣ ଅଭିଯୋଗରେ ଗିରଫ କରାଯାଇଥିଲା । ଏହି ଅଭିଯୋଗକୁ ନେଇ ଶେଖ ହସିନା କହିଥିଲେ ଆଗାମୀ ନିର୍ବାଚନରେ ​​ଅଂଶଗ୍ରହଣ ନକରିବା ପାଇଁ ମୋ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର । ସେ ଏହା ମଧ୍ୟ କହିଥିଲେ ନିଜ ଲୋକଙ୍କ ଅଧିକାର ପାଇଁ ଲଢୁଛନ୍ତି ।

ଦ୍ବିତୀୟ ଟେଷ୍ଟରେ ଇତିହାସ ରଚିବାକୁ ସୁଯୋଗ, ଭାରତ ଆଗରେ ୭୯ ରନର ବିଜୟ ଲକ୍ଷ୍ୟ

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଦ୍ବିତୀୟ ଟେଷ୍ଟ । ଦ୍ବିତୀୟ ଦିନରେ ନିର୍ଣ୍ଣାୟକ ମୋଡ଼ ଏକପ୍ରକାର ମ୍ୟାଚ୍ । ଭାରତ ଆଗରେ ମାତ୍ର ୭୯ ରନର ବିଜୟ ଲକ୍ଷ୍ୟ ରହିଛି । କେପଟାଉନରେ ରୋମାଞ୍ଚକର ସ୍ଥିତିରେ ଭାରତ-ଦକ୍ଷିଣଆଫ୍ରିକା ଦ୍ବିତୀୟ ଟେଷ୍ଟ ମ୍ୟାଚ୍ । ଦ୍ବିତୀୟ ଦିନରେ ଦ୍ବିତୀୟ ଇନିଂସରେ ୧୭୬ ରନରେ ଅଲଆଉଟ ହୋଇଛି ଦକ୍ଷିଣ ଆଫ୍ରିକା । ଏଥିସହ ଭାରତ ଆଗରେ ୭୯ ରନର ବିଜୟ ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା । ବୁମରାଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ଘରୋଇ ଦଳ । ବୁମରା ଦ୍ବିତୀୟ ଇନିଂସରେ ୬ ଓ୍ବିକେଟ ଅକ୍ତିଆର କରିଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାରକ୍ରମ ଶତକ ହାସଲ କରିଛନ୍ତି ।

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୫୫ ରନରେ ଅଲଆଉଟ ହୋଇଥିବା ବେଳେ, ଭାରତ ୧୫୩ ରନରେ ସମସ୍ତ ଓ୍ବିକେଟ ହରାଇଥିଲା । ତେବେ ଦ୍ବିତୀୟ ଇନିଂସରେ ମଧ୍ୟ ଭାରତୀୟ ବୋଲର ଦବଦବା ଜାହିର କରିଛନ୍ତି । ଏବେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଜିତିବାକୁ ହେଲେ ଭାରତ ଆଗରେ ରହିଛି ୭୯ ରନର ବିଜୟ ଲକ୍ଷ୍ୟ । ମାକ୍ରମ ଶତକୀୟ ପାଳି ଖେଳିଥିବାବେଳେ ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି । ପ୍ରଥମ ଟେଷ୍ଟରେ ଭାରତ ପରାଜୟ ବରଣ କରିଥିବାବେଳେ ଏହି ମ୍ୟାଚରେ ବିଜୟୀ ହୋଇ ପ୍ରତିଶୋଧ ନେବାର ସୁଯୋଗ ରହିଛି । ତେବେ ଭାରତ ଯଦି କେପଟାଉନରେ ଏହି ମ୍ୟାଚ ଜିତେ ତାହେଲେ ଏହା ଟେଷ୍ଟରେ ପ୍ରଥମ ବିଜୟ ହେବ । ଯାହାକି ଭାରତକୁ ଇତିହାସ ରଚିବା ପାଇଁ ସୁଯୋଗ ରହିଛି ।

 

ପ୍ରଥମ ଓଡ଼ିଆ ଫିଲ୍ମ ଭାବେ ଐତିହାସିକ ଟାଇମ ସ୍କୋୟାର ବିଲ୍ ବୋର୍ଡରେ ପ୍ରଦର୍ଶିତ ହେଲା ‘ଡ଼ିଅର୍ ପୁରୁଷ’ର ଟ୍ରେଲର

ନନ୍ଦିଘୋଷ ବ୍ୟୁରୋ : ଐତିହାସିକ ରେକର୍ଡ କଲା ଓଡ଼ିଆ ଚଳଚିତ୍ର । ଖ୍ୟାତନାମା ନିର୍ଦ୍ଦେଶକ ଜିତ୍ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶିତ ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ଡ଼ିଅର୍ ପୁରୁଷ’ର ଟ୍ରେଲର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଆମେରିକା,‌ ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇ ଇତିହାସ ସୃଷ୍ଟି କରିଛି। ଯାହା ନିଶ୍ଚିତ ଭାବରେ ଭାରତୀୟ ଆଞ୍ଚଳିକ ସିନେମା ପାଇଁ ଏକ ବଡ ସଫଳତା । ସମାଜରେ ନାରୀ-ପୁରୁଷର ସମ୍ପର୍କ ତଥା ଏଥିରେ ପୁରୁଷ ସାମ୍ନା କରୁଥିବା ଆହ୍ୱାନ ସହ ହାସ୍ୟରସକୁ ନେଇ ସମୃଦ୍ଧ ହୋଇଥିବା ଏହି ଚଳଚ୍ଚିତ୍ର ‘ଡ଼ିଅର୍ ପୁରୁଷ’ରେ ୬ ଜଣ ଦମ୍ପତ୍ତିଙ୍କ ଜୀବନଯାତ୍ରା ଦର୍ଶକଙ୍କୁ ଏକ ସୁନ୍ଦର ଅନୁଭୂତି ଦେବ। ସବୁଠାରୁ ବଡ଼ କଥା ହେଲା ଯେ, ଏହି ସିନେମାରେ ଓଡ଼ିଆ ସିନେ ଜଗତର ଜଣାଶୁଣା ନାୟିକା ତଥା ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ଏକ ଭିନ୍ନ ଧରଣର ଲୁକ୍‌ରେ ନଜର ଆସିବେ। ଯେଉଁଥିରେ ତାଙ୍କ ଅଭିନୀତ ଚରିତ୍ରର ନାଁ ରହିଛି ଚିତ୍ରାଙ୍ଗଦା। ସମାଜର ନୀତି ନିୟମ ଭିତରେ ନ୍ୟାୟ ପାଇଁ ଲଢ଼ୁଥିବା ବୀର ଯୋଦ୍ଧା ଭାବରେ ତାଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏଥି ସହିତ ସିନେମାରେ ଲୋକପ୍ରିୟ କଳାକାର ଚୌଧୁରୀ ଜୟପ୍ରକାଶ ଦାସ, ମହାଶ୍ୱେତା ରାୟ, ସିଦ୍ଧାନ୍ତ ମହାପାତ୍ର, ନୀତୁ ସିଂ, ସମରେଶ ରାଉତରାୟ, ପିଙ୍କି ପ୍ରଧାନ, ବବି ମିଶ୍ର, ବି.ଏମ୍. ବୈଶାଳୀ, ଦେବାଶିଷ ପାତ୍ର, ଅନୁରାଧା ପାଣିଗ୍ରାହୀ, ଦିପାନ୍ୱିତ ଦାସ ମହାପାତ୍ର, ଦିବ୍ୟାଦିଶା ମହାନ୍ତି, ପାର୍ଥ ସାରଥୀ ରାୟ, ହିମାଗ୍ନି ଦତ୍ତ, ଅନନ୍ୟା ମିଶ୍ର, ଇପ୍ସିତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, କୁନା ତ୍ରିପାଠୀ, ସୁକାନ୍ତ ରଥ, ନୟା ଜିଦାନ୍, ଐଶ୍ୱର୍ଯ୍ୟା ବେହେରା, ରବି ମିଶ୍ର, ମନୀଷା ମିଶ୍ର, ରାକ୍ଷୀ ଦାସ, ସୁଦୀପ୍ତ ସୁନ୍ଦର ସ୍ୱାଇଁ, ବିକି ମିଶ୍ର ପ୍ରମୁଖ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବେ ।

ଏହା କେବଳ ‘ଡ଼ିଅର୍ ପୁରୁଷ’ର ସଫଳତାକୁ ସୂଚାଉ ନାହିଁ ବରଂ ଆଞ୍ଚଳିକ ସିନେମା ଉପରେ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇବା ସହ ଆଗକୁ ବଢ଼ିବାର ଦ୍ୱାରକୁ ଉନ୍ମୁକ୍ତ କରୁଛି। ଯଦି ବିଷୟବସ୍ତୁ ଶକ୍ତିଶାଳୀ ଅଛି, ଏହା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ସୀମା ମଧ୍ୟରେ ରହିବ ନାହିଁ। ପ୍ରଖ୍ୟାତ ସିନେମାଟୋଗ୍ରାଫର୍ ଇଶ୍ୱର ବାରିକ ଲେନ୍ସ ପଛରେ ରହି ‘ଡ଼ିଅର୍ ପୁରୁଷ’ ସିନେମାରେ ନିଜର ଯାଦୁ ଦେଖାଇଥିବା ବେଳେ ଯୁବ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦଙ୍କ ନିର୍ଦ୍ଦେଶିତ ଗୀତ କାହାଣୀକୁ ସମୃଦ୍ଧ କରିଛି। ଚମତ୍କାର ଅଭିନୟ ଏବଂ ଆକର୍ଷଣୀୟ କାହାଣୀ ଦର୍ଶକଙ୍କୁ ବେଶ ଆକର୍ଷିତ କରିଛି। ଯାହା ଆମକୁ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରୁଛି। ଚଳଚ୍ଚିତ୍ରର ନିର୍ମାତା ଝିଲିକ୍ ଭଟ୍ଟାଚାର୍ଯ୍ୟ ନିଜର ଉତ୍ସାହ ବ୍ୟକ୍ତ କରି କହିଛନ୍ତି ଯେ, ଟାଇମ୍ସ ସ୍କୋୟାରରେ ସ୍ଥାନ ପାଇବା କେବଳ ‘ଡ଼ିଅର୍ ପୁରୁଷ’ ପାଇଁ ବିଜୟ ନୁହେଁ ବରଂ ସମଗ୍ର ଆଞ୍ଚଳିକ ସିନେମା ପାଇଁ ବିଜୟ, ବିଶେଷକରି ଓଡିଆ ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ଶିଳ୍ପ ପାଇଁ ଏହା ଏକ ବିରାଟ ସଫଳତା। ଏହା ବିଭିନ୍ନ ପ୍ରକାରର ପ୍ରତିବନ୍ଧକକୁ ଏଡ଼ାଇବା ଏବଂ ବିଶ୍ୱବ୍ୟାପୀ ବିଭିନ୍ନ ଦର୍ଶକଙ୍କ ସହ ଯୋଡିହେବା ଦିଗରେ ବଳିଷ୍ଠ କାହାଣୀର ବିଶେଷ ଭୂମିକା ରହିଛି। ଏହି ଐତିହାସିକ କୀର୍ତ୍ତି ସହିତ ଓଡ଼ିଶା ସମେତ ଭାରତର ଅନ୍ୟ ଅଞ୍ଚଳରେ ଜାନୁଆରୀ ୧୧ ତାରିଖ, ଗୁରୁବାର ଦିନ ମୁକ୍ତିଲାଭ କରିବାକୁ ଯାଉଛି ‘ଡ଼ିଅର୍ ପୁରୁଷ’ ବିଶ୍ୱବ୍ୟାପୀ ଦର୍ଶକଙ୍କୁ ଆକର୍ଷିତ କରିବା ସହ ପୁରୁଷଙ୍କ ମାନସିକ ସ୍ୱାସ୍ଥ୍ୟ ବିଷୟରେ ବିଶ୍ୱ ସ୍ତରରେ ଆଲୋଚ୍ୟ ପ୍ରସଙ୍ଗ ହେବ ବୋଲି‌ ସିନେମାର ପୁରା ଟିମ୍ ଆଶାବାଦୀ ଅଛି।

ଜାଣନ୍ତୁ ଟି-୨୦ ବିଶ୍ବକପରେ କେବେ ପାକିସ୍ତାନକୁ ଭେଟିବ ଭାରତ

ନୂଆଦିଲ୍ଲୀ: ୨୦୨୪ରେ ଖେଳାଯିବାକୁ ଯାଉଛି ଟି-୨୦ ବିଶ୍ବକପ । ଭାରତ ଦିନିକିଆ ବିଶ୍ବକପରେ ପରାଜୟ ପରେ ଏବେ ଟି-୨୦ ବିଶ୍ବକପ ଜିତିବା ଲକ୍ଷ୍ୟରେ ରହିଛି । ନୂଆବର୍ଷରୁ ନୂଆ ମିଶନ ସହ ଭାରତ ଦୀର୍ଘଦିନ ପରେ ଆଇସିସି ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛି । ତେବେ ଟି-୨୦ ବିଶ୍ବକପ ପାଇଁ ଖୁବଶୀଘ୍ର ସେଡ୍ୟୁଲ ପ୍ରକାଶ ପାଇବ । ତେବେ ଭାରତୀୟ ସିଡ୍ୟୁଲ ହିସାବରେ ଜୁନ୍ ୫ରେ ଆୟାରଲ୍ୟାଣ୍ଡ ସହ ନିଜର ବିଶ୍ବକପ ଅଭିଯାନ ଆରମ୍ଭ କରିପାରେ । ଏହାପରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ଜୁନ ୯ ତାରିଖରେ ଖେଳିପାରେ ମେନ ଇନ୍ ବ୍ଲୁ । ୨୦୨୪ ବିଶ୍ବକପ ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜ୍ ଆୟୋଜନ କରୁଛି । ଜୁନ ୪ ତାରିଖରୁ ୩୦ ଜୁନ୍ ପର୍ଯ୍ୟନ୍ତ ଓ୍ବେଷ୍ଟଇଣ୍ଡିଜ୍ ଏବଂ ୟୁଏଇରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ନକଆଉଟ ସହ ତିନିଟି ପର୍ଯ୍ୟାୟରେ ଖେଳାଯିବ । ୨୦ଟି ଟିମ ଭାଗ ନେଉଥିବାବେଳେ ୫ଟି ଲେଖାଏଁ ୪ଟି ଗୃପରେ ରହିବେ । ସପୁର-୮ ଷ୍ଟେଜରୁ ୨ଟି ଲେଖାଏଁ ଟିମ ସେମିଫାଇନାଲ ଖେଳିବେ । ପୂର୍ବ ଟି-୨୦ ବିଶ୍ବକପ ଅପେକ୍ଷା ଏଥରର ବିଶ୍ବକପ କିଛି ନିଆରା ରହିଛି । ପୂର୍ବଥର ୧୬ଟିମ ଭାଗ ନେଇଥିବାବେଳେ ଏଥରକ ୨୦ ଟିମ ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ୧୨ଟି ଟିମ ସିଧା ଖେଳିବା ପାଇଁ ସୁଯୋଗ ପାଇଥିବାବେଳେ ଆଉ ୮ ଟିମ ଯୋଗ୍ୟତା ଅର୍ଜନ କରି ଖେଳୁଛନ୍ତି ।

ଭାରତ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ବାଲାଂଦେଶ, ଆଫଗାନିସ୍ତାନ, ଓ୍ବେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ନେଦରଲାଣ୍ଡ ଏବଂ ଆମେରିକା ଏହି ୧୨ଟି ଟିମ ସିଧା ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ ଆଉ ୮ଟିମ କ୍ବାଲିଫାଇ ମ୍ୟାଚ ଖେଳି ଯୋଗ୍ୟତା ଅର୍ଜନ କରିଛନ୍ତି ।  ଏହି ୮ଟି ଟିମ ହେଲା ଆୟାରଲାଣ୍ଡ, ସ୍କଟଲାଣ୍ଡ, ପାପୁଆ ନ୍ୟୁ ଗିନି, କାନାଡ଼ା, ନେପାଳ, ଓମାନ, ନାମିବ୍ୟା, ୟୁଗାଣ୍ଡା ।

ବିଶ୍ଵସ୍ତରୀୟ ଉତ୍କର୍ଷ କେନ୍ଦ୍ର ହେବ ‘ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ’

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟକୁ ବିଶ୍ଵସ୍ତରୀୟ ଉତ୍କର୍ଷ କେନ୍ଦ୍ର କରାଯିବ  । ଏଥିପାଇଁ ଯାହା ଦରକାର ତାହା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଆସନ୍ତା ଶନିବାର ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ବୈଠକ ବସିବ ।  ୧୯୯୯ରେ ମୁଖ୍ୟମନ୍ତ୍ରୀ ଏହି ବିଶ୍ୱବିଦ୍ୟାଳୟର ଶୁଭ ଦେଇଥିଲେ  । ଏହା ତାଙ୍କର ଡ୍ରିମ ପ୍ରୋଜେକ୍ଟ  । ଏହି ବିଶ୍ବବିଦୟାଳୟର ସର୍ବାଙ୍ଗୀନ ଉନ୍ନତି କରାଯିବ  । ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ରୌପ୍ୟ ଜୟନ୍ତୀରେ ଯୋଗଦେଇ ଏହା କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନ  । ସଂସ୍କୃତି ହିଁ ମଣିଷର ପରିଚୟ  । ସଂସ୍କୃତି ସମାଜର ପରିଚୟ  । ଆମ ସମାଜର କଳା, ଐତିହ୍ୟ ସମୃଦ୍ଧ  । ଓଡ଼ିଶା ସଂସ୍କୃତି ପ୍ରାଚୀନ କାଳରୁ ପରିଚିତି ହାସଲ କରିପାରିଛି  ।  ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି, ସଂସ୍କୃତି ସବୁବେଳେ ଅଭ୍ୟୁଦୟ ହୁଏ  । ସାଧବ ପୁଅ ବିଦେଶକୁ ବେପାର ବଣିଜ କରିବାକୁ ଯାଉଥିଲେ  । ଆଜି ମିଶନ ଶକ୍ତି ମାଆ ବ୍ୟବସାୟ ପାଇଁ ବିଦେଶ ଯାଉଛନ୍ତି  । ଏହି ବିଶ୍ଵବିଦ୍ୟାଳୟ ଆଧୁନିକ ସଂସ୍କୃତିକୁ ଭବିଷ୍ୟତ ଲାଗି ଦିଗଦର୍ଶନ ଦେବ  । ପୁରୁଣା ସଂସ୍କୃତିକୁ ବି ପ୍ରାମାଣିକ କରିବା  ।

ଶ୍ରୀମନ୍ଦିର ପରିକ୍ରମା, ମନ୍ଦିର ସୁରକ୍ଷା, ମେଟ୍ରୋ ରେଳ, ଯୁବ ପିଢ଼ିଙ୍କ ଲାଗି IT କମ୍ପାନୀ ଆଣୁଛନ୍ତି ମୁଖ୍ୟମନ୍ତ୍ରୀ  । ରୂପାନ୍ତରର ଏହା ସୂତ୍ରଧର  । ନିଜ ଉପରେ ବିଶ୍ୱାସ ରଖନ୍ତୁ  । ପୁରସ୍କାର ପାଇଲେ ଗର୍ବ କରନ୍ତୁ ନାହିଁ  । ପୁରସ୍କାର ନ ପାଇଲେ ନିରାଶ ହୁଅନ୍ତୁ ନାହିଁ  । ଭଗବାନ ଅଛନ୍ତି ସମସ୍ତଙ୍କ ପାଇଁ  ।  କର୍ମ କରନ୍ତୁ, ଫଳ ଆମ ହାତରେ ନାହିଁ ବୋଲି ମନ୍ତ୍ର ଦେଇଛନ୍ତି ସଚିବ  । ସେହପିର ମାଆ, ବାପା, ଗୁରୁଙ୍କୁ ସମ୍ମାନ କରନ୍ତୁ  । ତାଙ୍କ ଠାରୁ ଆଗକୁ ଯାଆନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି  । ତେବେ ଆସନ୍ତା ବର୍ଷ ଯେବେ ପ୍ରତିଷ୍ଠା ଦିବସ ପାଳନ ହେବ, ନୂଆ ଅଡିଟୋରିଅମ କାମ ସରିଯାଇଥିବ  । ସେଠାରେ ପ୍ରତିଷ୍ଠା ଦିବସ ପାଳନ ହେବ ବୋଲି ସଚିବ ପ୍ରତିଶ୍ରୁତି ଦେଇଛନ୍ତି  ।

ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ ସରକାରୀ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ନୂଆଗାଁ: ବୀରମିତ୍ରପୁରକୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ ଦୁଇଟି ସରକାରୀ ଡିଗ୍ରୀ କଲେଜ ମୁଖ୍ୟମନ୍ତ୍ରୀ ମଂଜୁର କରିଥିବା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ଗତ ମାର୍ଚ୍ଚ ୧୨ ତାରିଖରେ ସେ ବୀରମିତ୍ରପୁର ଆସିଥିଲେ । ସେ ସମୟରେ ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ଦାବି ହୋଇଥିଲା । ଗୋଟିଏ ନିର୍ବାଚନମଣ୍ଡଳୀରେ ଦୁଇ ଦୁଇଟି ସରକାରୀ କଲେଜ ଖୋଲାଯିବ। ସେହିପରି ଦରଖାସ୍ତ ଦେଇଥିବା ଲୋକ ୧୦ଦିନ ଭିତରେ ସେମାନଙ୍କ ସମସ୍ୟା ସମାଧାନ ନେଇ ଉତ୍ତର ପାଇବେ। ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବିଏସକେଓ୍ବାଇ ଆରମ୍ଭ କରିଛନ୍ତି । ଗ୍ରାମାଞ୍ଚଳରେ କିଛି ଲୋକ ବିଏସକେଓ୍ବାଇ କାର୍ଡ ପାଇନାହାନ୍ତି। ସେମାନଙ୍କୁ ବିଏସକେଓ୍ବାଇ ନବୀନ ହେଲଥ କାର୍ଡ ପାଇଁ ୬ରୁ ୧୬ ମଧ୍ୟରେ ପଂଜୀକରଣ କରିବାକୁ 5T ଅଧ୍ୟକ୍ଷ  କହିଛନ୍ତି। ଫେବ୍ରୁଆରୀ ଶେଷ ସୁଦ୍ଧା ସୁନ୍ଦରଗଡ଼ରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହେବ। ପ୍ରତି ପଞ୍ଚାୟତକୁ ଗଡ଼ିବ ସରକାରୀ ବସ ।

ପ୍ରତି ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ମିଳିବ। ନିକଟରେ ହକି ବିଶ୍ବକପ୍ ଆୟୋଜନ କରିଥିଲା ଓଡ଼ିଶା । ହକି ଫେଡେରେସନ୍ କର୍ତ୍ତୃପକ୍ଷ ଭୁବନେଶ୍ବରରେ ହକି ବିଶ୍ବକପ କରିବାକୁ କହିଥିଲେ । ହେଲେ ହକି ରାଜଧାନୀ ସୁନ୍ଦରଗଡ଼ରେ ମଧ୍ୟ ବିଶ୍ବକପ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ହକି ପ୍ରତି ସୁନ୍ଦରଗଡବାସୀଙ୍କ ଭଲ ପାଇବାକୁ ସମ୍ମାନ ଦେଇ ଏଠାରେ ବିଶ୍ବକପ୍ କରାଯାଇଥିଲା। ସାରା ଦୁନିଆରେ ସବୁଠୁ ବଡ଼ ହକି ଷ୍ଟାଡିୟମ ସୁନ୍ଦରଗଡ଼ରେ ସ୍ଥାପନ କରାଯାଇଛି। ଭାରତୀୟ ହକି ଟିମର ପ୍ରାୟୋଜକ ରହିଛି ଓଡ଼ିଶା। ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କ ସହଯୋଗ ମାଗିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ରେଳ ଓଭର ବ୍ରିଜରୁ ମନ୍ଦିର ରୂପାନ୍ତରଣ, ରାଜଗାଙ୍ଗପୁର ପାଇଁ ୧୦୦ କୋଟି ମଞ୍ଜୁର

ରାଜଗାଙ୍ଗପୁର: ରେଳ ଓଭରବ୍ରିଜରୁ ମନ୍ଦିର ରୂପାନ୍ତରଣ। ରାଜଗାଙ୍ଗପୁରରେ ବିକାଶର ହିସାବ ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ମାର୍ଚ୍ଚ ୧୨ ତାରିଖରେ ସେ ରାଜଗାଙ୍ଗପୁର ଆସିଥିଲେ। ସେତେବେଳେ ନେଇଥିବା ପ୍ରାୟ ୪୦ଟି ଦରଖାସ୍ତରୁ ୩୫ଟିର ସମାଧାନ ହୋଇସାରିଛି। ୯୦ପ୍ରତିଶତ ଦରଖାସ୍ତ ପାଇଁ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜଗାଙ୍ଗପୁରରେ ରେଲଓ୍ବେ ଓଭରବ୍ରିଜ ପାଇଁ ଦୀର୍ଘଦିନର ଦାବି ଥିଲା । ୧୫ବର୍ଷ ହେଲା କାମ ପଡି ରହିଥିଲା। ଏନେଇ ଜଣାଇବା ପରେ ରେଲଓ୍ବେ ଓଭରବ୍ରିଜ କାମ ଆରମ୍ଭ ହୋଇଛି। ଏଥିପାଇଁ ୪୮କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବେଦବ୍ୟାସ ମନ୍ଦିରର ସଂପୂର୍ଣ୍ଣ ରୂପାନ୍ତରଣ ପାଇଁ ୧୪କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି । ସେହିପରି ସାବିତ୍ରୀ ଦେବୀ ମହିଳା ମହାବିଦ୍ୟାଳୟ, ଡାଲମିୟା କଲେଜ ଓ ବେଦବ୍ୟାସ ମହାବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟିଏ ୨୫ ଲକ୍ଷ ଲେଖାଏଁ ମଂଜୁର କରାଯାଇଛି । ରାଜଗାଙ୍ଗପୁରର ସବୁ କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକୁ 5Tରେ ସାମିଲ କରି ରୂପାନ୍ତରଣ ପାଇଁ ଟଙ୍କା ମଂଜୁର ହୋଇଛି । ଚଳିତ ମାସ ଶେଷ ସୁଦ୍ଧା ସବୁ କାମ ସରିବ। କେବଳ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ଶହେ କୋଟିରୁ ଅଧିକ ଟଙ୍କା ମଂଜୁର କରିଛନ୍ତି।

ଆଜିବି ଅନେକ ଦରଖାସ୍ତ ଗ୍ରହଣ କରିଛନ୍ତି 5T ଅଧ୍ୟକ୍ଷ। ମନ୍ଦିର, ମସଜିଦ୍, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ୧୦ଦିନ ଭିତରେ ଖୁସି ଖବର ମିଳିବ। ଟଙ୍କାକୁ ସ୍ବଚ୍ଛତାର ସହ କାମରେ ଲଗାଇବାକୁ ସେ ଆହ୍ବାନ କରିଛନ୍ତି। ପ୍ରତି ଦରଖାସ୍ତରେ ସମସ୍ୟା ଓ ସମାଧାନ ନେଇ ଉତ୍ତର ପାଇବେ ଲୋକେ ବୋଲି 5T ଅଧ୍ୟକ୍ଷ କହିଛନ୍ତି। ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ବରଦାନ ସାଜିଛି ବିଏସକେଓ୍ବାଇ। ଗ୍ରାମାଞ୍ଚଳର ଲୋକଙ୍କୁ ବିଏସକେଓ୍ବାଇ ନବୀନ ହେଲଥ କାର୍ଡ ପାଇଁ ୬ରୁ ୧୬ ମଧ୍ୟରେ ଆବେଦନ କରିବାକୁ କହିଛନ୍ତି 5T ଅଧ୍ୟକ୍ଷ। ସେହିପରି ଖୁବ୍ ଶୀଘ୍ର ଗଡିବ ଲକ୍ଷ୍ମୀ ବସ୍ । ପ୍ରତି ପଞ୍ଚାୟତରେ ବ୍ୟାଙ୍କ କରିବେ ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ଼ର ସମ୍ମାନ ବଢାଇଛି ହକି ବିଶ୍ବକପ୍। ଓଡ଼ିଶାରେ ହକି ବିଶ୍ବକପ ଆୟୋଜନ ନିଷ୍ପତ୍ତି ହେବା ପରେ ସୁନ୍ଦରଗଡ଼ରେ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ହେଲେ ବିଶ୍ବକପ ପାଇଁ ଆବଶ୍ୟକ ସୁବିଧା ନଥିଲା। ଷ୍ଟାଡିୟମରୁ ଏୟାରପୋର୍ଟ, ଦିନରାତି ପରିଶ୍ରମ କରି ସବୁ ୨ବର୍ଷ ଭିତରେ ସମସ୍ତ ସୁବିଧା କରାଯାଇଥିଲା । ହକି ବିଶ୍ବକପ କରି ସୁନ୍ଦରଗଡ଼କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ଼କୁ ବିଶ୍ବ ଦରବାରରେ ପରିଚୟ ମିଳିଛି । ସାରା ଦୁନିଆରେ ସବୁଠୁ ବଡ଼ ହକି ଷ୍ଟାଡିୟମ ସୁନ୍ଦରଗଡ଼ରେ ରହିଥିବା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି।

ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଜେଏନ୍ ୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଜେଏନ୍ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ୨ ଜଣ ବ୍ୟକ୍ତି ଏହି ଭାରିଆଣ୍ଟରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ୨ ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବା ଜଣାପଡିଛି ।

ଚଳିତ ବର୍ଷ ରାଜ୍ୟରେ କରୋନା ଜନିତ ମୃତ୍ୟୁ ନେଇ କୌଣସି ଘଟଣା ଏଯାଏଁ ଘଟିନାହିଁ । ଯଦି ଏଭଳି ଅଭିଯୋଗ ଆସେ , ଅଡିଟ୍ ପରେ ତଥ୍ୟ ଦିଆଯିବ । ଏବେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ହୋଟେଲ ମାଲିକ ଗିରଫ, ବ୍ଲାକ୍‌ମେଲ ପାଇଁ ହତ୍ୟାକାଣ୍ଡ

ଗୁରୁଗ୍ରାମ: ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ୩ ଗିରଫ। ଦିବ୍ୟାଙ୍କୁ ହତ୍ୟା କରାଯାଇଥିବା ହୋଟେଲ ମାଲିକ ଅଭିଜିତଙ୍କ ସହ ଅନ୍ୟ ୨ ସହଯୋଗୀଙ୍କୁ ଗିରଫ କରିଛି ଗୁରୁଗ୍ରାମ ପୋଲିସ । ହତ୍ୟା ପରେ ମୃତଦେହକୁ ଏକ ବେଡସିଟରେ ଗୁଡାଇ ୩ ଜଣ ଟେକି ନେଇ ବିଏମଡବ୍ଲୁ କାରରେ ରଖୁଥିବା ଦେଖିବାକୁ ମିଳୁଛି। ଏହାପରେ କେଉଁଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।ତେବେ ମୃତଦେହକୁ ଠାବ କରିପାରିନାହିଁ ପୋଲିସ। ହତ୍ୟାକାଣ୍ଡ ଘଟିଥିବା ହୋଟେଲରେ ପୋଲିସ ଛାନବିନ କରିବା ସହ ସିସିଟିଭି ଯାଞ୍ଚ କରିଛି  ।

ବିଗତ ୨୦୧୬ ଫେବ୍ରୁଆରୀ ୭ରେ ମୁମ୍ବାଇର ଏୟାରପୋର୍ଟ ମେଟ୍ରୋ ହୋଟେଲରେ ଦିବ୍ୟା ପାହୁଜା ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଦୋଲି ସହ ଥିବାବେଳେ ଗୁରୁଗ୍ରାମ ପୋଲିସ ଟିମ୍ ଗ୍ୟାଙ୍ଗଷ୍ଟର ସନ୍ଦୀପକୁ ଏନକାଉଣ୍ଟର କରଥିଲା । ଏହି ଏନକାଉଣ୍ଟର ମିଛ ସନ୍ଦେହ କରି ମଡେଲ ଦିବ୍ୟାଙ୍କ ସହ ତାଙ୍କ ମାଆ ଓ ହରିୟାଣାର ୫ ପୋଲିସ କର୍ମୀଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ।

ଗତ ଜୁନରେ ୭ ବର୍ଷ ଜେଲରେ ରହିବା ପରେ ଦିବ୍ୟା ପାହୁଜାଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ ମିଳିଥିଲା । ଜାମିନ ମିଳିବାର ୭ ମାସ ପରେ ଦିବ୍ୟାଙ୍କୁ ହତ୍ୟା କରାଯାଇଛି। କୁହାଯାଉଛି ସନ୍ଦୀପ ହତ୍ୟାର ବଦଲା ନେବାକୁ ଦିବ୍ୟାଙ୍କୁ କରାଯାଇଛି ହତ୍ୟା । ଏହି ହତ୍ୟା ଘଟଣାରେ ଗୁରୁଗ୍ରାମର ହୋଟେଲ ସିଟି ପଏଣ୍ଟ ମାଲିକ ଅଭିଜିତ ସିଂ ଓ ୨ ସହଯୋଗୀଙ୍କୁ ଗିରଫ କରାଯାଇଛି ।

ତେବେ ହିବ୍ୟା ପାହୁଜାଙ୍କୁ କାହିଁକି କରାଯାଇଛି ହତ୍ୟା। ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାକୁ ନେଇ ଜାରି ରହିଛି ସସପେନ୍ସ। ଗ୍ୟାଙ୍ଗଷ୍ଟର ହତ୍ୟାର ରିଭେଞ୍ଜ ନା ବ୍ଲାକମେଲିଂ। ହୋଟେଲ ମାଲିକ ଅଭିଜିତଙ୍କ ସହ ଦିବ୍ୟାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଅନେକ ଫଟୋ ରହିଥିଲା । ଅଭିଜିତଙ୍କୁ ଧମକ ଦେଇ ଦିବ୍ୟା ବିପୁଳ ଟଙ୍କା ନେଉଥିବା ପୋଲିସ ସୂଚନା ଦେଇଛି । ସେପଟେ ବୀରେନ୍ଦ୍ର କୁମାର ଓରଫ ବିନ୍ଦର ଗୁଜ୍ଜର ନାମକ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଦୋଲିଙ୍କ ସହ ପ୍ରତିନ୍ଦ୍ବନ୍ଦ୍ବୀ ଗ୍ୟାଙ୍ଗ୍ ଚଳାଇଥିଲା ।

ସନ୍ଦୀପକୁ ରାସ୍ତାରୁ ହଟାଇବାକୁ ହରିୟାଣା ପୋଲିସ ସହ ମିଶି ଷଡ଼ଯନ୍ତ୍ର କରିଥିଲା। ହରିୟାଣା ପୋଲିସର ଏନକାଉଣ୍ଟର ସମୟରେ ଗୁଜ୍ଜର ଜେଲରେ ଥିଲା । ଭାଇ ମନୋଜ ସହାୟତାରେ ଏହି ଏନକାଉଣ୍ଟର ଷଡ଼ଯନ୍ତ୍ର ବୀରେନ୍ଦ୍ର ଗୁଜ୍ଜର କରିଥିବା ମୁମ୍ବାଇ ପୋଲିସ ସୂଚନା ଦେଇଥିଲା ।ଏହି ସମସ୍ତ ଦିଗକୁ ନେଇ ହତ୍ୟାକାଣ୍ଡର କାରଣ ଖୋଜୁଛି ହରିୟାଣା କ୍ରାଇମବ୍ରାଞ୍ଚ ଟିମ୍ ।

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା, କହିଲେ ଯଦି ପ୍ରଧାନମନ୍ତ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କରିବେ ତାହେଲେ ମୁଁ କ’ଣ ତାଳି ବଜାଇବି

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୧ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ସାରା ଦେଶରେ ନିମନ୍ତ୍ରଣ ବଣ୍ଟା ଯାଉଥିବାବେଳେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସନ ପକ୍ଷରୁ ସୁଚାରୁରୂପେ ପାଳନ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ହାତରେ ରାମଲାଲାଙ୍କ ମୂର୍ତ୍ତିକୁ ଗର୍ଭଗୃହରେ ସିଂହାସନରେ ବିରାଜମାନ କରାଇବେ । ତେବେ ଏହାକୁ ବିରୋଧ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । ବୁଧବାର ରତଲାମରୁ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ।

ରତଲାମର ତ୍ରିବେଣୀ ଘାଟରେ ହିନ୍ଦୁ ଜାଗରଣ ସମ୍ମିଳନୀକୁ ସମ୍ବୋଧନ କରିବା ପାଇଁ ଯାଇଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ, ମୂର୍ତ୍ତିକୁ ସେ ଛୁଇଁବେ ମୁଁ କଣ ସେଠାରେ ଜୟ ଜୟ ଗାନ କରିବି ଆଉ ତାଳି ବଜାଇବି କି? ମୋ ପଦର ଗୋଟେ ମର୍ଯ୍ୟାଦା ରହିଛି । ରାମ ମନ୍ଦିରରେ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ଶାସ୍ତ୍ର ଅନୁସାରେ ହେବା ଉଚିତ୍ । ଏଭଳି ଆୟୋଜନରେ ମୁଁ କାହିଁକି ଆସିବି? ଏହାସହ କହିଛନ୍ତି କି, ନିମନ୍ତ୍ରଣ ପତ୍ରରେ ଲେଖା ଅଛି କି, ଆପଣଙ୍କ ସହ ଜଣେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏବେ ସୁଦ୍ଧା ମୋ ସହ କୌଣସି ସମ୍ପର୍କ ହୋଇନାହିଁ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯେଉଁଭଳିଭାବେ ରାଜନୀତି ହେଉଛି ଏଭଳି ହେବା ଉଚିତ ନୁହେଁ ।