ଫେରିବ ହଜିଲା ଅତୀତ: କାଲି ଓଡ଼ିଆ ଫିଲ୍ମ ଅଭିଲେଖାଗାରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

1 min read

କଟକ: ସତ ହବ ଦୀର୍ଘ ବର୍ଷର ସ୍ୱପ୍ନ । ଆସନ୍ତାକାଲି କଟକରେ ଓଡ଼ିଆ ଫିଲ୍ମ ଅଭିଲେଖାଗାରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ କଟ୍ଟନାୟକ । ହଜିଯାଇଥିବା ଅତୀତକୁ ପୁଣି ଖୋଜି ପାଇବାକୁ ହୋଇଛି ପ୍ରୟାସ । ସଂରଣକ୍ଷ ହେବ ପୁରଣା ଫିଲ୍ମର ରେକର୍ଡ । ଡିଜିଟାଇଜ ରୂପ ନେବ ସିନେମା ଗୀତ, ବହି, ପତ୍ରିକା ଓ ପୋଷ୍ଟର ।

ଓଡ଼ିଆ ସଂସ୍କୃତି ସହ ଓଡ଼ିଆ ଫିଲ୍ମ ଅଙ୍ଗାଅଙ୍ଗୀ ଜଡ଼ିତ । ପୁରୁଣା ଚଳଚ୍ଚତ୍ରରେ ଲୁଚି ରହିଛି ଓଡ଼ିଶା ସଂସ୍କୃତିର ଚିତ୍ର । ଏହାର ପୁନଃ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ପ୍ରୟାସ । ସାକାର ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ରର ଦୀର୍ଘ ୮୭ ବର୍ଷ ପରେ ସ୍ୱପ୍ନ । ଉଦଘାଟିତ ହେବ ଓଡ଼ିଆ ଚଳଚ୍ଚିତ୍ରର ଅଭିଲେଖାଗାର ବା ଫିଲ୍ମ ଅର୍କଇଭସ । ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ OFDC ଅଧୀନ କଟକ ବକ୍ସିବଜାର ସ୍ଥିତ ଚଳଚ୍ଚିତ୍ର ଭବନ ପରିସରରେ ଏହାକୁ ପ୍ରତିଷ୍ଠା କରାଯିବ । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ମୁଖ୍ୟାଳୟରେ ଥିବା ବୋର୍ଡ ରୁମକୁ ଏଭଳି ଏକ ଅଭିଲେଖାଗାରର ରୂପ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ଏଭଳି ପରିକଳ୍ପନାକୁ ରୂପ ଦେଇଛି OFDC । ଓଡ଼ିଆ ସିନେମାରେ ହଜିଯାଉଥିବା ଅତୀତକୁ ପୁଣି ଖୋଜିବାର ଏହି ପ୍ରୟାସକୁ ସଭିଏଁ ସ୍ବାଗତ କରିଛନ୍ତି ।

୧୯୩୬ ସୀତା ବିବାହ ଠାରୁ ଓଡ଼ିଆ ଚଳଚ୍ଚିତ୍ର ଜନ୍ମ । ଆଜି ଓଡ଼ିଆ ଚଳଚ୍ଚିତ୍ର ୮୭ ବର୍ଷରେ ପାଦ ଥାପିଛି । ସଂରଣକ୍ଷଣ ଅଭାବରୁ ଏହାରି ଭିତରେ ଅନେକ ପୁରୁଣା ଚଳଚ୍ଚିତ୍ର ହଜିଯିବାକୁ ବସିଲାଣି । ତେଣୁ ଦ୍ୱିତୀୟ ଚଳଚିତ୍ର ଲଳିତା ସହ ରଘୁ ଅରକ୍ଷିତ, ଶ୍ରୀଲୋକନାଥ, ସୂର୍ଯ୍ୟମୁଖୀ, ସଂସାର, ରକ୍ତ ଗୋଲାପ ଭଳି କୋଡିଏରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରକୁ ପ୍ରଥମ ପର୍ଯ୍ୟାୟରେ ସଂଗ୍ରହ କରାଯାଇଛି । ଏହାସହ ଜଡିତ ନଥି, ସିନେ ପତ୍ରିକା, ପୋଷ୍ଟର କିଛି ବିରଳ ଲେଖା, ପୁସ୍ତକ, କୃତିକୁ ଡିଜିଟାଇଜ କରାଯାଇଛି । ଏ ସବୁର ପ୍ରଦର୍ଶନୀ ସହ ଜନସାଧାରଣ, ସିନେମା, ସଂସ୍କୃତି, ଐତିହ୍ୟ ପ୍ରେମୀ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ OFDC ୩ଟି ବର୍ଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ଓଡ଼ିଆ ଚଳଚିତ୍ରର ଐତିହ୍ଯକୁ ପ୍ରଦର୍ଶନ କରିବା ସହ ସୀତା ବିବାହ ଠାରୁ ଏ ପର୍ଯ୍ୟନ୍ତ ଓଡ଼ିଆ ଚଳଚ୍ଚିତ୍ରର ଯାତ୍ରାକୁ ବର୍ଣ୍ଣନା କରାଯାଇଥିଲା ।