spot_img
Home Blog Page 2455

ଆଜି କିଙ୍ଗ ଖାନଙ୍କ ଜନ୍ମଦିନ, ମିଡନାଇଟରେ ବାଲକୋନିରୁ ଫ୍ୟାନଙ୍କୁ ଭେଟିଲେ ଶାହରୁଖ

ମୁମ୍ବାଇ: ଆଜି ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କ ଜନ୍ମଦିନ । ୫୮ ବର୍ଷ ବୟସରେ ପାଦ ଦେଲେ ଶାହାରୁଖ । ମିଡନାଇଟରେ ମନ୍ନତ ସାମନାରେ  ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଫ୍ୟାନ , ଫ୍ୟାନମାନଙ୍କୁ ବାଲକୋନିରୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ ବାଦଶାହା । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଜି ବି ରୋମାଣ୍ଟିକ ଷ୍ଟାର ଭାବେ ଶାହରୁଖ ଅଛନ୍ତି ଫ୍ୟାନଙ୍କ ହୃଦୟରେ । ଜନ୍ମଦିନ ଅବସରରେ ବଲିଉଡ୍ ବାଦଶାହାଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସେପଟେ ଆଜି ଜନ୍ମଦିନରେ ଶାହାରୁଖଙ୍କ ଅପକମିଂ ଫିଲ୍ମ ‘ଡଙ୍କି’ର ଟିଜର ରିଲିଜ ହେବ। ଫିଲ୍ମଟି ଡସେମ୍ବର ୨୨ ରେ ପରଦାକୁ ଆସିବ ଏହି ଫିଲ୍ମ ।

ଅରବିନ୍ଦ କେଜ୍ରିଓ୍ବାଲ ଗିରଫ ହେଲେ କିଏ ସମ୍ଭାଳିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟିତ୍ବ?

ନୂଆଦିଲ୍ଲୀ: ଆଜି ଦିନ ୧୧ଟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବନ୍ଦି କେଜ୍ରିଓ୍ବାଲ । ତାଙ୍କୁ ଗିରଫ କରାଯିବା ସମ୍ଭାବନା ଅଧିକ ବୋଲି ଆଶଙ୍କା କରୁଛନ୍ତି ଆପ୍ ନେତା । ପ୍ରଶ୍ନ ଉଠୁଛି ଯଦି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରାଯାଏ ତେବେ କିଏ ସମ୍ଭାଳିବେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଦାୟିତ୍ବ ।

ସାମ୍ବିଧାନିକ ଓ ଆଇନଗତ ବ୍ଯବସ୍ଥା ମଧ୍ଯରେ କେଜ୍ରିଓ୍ବାଲ ମୁଖ୍ଯମନ୍ତ୍ରୀ ଭାବେ ରହିବାରେ ପ୍ରତିବନ୍ଧକ ନାହିଁ । ତେବେ ଏହି କ୍ଷେତ୍ରରେ ତାଙ୍କ ନୈତିକତା ନେଇ ଉଠିପାରେ ପ୍ରଶ୍ନ । ଯଦି ସେ ଗିରଫ ହୋଇ ଜେଲରେ ରହି ମୁଖ୍ଯମନ୍ତ୍ରୀ ଦାୟିତ୍ବ ତୁଲାଇବେ ତେବେ ବିରୋଧୀ ଇଣ୍ଡିଆ ମେଣ୍ଟ ଲାଗି ବି ହୋଇପାରେ ଅଡୁଆ ।

ସାଧାରଣତଃ କୌଣସି ମୁଖ୍ଯମନ୍ତ୍ରୀ ଜେଲ ଗଲେ ସେ ଇସ୍ତଫା ଦେଇଥାନ୍ତି । ଯଦି କେଜ୍ରିଓ୍ବାଲ ଜେଲରେ ରହି ମୁଖ୍ଯମନ୍ତ୍ରୀ ଦାୟିତ୍ବ ସମ୍ଭାଳନ୍ତି ତେବେ ଅନ୍ୟମାନଙ୍କ କ୍ଷେତ୍ରରେ ବି ଏହା ଲାଗୁ ହୋଇପାରେ । ସମ୍ବିଧାନ ବିଶେଷଜ୍ଞଙ୍କ ମତରେ ଯଦି କେଜ୍ରିଓ୍ବାଲ ଜେଲରେ ରହନ୍ତି ତେବେ କ୍ଯାବିନେଟ ବୈଠକ ପରିଚାଳନା ଲାଗି ସେ ଅନ୍ୟ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇପାରନ୍ତି । ଆଇନ ଅନୁସାରେ କୌଣସି କୋର୍ଟ ଦ୍ବାରା ଯଦି ଜଣେ ନିର୍ବାଚିତ ପ୍ରତିନିଧି 2 ବର୍ଷ ବା ଅଧିକ ସମୟ ଲାଗି ଦଣ୍ଡ ପାଇବା ଲାଗି ଯୋଗ୍ୟ ହୋଇନଥାନ୍ତି ତେବେ ସେ ନିଜର ସଦସ୍ୟତା ହରାଇ ପାରିବେ ନାହିଁ ।

ବେଆଇନ ଅର୍ଥ କାରବାର ମାମଲାରେ ଗତ ୨୦୨୨ ମେ ମାସରେ ସତ୍ୟେନ୍ଦ୍ର ଜୈନ ଗିରଫ ହେବା ପରେ ବି ସେ ୨୦୨୩ ଫେବ୍ରୁଆରୀ ୨୮ ଯାଏ ମନ୍ତ୍ରୀ ଦାୟିତ୍ବରେ ଥିଲେ । ଜଣେ କର୍ତ୍ତବ୍ୟରତ ମୁଖ୍ଯମନ୍ତ୍ରୀଙ୍କୁ ଗିରଫ କରିବା ଘଟଣାର କୌଣସି ନଜିର ନାହିଁ । ବିହାରର ତତକାଳୀନ ମୁଖ୍ଯମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଗୋଖାଦ୍ଯ ଦୁର୍ନୀତି ମାମଲାରେ ଗିରଫ ପରଓ୍ବାନା ଜାରି କରିବା ପରେ ସେ ଇସ୍ତଫା ଦେଇଥିଲେ । ପରେ ତାଙ୍କ ପତ୍ନୀ ରାବଡି ଦେବୀ ମୁଖ୍ଯମନ୍ତ୍ରୀ ହୋଇଥିଲେ । ପରଦିନ ଲାଲୁଙ୍କୁ ଗିରଫ କରାଯାଇଥିଲା ।

ଘରେ ପଶି ନାବାଳକକୁ କିଏ କରିଲା ହତ୍ୟା?

ଖୋର୍ଦ୍ଧା: ଘରେ ପଶି ନାବାଳକକୁ କିଏ କରିଲା ହତ୍ୟା । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ନିର୍ମମ ହତ୍ୟାକାଣ୍ଡ ପଛର କାରଣ କଣ । ପାଠ ପଢୁଥିବାବେଳେ ନବମ ଶ୍ରେଣୀର ଛାତ୍ର ଶୁଭମ ସ୍ବରୂପ ପାଲଟାସିଂଙ୍କୁ ଛୁରି ଭୁସି ହତ୍ୟା କରିଛି ଦୁର୍ବୃତ୍ତ । ଶୁଭମକୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  ।

ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ  । ଛୁରାମାଡ଼ କିଏ ଓ କାହିଁକି କଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।  ଭୁବନେଶ୍ବର ୩ ନମ୍ବର ଜୋନ ଏସୀପି  ପ୍ରଦୀପ କୁମାର ରାଉତ ଏବଂ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ଛାନବିନ କରିଛନ୍ତି  । ସ୍ବତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ଦିଗରୁ ତଦନ୍ତ କରାଯାଉଥିବାବେଳେ ସାଇଣ୍ଟିଫିକ ଟିମର ସହାୟତା ନିଆଯାଇଛି  । ମୃତକ ଶୁଭମଙ୍କ ବାପା ମନୋଜ ପାଲଟାସିଂ ଜଣେ ଶିକ୍ଷକ  । ଗତକାଲି ସନ୍ଧ୍ୟାରେ ଝିଅ ଓ ପତ୍ନୀଙ୍କ ସହିତ ମିଶି ମନୋଜ କିଛି ପିଲାଙ୍କୁ ଘରେ ଟିଉସନ କରୁଥିଲେ । ଏହି ସମୟରେ ଅନ୍ୟ ଏକ ଘରେ ପସି ପାଠ ପଢୁଥିଲା ଶୁଭମ  । ହଠାତ ଚିତ୍କାର ଶୁଣି ଶୁଭମର ମାଆ ପୁଅ ପାଖକୁ ଆସି ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ  । ତୁରନ୍ତ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ  । ପୂର୍ବରୁ କାହା ସହିତ ଶତ୍ରୁତା ନଥିଲା ବୋଲି ଶୁଭମ ବାପା କହିଛନ୍ତି  । ତେବେ କେଉଁ କାରଣ ପାଇଁ ଆଉ କିଏ ଶୁଭମଙ୍କୁ ହତ୍ୟା କଲା ସେନେଇ ପୋଲିସ ଛାନବିନ ଜାରି ରଖିଛି  ।

ଆଜି ଓ୍ବାଙ୍ଖଡେରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା 

ନୂଆଦିଲ୍ଲୀ: ଆଜି ବିଶ୍ବକପରେ ରହିଛି ହାଇଭୋଲଟେଜ୍ ମ୍ୟାଚ୍ । ଦିନ ୨ଟାରେ ମୁମ୍ବାଇର ଓ୍ବାଙ୍ଖଡେରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା  । ଏଯାଏ ମୋଟ ୬ଟି ମ୍ୟାଚ ଖେଳି ଅପରାଜିତ ରହିଛି ଭାରତ । ଅନ୍ୟପଟେ ଶ୍ରୀଲଙ୍କା ମାତ୍ର ୨ଟି ମ୍ୟାଚ ଜିତିଛି ।

ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି । ଆଜିର ମ୍ୟାଚ ଜିତି ଅପରାଜେୟ ଧାରା ଜାରି ରଖିବାକୁ ଲକ୍ଷ୍ଯ ରଖିଛି ରୋହିତ ବିଗ୍ରେଡ । ଆଜିର ମ୍ୟାଚ ଜିତି ସେମିଫାଇନାଲ ଟିକେଟକୁ ପକ୍କା କରିବାକୁ ଭାରତ ରଣନୀତି ପ୍ରସ୍ତୁତ କରିଛି । ଦିନିକିଆ ବିଶ୍ବକପ ଇତିହାସରେ ଉଭୟ ଦେଶ ୯ ଥର ମୁହାଁମୁହିଁ ହୋଇଛନ୍ତି । ଉଭୟ ଦଳ ୪ଟି ଲେଖାଏ ମ୍ୟାଚ ଜିତିଥିବାବେଳେ ଗୋଟିଏର ଫଳାଫଳ ବାହାରିପାରିନଥିଲା ।

ଦିନିକିଆ ଇତିହାସରେ ଦୁଇ ଦେଶ ୧୬୭ ଥର ମୁକାବିଲା କରିଥିବା ବେଳେ ଭାରତ ୯୮ଟି ଓ ଶ୍ରୀଲଙ୍କା ୫୭ଟିରେ ବିଜୟ ଲାଭ କରିଛିଲେ । ଭାରତ ଘରୋଇ ପରିବେଶରେ ୩୯ଟି ମ୍ୟାଚ ଜିତିଥିବା ବେଳେ ଶ୍ରୀଲଙ୍କା ୨୮ଟି ଜିତିଛି । ଏସିଆ କପ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ପରାଜିତ କରି ଟାଇଟଲ ହାତେଇଥିଲା । ବର୍ତ୍ତମାନ ସ୍ଥିତିରେ ଶ୍ରୀଲଙ୍କତା ବିପକ୍ଷରେ ଭାରତର ପଲ୍ଲା ଭାରି ରହିଛି ।

ବୈଦ୍ୟୁତିକ ଯାନ-EV ର ପ୍ରଦର୍ଶନ ମେଳା ଅନୁଷ୍ଠିତ

ଭୁବନେଶ୍ୱର : ବିଦ୍ୟୁତ୍ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବୈଦ୍ୟୁତିକ ଯାନ-ଇଭି ପ୍ରଦର୍ଶନ ତଥା କର୍ମଶାଳା ଆୟୋଜିତ ହୋଇଯାଇଛି ଏଥିରେ ବିଭିନ୍ନ ମଡେଲର ଇଭି କାର୍, ଅଟୋ, ବାଇକ୍, ସ୍କୁଟି ଓ ସାଇକେଲ ପ୍ରଦର୍ଶିତ ହୋଇଥିଲା । ଇଭି ବ୍ୟବହାର ଦ୍ଵାରା ପରିବେଶ ସୁରକ୍ଷା ପାଇଁ ସଚେତନ କରାଯାଇଥିଲା। ବୈଦ୍ୟୁତିକ ଯାନ ସମ୍ପର୍କରେ ଲୋକଙ୍କ ମନରେ ଥିବା ଭୁଲ ଧାରଣାକୁ ଏହି ପ୍ରଦର୍ଶନୀରେ ଦୂର କରାଯାଇଥିଲା। ବୈଦ୍ୟୁତିକ ଯାନ ଚାର୍ଜ ହେବା ପାଇଁ ଦୀର୍ଘ ସମୟ ଲାଗେନାହିଁ। ଏଥିରେ ଆବଶ୍ୟକ ଅନୁସାରେ ଦ୍ରୁତ ଗତିରେ ଚଲାଇ ହେବ। ବାରମ୍ବାର ବ୍ୟାଟେରି ବଦଳାଇବାର ଆଦୌ ଆଶଙ୍କା ନାହିଁ। ଏହା ସହିତ ବହୁତ ଇଭି ଚାର୍ଜିଂ ଷ୍ଟେସନ ଖୋଲିବାରେ ଲାଗିଲାଣି। ସମଗ୍ର ବିଶ୍ଵରେ ପ୍ରଦୂଷଣକୁ କମାଇବା ଏବଂ ବିଦ୍ୟୁତ୍ ସଂଚୟ ପାଇଁ ଉଦ୍ୟମ ଚାଲିଛି। ସେହି କ୍ରମରେ ଓଡ଼ିଶା ସରକାର ମଧ୍ୟ ନିଜସ୍ଵ ଇଭି-ନୀତି ପ୍ରସ୍ତୁତ କରିବା ସହ ବୈଦ୍ୟୁତିକ ଯାନ କ୍ରୟକୁ ପ୍ରୋତ୍ସାହିତ କରୁଛନ୍ତି। ଏହା କିଣିବା ପାଇଁ ସୁଧ ହାରରେ ରିହାତି ସହ ୫ ହଜାରରୁ ୪ଲକ୍ଷ ଟଙ୍କା ଯାଏ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି। ରିହାତି ରାଶି ପାଇବା ପାଇଁ ସ୍ଵତନ୍ତ୍ର ପୋର୍ଟାଲ ମଧ୍ୟ ରହିଛି। http://odishatransport.gov.in ଲିଙ୍କ୍ ରେ ରିହାତି ପାଇଁ ଆବେଦନ କରିହେବ। ବୈଦ୍ୟୁତିକ ଯାନ ବ୍ୟବହାର ଦ୍ଵାରା ଅଙ୍ଗାରକାମ୍ଳ ନିର୍ଗମକୁ ହ୍ରାସ କରାଯାଇପାରିବ। ଶବ୍ଦ ବିହୀନ ଓ ପ୍ରଦୂଷଣମୁକ୍ତ ହୋଇଥିବା ବେଳେ ଏଥିରେ ଡିଜେଲ କିମ୍ବା ପେଟ୍ରୋଲ ଭଳି ଜୀବାଶ୍ମ ଇନ୍ଧନର ଆବଶ୍ୟକତା ନାହିଁ। ଏହାକୁ ଚାର୍ଜ କରିବା ପାଇଁ ବିଦ୍ୟୁତ୍ ବିଲ୍ ବାବଦକୁ ବହୁତ କମ ଅର୍ଥ ଖର୍ଚ୍ଚ ହୋଇଥାଏ। ଘରେ ମଧ୍ୟ ଚାର୍ଜ କରିହେବାର ବ୍ୟବସ୍ଥା ରଖାଯାଇଛି। ଏହାର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସ୍ଵଳ୍ପ ଅର୍ଥ ଖର୍ଚ୍ଚ ହୁଏ। ଏହାର ପଞ୍ଜୀକରଣ ନିଶୁଳ୍କ ହୋଇଥିବା ବେଳେ ରୋଡ୍ ଟାକ୍ସ ମଧ୍ୟ ଦେବାକୁ ପଡ଼େନାହିଁ। ଏହି କର୍ମଶାଳା ତଥା ପ୍ରଦର୍ଶନୀକୁ ସର୍ବୋଚ୍ଚ ଯନ୍ତ୍ରୀ ତଥା ପ୍ରମୁଖ ମୁଖ୍ୟ ବିଦ୍ୟୁତ୍ ନିରୀକ୍ଷକ ସୁରେଶ ଚନ୍ଦ୍ର ମହାରଣା ଉଦ୍ଘାଟନ କରିଥିଲେ। ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ। ବିଭିନ୍ନ ନାମୀଦାମୀ କମ୍ପାନି ସେମାନଙ୍କ ବୈଦ୍ୟୁତିକ ଯାନର ପ୍ରଦର୍ଶନ କରିଥିଲେ।

INDIA ସହଯୋଗୀ ଦଳ ପାଇଁ କଂଗ୍ରେସର ନିର୍ବାଚନ ଫଳ ବିଗିଡ଼ିବ କି ?

ନନ୍ଦିଘୋଷ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ । ଏହି ନିର୍ବାଚନକୁ ସେମିଫାଇନାଲ ଭାବରେ ବିବେଚନା କରାଯାଉଛି । ଯଦି ଏହି ରାଜ୍ୟଗୁଡିକରେ କଂଗ୍ରେସ ଜିତେ ତେବେ ଏହା କେବଳ ବିଜେପି ପାଇଁ ଅସୁବିଧା ହେବ ନାହିଁ ବରଂ ସାଧାରଣ ନିର୍ବାଚନରେ ​​ଏହା ମଧ୍ୟ ଇଣ୍ଡିଆ ମେଣ୍ଟକୁ ମଜବୁତ କରିବ। ଯଦି ବିରୋଧୀ ଦଳ ମଧ୍ୟରେ ସମନ୍ୱୟ ଏବଂ ସହଯୋଗ ପାଇଁ INDIA ମିଳିତ ମଞ୍ଚ ଗଠନ କରାଯାଇଥିଲା, କିନ୍ତୁ ଏହି ନିର୍ବାଚନରେ ​​କଂଗ୍ରେସ ଦଳ ପାଇଁ ଏହି ମେଣ୍ଟ ଏକ ବଡ ସମସ୍ୟା ପାଲଟିଛି। ବାସ୍ତବରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନାରେ କଂଗ୍ରେସ ବିଜେପି ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରୁଛି। ତେବେ ତେଲେଙ୍ଗାନାରେ ଶାସକ ବିଆରଏସ ସହ କଂଗ୍ରେସ ଦୃଢ ପ୍ରତିଦ୍ୱନ୍ଦି ଭାବେ ସାମ୍ନାକରୁଛି । ଯେତେବେଳେ INDIA ମିଳିତ ମଞ୍ଚ ଗଠନ ହେଲା, ସମସ୍ତ ବିରୋଧୀ ଦଳ ଏହାକୁ ବାରମ୍ବାର ଦୋହରାଇଲେ ଯେ ପାରସ୍ପରିକ ବିବାଦକୁ ଭୁଲିଯିବା ଏବଂ ପରସ୍ପରର ସହଯୋଗରେ ବିଜେପିକୁ ପରାସ୍ତ କରିବା ଏହାର ଏକମାତ୍ର ଉଦ୍ଦେଶ୍ୟ। କିନ୍ତୁ ବର୍ତ୍ତମାନ ଏହି ମିଳିତ ମଞ୍ଚ କଂଗ୍ରେସ ପାଇଁ ଏକ ବଡ ସମସ୍ୟା ପାଲଟିଛି । UP polls: In second phase, 12 candidates are 'illiterate', 114 educated  till Class 8 - India Today

ବିଶେଷକରି ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସ ବିଜେପି ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ ଏହି ରାଜ୍ୟଗୁଡିକରେ ଇଣ୍ଡିଆ ଆଲାଇନ୍ସର ସମସ୍ତ ଦଳ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଯଦି କଂଗ୍ରେସର ଗ୍ରାଉଣ୍ଡ ସ୍ଥିତିକୁ ବିଶ୍ୱାସ କରାଯାଏ, ତେବେ ଦଳ ଅନୁଭବ କରୁଛି ଯେ ମେଣ୍ଟରେ ଥିବା ଦଳଗୁଡ଼ିକ ଏହି ରାଜ୍ୟଗୁଡ଼ିକରେ କଂଗ୍ରେସକୁ କ୍ଷତି ପହଞ୍ଚାଇବ | ରାଜ୍ୟ ଗୁଡ଼ିକ ଉପରେ ନଜର ପକାଇବା….

ରାଜସ୍ଥାନ

ଶାସକ କଂଗ୍ରେସ ପାଇଁ ଏଠାରେ ସରକାର ପୁନରାବୃତ୍ତି କରିବା ଏକ ବଡ ଆହ୍ୱାନ । ତେବେ ଦଳ ଅନୁଭବ କରୁଛି ଯେ ବିଜେପିର ଗୋଷ୍ଠି କନ୍ଦଳ ଏବଂ ସିଏମ ଅଶୋକ ଗେହଲୋଟଙ୍କ ଜନ କଲ୍ୟାଣ ଯୋଜନା ଦଳ ପାଇଁ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିଛି। କିନ୍ତୁ ବର୍ତ୍ତମାନ ଏହାର ନିଜର ସହଯୋଗୀ ଅର୍ଥାତ୍ INDIA ସହଯୋଗୀ ଦଳ ପାଇଁ ଏକ ବଡ ଅସୁବିଧା ପାଲଟିଛି। ଏଠାରେ ଏସପି, ଏଏପି, ବାମ, ବିଏସପି, ଏଆଇଏମ୍ଏମ୍ ଅନେକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଯାହା ସିଧାସଳଖ ବିଜେପିକୁ ଲାଭ ଦେବ।

ମଧ୍ୟପ୍ରଦେଶ

୧୮ ବର୍ଷ ଧରି କ୍ଷମତାରେ ଥିବା ବିଜେପିକୁ ପରାସ୍ତ କରିବାକୁ କଂଗ୍ରେସ ଚେଷ୍ଟା କରିଛି କିନ୍ତୁ ଏସପି, ବିଏସପି ଏବଂ ଏଏପି ଅନେକ ଆସନରେ କଂଗ୍ରେସ ପାଇଁ ଏକ ବଡ଼ ଆହ୍ୱାନ ଦେଇଛି। ଏଠାରେ ବରିଷ୍ଠ ନେତୃତ୍ୱ ଅନୁଭବ କରୁଛନ୍ତି ଯେ ନିର୍ବାଚନ ପରେ ମଧ୍ୟ ଏଠାରେ ଆସନ ସମାନ କିମ୍ବା ନିକଟତର ହୋଇଥିଲେ ମଧ୍ୟ ବିଜେପି ଉପକୃତ ହୋଇପାରିବ।

ଛତିଶଗଡ

ଶାସକ କଂଗ୍ରେସ ଏଠାରେ ପ୍ରତ୍ୟାବର୍ତ୍ତନ ପାଇଁ ଆତ୍ମବିଶ୍ୱାସୀ କିନ୍ତୁ ଯଦି AAP ଏଠାରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରେ ତେବେ କଂଗ୍ରେସ ପାଇଁ କ୍ଷତି ହେବାର ସମ୍ଭାବନା ଅଛି |

ତେଲେଙ୍ଗାନା

ଏଠାରେ କଂଗ୍ରେସ ପାଇଁ BRS ଏବଂ MIM କୁ ବିଜେପିର B ଦଳ ବୋଲି କୁହାଯାଏ | କିନ୍ତୁ କଂଗ୍ରେସ ଏଠାରେ ମଜବୁତ ସ୍ଥିତିରେ ଫାଇଟ୍ କରୁଛି ।

 

କଟକ ବାଲିଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ପୋଲିସ ସ୍ତରରେ ଚାଲିଛି ପ୍ରସ୍ତୁତି

କଟକ : ଐତିହାସିକ କଟକ ବାଲିଯାତ୍ରାକୁ ଏଥର ସରସ ସୁନ୍ଦର କରିବା ପାଇଁ ଏବେଠାରୁ ପ୍ରଶାସନିକ ତଥା ପୋଲିସ ସ୍ତରରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି ଗୋଟିଏ ପଟେ ପ୍ଲଟ ନିଲାମ ପାଇଁ ପଞ୍ଜୀକରଣ ଚାଲିଥିବା ବେଳେ ଆଜି ଜିଲ୍ଲାପାଳ ପୋଲିସ ଅଧିକାରୀ ଅନ୍ଯ ଅଧିକାରୀଙ୍କୁ ଧରି ବାଲିଯାତ୍ରା ପଡିଆ ବୁଲି ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି ପ୍ରସ୍ତୁତି ନେଇ ଅନ୍ଯ ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ, ସିଏମସି ପୋଲିସ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ନଭେମ୍ବର ୨୭ ରୁ ହେବାକୁ ଥିବା ଏହି ବିରାଟ ମେଳା ଯେପରି ଶାନ୍ତିଶୃଙ୍ଖଳାର ସହ ଆୟୋଜନ ହେବ ସେ ନେଇ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି Cuttack Baliyatra to be held after two years post COVID pandemic- The New  Indian Express

ବାଲିଯାତ୍ରାରେ ଗାଡି ପାର୍କିଂ ପାଇଁ ଅଧିକ ସ୍ଥାନ ଚିହ୍ନଟ କରିବାକୁ ଭୁଆଷୁଣୀ ପଠା, ହାଡିଆ ପଠା ଅନ୍ଯ ସ୍ଥାନକୁ ଫିଲଡ୍ ଭିଜିଟ କରିଛନ୍ତି ଭିଡରେ ଚୋରି, ପକେଟମାର, ଛିନତାଇ ରୋକିବାକୁ ସାଧା ପୋଷାକଧାରୀ ପୋଲିସ ନିୟୋଜିତ ହେବେ ସେପଟେ ୧୧ ତାରିଖରୁ ବାରବାଟୀ ପ୍ୟାଲେସ ଠାରେ ପ୍ଲଟ ନିଲାମ ଆରମ୍ଭ ହେବ।

ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ହେବ WiFi ଯୁକ୍ତ

ଭୁବନେଶ୍ୱର : ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ହେବ WiFi ଯୁକ୍ତ ।  ଛାତ୍ର ଛାତ୍ରୀଙ୍କୁ ମିଳିବ ମାଗଣା WiFi । ଯାହାକି ଛାତ୍ରଛାତ୍ରୀଙ୍କୁ ପାଠପଢିବାରେ ସୁବିଧା ଯୋଗାଇବ  । ପିଲାଙ୍କ ଶିକ୍ଷାଆହରଣରେ ସୁବିଧାକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗର ଏହି ନିଷ୍ପତ୍ତି ନେଇଛି  । ଅଧିକାଂଶ ପାଠ୍ୟ ପୁସ୍ତକ ଅନ୍ ଲାଇନରେ ରହିଛି । ମାଗଣା ଓ୍ବାଇଫାଇ ସୁବିଧା ଦ୍ବାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସହାୟକ ହେବ । ଯାହା ଫଳରେ ଶୈକ୍ଷିକ ବାତାବରଣରେ ଉନ୍ନତି ଆସିପାରିବ।

ଏହି ଖବର ପଢନ୍ତୁ : https://nandighoshatv.com/israeli-airstrike-on-gaza-refugee-camp-kills-50-people/

ଏଥିପାଇଁ କ୍ୟାମ୍ପସ ରେ ଓ୍ବାଇଫାଇ ନେଟଓ୍ବର୍କ ଇନଷ୍ଟଲ କରିବା ଲାଗି ବ୍ୟୟ ଅଟକଳ ଦେବାକୁ ସବୁ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ  ।

କଇଁଛଙ୍କ ସୁରକ୍ଷା ପାଇଁ ଆସନ୍ତା ୭ ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ମନା

ପାରାଦୀପ : ଆସନ୍ତା ୭ ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ ଲାଗିଛି କଟକଣା । ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ର କୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କ ପାଇଁ କଟକଣା ଜାରି କରିଛି ବନ ବିଭାଗ ।  ତେବେ ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ଆବଶ୍ୟକୀୟ ସାଧନ ସେମାନଙ୍କ ନିକଟରେ ନଥିବା ବେଳେ ସେପଟେ ମହାନଦୀ ମୁହାଣ ପୋତି ହୋଇଯିବା କାରଣରୁ ବରୁଣେଇ ମୁହାଣ ଦେଇ ଆସିବାକୁ ଅଧିକ ୩ ଘଣ୍ଟାର ତେଲ ପୋଡିବାକୁ ପଡୁଥିବା ଅଭିଯୋଗ କରିଛନ୍ତି ମତ୍ସ୍ୟଜୀବୀ । ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଏପରି ପ୍ରତିବନ୍ଧକକୁ ସ୍ବାଗତ କରିଥିଲେ ସୁଦ୍ଧା ଦୀର୍ଘ ୭ ମାସ ଧରି ପରିବାର ପ୍ରତିପୋଷଣ ପାଇଁ ସେମାନେ ଅସୁବିଧାରେ ପଡ଼ିବେ ବୋଲି କହିଛନ୍ତି ।paradip harbour | Sambad English

ପାରାଦ୍ଵୀପ ମାଛଧରା ବନ୍ଦର ଉପରେ ପାଖାପାଖି ୫୦ ହଜାର ମତ୍ସ୍ୟଜୀବି ପରିବାର ନିର୍ଭର କରିଥାନ୍ତି । ତେବେ ଏ ସମ୍ପର୍କରେ ଆମେ ଅବଗତ ଅଛୁ, ମୁ଼ହାଣ ମୁହଁ ଖୋଳିବା କାର୍ଯ୍ୟ ପାରାଦୀପ ବନ୍ଦର ପକ୍ଷରୁ ଜାରି ରହିଥିବା କହିଛନ୍ତି ବନ୍ଦର କର୍ତ୍ତୃପକ୍ଷ । ଏହାସହ ଫରେଷ୍ଟ ବିଭାଗ ସହିତ ମଧ୍ୟ କଥା ହୋଇଛି, ବରୁଣେଇ ଦେଇ ଆସୁଥିବା ବୋଟ୍ ଗୁଡ଼ିକୁ ଛାଡି ଦେବା ପାଇଁ ସେମାନେ ପ୍ରତିଶୃତି ଦେଇଥିବା ପାରାଦୀପ ଅତିରିକ୍ତ ମତ୍ସ୍ୟ ଅଧିକାରୀ ପ୍ରକାଶ କରିଛନ୍ତି ।

ରାଜ୍ୟରେ ମିଲେଟ ସମ୍ବନ୍ଧୀୟ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେବ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିରଣ ବିଭାଗ ଦ୍ଵାରା ମିଲେଟ ସମ୍ବନ୍ଧୀୟ ଏକ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେବ। ଭୁବନେଶ୍ବର ଜନତା ମିଇଦାନରେ ନଭେମ୍ବର ୯ ଓ ୧୦ ତାରିଖରେ ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠତ ହେବ। ଗତ ବର୍ଷ ଠାରୁ ନଭେମ୍ବର ୧୦ ତାରିଖକୁ ରାଜ୍ୟରେ ମାଣ୍ଡିଆ ଦିବସ ପାଳନ କରାଯାଉଛି। ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ଏବଂ ଏଥିପ୍ରତି ଜନସଚେତନତା ବୃଦ୍ଧି କରିବା ନିମନ୍ତେ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେଉଛି। ଏଥିରେ ରାଉଣ୍ଡ ଟେବୁଲ ସହ, ବାହାର ରାଜ୍ୟର ଲୋକ ମଧ୍ୟ ଏହାକୁ ଦେଖିବାକୁ ଆସିବେ। ସମ୍ମିଳନୀକୁ ୩୦ ଜିଲ୍ଲାରୁ ମାଣ୍ଡିଆ ଚାଷୀଙ୍କ ସହ ଦେଶ ଓ ବିଦେଶରୁ ପ୍ରାୟ ୩୦୦ ପ୍ରତିନିଧି ଆସିବେ। ଏଥିରେ ୩୨ ଟି ସେସନ ହେବ। ମାଣ୍ଡିଆ ଉପରେ ଅନ୍ତରଜାତୀୟ ସମ୍ମିଳନୀ ଆୟୋଜନ ଓଡ଼ିଶା ସାରା ଭାରତରେ ପ୍ରଥମ। ଦୁଇ ଦିନିଆ ଅନ୍ତରଜାତୀୟ ସମ୍ମିଳନୀର ଥିମ ସୁସ୍ଥ ମିଲେଟ ସୁସ୍ଥ ଜୀବନ ରଖାଯାଇଛି। ଏବେ ଧାନ ପରି ମିଲେଟରେ ମଧ୍ୟ ଏମଏସପି ଦିଆଯାଉଛି। ୨ ଲକ୍ଷ ୬୦ ହଜାର ହେକ୍ଟରରେ ଏବେ ଚାଷ ହେଉଛି। ଆଦିବାସୀଙ୍କ ପାଇଁ ଏହା ବଡ଼ ରୋଜଗାର ହୋଇଛି। Types of Millets In India, Cultivation FAQs | Agri Farming

ରାଜ୍ୟର ମଡେଲକୁ ନୀତି ଆୟୋଗ ଗ୍ରହଣ କରି ଅନ୍ୟ ରାଜ୍ୟକୁ କରିବାକୁ କହିଛି। ଏହାକୁ ଅନ୍ତର୍ଜାତୀୟ ସ୍ଥରରେ ପହଞ୍ଚାଇବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ଆଦିବାସୀମାନେ ପ୍ରଥମ ଥର ପାଇଁ ଏମଏସପି ପାଉଛନ୍ତି। ଲୋକଙ୍କ ଭିତରେ ଆଦୃତ କରିବା ପାଇଁ ଏ କାର୍ଯ୍ୟକ୍ରମ କରାଯାଇଛି।  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆପେକ୍ସ କମିଟି ଗଠନ କରାଯାଉଛି।  ଏ କାର୍ଯ୍ୟକ୍ରମ ଚାଷୀମାନଙ୍କ ଆୟ ବୃଦ୍ଧି ହୋଇ ପାରିବ।  ବର୍ତ୍ତମାନ ୧୭୭ ଟି ବ୍ଲକରେ ମିଲେଟ ଚାଷ ହେଉଛି।