spot_img
Home Blog Page 2442

ମାଆ ବୁଢ଼ି ଠାକୁରାଣୀଙ୍କ ଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ବ୍ରହ୍ମପୁର: ଦୁଇଦିନିଆ ଗଞ୍ଜାମ ଗସ୍ତରେ ଥିବା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମାଆ ବୁଢୀଠାକୁରାଣୀଙ୍କ ଦର୍ଶନ କରିଛନ୍ତି । ସେଠାରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ରୂପାନ୍ତରଣର ଅନୁଧ୍ୟାନ କରିଥିଲେ । ମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ପାଖାପାଖି ୨୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଦିନରାତି କାମ କରି ବର୍ଷେ ଭିତରେ ନବକଳେବର ସାରିବାକୁ ପରାମର୍ଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ସେ କହିଥିଲେ, ବ୍ରହ୍ମପୁର ସହିତ ମୋର ସମ୍ପର୍କ ଅତି ନିବିଡ଼ । ବ୍ରହ୍ମପୁରରେ ମୋର ଝିଅ ଜନ୍ମ ହୋଇଛି । ଗଞ୍ଜାମର ଜିଲ୍ଲାପାଳ ଥିବାବେଳେ ଲୋକମାନେ ଭଲ ପାଇବା ଦେଇଥିଲେ । ବ୍ରହ୍ମପୁର ରିଂ ରୋଡ ପାଇଁ ୮୦ ପ୍ରତିଶତ ଜମି ଅଧିଗ୍ରହଣ ସରିଛି । ଶୀଘ୍ର କାମ କରାଯାଇ ଟ୍ରାଫିକ ସମସ୍ୟା ଦୂର କରାଯିବ । ଶିତଳାପଲ୍ଲୀରେ ଥିବା ଟାଟା ହସ୍ପିଟାଳକୁ ସରକାର ସମ ହସପିଟାଲ ସହ ଏମଓୟୁ କରିଛନ୍ତି । ଏହାଦ୍ବାରା ଏବେ ଆଉ ବ୍ରହ୍ମପୁରବାସୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର କିମ୍ବା ହାଇଦ୍ରାବାଦ ଯିବାକୁ ପଡ଼ିବନି । ବିଏସକେଓ୍ବାଇ କାର୍ଡରେ ବ୍ରହ୍ମପୁରରେ ହିଁ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇପାରିବେ । ବ୍ରହ୍ମପୁରବାସୀଙ୍କୁ ବ୍ରହ୍ମପୁରରେ ହିଁ ସବୁ ସୁବିଧା ଯୋଗାଇଦେବା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ।

ଜିଲ୍ଲା ଶ୍ରମ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବେ ଓଏଏସ୍‌ ଅଧିକାରୀ

ଭୁବନେଶ୍ବର: ପୂର୍ବରୁ ଶ୍ରମ ବିଭାଗରେ ଓଏଏସ୍‌ ଅଧିକାରୀ କ୍ୟାଡର ନିଯୁକ୍ତି ନଥିଲା । ଏଣିକି ଜିଲ୍ଲା ଶ୍ରମ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବେ ଓଏଏସ୍‌ ଅଧିକାରୀ । ଆଜି ଏ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନବ ନିଯୁକ୍ତ ୧୩୧ ଜଣଙ୍କ ଭିତରୁ ୧୦୭ ଜଣ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

5T ସଂସ୍କାର ଆଧାରରେ ଶ୍ରମ ବିଭାଗରେ ଓଏଏସ୍‌ କ୍ୟାଡର ନିଯୁକ୍ତିକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ସଂସ୍କାର କରି ଯେପରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ତାକୁ ଦେଶର ଅନ୍ୟ କୌଣସି ରାଜ୍ୟ ଏ ପର୍ଯ୍ୟନ୍ତ କରିପାରିନାହାନ୍ତି ।

ନିକଟରେ ଉତ୍ତରାଖଣ୍ଡର ସିଲକାରିୟା ଟନେଲରେ ୮ଟି ରାଜ୍ୟର ୪୧ ଜଣ ଶ୍ରମିକ ଫସି ରହିଲେ । ଦୀପାବଳିରେ ଏହି ଘଟଣା ଘଟିଲା । ଘଟଣା ଘଟିବାର ମାତ୍ର କେଇ ଘଣ୍ଟା ଭିତରେ ତୁରନ୍ତ ଶ୍ରମ ବିଭାଗର ଅଫିସରଙ୍କୁ ଘଟଣାସ୍ଥଳ ଯାଇ ଫସିରହିଥିବା ଶ୍ରମିକଙ୍କ ହାଲଚାଲ ଜାଣିବାକୁ ନିର୍ଦ୍ଦେଶ ମଳିଥିଲା । ପରେ ବିଭାଗୀୟ ମନ୍ତ୍ରୀଙ୍କୁ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟଙ୍କ ସମେତ ଘଟଣାସ୍ଥଳ ଗସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଉଦ୍ଧାର ପରେ ଯେପରି ସେମାନେ ସ୍ବତନ୍ତ୍ର ବିମାନ ଯୋଗେ ଘରେ ପହଞ୍ଚିବେ ସେ ନେଇ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କର ଏପରି ପଦକ୍ଷେପକୁ ଅନ୍ୟ ରାଜ୍ୟର ଅଧିକାରୀ ଓ ଉତ୍ତରାଖଣ୍ଡର ଲୋକେ ପ୍ରଶଂସା କରିଛନ୍ତି ।

5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ବ୍ରହ୍ମପୁର ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

ବ୍ରହ୍ମପୁର: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ବ୍ରହ୍ମପୁର ବିଜେଡି ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ବ୍ରହ୍ମପୁରବାସୀଙ୍କୁ ଭେଟି ଖୁସି ପ୍ରକାଶ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । କହିଛନ୍ତି, ବ୍ରହ୍ମପୁରର ଉନ୍ନତି ପାଇଁ ଯାହା ଦରକାର ସେଥିପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି । ଏମକେସିଜି ମେଡିକାଲ କଲେଜକୁ ପରିଦର୍ଶନ କରି ତାହାକୁ ଏସସିବି ଭଳି ରୂପାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୁଢୀ ଠାକୁରାଣୀ ମନ୍ଦିର ପାଇଁ ମଧ୍ୟ ଅର୍ଥରାଶି ଅନୁମୋଦନ କରିଛନ୍ତି । ବ୍ରହ୍ମପୁରକୁ ସମସ୍ତେ ମିଶି ଏକ ନମ୍ବର କରିବାକୁ ସେ ଆହ୍ବାନ ଦେଇଛନ୍ତି ।

ସୂଚନାଯୋଗ୍ୟ ଆଜିଠାରୁ କାର୍ତ୍ତିକ ପାଣ୍ଡିଆନ ଦୁଇଦିନିଆ ଗଞ୍ଜାମ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରୁଛନ୍ତି । ପ୍ରଥମେ ହିଞ୍ଜିଳିକାଟୁରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଶେରଗଡ଼ ଯାିଥିଲେ । ଏହାପରେ ମାଆ ବୁଢ଼ି ଠାକୁରାଣୀଙ୍କ ମନ୍ଦିରକୁ ଯାଇ ମାଆଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହ ଆଲାଚନା କରିବା ସହ ହିଞ୍ଜିଳି ଓ ଶେରଗଡ଼ର ଚାଷୀଙ୍କୁ ଖୁସି ଖବର ଦେଇଥିଲେ । ମିଶନଶକ୍ତି ମାଆଙ୍କୁ ସାକ୍ଷାତ କରି ସେମାନଙ୍କ ସହ ଆଲୋଚନା କରିଥିଲେ ।

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ୫୯ଟି ପ୍ରକଳ୍ପ ଉଦଘାଟିତ

ଭୁବନେଶ୍ବର: ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ୧୩ଟି ଜିଲ୍ଲାରେ ୫୯ଟି ପ୍ରକଳ୍ପ ଉଦଘାଟିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ପ୍ରକଳ୍ପର ଉଦଘାଟନ । ଏହାଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳି ପାରିଛି । ଏଥିପାଇଁ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୩୩ଟି ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ଭିତ୍ତିସ୍ଥାପନ କରାଯାଇଛି । ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୯ଟି ଜିଲ୍ଲାର ୫୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ଚାଷୀଭାଇ  ଦେଶର ଶ୍ରେଷ୍ଠ ସେବକ । ସେମାନେ ଅର୍ଥନୀତିର ମେରୁଦଣ୍ଡ । ସେମାନଙ୍କ ତ୍ୟାଗ ଓ ପରିଶ୍ରମ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛି । ରାଜ୍ୟ ସରକାରଙ୍କ କୃଷି ବଜେଟ୍‌ ୫ ବର୍ଷରେ ୩ ଗୁଣ ହୋଇ ଏବେ ୨୫ ହଜାର କୋଟି ଟଙ୍କାରେ ପହଞ୍ଚିଛି । କାଳିଆ ଯୋଜନା ଚାଷୀ ଭାଇଙ୍କ ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଛି ।

ରାଜ୍ୟରେ ଜଳସେଚନର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ 5T ଉପକ୍ରମରେ ଜଳସେଚନର ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି । ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର, ଦେଓ ଓ ସୁବର୍ଣ୍ଣରେଖା ପରି ବଡ ବଡ ପ୍ରକଳ୍ପରୁ ଚାଷୀମାନେ ଜଳସେଚନ ସୁବିଧା ପାଉଛନ୍ତି । ଏହାଛଡା ଗଙ୍ଗାଧର ମେହର ପ୍ରକଳ୍ପ ଓ ଲୋୟର ସୁକତେଲ ପରି ଅନ୍ୟ ବଡ ବଡ ପ୍ରକଳ୍ପ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେଗା ଲିଫ୍ଟର ସୁପରିଚାଳନା ପାଇଁ ଓକାକ୍ ଦ୍ୱାରା ପ୍ରସ୍ତୁତ ଇ-ମେଗାଲିଫ୍ଟ ଆପର ଲୋକାର୍ପଣ କରିଥିଲେ । ୨୦୧୧ ମସିହାରେ ରାଜ୍ୟରେ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏଥିରେ ୨୦୮ଟି ପ୍ରକଳ୍ପ ସଫଳତାର ସହ ଶେଷ ହୋଇଛି ଓ ଏହାଦ୍ୱାରା ୨ ଲକ୍ଷ ୬୪ ହଜାର ୩୩୦ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୭୦ଟି ପ୍ରକଳ୍ପ ହାତକୁ ନିଆଯାଇଛି । ଏହାଦ୍ୱାରା ୧ ଲକ୍ଷ ୧୩ ହଜାର ୫୪୦ ହେକ୍ଟର ଜମି ଜଳସେଚିତ ହୋଇପାରିବ ।

ପ୍ରତିଦିନ କେତେ ସମୟ କାମ କରିବା ଉଚିତ ? ବିଶେଷଜ୍ଞ କହିଲେ ଉତ୍ତର

0

ନନ୍ଦିଘୋଷ ବ୍ୟୁରୋ: ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକେ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଭୁଲିଗଲେଣି  । ବିଶେଷକରି ଯେଉଁମାନେ କର୍ମଜୀବୀ ସେମାନେ ନିଜ ପରିବାରର ଯତ୍ନ ନେବା ଟିକେ କଷ୍ଟସାଧ୍ୟ ହୋଇଯାଏ  । ଯେଉଁମାନେ ଅଫିସରେ କାମ କରନ୍ତି ସେମାନଙ୍କ ପାଖରେ କେବଳ କାମ ଚାପ ନଥାଏ, କିନ୍ତୁ ବେଳେବେଳେ ସେମାନଙ୍କର କାମର ସମୟସୀମା ମଧ୍ୟ ବଢିଥାଏ  । ପୂର୍ବରୁ ଜଣାଶୁଣା ବ୍ୟବସାୟୀ ନାରାୟଣ ମୁର୍ତ୍ତି କହିଥିଲେ ଯେ ଯୁବକମାନେ ୭୦ ଘଣ୍ଟା କାମ କରିବା ଉଚିତ୍।

ଯେକୌଣସି କାର୍ଯ୍ୟାଳୟ କିମ୍ବା ଅନୁଷ୍ଠାନରେ ସାଧାରଣତଃ  କର୍ମଚାରୀମାନଙ୍କୁ ୮ ରୁ ୯ ଘଣ୍ଟା କାମ କରିଥାଏ  । କିନ୍ତୁ କାର୍ଯ୍ୟ ଜୀବନକୁ ସନ୍ତୁଳିତ କରିବା ପାଇଁ, ଆପଣଙ୍କର ସାମର୍ଥ୍ୟର ମୂଲ୍ୟାଙ୍କନ କରିବା ସହିତ ବ୍ୟକ୍ତିଗତ ସୀମିତତାକୁ ମଧ୍ୟ ମନେ ରଖିବା ଜରୁରୀ  । କାର୍ଯ୍ୟ ବ୍ୟତୀତ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ  । କ୍ରମାଗତ କାର୍ଯ୍ୟଭାର ହେତୁ ଆପଣଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରହିବା ଜରୁରୀ  ।

ଅନେକ ଜିନିଷ ଆପଣଙ୍କ ନିଦ ଉପରେ ନିର୍ଭର କରେ  । ଯଦି ତୁମେ ଯଥେଷ୍ଟ ନିଦ ପାଇବ, ତୁମେ ୮ କିମ୍ବା ୯ ଘଣ୍ଟାରୁ ଅଧିକ ସମୟ କାମ କରିପାରିବ  । କିନ୍ତୁ ଉତ୍ପାଦନ ବୃଦ୍ଧି ପାଇଁ, ଶୋଇବା ସହିତ, ଚାପ ପରିଚାଳନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ  । ଯୋଗ ଅଭ୍ୟାସ କରିବା ଆପଣଙ୍କ ଦୈନନ୍ଦିନ କାର୍ଯ୍ୟରେ ଉତ୍ପାଦନ ବୃଦ୍ଧି ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ  । ଏହା ସହିତ, ଆପଣ କର୍ମକ୍ଷେତ୍ରରେ ମଧ୍ୟ ସକ୍ରିୟ ରହି ଆପଣଙ୍କର ସମସ୍ତ କାର୍ଯ୍ୟକୁ ସହଜରେ ସଂପୂର୍ଣ୍ଣ କରିବାକୁ ସମର୍ଥ ହେବେ  ।

ଏଟିଏମରୁ ଟଙ୍କା ବାହାରିବା ଭଳି ସୁଇଚ୍ ଟିପିଲେ ଏଟିଜିରୁ ବାହାରିବ ଚାଉଳ ଓ ଗହମ, ମଞ୍ଚେଶ୍ବରରେ ଖୋଲିବ ରାଜ୍ୟର ପ୍ରଥମ ଏଟିଜି

ଭୁବନେଶ୍ବର: ଏଟିଏମ୍ରୁ ଟଙ୍କା ଉଠାଇବା ତ ଜାଣିଥିବେ । ଏବେ ଏଟିଏମ ଭଳି ସୁଇଚ୍ ଟିପିଲେ ଏଟିଜିରୁ ବାହାରିବ ଚାଉଳ, ଗହମ । ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ପାଇଲଟ ପ୍ରକଳ୍ପ ଭାବେ ଭୁବନେଶ୍ବରର ମଞ୍ଚେଶ୍ବରରେ ଖୋଲିବ ପ୍ରଥମ ଏଟିଜି । ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ଓ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗର ମିଳିତ ସହଯୋଗରେ ପ୍ରତିଷ୍ଠା ହେବାକୁ ଯାଉଛି ଅଲ୍ ଟାଇମ ଗ୍ରେନ କାଉଣ୍ଟର । କଣ୍ଟ୍ରୋଲ ଦୋକାନରେ ଲମ୍ବା ଲାଇନରେ ଛିଡ଼ା ନ ହୋଇ ଏଟିଜିରୁ ୨୪ ଘଣ୍ଟିଆ ଚାଉଳ ଓ ଗହମ ପାଇବେ ହିତାଧିକାରୀ । ନୂଆବର୍ଷ ପୂର୍ବରୁ ରାସନ କାର୍ଡ଼ଧାରୀଙ୍କୁ ଏଟିଜିର ଉପହାର ଦେବେ ସରକାର ।

ସୂଚନାଯୋଗ୍ୟ, ଶୀଘ୍ର କାର୍ଯ୍ୟକ୍ଷମ ହେବ ରାଜ୍ୟର ପ୍ରଥମ ଅଲ୍ ଟାଇମ୍ ଗ୍ରେନ କାଉଣ୍ଟର । ଭୁବନେଶ୍ବରର ମଞ୍ଚେଶ୍ବରରେ ନୂଆବର୍ଷରେ ଖୋଲିବ ପ୍ରଥମ ଏଟିଜି । କଣ୍ଟ୍ରୋଲ ଦୋକାନରେ ଲମ୍ବା ଲାଇନରୁ ମିଳିବ ମୁକ୍ତି । ଏଟିଜିରେ ମିଳିବ ୨୪ ଘଣ୍ଟିଆ ସେବା । ଓ୍ବାନ ନେସନ, ଓ୍ବାନ ରାସନ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ମିଳିବ ଫାଇଦା । ଯାହାର ଯେଉଁଠି କାର୍ଡ଼ ଥିଲେ ବି ଏଟିଜିରୁ ନେଇପାରିବେ ଚାଉଳ, ଗହମ । ଓ୍ବାର୍ଲଡ଼ ଫୁଡ଼ ପ୍ରୋଗ୍ରାମ ଓ ଖାଦ୍ୟ ଯୋଗାଣ ବିଭାଗର ମିଳିତ ସହଯୋଗରେ ପ୍ରତିଷ୍ଠା ହେବାକୁ ଯାଉଛି ରାଜ୍ୟର ପ୍ରଥମ ଗ୍ରେନ ଏଟିଏମ୍ । ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ବିଶ୍ବସ୍ତରରେ ଓଡ଼ିଶା ପ୍ରଶଂସିତ ହୋଇଥିବା ବେଳେ ସମସ୍ତଙ୍କୁ ସହଜ ଓ ସରଳ ଭାବେ ଚାଉଳ, ଗହମ ପହଞ୍ଚାଇବା ପାଇଁ ଗ୍ରେନ ଏଟିଏମ୍ ରାଜ୍ୟ ସରକାରଙ୍କ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।

ଗ୍ରେନ୍ ଏଟିଏମ୍ରୁ ଜଣେ ହିତାଧିକାରୀ ଚାଉଳ, ଗହମ ନେବାକୁ ହେଲେ ପ୍ରଥମେ ରାସନ କାର୍ଡ଼ କିମ୍ବା ଆଧାର କାର୍ଡ଼ ନମ୍ବର ଦେବାକୁ ହେବ । ଏହାପରେ ବାୟୋମେଟ୍ରିକ ଦେଇ ଏଟିଜିରୁ ଚାଉଳ, ଗହମ ନେଇପାରିବେ । ଏଟିଜିରୁ ୫ କିଲୋର ଚାଉଳ କିମ୍ବା ଗହମ ଏକା ଥରକେ ବାହାରିବ । ଏଟିଜିରେ ଇଂରାଜୀ ବଦଳରେ ଓଡ଼ିଆ ଭାଷା ହିତାଧିକାରୀ ବ୍ୟବହାର କରିବାର ସୁଯୋଗ ପାଇବେ । ମଞ୍ଚେଶ୍ବରରେ ଏଟିଜି କାର୍ଯ୍ୟକ୍ଷମ ହେଲେ ରସୁଲଗଡ଼, ପଳାଶୁଣୀ, ଜିଜିପି କଲୋନୀ, ଚକେଇସିଆଣୀ ଅଞ୍ଚଳର ହିତାଧିକାରୀ ଉପକୃତ ହେବେ । ସରକାରଙ୍କ ଏହି ନୂଆ ବ୍ୟବସ୍ଥାକୁ ବିଶେଷଜ୍ଞ ସ୍ବାଗତ କରିଥିବା ବେଳେ ରାସନକାର୍ଡ଼ ସହିତ ଆଧାର ଲିଙ୍କ ଏବେ ବି କିଛି ଜାଗାରେ ବାକି ଥିବାରୁ ଏହା ଉପରେ ସରକାର ନଜର ଦେବାକୁ ଅପିଲ କରିଛନ୍ତି ।

କେନ୍ଦ୍ରୀୟ ଅବହେଳା: ଜବାବ ମାଗିବେ ସାଢ଼େ ୪ କୋଟି ଓଡ଼ିଆ

ଭୁବନେଶ୍ବର: ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳୁନି । କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ ହେଉନି । ରେଳଠାରୁ ଆରମ୍ଭ କରି କୋଇଲା ଉପରେ ସେସ୍ ଆଦାୟ ହକକୁ କେନ୍ଦ୍ର ଦେଉନି । କେନ୍ଦ୍ର ଅବହେଳା ନେଇ ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସଂକଳ୍ପ ପାରିତ ପରେ ସ୍ବର ଶାଣିତ କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଲଢି ଆସୁଛନ୍ତି । ଏହା କୌଣସି ନିର୍ବାଚନକୁ ଆଖିରେ ରଖି କରାଯାଉନି । ହକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଜାରି ରହିଛି । ସାଢ଼େ ୪ କୋଟି ଓଡ଼ିଆ ଯେପରି କେନ୍ଦ୍ରକୁ ଏହାର ଜବାବ ମାଗିବେ ଦଳ ସେ ନେଇ ଲୋକଙ୍କୁ ଅବଗତ କରିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ । ଗରିବଙ୍କ ପେଟକୁ ଦାନା, ମୁଣ୍ଡ ଉପରେ ଛାତ । କେନ୍ଦ୍ର କିନ୍ତୁ ଗରିବଙ୍କ ପେଟକୁ ଲାତ ମାରି ଚାଲିଛି । ହୀରା ଉପରେ ଜିଏସଟି ୫ ପ୍ରତିଶତ । ଅଥଚ କେନ୍ଦୁପତ୍ର ଉପରେ ଜିଏସଟି ୧୮ ପ୍ରତିଶତ । ୧୦ ଲକ୍ଷ ପରିବାରର ପେଟକୁ ଅନଉନି କେନ୍ଦ୍ର ସରକାର । ମୁଖ୍ୟମନ୍ତ୍ରୀ ଓ ବିଜେଡି ଲଗାତାର ଦାବି କରିଆସୁଥିଲେ ବି କେନ୍ଦ୍ର ଶୁଣୁନି । ଏଣିକି ଜିଏସଟି ଛାଡ଼ ନ ହେବା ଯାଏଁ କେନ୍ଦ୍ର ବିରୋଧରେ ବିଜେଡି ନିର୍ଣ୍ଣାୟକ ଲଢେଇ କରିବ । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ପ୍ରଗତି କରୁଛି । ଖୋଦ ନୀତି ଆୟୋଗ ଓଡ଼ିଶା ମଡେଲକୁ ଆପଣାଇବାକୁ ଅନ୍ୟ ରାଜ୍ୟକୁ ଉଦାହରଣ ଦେଉଛନ୍ତି । ତଥାପି ଲଗାତାର ଭାବେ କେନ୍ଦ୍ର ଓଡ଼ିଶାର ସ୍ବତନ୍ତ୍ର ପାହ୍ୟା କିମ୍ବା ସ୍ବତନ୍ତ୍ର ଷ୍ଟାଟସ୍ ଦାବିକୁ ଅଣଦେଖା କରିଚାଲିଛି । ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ସଂକଳ୍ପ ଅନୁଯାୟୀ ଏହା ବିଜେଡିର ଦାବି ନୁହେଁ । ସାଢ଼େ ୪ କୋଟି ଓଡ଼ିଆଙ୍କ ଯେପରି ଦାବି କରିବେ ସେ ନେଇ ଲୋକଙ୍କୁ ସଚେତନ କରିବ ଦଳ । ସଂଘୀୟ ବ୍ୟବସ୍ଥାକୁ ସର୍ବଦା କେନ୍ଦ୍ର କୁଠାରଘାତ କରିଆସୁଛି । ଓଡ଼ିଶାର ନ୍ୟାଯ୍ୟ ଦାବିକୁ କେନ୍ଦ୍ର ଅଣଦେଖା କରିଚାଲିଛି । ୨୦୨୪ ନିର୍ବାଚନକୁ ଆଖିରେ ରଖି ନୁହେଁ, ଜନନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ଏହି ଦାବି କରି ଆସୁଛନ୍ତି ।

ଯାହା ପୂର୍ବରୁ କୌଣସି ସରକାର କରି ନଥିଲେ କେନ୍ଦୁପତ୍ର ତୋଳାଳିଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ କରିଛନ୍ତି । କେନ୍ଦୁପତ୍ର ବିକ୍ରି ଲାଭାଂଶକୁ ସରକାର ରାଜସ୍ବ ଭାବେ ଗ୍ରହଣ ନ କରି ତୋଳାଳି ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରିଆସୁଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ କରିଥିବା ପ୍ରତ୍ୟେକ ଯୋଜନା ସେମାନଙ୍କ ପାଖରେ ପହଞ୍ଚି ପାରିଛି । ବର୍ଷକୁ ଦୁଇଥର ସେମାନଙ୍କୁ ବୋନସ୍ ଓ ଆର୍ଥିକ ସହାୟତା ମିଳୁଛି । ଫଳରେ ୧୫ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ ସିଜନାଲ କର୍ମଚାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇଛନ୍ତି । ସେମାନଙ୍କର ୧ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଅଥଚ ଜିଏସଟି ଛାଡ଼ ନକରି କେନ୍ଦ୍ର ଲଗାତାର ଅବହେଳା କରିଚାଲିଛି । ଯଦି କେନ୍ଦ୍ର ସରକାର କେନ୍ଦୁପତ୍ର ଜିଏସଟି ସମ୍ପୂର୍ଣ୍ଣ ଛାଡ଼ କରିବାକୁ ନିଷ୍ପତ୍ତି ନ ନିଅନ୍ତି, ତା’ହେଲେ ଆଗାମୀ ସାଧାରଣ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବେ ବୋଲି ଚେତାବନୀ ଦେଇଛି ତୋଳାଳି ଓ କର୍ମଚାରୀ ମହାସଂଘ ।

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ୨୦୧୩ରେ ଦିଲ୍ଲୀରେ ବିକ୍ଷୋଭ କରିଥିଲା ବିଜେଡି । ଏବେ ରାଜ୍ୟସ୍ବାର୍ଥ ପ୍ରସଙ୍ଗରେ ନିର୍ଣ୍ଣାୟକ ସ୍ଥିତି ପର୍ଯ୍ୟନ୍ତ ଦଳ ସଂଗ୍ରାମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ।

ଧର୍ମେନ୍ଦ୍ରଙ୍କ ପାଇଁ ରାଜନୀତି ଆଗ, ଓଡ଼ିଶା ପଛ: ସସ୍ମିତ

ଭୁବନେଶ୍ବର: ରାଜନୈତିକ ସ୍ୱାର୍ଥ ଚରିତାର୍ଥ ପାଇଁ ଓଡିଶାକୁ ବଦନାମ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ସଫଳତାକୁ କେବେ ପ୍ରଶଂସା କରିନାହାନ୍ତି ଧର୍ମେନ୍ଦ୍ର । ରାଜ୍ୟର ସଫଳତାରେ ବିବ୍ରତ ହୋଇପଡିଛନ୍ତି ରାଜ୍ୟ ବିଜେପି ନେତା । ଧର୍ମେନ୍ଦ୍ରଙ୍କ ପାଇଁ ରାଜନୀତି ଆଗ, ଓଡିଶା ପଛ । ଓଡିଶା ବିଜେପିର ନେତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ଅଭ୍ୟାସଗତ ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ଅଭିଯୋଗ କରି ଓଡିଶାକୁ ବଦନାମ କରୁଛନ୍ତି । ଏଭଳି ଭାବେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।

ଓଡିଶା ଯେତେ ବେଳେ ଦୁଇ ଥର ହକି ବିଶ୍ୱକପ୍ ଆୟୋଜନ କରିଥିଲା, ବିତ୍ତୀୟ ପରିଚାଳାନା ଓ ଋଣହାର ପରିଚାଳନାରେ ଦେଶରେ ୧ ନମ୍ବର ସ୍ଥାନ ହାସଲ କରିଥିଲା, ସେତେ ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓଡିଶାକୁ ପ୍ରଶଂସା କରିଥିଲା । ଏକାଧିକ ରୂପାନ୍ତରଣ କାର୍ଯ୍ୟ ହେଉ ବା ବିପର୍ଯ୍ୟୟ ମୁକାବିଲା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡିଶା ପ୍ରଶଂସିତ ହୋଇଛି  । ହେଲେ ଓଡିଶା ବିଜେପିର ନେତା ଏବଂ ଧର୍ମେନ୍ଦ୍ର ପ୍ରଧାନ କେବେ ଏସବୁ ଉପଲବ୍ଧିକୁ ପ୍ରଶଂସା କରି ନଥିଲେ । ସେମାନଙ୍କ ପାଇଁ ରାଜନୀତି ପ୍ରଥମ, ଓଡିଶା ପଛ । ସବୁବେଳେ ସେମାନେ ଚେଷ୍ଟା କରିଥାଆନ୍ତି କେମିତି ତଥ୍ୟକୁ ଗୋଳମାଳିଆ କରି ଉପସ୍ଥାପନ କରିବେ । ଓଡିଶାକୁ ବଦନାମ କରିବେ । ଯେତେବେଳେ ପୁରା ଓଡିଶା, ରାଜ୍ୟରେ ଚାଲିଥିବା ଭଲ କାର୍ଯ୍ୟ ପାଇଁ ଗର୍ବ କରୁଛି ସେତେବେଳେ ଧର୍ମେନ୍ଦ୍ର ପ୍ରଧାନ ବିବ୍ରତ ହୋଇ ପଡୁଛନ୍ତି । ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଓଡିଶାକୁ ବଦନାମ କରୁଛନ୍ତି । ଏଭଳି ହୀନ ରାଜନୀତି ପାଇଁ ଅତୀତରେ ଓଡିଶାବାସୀ ସେମାନଙ୍କୁ ଉଚିତ୍ ‌ଜବାବ ଦେଇଥିଲେ । ଆଗକୁ ମଧ୍ୟ ଉଚିତ ଜବାବ ଦେବେ ବୋଲି ସସ୍ମିତ ପାତ୍ର କହିଛନ୍ତି ।

ସଂସଦର ସୁରକ୍ଷା ଢିଲା: କେନ୍ଦ୍ରମନ୍ତ୍ରୀ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି କଥା କହିବା ହାସ୍ୟସ୍ପଦ

ଭୁବନେଶ୍ବର: ଆଇନଶୃଙ୍ଖଳା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ କଡ଼ା ଜବାବ । ସଂସଦକୁ କେନ୍ଦ୍ର ସରକାର ସୁରକ୍ଷା ଦେଇ ପାରୁନଥିବା ବେଳେ କେନ୍ଦ୍ରମନ୍ତ୍ରୀ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉଠାଇବା ନେଇ ବିଜେପିକୁ ଘେରିଲେ ବିଜେଡି ଓ କଂଗ୍ରେସ । ବିଜେପିକୁ ମିଛର ସୌଦାଗର ବୋଲି କହି କେନ୍ଦ୍ରକୁ ବିଜେଡିର ଟାର୍ଗେଟ୍‌ । ଦେଶର ଆଇନଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଯାହାକୁ ନେଇ ରାଜ୍ୟ ବିଜେପି ନେତା ଅଡୁଆରେ ପଡ଼ିଛନ୍ତି ।

ଗଣତନ୍ତ୍ର ମନ୍ଦିରର ସୁରକ୍ଷା ଢିଲା । ଦେଶର ଆଇନଶୃଙ୍ଖଳା ସ୍ଥିତି ନେଇ ଉଠିଲା ପ୍ରଶ୍ନ । ଏକଥା ଭୁଲି ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀଙ୍କ ରାଜନୈତିକ ବୟାନବାଜି । ବିଜେପିକୁ ମିଛର ସୌଦାଗର କହିଲା ବିଜେଡି, ଘେରିଲା କଂଗ୍ରେସ । ଓଡ଼ିଶାରେ ବିଜେପି କେନ୍ଦ୍ରୀୟ ନେତାଙ୍କ ରାଜନୈତିକ ବୟାନବାଜି ବିରୋଧରେ ଉଠିଛି ସ୍ବର । ଓଡ଼ିଶା ଅସୁରକ୍ଷିତ ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନକୁ କଡ଼ା ସମାଲୋଚନା କରିଛି ବିଜେଡି । ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ କହଛନ୍ତି, ଓଡ଼ିଶା ଆଜି ବିଶ୍ଵରେ ସ୍ବତନ୍ତ୍ର ପରିଚୟ ପାଇଛି । ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ହେଲେ କେନ୍ଦ୍ର ସରକାର ସହଯୋଗ ନକରି ରାଜନୈତିକ ବୟାନବାଜି କରିବା ଦୁର୍ଭାଗ୍ୟଜନକ । ସଂସଦକୁ ସୁରକ୍ଷା ଦେଇପାରୁ ନଥିବା ବେଳେ ଓଡ଼ିଶା ଅସୁରକ୍ଷିତ ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କହିବା ହାସ୍ୟାସ୍ପଦ । ବିଜେପି ନେତାମାନେ ପ୍ରଥମେ ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା ଦେଖନ୍ତୁ, ତା’ପରେ ମନ୍ତବ୍ୟ ଦିଅନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ, ତାହା ଓଡ଼ିଶା ଓ ଭାରତବାସୀ ଭଲ ଭେବେ ଜାଣନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସାର୍ଟିଫିକେଟ ଦରକାର ନାହିଁ ବୋଲି ଶ୍ରମମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସି ଯେଭଳି ରାଜନୈତିକ ବୟାନବାଜି କରୁଛନ୍ତି, ତା’ର କଡ଼ା ଜବାବ ଦେଇଛି କଂଗ୍ରେସ । ସଂସଦ ଘଟଣା କେନ୍ଦ୍ର ସରକାରଙ୍କ ଅପାରଗତାକୁ ପ୍ରମାଣିତ କରଛି । ଯେଉଁମାନେ ଗଣତନ୍ତ୍ର ମନ୍ଦିରକୁ ସୁରକ୍ଷା ଦେଇପାରୁନାହାନ୍ତି ସେମାନେ ଅନ୍ୟ ରାଜ୍ୟ କଥା ଉଠାଇବା ହାସ୍ୟାସ୍ପଦ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି । ସେହିପରି ବିଜେପିକୁ ମିଛର ସୌଦାଗର ବୋଲି ବିଜେଡି ବିଧାୟକ ସମୀର ଦାଶ କହିଛନ୍ତି ।

ରାଜ୍ୟରେ ମାଓବାଦୀ ହିଂସା କମିବା ସହ ଆଇନଶୃଙ୍ଖଳା ନିୟନ୍ତ୍ରଣରେ ଅଛି ବୋଲି ବାରମ୍ବାର ବିଭିନ୍ନ ରିପୋର୍ଟ ପ୍ରକାଶ ପାଉଛି । କିନ୍ତୁ ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ରାଜନୈତିକ ଉଦ୍ଦେଶ୍ୟ ରଖି କେନ୍ଦ୍ରମନ୍ତ୍ରୀ ଓଡ଼ିଶା ପ୍ରସଙ୍ଗ ଉଠାଇଥିବାରୁ ବିଜେପିକୁ ବିଜେଡି ଓ କଂଗ୍ରେସ ଘେରିଛନ୍ତି ।

୨୦୨୪ ନିର୍ବାଚନ: ସୋସିଆଲ ମିଡ଼ିଆରେ କ୍ୟାମ୍ପେନ କରି ଲୋକଙ୍କ ପାଖକୁ ଯିବ ବିଜେଡି

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ସୋସିଆଲ ମିଡ଼ିଆରେ କ୍ୟାମ୍ପେନ କରି ପ୍ରତ୍ୟେକ ଲୋକଙ୍କ ନିକଟତର ହେବ ବିଜେଡ଼ି । ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ଭିତ୍ତିଭୂମି ସହ ବିଭିନ୍ନ ରୂପାନ୍ତରଣ କଥାକୁ ସୋସିଆଲ ମିଡ଼ିଆରେ ଜୋରଦାର ପ୍ରଚାର କରିବାକୁ ଦଳ ଅଣ୍ଟା ଭିଡ଼ିଛି । ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶାବାସୀଙ୍କୁ ଭୂଲ ତଥ୍ୟ ଦେଇ ବିଭ୍ରାନ୍ତ କରୁଥିବା ବିରୋଧୀଙ୍କୁ କଡ଼ା ଜବାବ ଦେବାକୁ ସୋସିଆଲ ମିଡ଼ିଆକୁ ବଡ଼ ଅସ୍ତ୍ର କରିବ ବିଜେଡ଼ି । କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପରେ ଗ୍ରାଉଣ୍ଡରେ ଶତ ପ୍ରତିଶତ ପହଞ୍ଚାଇବାକୁ ନେତାଏ ଅଣ୍ଟା ଭିଡ଼ିଛନ୍ତି ।

୨୦୨୪ରେ ହେବ ସୋସିଆଲ ମିଡିଆ ଓ୍ବାର । ବିରୋଧୀଙ୍କ ଅପପ୍ରଚାରର ଖୁଲାସା କରିବ ବିଜେଡି । ଲୋକଙ୍କ ପାଖରେ ପହଞ୍ଚିବ ସତ୍ୟ ଓ ବିକାଶର ଗାଥା । ଓଡ଼ିଶା ହକ ପାଇଁ ସୋସିଆଲ ମିଡ଼ିଆରେ ହେବ କ୍ୟାମ୍ପେନ । ଭୁଲ ତଥ୍ୟ ଦେଇ ବିଭ୍ରାନ୍ତି କରିବାର ହୀନ ରାଜନୀତି ଆଉ ଚାଲିବନି । ସବୁ ଘଟଣାର ଟିକନିଖ ସତ ଜାଣିବେ ଓଡ଼ିଶାବାସୀ । ୨୦୨୪ରେ ସୋସିଆଲ ମିଡିଆକୁ ବଳିଷ୍ଠ ମାଧ୍ୟମ କରି ଲୋକଙ୍କ ପାଖରେ ପହଞ୍ଚିବ ବିଜେଡି । ବିଜେଡିର ସବୁ ସୋସିଆଲ ମିଡିଆ ପେଜକୁ ଅଧିକ ସକ୍ରିୟ କରାଯିବ । ରାଜ୍ୟ ସରକାରଙ୍କ ସଫଳତା ସହ ବିରୋଧୀଙ୍କ ଭୁଲ ତଥ୍ୟର ସଠିକ ଜବାବ ସୋସିଆଲ ମିଡ଼ିଆରେ ଦେବାକୁ  ଦଳୀୟ ନେତା ଓ  କର୍ମୀଙ୍କୁ  ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୈତିକ  ଉଦ୍ଦେଶ୍ୟ ରଖି ବିରୋଧୀ ଓଡ଼ିଶାବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଯେଉଁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି ତାହାର ଖୁଲାସା କରିବ ଦଳ ।  ସବୁ ପ୍ରସଙ୍ଗରେ ଟଣାଓଟରା କରି ବିରୋଧୀ ଯେଉଁଭଳି ଭାବେ ସୋସିଆଲ ମିଡ଼ିଆରେ ବିଜେଡି ନାଁ ଯୋଡ଼ି ଭୁଲ ତଥ୍ୟ ରଖୁଛନ୍ତି, ତାର କାଉଣ୍ଟର ଜବାବ ଦେବେ ବିଜେଡି ନେତା ।

ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ରୂପାନ୍ତରଣ ସବୁ କ୍ଷେତ୍ରରେ ହୋଇଛି । ଓଡ଼ିଶା ରୂପାନ୍ତରଣ କଥାକୁ ମଧ୍ୟ ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ପହଞ୍ଚାଇବ ଦଳ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ, କାଳିଆ, ମିଶନ ଶକ୍ତି, ୫ ଟଙ୍କିଆ ଚାଉଳ ଯୋଗାଣ, ଭୂମିହୀନକୁ ଜାଗା, ବିଜୁ ପକ୍କା ଘର, ଭିତ୍ତିଭୂମି ବିକାଶ, ଶିଳ୍ପାୟନରେ ନୂଆଯୁଗ ଓଡ଼ିଶାରେ ଆରମ୍ଭ ହେବା ସହ ନୂଆ ଓଡ଼ିଶା, ନବୀନ ଓଡ଼ିଶା ବିକାଶର ଭେଟି ସମ୍ପର୍କରେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ ସଚେତନ କରିବ ବିଜେଡି । ଏହାସହ ମହାନଦୀ, ପୋଲାଭରମ, ସୀମା ବିବାଦ, କୋଇଲା ରୟାଲିଟି ରିଭିଜନ, ବକେୟା ଅର୍ଥ ପ୍ରଦାନ, ଫୋକସ ଟେଷ୍ଟ ମାନତ୍ୟ ପରି ଲମ୍ବା ଦାବିକୁ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ଦ୍ବାରା ଚାପ ସୃଷ୍ଟି କରିବ ଦଳ । ଅନ୍ୟପଟେ କଂଗ୍ରେସ ମଧ୍ୟ ସୋସିଆଲ ମିଡିଆ ଜରିଆରେ କେନ୍ଦ୍ରର ଓଡିଶା ପ୍ରତି ଅବହେଳାକୁ ମୁଖ୍ୟ ଅସ୍ତ୍ର କରିବ ୨୪ ନିର୍ବାଚନରେ ।

ଓଡ଼ିଶାରେ ୩ କୋଟି ୩୦ ଲକ୍ଷ ୭୦ ହଜାର ମୋବାଇଲ ଉପଭୋକ୍ତା ଅଛନ୍ତି । ସମସ୍ତଙ୍କ ପାଖରେ ସରକାରଙ୍କ ବିକାଶ ଓ ସତ୍ୟ କଥା ପହଞ୍ଚାବ ବିଜେଡି । ୨୦୨୪ ନିର୍ବାଚନରେ ସୋସିଆଲ ମିଡିଆକୁ ମୁଖ୍ୟ ଅସ୍ତ୍ର କରି ବିରୋଧୀଙ୍କ ଅପ୍ରଚାରକୁ ରୋକିବାକୁ ବିଜେଡିର ଲମ୍ବା ରଣନୀତି ଯୋଗୁଁ ବିରୋଧୀ ଶିବିରରେ ଛନକା ପଶିଛି ।