ପାକ୍ ଅଧିକୃତ କାଶ୍ମୀରକୁ ନେଇ ଭାରତର ଯୋଜନା ବାବଦରେ କ’ଣ କହିଲେ ରାଜନାଥ ?

ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀରକୁ ନେଇ କ’ଣ ରହିଛି ଭାରତର ପ୍ଲାନ୍? ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିକ୍ରିୟା ରଖିଥିଲେ । ଏହି ଅବସରରେ ବର୍ଡରରେ ସେନା ସାମ୍ନା କରୁଥିବା ବିଭିନ୍ନ ପ୍ରକାର ଅସୁବିଧା ବିଷୟରେ ନିଜ ମନ୍ତବ୍ୟ ରଖିଥିଲେ । ପାକିସ୍ତାନକୁ ସିଧା ଟାର୍ଗେଟ କରି କହିଥିଲେ ଯେ, ପାକିସ୍ତାନ ହେଉଛି ଆମର ପଡ଼ୋଶୀ ଦେଶ । ସେ ଆତଙ୍କବାଦକୁ ସଂରକ୍ଷଣ ଦେଉଛି । ଯେବେଯାଏ ପାକିସ୍ତାନର ଏପରି ପ୍ରବୃତ୍ତି ଜାରି ରହିବ ଯେ, ଯାଏ ଆମର ଏବଂ ପାକିସ୍ତାନ ଭିତରେ ଥିବା ସ୍ଥିତି କେବେ ବି ସୁଧୁରିବନି ।

ଏ ନେଇ ପ୍ରତିରକ୍ଷା ମନ୍ତ୍ରୀ ଆହୁରୀ ବି କହିଥିଲେ ଯେ, ପାକିସ୍ତାନ ଯଦି ଏହି ସବୁ ଭୁଲ ସୁଧାରି ଦିଏ ତାହାଲେ ଭବିଷ୍ୟତକୁ ନେଇ ଆମେ କଥା ହୋଇ ପାରିବା । ଆତଙ୍କବାଦକୁ କୌଣସି ବି ମୁହୂର୍ତ୍ତରେ ବରଦାସ୍ତ କରାଯିବନି । କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପ୍ରଶଂସା କରି ସେ କହିଥିଲେ ଯେ, ଆତଙ୍କବାଦକୁ ରୋକିବାକୁ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ । ଏଥିପାଇଁ କାଶ୍ମୀରରେ ଏବେ ଶାନ୍ତିପୂର୍ଣ୍ଣ ପରିବେଶ ରହିଛି ।