କିଏ ଏହି ଭାରତୀୟ ବ୍ୟବସାୟୀ, ଯାହାଙ୍କ ମିଶନ ଦୁବାଇରେ ଥିବା କଏଦୀଙ୍କୁ ମୁକୁଳାଇବା

ନୂଆଦିଲ୍ଲୀ: ରମଜାନ ମାସରେ ମୁସଲିମ ଧର୍ମର ଲୋକମାନେ ବହୁ ଲୋକଙ୍କୁ ସାହାଯ୍ୟ ସହଯୋଗ କରିଥାନ୍ତି । ଏହି ମାସକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ । ଏବେ ଜଣେ ବ୍ୟକ୍ତି ଲୋକଙ୍କୁ ସାହାଯ୍ୟ ତ କରିବାକୁ ଚହିଁଛନ୍ତି ସେ ପୁଣ ନିଆରା ଢଙ୍ଗରେ । ବ୍ୟକ୍ତି ଜଣଙ୍କ ସଯୁକ୍ତ ଆରବ ଏମିରେଟରେ ବନ୍ଦୀ ଥିବା କଏଦୀଙ୍କୁ ମୁକୁଳେଇବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସେ ଟଙ୍କା ବି ଖର୍ଚ୍ଚ କରୁଛନ୍ତି । ଜାଣନ୍ତୁ ସେହି ବ୍ୟକ୍ତି ଜଣଙ୍କ କିଏ ।

ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଭାରତୀୟ । ତାଙ୍କ ନାଁ ହେଲା ଫିରୋଜ ମର୍ଚ୍ଚାଣ୍ଟ । ସେ ଜଣେ ବ୍ୟବସାୟୀ । ସେ ଦୁବାଇରେ ବନ୍ଦୀ ଥିବା ୯ଶହ କଏଦୀଙ୍କୁ ମୁକୁଳେଇବା ପାଇଁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସେ ୨ କୋଟି ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ଫିରୋଜ ଲୋକଙ୍କୁ ସାହାଯ୍ୟ କରିବା ନେଇ ବହୁତ ଜଣାଶୁଣା । ସେ ରମଜାନ ଅବସରରେ କଏଦୀକୁ ମୁକୁଳାଇ ତାଙ୍କ ଘର ଲୋକଙ୍କ ସହ ମିଶାଇବାକୁ ଚହୁଁଛନ୍ତି ।

ଏଥିପାଇଁ ତାଙ୍କୁ ଦୁବାଇ ସହ ଭାରତରେ ବି ପ୍ରଶଂସା କରାଯାଉଛି । ଫିରୋଜ ଏବେ ଯାଏ ୫୬ କୋଟି ୪୧  ଲକ୍ଷ ଟଙ୍କା ଦାନ କରିସାରିଲେଣି । ୨୦୦୮ରେ ସଯୁକ୍ତ ଆରବ ଏମିରେଟର କେନ୍ଦ୍ରୀୟ ଜିଲ୍ଲାରେ ବନ୍ଦୀ ଥିବା ୨୦ ହଜାରରୁ ଅଧିକ କଏଦୀଙ୍କୁ ମୁକୁଳେଇଛନ୍ତି । କେବଳ କଏଦୀ ନୁହଁନ୍ତି ଯେଉଁମାନେ କରଜରେ ବୁଡ଼ିଥିବେ ଏବଂ ଜରିମାନା ଦେଇ ପାରୁ ନଥିବେ ତାଙ୍କୁ ମଧ୍ୟ ସେ ସାହାଯ୍ୟ କରିଛନ୍ତି । ସେ ଏହି ସବୁ କାମ କରିବାକୁ ସରକାରୀ ଅଧିକାରୀଙ୍କୁ ବି ସାହାଯ୍ୟ କରନ୍ତି । ଭାରତ ବି ଫିରୋଜଙ୍କୁ ବହୁ ପ୍ରଶଂସା କରିଛି ।