spot_img
Home Blog Page 2441

ସାପକୁ ଅପରାଧିକ ଅସ୍ତ୍ର ଭାବେ ବ୍ୟବହାର ବନ୍ଦ କର

ଭୁବନେଶ୍ବର: ଏମ୍ସ ଭୁବନେଶ୍ବରର ଫୋରେନସିକ ମେଡ଼ିସିନ ବିଭାଗ ତରଫରୁ ସାପକୁ ଅପରାଧର ଅସ୍ତ୍ର ଭାବେ ବ୍ୟବହାର ବନ୍ଦ କରିବାକୁ ସ୍ନେକ ହେଲ୍ପ ଲାଇନ ସହଯୋଗିତାରେ ଦିନିକିଆ କର୍ମଶାଳା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୮୦ ଜଣ ସାପ ଉଦ୍ଧାରକାରୀ ଏଇ କର୍ମଶାଳାରେ ଯୋଗ ଦେଇଥିଲେ । ସିଟି ଫରେଷ୍ଟ ଡିଭିଜନର ଜଣେ ଏସିଏଫ, ଜଣେ ରେଞ୍ଜରଙ୍କ ସମେତ ମୋଟ ୧୦ ଜଣ ଅଧିକାରୀ କର୍ମଶାଳାରେ ହୋଇଥିଲେ ସାମିଲ । ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡ଼େମୀର କିଛି ପୁଲିସ ଅଧିକାରୀ ମଧ୍ୟ ଏଇ କର୍ମଶାଳାରେ ଯୋଗ ଦେଇଥିଲେ । ଏମ୍ସ ଭୁବନେଶ୍ବରର ଫୋରେନସିକ ବିଶେଷଜ୍ଞ ମାନେ ମଧ୍ୟ କର୍ମଶାଳାରେ ଯୋଗ ଦେଇଥିଲେ ।

ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡ଼େମୀର ଆଇଜି ପୋଲିସ ଏସ. ସାଇନି ସାପ ଉଦ୍ଧାରକାରୀଙ୍କୁ ନିଜ ଅଞ୍ଚଳରେ ସାପ ଦ୍ଵାରା ଯଦି କେହି କିଛି ଅପରାଧ ଘଟେଇଥିବାର ସୂଚନା ମିଳେ ତୁରନ୍ତ ଖବର ଦେବାକୁ କହିଥିଲେ ।

ଚଳିତବର୍ଷ ଓଡ଼ିଶାରେ ଦୁଇଟି ଜଘନ୍ୟ ଅପରାଧ ଘଟିଥିଲା । ଗଞ୍ଜାମ କବିସୂର୍ଯ୍ୟନଗର ଅଞ୍ଚଳରେ ୨୩ ବର୍ଷୀୟା ସ୍ତ୍ରୀ ଏବଂ ଦୁଇ ବର୍ଷୀୟା ଝିଅଙ୍କୁ ନାଗ ସାପ କାମୁଡେଇ ହତ୍ୟା କରିଥିଲା ସ୍ୱାମୀ । ନୟାଗଡ ଓଡଗାଁ ଅଞ୍ଚଳରେ ଜଣେ ଯୁବକ ଜଣେ ନାବାଳିକାଙ୍କ ଘରେ ନାଗ ସାପ ଛାଡି ଭୟଭୀତ କରିବା ସହିତ ଅତ୍ୟାଚାର କରି ପୋକସୋ ଆଇନ ବଳରେ ଗିରଫ ହେଇଥିଲା । ଅଧିକାଂଶ ମାମଲାରେ ପ୍ରମାଣ ଅଭାବରୁ ମାମଲା ଦୁର୍ବଳ ହୋଇଯାଉଥିବା ବେଳେ ଅଭିଯୁକ୍ତ ଖସି ଯିବାକୁ ସୁଯୋଗ ପାଉଛନ୍ତି ।

ରାଉରକେଲା ଝାଡ଼ାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ, ଚାଲିଛି କାରଣ ଖୋଜା

ରାଉରକେଲା: ରାଉରକେଲା ସହରରେ ଝାଡ଼ାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗାନ୍ଧି ରୋଡ ଅଞ୍ଚଳର ତୁଲ କିଷାନ । ଏହାକୁ ମିଶାଇ ଝାଡାବାନ୍ତିରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି । ଏଥିସହ ୧୧୧ ଜଣଙ୍କର ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଅଧିକାଂଶ ଆକ୍ରାନ୍ତ ସୁସ୍ଥ ହେଉଥିବା ଜଣାପଡିଛି ।

ଏପଟେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ଚାଲିଛି କାରଣ ଖୋଜା । ସୁନ୍ଦରଗଡ଼ ମେଡ଼ିକାଲ୍ କଲେଜର ୪ ଜଣିଆ ଡାକ୍ତରୀ ଦଳ ଆରଜିଏଚରେ ପହଞ୍ଚି ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ ରାଉରକେଲାରେ ପହଞ୍ଚିଛନ୍ତି । ରାଉରକେଲାରେ ସ୍ଥିତି ଅନୁଧ୍ୟାନ ପାଇଁ ଡକ୍ଟର ଅଶୋକ ପାଇକରାୟଙ୍କ ନେତୃତ୍ୱରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଆସିଛନ୍ତି ।

ଆରଏମସି ସ୍ଵାସ୍ଥ୍ୟ ବିଭାଗ ଓ ସହରର ଜଳ ଯୋଗାଣ ବିଭାଗ ପକ୍ଷରୁ ହୋଇଥିବା ପାନୀୟ ଜଳ ପରୀକ୍ଷାରେ କୌଣସି ସଂକ୍ରମଣ ନଥିବା ଜଣାପଡ଼ିଛି । ପାନୀୟ ଜଳ ପିଇ ଝାଡାବାନ୍ତି ହୋଇ ନଥିବା ପାନୀୟ ଜଳ ଟେଷ୍ଟ ରିପୋର୍ଟରୁ ଜଣାପଡିଛି । ଝାଡାବାନ୍ତି ବଢିବାର କାରଣ ସମ୍ପର୍କରେ ଆରଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।

ରଙ୍ଗେଇଲୁଣ୍ଡା ଧବଳେଶ୍ବର ମନ୍ଦିରର ବିକାଶ କାର୍ଯ୍ୟ ସମୀକ୍ଷା କଲେ 5T ଅଧ୍ୟକ୍ଷ

ରଙ୍ଗେଇଲୁଣ୍ଡା: ବ୍ରହ୍ମପୁର ଏମକେସିଜି ଓ କୁସୁମୀ ରିଂ ରୋଡର ସମୀକ୍ଷା କରିବା ପରେ ରଙ୍ଗେଇଲୁଣ୍ଡା ଧବଳେଶ୍ବର ମନ୍ଦିରରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମନ୍ଦିରରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ମନ୍ଦିର କମିଟି ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।

ଧବଳେଶ୍ବର ମନ୍ଦିର ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଲୋକଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ । ସେହିପରି ମନ୍ଦିର, ମସଜିଦ୍ ସହ ବିଭିନ୍ନ ଧର୍ମାନୁଷ୍ଠାନର ରୂପାନ୍ତରୀକରଣ କରାଯାଉଛି । ସମସ୍ତଙ୍କ ସହଯୋଗରେ ନୂଆ ଓଡ଼ିଶା ଗଠନ ହେବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।

ପ୍ରଥମେ ଏମକେସିଜି ମେଡିକାଲ କଲେଜରେ ପହଞ୍ଚି କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ କହିଥିଲେ- ଏମକେସିଜିକୁ ସଶକ୍ତ କରାଯିବ । ଏଠାରେ ସବୁ ସୁବିଧା ଉପଲବ୍ଧ ହେବ । ଆଉ ବାହାରକୁ ଯିବାକୁ ପଡ଼ିବନି । ଏମକେସିଜିରେ ସବୁ ବ୍ୟବସ୍ଥା କରାଯିବ । କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ମେଡିକାଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ଆହ୍ବାନ ଦେଇଥିଲେ ।

ଏହାପରେ କୁସୁମୀରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ । କୁସୁମୀ ରିଂ ରୋଡ ନକ୍ସା ଦେଖିବା ସହ କାମର ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ ।

ସ୍ଥାନୀୟ ଲୋକଙ୍କୁ ଉଦବୋଧନ ଦେଇ 5T ଅଧ୍ୟକ୍ଷ କହିଥିଲେ, ରିଂ ରୋଡ କାମ ଆରମ୍ଭ ହୋଇ ସାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ୨୨୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଦୁଇ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ହେଲେ ଦେଢ଼ ବର୍ଷ ଭିତରେ କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଏହି ରାସ୍ତା ହୋଇଯିବା ପରେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଅଞ୍ଚଳର ଉନ୍ନତି ହେବ । ଲୋକଙ୍କୁ ରେଜଗାର ମିଳିବ । ରାସ୍ତା ପାଖରେ ଥିବା ସରକାରୀ ଜମି ଚିହ୍ନଟ କରି ଇଣ୍ଡଷ୍ଟ୍ରିଆଲ ପାର୍କ କରାଯିବ ।

ମଧ୍ୟପ୍ରଦେଶ କଂଗ୍ରେସରେ ବଡ଼ ପରିବର୍ତ୍ତନ: କମଲନାଥଙ୍କ ସ୍ଥାନରେ ଜିତୁଙ୍କୁ ସଭାପତି ଦାୟିତ୍ବ

ଭୋପାଲ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟ ପରେ ରାଜ୍ୟ କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନ । କମଲନାଥଙ୍କ ହାତରୁ ଗଲା ରାଜ୍ୟ ସଭାପତି ପଦ । କମଲନାଥଙ୍କୁ ହଟାଇ ଜିତୁ ପାଟଓ୍ବାରୀଙ୍କୁ ନୂଆ ସଭାପତି ଭାବେ ଦାୟିତ୍ବ ଦିଆଯାଇଛି ।

ସେହିପରି ଉମଙ୍ଗ ସିଂହାରଙ୍କୁ ବିରୋଧୀ ଦଳ ନେତା ଓ ହେମନ୍ତ କଟାରେଙ୍କୁ ବିରୋଧୀ ଦଳ ଉପନେତା ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଗୋବିନ୍ଦ ସିଂହ ବିରୋଧୀ ଦଳ ନେତା ଥିଲେ । ଉଭୟ ପଟୱାରୀ ଓ ଉମଙ୍ଗ କଂଗ୍ରେସର ବରିଷ୍ଠ ନେତା କମଲନାଥ ଓ ଦିଗବିଜୟ ସିଂହଙ୍କ ପ୍ରତିଦ୍ୱନ୍ଦ୍ୱୀ ଶିବିରରୁ ଆସିଛନ୍ତି । ମଧ୍ୟପ୍ରଦେଶ ନିର୍ବାଚନରେ ପରାଜୟ ପରେ ଦଳ ଏକ ବଡ଼ ପରିବର୍ତ୍ତନ କରିବ ବୋଲି ଚର୍ଚ୍ଚା ହେଉଥିଲା । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର ୬୬ଟି ଆସନରେ ଜିତିବାକୁ ସକ୍ଷମ ହୋଇଥିଲା ।

କୁହାଯାଉଛି ବିଜେପି ଭଳି କଂଗ୍ରେସ ବି ଜାତିକୁ ନେଇ ଗୋଟି ଚାଳନା କରିଛି । ଅନ୍ୟ ପଛୁଆ ବର୍ଗରୁ ଆସନ୍ତି ଜିତୁ । ଉମଙ୍ଗ ସିନ୍ଧାର ଆଦିବାସୀ ସମାଗରୁ ଆସିଥିବା ବେଳେ ହେମନ୍ତ ବ୍ରାହ୍ମଣ ସମାଜରୁ ଆସିଛନ୍ତି ।

IUCରୁ ବାହାରିଲା ସମ୍ବଲପୁର ବୋରଓ୍ବେଲରୁ ଉଦ୍ଧାର ଶିଶୁକନ୍ୟା

ସମ୍ବଲପୁର: ସୁସ୍ଥ ଅଛି ସମ୍ବଲପୁରରେ ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟା । ଗତକାଲି ବିଳମ୍ବିତ ରାତିରେ ଶିଶୁକନ୍ୟାକୁ ICUରୁ ବାହାରକୁ ଅଣାଯାଇଛି । ଶିଶୁଟି ସୁସ୍ଥ ଥିବା ଚିକିତ୍ସା କରୁଥିବା ମେଡିକାଲ ଟିମ୍ କହିଛନ୍ତି ।

ସୂଚନା ଅନୁସାରେ, ୧୨ ତାରିଖରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ ନବଜାତ ଶିଶୁ ପଡ଼ିଥିବା ଜଣାପଡ଼ିଥିଲା । ଜଙ୍ଗଲ ରାସ୍ତା ଦେଇ ଯାଉଥିବା କିଛି ଲୋକ ପ୍ରଥମେ କଅଁଳ ଶିଶୁର କାନ୍ଦିବା ଶୁଣି ବୋରଓ୍ବେଲ ପାଖକୁ ଯାଇଥିଲେ । ବୋରଓ୍ବେଲ ଭିତରୁ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଦମକଳବାହିନୀ ଓ ବ୍ଲକ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଆରମ୍ଭ କରିଥିଲେ । ଏହାସହ ଓଡ୍ରାଫ ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ଭିକ୍ଟିମ ଲୋକେସନ କ୍ୟାମେରା ପଠାଇଥିଲେ ରାଜ୍ୟ ସରକାର । କ୍ୟାମେରା ପହଞ୍ଚିବା ପରେ ଶିଶୁର ସଠିକ ଲୋକେସନ ଜଣାପଡ଼ିଥିଲା । ଏହାପରେ ଉଦ୍ଧାରକାରୀ ଦଳ ଶିଶୁଟିକୁ ଉଦ୍ଧାର କରିଥିଲେ । ଶିଶୁଟି ପ୍ରାୟ ୧୫ ଫୁଟ୍ ତଳେ ବୋରଓ୍ବେଲ ଭିତରେ ପଡ଼ିଥିଲା ।

କେହି ଜାଣିଶୁଣି ଶିଶୁଟିକୁ ବୋରଓ୍ବେଲରେ ଫିଙ୍ଗି ମରିବାକୁ ଛାଡ଼ି ଦେଇ ଯାଇଥିଲା । ହେଲେ ଯାହା ଉପରେ ଭଗବାନଙ୍କ କୃପା ଅଛି ତାହାର କିଏ ବା କ’ଣ କରିପାରିବ । ଦୀର୍ଘ ୮ ଘଣ୍ଟା ବୋରଓ୍ବେଲରେ ଫସି ରହିବା ପରେ ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇଥିଲା ।

ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନ: କୁସୁମୀ ରିଂ ରୋଡ କାମ ସମୀକ୍ଷା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ବ୍ରହ୍ମପୁର: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନ । MKCG ମେଡିକାଲ କଲେଜରେ ବିକାଶ କାର୍ଯ୍ୟ ସମୀକ୍ଷା କରିବା ପରେ କୁସୁମୀରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କୁସୁମୀରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ 5T ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସ୍ଥାନୀୟ ଲୋକଙ୍କ ସହ ମିଶିବା ବେଳେ 5T ଅଧ୍ୟକ୍ଷଙ୍କ ଉପରେ ପୁଷ୍ପ ବୃଷ୍ଟି କରିଥିଲେ ସ୍ଥାନୀୟ ଲୋକେ । ଏହାସହ ଉତ୍ତରୀୟ ଦେଇ 5T ଅଧ୍ୟକ୍ଷଙ୍କୁ ସ୍ବାଗତ କରାଯାଇଥିଲା । କୁସୁମୀ ରିଂ ରୋଡ ନକ୍ସା ଦେଖିବା ସହ କାମର ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ ।

ସ୍ଥାନୀୟ ଲୋକଙ୍କୁ ଉଦବୋଧନ ଦେଇ 5T ଅଧ୍ୟକ୍ଷ କହିଥିଲେ, ରିଂ ରୋଡ କାମ ଆରମ୍ଭ ହୋଇ ସାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ୨୨୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଦୁଇ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ହେଲେ ଦେଢ଼ ବର୍ଷ ଭିତରେ କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଏହି ରାସ୍ତା ହୋଇଯିବା ପରେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଅଞ୍ଚଳର ଉନ୍ନତି ହେବ । ଲୋକଙ୍କୁ ରେଜଗାର ମିଳିବ । ରାସ୍ତା ପାଖରେ ଥିବା ସରକାରୀ ଜମି ଚିହ୍ନଟ କରି ଇଣ୍ଡଷ୍ଟ୍ରିଆଲ ପାର୍କ କରାଯିବ ।

ପ୍ରଥମେ ଏମକେସିଜି ମେଡିକାଲ କଲେଜରେ ପହଞ୍ଚି କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ କହିଥିଲେ- ଏମକେସିଜିକୁ ସଶକ୍ତ କରାଯିବ । ଏଠାରେ ସବୁ ସୁବିଧା ଉପଲବ୍ଧ ହେବ । ଆଉ ବାହାରକୁ ଯିବାକୁ ପଡ଼ିବନି । ଏମକେସିଜିରେ ସବୁ ବ୍ୟବସ୍ଥା କରାଯିବ । କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ମେଡିକାଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ଆହ୍ବାନ ଦେଇଥିଲେ ।

ଗତକାଲି ପ୍ରଥମ ଦିନ ଗଞ୍ଜାମ ଗସ୍ତରେ ଯାଇ ହିଞ୍ଜିଳିକାଟୁ ଓ ଶେରଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନ: ଏମକେସିଜି ମେଡିକାଲ କଲେଜରେ 5T ଅଧ୍ୟକ୍ଷଙ୍କ ବିକାଶ ସମୀକ୍ଷା

ବ୍ରହ୍ମପୁର: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନ । ଦ୍ବିତୀୟ ଦିନରେ ସକାଳୁ ସକାଳୁ ଏମକେସିଜି ମେଡିକାଲ କଲେଜରେ ପହଞ୍ଚି ଥିଲେ 5T ଅଧ୍ୟକ୍ଷ । କଲେଜରେ ଚାଲିଥିବା ବିଭିନ୍ନ  ଉନ୍ନୟନ କାମର ସମୀକ୍ଷା କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ମେଡିକାଲ କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ କହିଥିଲେ- ଏମକେସିଜିକୁ ସଶକ୍ତ କରାଯିବ । ଏଠାରେ ସବୁ ସୁବିଧା ଉପଲବ୍ଧ ହେବ । ଆଉ ବାହାରକୁ ଯିବାକୁ ପଡ଼ିବନି । ଏମକେସିଜିରେ ସବୁ ବ୍ୟବସ୍ଥା କରାଯିବ । କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ମେଡିକାଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ଆହ୍ବାନ ଦେଇଥିଲେ ।

ଗତକାଲି ପ୍ରଥମ ଦିନ ଗଞ୍ଜାମ ଗସ୍ତରେ ଯାଇ ହିଞ୍ଜିଳିକାଟୁ ଓ ଶେରଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ମିଶନଶକ୍ତି ମହିଳାଙ୍କ ସହ ଆଲୋଚନା କରିବା ସହ ଚାଷୀଙ୍କୁ ଦେଇଥିଲେ ଖୁସି ଖବର ।

ଧନୁ ସଂକ୍ରାନ୍ତି: ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ଼

ଭୁବନେଶ୍ବର: ଧନୁ ସଂକ୍ରାନ୍ତି ଅବସରରେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଆଜିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ଧରି ବାବାଙ୍କ ନିକଟରେ ଚାଲିବ ପହିଲି ଭୋଗ ନୀତି । ବଳକା ୧୧ ମାସ ସୁଖିଲି ଭୋଗ ଭାବେ କୋରାଖଇ ପୂଜା ହେଉଥିବାବେଳେ ପୌଷ ମାସରୁ ମାଘମାସ ପର୍ଯ୍ୟନ୍ତ ଧନୁମୁହାଁ ଭୋଗ ହୁଏ ।

ପୌଷ ମାସରୁ ମାଘ ମାସ ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତ ହୁଏ । ଏଥିପାଇଁ ଧନୁମୁଆଁକୁ ପ୍ରଭୁଙ୍କ ପାଖରେ ଭୋଗ କରାଯାଏ । ଏହି ମାସରେ ଘରର ମାଆମାନେ ନିଜ ନିଜ ଘରକୁ ବୁଲିବାକୁ ଯାଇଥାନ୍ତି । ଏଣୁ ସକାଳୁ ସକାଳୁ ଘରକୁ ଯିବା ପୂର୍ବରୁ ସମସ୍ତଙ୍କ ପାଇଁ ଖାଇବା ପ୍ରସ୍ତୁତ କରି ଯାଆନ୍ତି । ଏଥିପାଇଁ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ସକାଳେ ଖେଚୁଡ଼ି ଭୋଗ ମଧ୍ୟ ହୋଇଥାଏ ବୋଲି କହିଛନ୍ତି ସେବାୟତ ।

ଜଗାର ସ୍ବାସ୍ଥ୍ୟ ପରୀକ୍ଷା କଲେ ଦିଲ୍ଲୀ AIIMSର ପ୍ରଫେସର ଦୀପକ ଗୁପ୍ତା

ଫୁଲବାଣୀ: ଯୋଡ଼ାମୁଣ୍ଡ ଶିଶୁ ଜଗାର ସ୍ବାସ୍ଥ୍ୟ ପରୀକ୍ଷା କଲେ ଦିଲ୍ଲୀ AIIMSର ପ୍ରଫେସର ଦୀପକ ଗୁପ୍ତା । କନ୍ଧମାଳ ଜିଲ୍ଲା ଫୁଲବାଣୀ ଆସି ଜଗା ରହୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଜଗାକୁ ଭେଟିଥିଲେ । ଜଗା ରହୁଥିବା କ୍ୟାବିନ ଭିତରେ ଦୀର୍ଘ ସମୟ ରହି ତାର ସମ୍ପୂର୍ଣ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।

ଜଗା ସମ୍ପୂର୍ଣ ସୁସ୍ଥ ଅଛି ଓ ତାକୁ ସ୍କୁଲକୁ ପାଠ ପଢିବା ପାଇଁ ପଠାଯାଉ ବୋଲି କନ୍ଧମାଳ CDMOଙ୍କୁ ସେ ପରାମର୍ଶ ଦେଇଥିଲେ । ସମୟ ଆସିଲେ ତା ମୁଣ୍ଡର ଦ୍ବିତୀୟ ଅସ୍ତ୍ରୋପ୍ରଚାର କରାଯିବ ବୋଲି ଜଗାର ବାପା ଓ କନ୍ଧମାଳ CDMOଙ୍କୁ ସୂଚନା ଦେଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଅଭୟ ପଟ୍ଟନାୟକ କହିଛନ୍ତି । ୨୦୧୭ରେ ଦିଲ୍ଲୀ AIIMSରେ ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆର ଅସ୍ତ୍ରୋପ୍ରଚାର ହୋଇଥିଲା ।

ରାଜଧାନୀରେ ପୁଣି ଜମିବ ପଥୋତ୍ସବ, ଡିସେମ୍ବର ୨୪ରୁ ଆରମ୍ଭ

ଭୁବନେଶ୍ବର: ଆସନ୍ତା ୨୪ ତାରିଖରୁ ଭୁବନେଶ୍ବରରେ ପାଳିତ ହେବ ପଥୋତ୍ସବ । ବିଗତ ବର୍ଷମାନଙ୍କୁ ଦୃଷ୍ଟିରେ ରଖି ନୂଆ ଢଙ୍ଗ ଓ ନୂଆ ରୂପରେ ଏହାକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି ବିଏମସି । ଏନେଇ ବିଏମସି ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସଂଯୋଜନାରେ ବିଏମସି ମୁଖ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭୁବନେଶ୍ବର ମେୟର ଓ ବିଏମସି କମିଶନର ଉପସ୍ଥିତ ଥିଲେ ।

୨୪ ତାରିଖ ରବିବାର ଦିନ ମାଷ୍ଟରକ୍ୟାଣ୍ଟିନ ଛକରୁ ରାମମନ୍ଦିର ଯାଏଁ ଅନୁଷ୍ଠିତ ହେବ ପଥୋତ୍ସବ । ମାଷ୍ଟରକ୍ୟାଣ୍ଟିନ ଛକରେ ମୁଖ୍ୟ ମଞ୍ଚ ରହିବ ଓ ରାମ ମନ୍ଦିର ନିକଟରେ ଦ୍ବିତୀୟ ମଞ୍ଚ ନିର୍ମାଣ କରାଯିବ । ନାଚ, ଗୀତ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋ, କ୍ଲେ ଆର୍ଟ, ଫେସ୍ ପେଣ୍ଟିଂ, ଜୁମ୍ବା ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ପଥୋତ୍ସବକୁ ପରିଚାଳନା କରିବାକୁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ସକାଳ ୬ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ । ଏଥିରେ ଅଂଶଗ୍ରହଣ କରିବାକୁ ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଳାକାର, ଏଏସଏଚଜି ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଛି ।

ଚଳିତବର୍ଷ ୩ଟି ଜୋନରେ ପଥୋତ୍ସବ ଅନୁଷ୍ଠିତ ହେବ । ଡିସେମ୍ବର ୨୪ ତାରିଖ ଦିନ ଦକ୍ଷିଣ-ପଶ୍ଚିମ ଜୋନ, ଜାନୁଆରୀ ୭ ଏବଂ ୨୧ରେ ଅନ୍ୟ ଦୁଇଟି ଜୋନରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି କମିଶନର । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ଡକ୍ଟର ମନୋରଞ୍ଜନ ସାହୁ, ଡେପୁଟି କମିଶନର ପ୍ରୀୟବ୍ରତ ପାଢୀ ଯୋଗ ଦେଇଥିଲେ ।