spot_img
Home Blog Page 2428

କେରେଡାଗଡର ବିକାଶ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେରେଡାଗଡ: କେନ୍ଦ୍ରାପଡା ଜିଲ୍ଲା କେରେଡାଗଡର ବିକାଶ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅର୍ଥରେ କେରେଡାଗଡ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ଏବଂ କେରେଡାଗଡ ଗ୍ରାମ ପଞ୍ଚାୟତ ପୋଖରୀର ସଂରକ୍ଷଣ ଓ ଉନ୍ନତିକରଣ କରାଯିବ।

ଗତ ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ରାପଡା ରାଜନଗର ଗସ୍ତରେ ଯାଇ କେରେଡାଗଡବାସୀଙ୍କ ମୌଳିକ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନିବେଦନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣିବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ୨ଟି ଯାକ ପ୍ରକଳ୍ପ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ମୋଟ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।

ଏହି ଦୁଇଟି ପ୍ରକଳ୍ପର କାର୍ଯ୍ୟ ଯଥା ଶୀଘ୍ର ସାରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଜନ ଅଭିଯୋଗର ସମାଧାନ କେରେଡାଗଡବାସୀଙ୍କ ପାଇଁ ଏକ ବିରଳ ଅନୁଭୁତି। ରାଜ୍ୟ ସରକାରଙ୍କର ଏହି ତ୍ୱରିତ ପଦକ୍ଷେପ ପାଇଁ କେରେଡାଗଡବାସୀ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜଣାଇଛନ୍ତି।

MLALADରେ କେଉଁ ରାଜ୍ୟରେ ବିଧାୟକଙ୍କୁ ମିଳେ ସର୍ବାଧିକ ଟଙ୍କା?

0

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାୟକମାନଙ୍କୁ ନିଜର ବିଧାନସଭା କ୍ଷେତ୍ରର ବିକାଶ କାର୍ଯ୍ୟ ପାଇଁ ବାର୍ଷିକ ୭ କୋଟି ଟଙ୍କା ମିଳିବ । ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର MLALAD ତଥା ବିଧାୟକ ବିକାଶ ପାଣ୍ଠି ର ପରିମାଣ ବୃଦ୍ଧି କରିଛନ୍ତି। ଏ ପର୍ଯ୍ୟନ୍ତ ବିଧାୟକ ମାନଙ୍କୁ ବାର୍ଷିକ ୪ କୋଟି ଟଙ୍କା ନିଜ ବିଧାନସଭା କ୍ଷେତ୍ରର ବିକାଶ ଲାଗି ମିଳୁଥିଲା।

କିପରି ପାଉଛନ୍ତି ଏହି ଟଙ୍କା?
ବିଧାୟକମାନେ ସିଧାସଳଖ ବିଧାୟକ ପାଣ୍ଠି ରାଶି ପାଆନ୍ତି ନାହିଁ, ବରଂ ଏହା ସାଂସଦ ବିକାଶ ପାଣ୍ଠି (MPLAD) ପରି ହୋଇଥାଏ । ପ୍ରତ୍ୟେକ ବିଧାୟକ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ କାର୍ଯ୍ୟ ପାଇଁ ପ୍ରସ୍ତାବ ଦେଇଥାନ୍ତି ଆଉ ଏହି ବିକାଶ କାର୍ଯ୍ୟ ପାଇଁ ପାଣ୍ଠି ଆବଣ୍ଟିତ ହୋଇଥାଏ । ସଡକ ନିର୍ମାଣ, ମରାମତି ଏବଂ କମ୍ୟୁନିଟି ସେଣ୍ଟର ପାଇଁ ବିଧାୟକମାନେ ପାଣ୍ଠି ମାଗିପାରିବେ । ଦିଲ୍ଲୀରେ ବିଧାୟକଙ୍କ ପାଣ୍ଠିର ବୃଦ୍ଧି ସହିତ ଏହା ବର୍ତ୍ତମାନ ଏପରି ରାଜ୍ୟ ହୋଇପାରିଛି ଯେଉଁଠାରେ ବିଧାୟକମାନେ ସର୍ବାଧିକ ଟଙ୍କା ପାଇବେ । ଅନ୍ୟପଟେ ଆମ ଦେଶରେ ତ୍ରିପୁରା ଏପରି ଏକ ରାଜ୍ୟ ଯେଉଁଠାରେ ବିକାଶ କାର୍ଯ୍ୟ ପାଇଁ ବିଧାୟକମାନେ ସର୍ବନିମ୍ନ ୩୫ ଲକ୍ଷ ଟଙ୍କା ପାଇଥାନ୍ତି।

କେଉଁ ରାଜ୍ୟରେ ବିଧାୟକମାନଙ୍କୁ କେତେ ଟଙ୍କା ମିଳୁଛି ?
ଉତ୍ତରପ୍ରଦେଶରେ ବିଧାୟକମାନେ ବାର୍ଷିକ ସର୍ବାଧିକ ୫କୋଟି ଟଙ୍କା ପାଉଥିଲେ। ବର୍ତ୍ତମାନ ଦିଲ୍ଲୀରେ ପାଣ୍ଠିକୁ ସରକାର ବଢାଇଛନ୍ତି । ଯଦି ଆମେ ରାଜ୍ୟୱାରୀ ତଥ୍ୟକୁ ଦେଖିବା, ତେବେ ଉତ୍ତରପ୍ରଦେଶର ୪୦୩ ବିଧାୟକଙ୍କ ପାଇଁ MLALAD ଅଧୀନରେ ୨୦୧୫ କୋଟି ଟଙ୍କା ଉପଲବ୍ଧ । ସେହିଭଳି ମହାରାଷ୍ଟ୍ରର ୨୮୮ ବିଧାୟକ ସମୁଦାୟ ୧୪୪୦ କୋଟି, ରାଜସ୍ଥାନର ୨୦୦ ବିଧାୟକ ୧୦୦୦ କୋଟି, ତ୍ରିପୁରା ଏବଂ ଅରୁଣାଚଳ ପ୍ରଦେଶରେ ୨୧ କୋଟି ଏବଂ ୩୩ କୋଟି ଟଙ୍କା ପାଉଛନ୍ତି ।

କେଉଁ କେଉଁ ରାଜ୍ୟରେ ବିଧାୟକ ପାଣ୍ଠି ନାହିଁ?
ଦେଶର ଅନେକ ରାଜ୍ୟରେ ବିଧାୟକ ପାଣ୍ଠିର କିଛି ବ୍ୟବସ୍ଥା ନାହିଁ। ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ ହରିୟାଣା, ପଞ୍ଜାବ ଏବଂ ସିକ୍କିମ୍ ଭଳି ରାଜ୍ୟରେ ଏହି ବ୍ୟବସ୍ଥା ଉପଲବ୍ଧ ନାହିଁ। ଏହାପୂର୍ବରୁ ହରିୟାଣାରେ ବିଧାୟକମାନେ ବାର୍ଷିକ ୫ କୋଟି ଟଙ୍କା ପାଉଥିଲେ, କିନ୍ତୁ ଏହା ୨୦୧୯ ରେ ବନ୍ଦ ହୋଇଯାଇଥିଲା। ସେହିପରି ପଞ୍ଜାରେ ଗତ ବର୍ଷ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ବିଧାୟକମାନଙ୍କୁ ବାର୍ଷିକ ୧୦ କୋଟି ଟଙ୍କା ବିଧାୟକ ପାଣ୍ଠି ଦେବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଏହି ସ୍କିମ ଉପରେ ଆଲୋଚନା ହୋଇପାରି ନଥିଲା ।

କେନ୍ଦ୍ର ଶାସିତ ରାଜ୍ୟ କଥା କହିବାକୁ ଗଲେ, ଦିଲ୍ଲୀ ଏବଂ ପୁଡୁଚେରୀ ଏହି ଦୁଇ ଦେଶରେ ଦୁଇଟି UTs ଯେଉଁଥିରେ MLALAD ଉପଲବ୍ଧ ।

ଜନସଂଖ୍ୟା ଅନୁଯାୟୀ ସ୍ଥିତି କ’ଣ?
ଏପରିକି ଯେଉଁ ରାଜ୍ୟରେ ବିଧାୟକ ପାଣ୍ଠିର ବ୍ୟବସ୍ଥା ଅଛି, ସେଠାରେ ଜନସଂଖ୍ୟା ଅନୁଯାୟୀ ଅସମାନତା ପରିସ୍ଥିତି ଦେଖାଦେଇଛି। ଉଦାହରଣ ସ୍ୱରୂପ ଉତ୍ତରପ୍ରଦେଶ ଦେଶର ବୃହତ୍ତମ ରାଜ୍ୟ ହୋଇପାରେ କିନ୍ତୁ ମୁଣ୍ଡପିଛା ପାଣ୍ଠି ଦୃଷ୍ଟିରୁ ଏହା ପଛରେ ରହିଛି। ଏଠାରେ ପ୍ରତ୍ୟେକ ଲକ୍ଷ ଜନସଂଖ୍ୟା ପାଇଁ କେବଳ ୮୫ ଲକ୍ଷ MLALAD ଅଛି । ସେହିଭଳି ବଙ୍ଗଳାରେ ଏକ ଲକ୍ଷ ଜନସଂଖ୍ୟା ପାଇଁ ମାତ୍ର ୧୮ ଲକ୍ଷ ଟଙ୍କା ରହିଛି। କିନ୍ତୁ ଏହି ପ୍ରସଙ୍ଗରେ ମିଜୋରାମ ଏବଂ ଗୋଆ ବହୁତ ଆଗରେ ଅଛନ୍ତି । ମିଜୋରାମ ହେଉଛି ସେହି ରାଜ୍ୟ ଯେଉଁଠାରେ ମୁଣ୍ଡପିଛା ସର୍ବାଧିକ ପରିମାଣ ଉପଲବ୍ଧ – ୬.୪୬ କୋଟି ଟଙ୍କା । ତେଣୁ ଗୋଆରେ ୬.୩୫ କୋଟି ଟଙ୍କା ଉପଲବ୍ଧ ରହିଛି ।

ଭୁବନେଶ୍ୱରର ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତରଣ, ୧୫ କୋଟି ୨୦ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତରଣ। ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫କୋଟି ୨୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପଗୁଡିକର ନୂତନ ନିର୍ମାଣ ସହିତ ଉନ୍ନତିକରଣ କାର୍ଯ୍ୟ କରାଯିବ।

ବିଭିନ୍ନ ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଜନପ୍ରତିନିଧି ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ପକ୍ଷରୁ ସେମାନଙ୍କର ଧାର୍ମିକ ଅନୁଷ୍ଠାନ, ଗୋଷ୍ଠୀ ସମ୍ପତ୍ତି, ମହିଳା ସମିତି ଗୃହ, ପୂଜାମଣ୍ଡପ ଇତ୍ୟାଦିର ଉନ୍ନତିକରଣ ଓ ବିକାଶ ପାଇଁ ନିବେଦନ ପତ୍ର ଆସିଥିଲା। ବିଏମସିର ଅଧିକାରୀମାନେ ସେସବୁ ସ୍ଥାନକୁ ଯାଇ ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ରିପୋର୍ଟ ପ୍ରଦାନ କରିଥିଲେ।

ରିପୋର୍ଟ ଆଧାରରେ ସମ୍ପୃକ୍ତ କମିଟିର ସଦସ୍ୟ ଓ ଜନପ୍ରତିନିଧିଙ୍କ ସହିତ 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏସବୁ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପରେ, ମୁଖ୍ୟମନ୍ତ୍ରୀ ଏହିସବୁ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ସ୍ମାର୍ଟ ସିଟି ଭୁବନେଶ୍ୱର ମନ୍ଦିରମାଳିନୀ ନଗରୀ ଭାବରେ ପ୍ରସିଦ୍ଧ। ଏଠାରେ ୭୦୦ରୁ ଅଧିକ ମନ୍ଦିର ରହିଛି। ବହୁ ପ୍ରାଚୀନ ଐତିହ୍ୟପୂର୍ଣ୍ଣ ମନ୍ଦିର ମଧ୍ୟ ରହିଛି। ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଏସବୁ ସ୍ଥାନକୁ ପରିଦର୍ଶନ ପାଇଁ ଆସିଥାନ୍ତି। ଏହିସବୁ ପ୍ରାଚୀନ କୀର୍ତ୍ତିରାଜି ସହିତ ସମସ୍ତ ଧାର୍ମିକସ୍ଥଳୀ ଗୁଡିକର ସୌନ୍ଦର୍ଯ୍ୟକରଣ, ଉନ୍ନତିକରଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅର୍ଥ ମଞ୍ଜୁର କରାଯାଇଛି। ଏଥିସହିତ ବିଭିନ୍ନ ଗୋଷ୍ଠୀ ସମ୍ପତ୍ତି, କ୍ଲବ, ମହିଳା ସମିତି ଗୃହ ଓ ପୂଜା ମଣ୍ଡପଗୁଡିକର ନୂତନ ନିର୍ମାଣ ସହିତ ବିକାଶ କାର୍ଯ୍ୟ କରାଯିବ।

୯ ବର୍ଷୀୟ ବାଳିକାକୁ ଅପହରଣ ପରେ ଦୁଷ୍କର୍ମ, ନିଜ ଆଡୁ ମାମଲା ରୁଜୁ କଲା ଦିଲ୍ଲୀ ମହିଳା କମିଶନ

ନୂଆଦିଲ୍ଲୀ: ପୁଣି ଦିଲ୍ଲୀକୁ ଲଜ୍ଜା। ଦିଲ୍ଲୀର ସ୍ବରୂପ ନଗରରେ ଜଣେ ୯ ବର୍ଷ ବାଳିକାକୁ ଅପହରଣ ପରେ ଦୁଷ୍କର୍ମ। କେବଳ ଏତିକିରେ ଥମିଲାନି ପିଶାଚ। ନାବାଳିକାକୁ ହତ୍ୟା କରି କେନାଲରେ ଫୋପାଡି ଦେଇଛି ଅଭିଯୁକ୍ତ ଘର ମାଲିକ। ଅପରାଧୀ ଜଣକ ୫୨ ବର୍ଷ ବୟସ୍କ ହୋଇଥିବା ସୂଚନା ମିଳିଛି।ନାବାଳିକାର ମୃତଦେହକୁ ୬ ଜଣ ବୁଡାଳି ଖୋଜି ବାହାର କରିଛନ୍ତି।

ଗତ ଡିସେମ୍ବର ୧୨ ତାରିଖରେ ଦୁର୍ବୃତ୍ତଜଣକ ଏହି ନାବାଳିକାକୁ କାରରେ ବୁଲାଇ ନେବାକୁ କହି ନେଇଯାଇଥିଲା ଏବଂ ଏକ ନିଛାଟିଆ ଜାଗାରେ ଦୁଷ୍କର୍ମ କରି ହତ୍ୟା କରିଥିଲା। ମୃତଦେହକୁ ମୁନାକ କେନାଲରେ ଫୋପାଡି ଦେଇଥିଲା। ଅଭିଯୁକ୍ତ ଜଣକ ନାଙ୍ଗଲି ପୁନା ଅଞ୍ଚଳରେ ରହୁଥିବା ସୂଚନା ମିଳିଛି। ଅଭିଯୋଗ ମିଳିବା ପରେ ପୋଲିସ ସିସିଟିଭି ଆଧାରରେ ଅଭିଯୁକ୍ତକୁ ଧରିଥିଲା।

ବୟାନ ବେଳେ ଅଭିଯୁକ୍ତ କହିଛି ନାବାଳିକାକୁ ଦୁଷ୍କର୍ମ କରିବା ପରେ ସେ କଥା ଲିକ୍ ହେବା ଭୟରେ ତାକୁ ହତ୍ୟା କରିଥିଲା। ନାବାଳିକାର ବାପାମା ଶ୍ରମିକ ଥିବା ସୂଚନା ମିଳିଛି। ଦିଲ୍ଲୀ ମହିଳା କମିଶନଙ୍କ ପକ୍ଷରୁ ନିଜ ଆଡୁ ମାମଲାକୁ ଗ୍ରହଣ କରାଯାଇ ସ୍ବରୂପ ନଗର ପୋଲିସ ଷ୍ଟେସନକୁ ନୋଟିସ ଜାରି କରାଯାଇଛି।

ରିମାଣ୍ଡର ୨ୟ ଦିନରେ ସୟଦ ଈଶାନ ବୁଖାରୀକୁ ଜେରା, ନ୍ୟୁଡ୍ ଭିଡିଓ କଲ୍ ଯୋଗେ କରୁଥିଲା ରୋଜଗାର

ଭୁବନେଶ୍ୱର: ରିମାଣ୍ଡର ଦ୍ବିତୀୟ ଦିନରେ ଆଇବି ବୁଖାରୀକୁ ଜେରା କରୁଛି। ସାମ୍ନାକୁ ଆସିଲା ସୟଦ ଈଶାନ ବୁଖାରୀର ସଂଘାତିକ ଷଡଯନ୍ତ୍ର। ଅନଲାଇନରେ ନ୍ୟୁଡ୍ ଭିଡିଓ କଲ କରି କରୁଥିଲା ଟଙ୍କା ରୋଜଗାର। ଖାଲି ସେତିକି ନୁହେଁ, ବୁଖାରୀ ନିଜେ କରିଥିଲା ଗୋଟିଏ ଆପ। ଏହି ଆପରେ କିଛି ଯୁବତୀଙ୍କ ସହ ଯୋଗାଯୋଗ ରଖିଥିଲା। ଯେଉଁ ମାନେ ନ୍ୟୁଡ କଲରେ ସାମିଲ ହେଉଥିଲେ, ସେମାନଙ୍କ ଠାରୁ ମୋଟା ଅଙ୍କର କମିଶନ ନେଉଥିଲା।

ଓଡ଼ିଶାର ଦୁଇ ଜଣ ଯୁବତୀଙ୍କ ସହ ମଧ୍ୟ ବୁଖାରୀର ସମ୍ପର୍କ ଥିଲା। ଏହାଛଡ଼ା ୯ଟି ବ୍ୟାଙ୍କରେ ତାର ଆକାଉଣ୍ଟ ରହିଛି। ଇଣ୍ଡସ ଇଣ୍ଡ ବ୍ୟାଙ୍କ୍, IDBI Bank, SBI, j&k ବ୍ୟାଙ୍କ୍, Axis Bank, Central Bank, IDFC, ବ୍ୟାଙ୍କ୍ ଅଫ ବରୋଦାରେ ରହିଛି ବୁଖାରୀର ଆକାଉଣ୍ଟ। ସେଥିରୁ ମିଳିଛି କୋଟି ଟଙ୍କାର କାରବାର। ଯୁବତୀଙ୍କ ସହ ସମ୍ପର୍କ ରଖି ହନିଟ୍ରାପରେ ବ୍ୟବହାର କରୁଥିବା କିଛି ତଥ୍ୟ ଯୋଗାଉଥିବା ମଧ୍ୟ ସନ୍ଦେହ କରୁଛି STF ।

ନବୀନ ନିବାସରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ୨୭ ସଂଗଠନର କର୍ମୀ ଓ ରାଜନେତା

ଭୁବନେଶ୍ୱର: ନବୀନ ନିବାସରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟିଛନ୍ତି ୨୭ଟି ସଂଗଠନର କର୍ମକର୍ତ୍ତା ଓ ରାଜନେତା। 5T ଅଧ୍ୟକ୍ଷ ଓଡ଼ିଶାର ବିକାଶ ପାଇଁ ଦିନରାତି କାମ କରୁଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିଜ ପ୍ରଶାସନିକ କ୍ୟାରୟରକୁ ଛାଡ଼ି ସାରା ରାଜ୍ୟରେ ବିକାଶ କାମକୁ ଆଗେଇ ନେଇଛନ୍ତି।

5T ସଚିବ ଥିବା ସମୟରେ ଯେମିତି ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝି ସମାଧାନ କରିଥିଲେ । ଏବେ ଅବସର ପରେ ବି ଠିକ୍ ସେହିପରି ଜନସେବା ଜାରି ରହିଛନ୍ତି କାର୍ତ୍ତିକ ପାଣ୍ଡିଆନ। ତାଙ୍କୁ ଭେଟି ବିଭିନ୍ନ ସଂଗଠନ କର୍ମକର୍ତ୍ତା ସେମାନଙ୍କ ଦାବି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିକାଶ କାମକୁ ତ୍ୱରାନ୍ୱିତ କରିଥିବାରୁ କାର୍ତ୍ତିକ ପାଣ୍ଡିଆନଙ୍କ ପାଇଁ ପ୍ରତିଦିନ ଶୁଭେଚ୍ଛାର ସୁଅ ଛୁଟୁଛି।

ପୁଣି ଫେରିଲା ମହାରାଷ୍ଟ୍ର ମହାବଳ, ଟ୍ରାପ୍ କ୍ୟାମେରା ଲଗାଇ ଅନୁଧ୍ୟାନ କରୁଛି ବନ ବିଭାଗ

ଗୁଡ଼ାରୀ: ଗୁଡ଼ାରୀ ଓ ପଦ୍ମପୁର ବ୍ଲକ୍ ସୀମାନ୍ତ ଅଞ୍ଚଳକୁ ଫେରିଲା ମହାରାଷ୍ଟ୍ର ମହାବଳ। ଗତକାଲି ବିଳମ୍ବିତ ରାତିରେ ଗାଈ ଶିକାର କରିବାକୁ ଉଦ୍ୟମ କଲା ବେଳେ ଗାଁ ଲୋକଙ୍କ ହୋହଲ୍ଲାରେ ଚମ୍ପଟ ମାରିଥିଲା ବାଘ। ଏବେ ପାଦ ଚିହ୍ନକୁ ଠାବ କରି ଟ୍ରାପ୍ କ୍ୟାମେରା ଲଗାଇ ଅନୁଧ୍ୟାନ କରୁଛି ବନ ବିଭାଗ। ବାରମ୍ବାର ପଳାଇ ଯାଉଥିବା ମହାବଳ ଏଥର ତୃତୀୟ ଥର ପାଇଁ ଗୁଣୁପୁର ଗୁଡ଼ାରୀ ଓ ପଦ୍ମପୁର ବ୍ଲକ୍ ସୀମାନ୍ତ ଅଞ୍ଚଳକୁ ପୁଣି ଆସିଛି।

କଦମା ପଞ୍ଚାୟତ ମେରେଣ୍ଡା ନିକଟ ଜିପଗାଁରେ ମହାବଳ ବିଳମ୍ବିତ ରାତିରେ ଗାଈକୁ ମାରିବାକୁ ଉଦ୍ୟମ କରିଥିଲା । ହେଲେ ଲୋକଙ୍କ ପାଟି ଶୁଣି ପଳାଇଥିଲା ମହାବଳ। ଖବର ପାଇ ଗୁଡ଼ାରୀ ରେଞ୍ଜର ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ବନ କର୍ମଚାରୀ ଜିପଗାଁରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ବାଘର ଗତି ବିଧି ଜାଣିବା ପାଇଁ ଶିକାର କରିଥିବା ସ୍ଥାନରେ ଟ୍ରାପ୍ କ୍ୟାମେରା ଲଗାଯାଇଛି।

କରୋନାକୁ ନେଇ ବଡ ବୈଠକ, ପ୍ରତି ତିନି ମାସରେ ହେବ ଡାକ୍ତରଖାନାର ସମୀକ୍ଷା

ନୂଆଦିଲ୍ଲୀ: ଦେଶରେ ପୁଣି କାୟା ବିସ୍ତାର କରୁଛି କରୋନା। ବଢି ଚାଲିଥିବା କରୋନା ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଥିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଦେଶରେ ବଢି ଚାଲିଥିବା ଥଣ୍ଡା ଜନିତ ରୋଗ ଏବଂ କୋଭିଡ-୧୯ ଭଳି ରୋଗର ମୁକାବିଲା ନେଇ ବୈଠକରେ ଆଲୋଚନା ହୋଇଥିଲା।

କେରଳ ଓ କର୍ଣ୍ଣାଟକରେ ବଢି ଚାଲିଥିବା କରୋନାର ନୂଆ ଭାରିଆଣ୍ଟ JN1କୁ ନେଇ ସମୀକ୍ଷା ହୋଇଥିଲା। କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ବିଚଳିତ ନହୋଇ ସତର୍କ ରହିବା ଜରୁରୀ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ହସ୍ପିଟାଲ ଗୁଡିକରେ ଚିକିତ୍ସା ନେଇ ମକଡ୍ରିଲ କରିବା ସହ ପ୍ରସ୍ତୁତି ନେଇ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ପ୍ରତି ହସ୍ପିଟାଲରେ ୩ ମାସରେ ଥରେ ମକଡ୍ରିଲ କରିବା ଜରୁରୀ।

ରାଜ୍ୟ ଗୁଡିକରେ ଚିକିତ୍ସା ଓ ସୁବିଧା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। କରୋନା ମୁକାବିଲା ନେଇ ରାଜ୍ୟଗୁଡିକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଆଶ୍ବାସନା ଦେଇଛନ୍ତି। ଶୀତ ଋତୁରେ ଥଣ୍ଡା ଜନିତ ରୋଗର ପ୍ରତିକାର ଲାଗି ସମସ୍ତ ରାଜ୍ୟ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ।

୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨ ହଜାର ୪୧ଟି ଆକ୍ଟିଭ କେସ ରହିଛି। କର୍ଣ୍ଣାଟକରେ ମାସ୍କ ପିନ୍ଧିବାକୁ ସେଠାକାର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ସେପଟେ କରୋନା ସ୍ଥିତି ନେଇ ଓଡ଼ିଶା ମଧ୍ୟ ପ୍ରସ୍ତୁତ ରହିଛି। ଗତ ସପ୍ତାହକ ମଧ୍ୟରେ ରାଜ୍ୟରେ ଜଣେ ବି ନୂଆ କୋଭିଡ ରୋଗୀ ଚିହ୍ନଟ ହୋଇ ନାହାନ୍ତି। ଏବେ ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ବି ଶୂନ୍ ରହିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି କରୋନା ସ୍ଥିତି ନେଇ ଆଲୋଚନା କରିଛନ୍ତି। ଆବଶ୍ୟକ ପଡିଲେ, ରାଜ୍ୟ ଜାରି କରିପାରେ ଗାଇଡଲାଇନ। ଏବେ ବି ସର୍ଭେଲାନ୍ସ ଜାରି ରହିଛି। ଯେଉଁ ମାନଙ୍କର ଥଣ୍ଡା କାଶ ଜ୍ଵର ଅଧିକ ଦିନ ରହୁଛି, ଯେପରି ଆଗରୁ କୋଭିଡ ଟେଷ୍ଟ କରାଯାଉଥିଲା ସେମିତି ଟେଷ୍ଟ କରାଯିବ। ଯେଉଁ ଲୋକଙ୍କ ପାଖରେ କୌଣସି ସିମଟମ୍ ରହୁଛି, ସେମାନେ ଟେଷ୍ଟ କରନ୍ତୁ ବୋଲି ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ। ମ୍ୟାନପାୱାର, ବେଡ୍, ଔଷଧ ସହ ସମସ୍ତ ପ୍ରକାର ପ୍ରସ୍ତୁତି ସ୍ୱାସ୍ଥ୍ୟ ବିଭାଗ କରିଛି। କେନ୍ଦ୍ରର ଯାହା ନିର୍ଦ୍ଦେଶ ଆସିବ, ପାଳନ କରିବୁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ତାମିଲନାଡୁରେ ପ୍ରକୃତି ରଚୁଛି ତାଣ୍ଡବ, ଗଲାଣି ୧୦ରୁ ଉର୍ଦ୍ଧ୍ୱ ଜୀବନ

ଚେନ୍ନାଇ: ଥମୁନି ତାମିଲନାଡୁ ବର୍ଷା ବିତ୍ପାତ। ପ୍ରକୃତି ରଚୁଛି ତାଣ୍ଡବ। ଭୀଷଣ ବର୍ଷାରେ ଗଲାଣି ୧୦ରୁ ଉର୍ଦ୍ଧ୍ୱ ଜୀବନ। ଏବେବି ଜଳବନ୍ଦୀ ଘେରରେ ଅଛନ୍ତି ୨୦ ହଜାରରୁ ଅଧିକ ଲୋକ। ବାୟୁ ସେନା ପକ୍ଷରୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ। ଦକ୍ଷିଣ ତାମିଲନାଡୁରେ ଲାଗି ରହିଥିବା ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଜୀବନଯାତ୍ରା ଠପ ହୋଇଯାଇଛି।  ଶ୍ରୀବୈକୁଣ୍ଠମ ଏବଂ ଏହାର ଆଖପାଖ ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।

ସେହିପରି କନ୍ୟାକୁମାରୀ, ତିରୁନେଲବେଲି, ଥୁଟିକୁଡ଼ି,ଓ ଟେନକାସୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୪ ଜିଲ୍ଲାର ବର୍ଷା ସ୍ଥିତିକୁ ନେଇ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି। ଜଳବନ୍ଦୀ ଘେରେର ଥିବା ଲୋକଙ୍କୁ ୧୯ଟି ଟ୍ରକ ମାଧ୍ୟମରେ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଇଛି। ଉଦ୍ଧାରକାର୍ଯ୍ୟରେ ୩ ସେନାର ଯବାନଙ୍କ ସହ ଏନଡିଆରଏଫ, ଏସଡିଆରଏଫ ଏବଂ ରାଜ୍ୟ ପୋଲିସର ଯବାନ ମୁତୟନ ହୋଇଛନ୍ତି। ରିଲିଫ୍ ବୋଟ୍ ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯାଉଛି।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ତିରୁନେଭେଲି, ତୁଥୁକୁଡି, କନ୍ୟାକୁମାରୀ, ତେନକାଶୀ ପ୍ରଭାବିତ ଜିଲ୍ଲାର ତ୍ୱରିତ ରକ୍ଷଣାବେକ୍ଷଣ ପାଇଁ ଏମକେ ଷ୍ଟାଲିନ ଜାତୀୟ ବିପର୍ଯ୍ୟୟ ରିଲିଫ ପାଣ୍ଠିରୁ ୨ହଜାର କୋଟି ଟଙ୍କା ସହାୟତା ଦାବି କରିଛନ୍ତି। ଆଗକୁ ତାମିଲନାଡୁରେ ବର୍ଷା ଜାରି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।

କଲ୍ୟାଣଙ୍କ ପ୍ରତିକ୍ରିୟା: ମିମିକ୍ରି ଏକ କଳା, ଉପ-ରାଷ୍ଟ୍ରପତିଙ୍କ ଅପମାନ ଉଦ୍ଦେଶ୍ୟ ନଥିଲା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଅପମାନିତ କରାଯିବା ପ୍ରସଙ୍ଗରେ ରାଜନୀତି ତୀବ୍ର ହେବାରେ ଲାଗିଛି। ଏହାପରେ ମିମିକ୍ରିକୁ ନେଇ ମୁହଁ ଖୋଲିଛନ୍ତି ଟିଏମସି ନେତା କଲ୍ୟାଣ ବାନାର୍ଜୀ । ସେ କହିଛନ୍ତି ଯେ, ଉପରାଷ୍ଟ୍ରପତିଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି। ମିମିକ୍ରି କରିବା ଏକ କଳା । ତାଙ୍କୁ ଅପମାନିତ କରିବା ମୋର ଉଦ୍ଦେଶ୍ୟ ଜମାରୁ ନଥିଲା । ତେବେ କ୍ଷମା ମାଗିବାକୁ ସେ ରୋକଠୋକ୍ ମନା କରିଦେଇଛନ୍ତି।

 ଜାଣନ୍ତୁ କ’ଣ ଥିଲା ପୂରା ଘଟଣା-

ମଙ୍ଗଳବାର ଦିନ ସଂସଦର ସିଡି ନିକଟରେ ବିରୋଧୀ ଦଳ ସାଂସଦଙ୍କ ନିଲମ୍ବନକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ଏହି ଘଟଣା ଦେଖିବାକୁ ମିଳିଥିଲା । ତୃଣମୂଳ କଂଗ୍ରେସ ନେତା କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ନକଲ କରିଥିଲେ । ମିମିକ୍ରି ସମୟର ଦୃଶ୍ୟକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଭିଡ଼ିଓରେ କଏଦ କରିଥିଲେ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଫୋନ୍ କରିବା ସହ ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମୁଁ ମଧ୍ୟ ଗତ ୨୦ ବର୍ଷ ଧରି ଏହି ପ୍ରକାର ଅପମାନ ଭୋଗୁଛି। ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଭାରତରେ ଉପରାଷ୍ଟ୍ରପତିଙ୍କ ପରି ସାମ୍ବିଧାନିକ ପଦବୀ ସହ ସଂସଦରେ ଏଭଳି ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଷ୍ଟ୍ରପତି ପ୍ରକାଶ କରିଛନ୍ତି।

ଭିଡ଼ିଓ ଭାଇରାଲ୍ ପରେ ଅସନ୍ତୋଷ ପ୍ରକାଶ କଲେ ଉପରାଷ୍ଟ୍ରପତି

ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାଜ୍ୟସଭା ସଭାପତି ଧନଖଡ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ‘ଜଣେ ସାଂସଦ ନକଲ କରୁଛନ୍ତି ଓ ଆଉ ଜଣେ ବଡ଼ ନେତା ଛିଡ଼ା ହୋଇ ଭିଡିଓ ସୁଟ୍ କରୁଛନ୍ତି । ଏହା ଲଜ୍ୟାଜନକ, ଅଗ୍ରହଣୀୟ ଓ ସଂସଦର ଅପମାନ ।