spot_img
Home Blog Page 2426

ବୁଲା ଓ ଅସହାୟ ଗୋରୁଗାଈଙ୍କ ହିତ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି

ଭୁବନେଶ୍ୱର : ବୁଲା ଓ ଅସହାୟ ଗୋରୁଗାଈଙ୍କ ହିତ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ରାଜ୍ୟର ୫୯ଟି ଗୋଶାଳାକୁ ୮କୋଟି ୧୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଭୁବନେଶ୍ୱର କୃଷି ଭବନରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଦ୍ବାରା ରାଜ୍ୟର ୫୯ଟି ଗୋଶାଳାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଭାଗୀୟ ସଚିବ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ବୁଲା ଗାଈଗୋରୁଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ପଞ୍ଜିକୃତ ଗୋଶାଳାମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ବୁଲା ଗାଈଗୋରୁଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ପଞ୍ଜିକୃତ ଗୋଶାଳା ମାନଙ୍କୁ ସହାୟତା ପ୍ରଦାନ କରାଯାଉଛି ।

ପ୍ରତ୍ୟେକ Adult Cattle Unitର ଖାଦ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ପଞ୍ଜିକୃତ ଗୋଶାଳାମାନଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି। ରାଜ୍ୟର ୫୯ ଗୋଟି ଗୋଶାଳାକୁ ଏହି ସହାୟତା ପ୍ରଦାନ କରାଯାଉଛି । ସେମାନେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ବୁଲା ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ କରୁଛନ୍ତି। ଆଗକୁ ପଞ୍ଜିକୃତ ଗୋଶାଳା ମାନଙ୍କୁ ଆହୁରି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ନୂତନ ଭାବେ ଗୋଶାଳା ପ୍ରତିଷ୍ଠା କରିବା ପାଇଁ ଆଗ୍ରହୀ ପ୍ରାଣୀକଲ୍ୟାଣ ସଂସ୍ଥା ମାନଙ୍କୁ ୫୨ ଲକ୍ଷ ଟଙ୍କା ପର୍ଯନ୍ତ ସହାୟତାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ପର୍ଯନ୍ତ ୨୭ ଗୋଟି ସଂସ୍ଥାକୁ Go-Ahead letter ଦିଆଯାଇଥିବା ବେଳେ ସେ ବାବଦକୁ କାମ ଜାରିରହିଛି।

ସୀମାନ୍ତରେ ପୁଣି ମାତିଲେ ମାଓବାଦୀ, ଗୋଟିଏ ବସ୍ ସମେତ ୩ଟି ଗାଡ଼ିରେ ଲଗାଇଲେ ନିଆଁ

ଛତିଶଗଡ଼ : ସୀମାନ୍ତରେ ପୁଣି ମାତିଲେ ମାଓବାଦୀ । ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଗୋଟିଏ ବସ୍ ସମେତ ୩ଟି ଗାଡ଼ିରେ ନିଆଁ ଲଗାଇଦେଲେ ଲାଲବାହିନୀ । ଆସିରଗୁଡା ନିକଟରେ ମୁଖ୍ୟରାସ୍ତାରେ ବସ୍ ଅଟକାଇ ଜାଳିଦେଲେ ମାଓବାଦୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚିଲେ ସୁରକ୍ଷା ବାହିନୀ । ସୁରକ୍ଷା ଦୃଷ୍ଟି କୋଣରୁ ସୁକୁମା-କୋଣ୍ଟା ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ କରାଯାଇଛି । ୧୫ ରୁ ୨୦ ମାଓବାଦୀ ପୋଡ଼ାଜଳାରେ ସାମିଲ ହୋଇଥିବା ସୂଚନା ମିଳିଛି । ସୁରକ୍ଷା ବାହିନୀ ଘଟଣାସ୍ଥଳରେ କୁମ୍ବିଂ ଅପରେସନ ଆରମ୍ଭ କରିଛି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉତ୍ତରକୁ କାଉଣ୍ଟର କଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ରଖିଥିବା ଉତ୍ତରକୁ କାଉଣ୍ଟର କଲେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଚିଠି ଲେଖି ସେ ଆପତ୍ତି ଜଣାଇଛନ୍ତି । ୨୦୨୧-୨୨ ୟୁଡିଆଇଏସଇ ଆଧାରରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ହାରକୁ ୪୯.୯ ପ୍ରତିଶତ ଦର୍ଶାଇଥିବାରୁ ଉଦବେଗ ପ୍ରକାଶ ପାଇଛି । ରାଜ୍ୟରେ ଚାଲୁଥିବା ଅନ୍ୟାନ୍ୟ ବେସରକାରୀ ବିଦ୍ୟାଳୟ, ବୈଷୟିକ ଅନୁଷ୍ଠାନ ଏବଂ ପତ୍ର ବିନିମୟ ପାଠକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ତଥ୍ୟ ଉପସ୍ଥାପିତ କରାଯିବାର ବିଧି ବ୍ୟବସ୍ଥା ନଥିବାରୁ କେବଳ UDISE ତଥ୍ୟ ଆଧାରରେ ଡ୍ରପ ଆଉଟ ହାର ସଠିକ୍ ଭାବେ ଆକଳନ କରିବା ସମ୍ଭବପର ନୁହେଁ ।

ଆମ ରାଜ୍ୟରେ ପ୍ରାୟ ୧ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଏହି ଅନୁଷ୍ଠାନ ମାନଙ୍କରେ ଅଧ୍ୟୟନରତ ଥିବାରୁ ସେମାନଙ୍କ ସମ୍ବନ୍ଧୀୟ ତଥ୍ୟ ଗୁଡିକୁ UDISE ରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, କେନ୍ଦ୍ର ଶିକ୍ଷା ବିଭାଗକୁ ବାରମ୍ବାର ଚିଠି ଲେଖିଛନ୍ତି । ୨୦୨୨-୨୩ ଶିକ୍ଷା ବର୍ଷ ନିମନ୍ତେ ସଂଗୃହୀତ ତଥ୍ୟ ଅନୁଯାୟୀ ଆମ ରାଜ୍ୟରେ Drop-out ହାର ପ୍ରାୟ ୨୦ ପ୍ରତିଶତକୁ ହ୍ରାସ ପାଇଛି । ଅନ୍ୟାନ୍ୟ ପାଠ୍ୟକ୍ରମର ଅଧୟନରତ ୧ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀଙ୍କର ତଥ୍ୟକୁ UDISEରେ ସଠିକ୍ ଭାବେ ଉପସ୍ଥାପିତ କରାଗଲେ, ଏହା ପ୍ରାୟ ୧୫ ପ୍ରତିଶତକୁ ହ୍ରାସ ପାଇବ । ଏଣୁ, ରାଜ୍ୟର Drop-out ହାରକୁ ସଠିକ୍ ଭାବେ ଆକଳନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି ।

ଲୋକସଭାରେ ଗୃହୀତ ହେଲା ୩ଟି ଗୁରୁତ୍ବପୂର୍ଣ୍ଣ ବିଲ

ନୂଆଦିଲ୍ଲୀ : ୯୭ ବିରୋଧୀ ଦଳ ସାଂସଦଙ୍କ ଅନୁପସ୍ଥିତରେ ଲୋକସଭାରେ ଗୃହୀତ ହୋଇଛି ୩ଟି ଗୁରୁତ୍ବପୂର୍ଣ୍ଣ ବିଲ । ଇଣ୍ଡିଆନ ପେନାଲ କୋଡ, ୧୮୬୦ ବଦଳରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ପାସ୍ ହୋଇଛି । କୋଡ ଅଫ କ୍ରିମିନାଲ ପ୍ରସିଜୋର, ୧୮୯୮ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ପାସ୍ ହୋଇଛି ।

ସେହିପରି ଇଣ୍ଡିଆନ ଏଭିଡେନ୍ସ ଆକ୍ଟ, ୧୮୭୨ ବଦଳରେ ଗୃହୀତ ହୋଇଛି ଭାରତୀୟ ସାକ୍ଷ୍ୟ ବିଲ୍, ୨୦୨୩ । କେତେକ ପରିବର୍ତ୍ତନ କରାଯାଇ ଏହି ୩ଟି ବିଲ୍ ଆଗତ ହୋଇଥିଲା । ଷ୍ଟାଣ୍ଡିଂ କମିଟି ଦ୍ବାରା ସମୀକ୍ଷା ପରେ ଏହି ବିଲଗୁଡିକୁ ଦାଖଲ କରାଯାଇଥିଲା । ନୂଆ ବିଲରେ ଭିଡ ହତ୍ୟା ଲାଗି ମୃତ୍ୟୁ ଦଣ୍ଡ ବ୍ୟବସ୍ଥା କରାଯାଇଛି । ଦେଶଦ୍ରୋହୀ ଆଇନକୁ ହଟାଇବା ଲାଗି ନୂଆ ବିଲରେ ପଦକ୍ଷେପ ନିଆଯାଇଛି । ଦେଶଦ୍ରୋହ ଆଇନ ବଳରେ ତିଲକ ମହାରାଜ, ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେ ପ୍ରମୁଖ ଗିରଫ ହୋଇ ଜେଲ ଯାଇଥିଲେ ।

ଓଡ଼ିଆ ହେବ ବ୍ରାଣ୍ଡ୍, ବିଶ୍ବରେ ଆହୁରି ଚମକିବ ଓଡିଆ ଅସ୍ମିତା

ଭୁବନେଶ୍ୱର :  ବିଶ୍ବରେ ଆହୁରି ଚମକିବ ଓଡିଆ ଅସ୍ମିତା । ସମୃଦ୍ଧ ହେବ ଓଡିଆ ଭାଷା  । ଆହୁରି ଲୋକପ୍ରିୟ ହେବ ଦେଶର ପଞ୍ଚମ ଶାସ୍ତ୍ରୀୟ ଭାଷା । ରାଜ୍ୟ ସରକାରଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା । ଭାଷା ଭିତ୍ତିକ ରାଜ୍ୟରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି ବିଶ୍ଵ ଓଡିଆ ଭାଷା ସମ୍ମିଳନୀ  । ପୂରା ବିଶ୍ଵରେ ଓଡ଼ିଆ ଭାଷାକୁ ବ୍ରାଣ୍ଡିଂ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅଭିଯାନ  । ଏହାଦ୍ବାରା ରାଜ୍ୟ, ଦେଶ ଓ ବିଦେଶରେ ଓଡିଆ ଭାଷାର ପ୍ରଚାର ଓ ପ୍ରସାର ହେବା ସହ ଗବେଷଣା କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ  । ଯାହା ଓଡ଼ିଶା ଭାଷା ଓ ସଂସ୍କୃତିର ବିକାଶ ଦିଗରେ ବେଶ ସହାୟକ ହେବ  । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି  । ମାତୃଭାଷାର ଉନ୍ନତି ସହ ଯୁବପୀଢିଙ୍କ ମଧ୍ୟରେ ଓଡିଆ ଭାଷାର ଆଦର ବୃଦ୍ଧି କରିବା ଓ ନିଜ ଭାଷା ସଂସ୍କୃତି ଆଗକୁ ନେବାରେ ଏହି ସମ୍ମିଳନୀ ବେଶ ଉପାଦୟ ହେବ  ।

ଓଡିଆ ଭାଷା ସମ୍ମିଳନୀ ନେଇ ଖୁବ୍ ଶୀଘ୍ର ସଚିବସ୍ତରୀୟ ବୈଠକ ବସି ଏନେଇ ଆଲୋଚନା ହେବା ସହ ସ୍ଥାନ ଓ ତାରିଖ ଧାର୍ଯ୍ୟ ହେବ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ଭାଷା ବିଜ୍ଞାନୀ ଓ ଭାଷା ବିଶେଷଜ୍ଞମାନଙ୍କୁ ସମ୍ମିଳନୀର ବିଷୟ ଭିତ୍ତିକ ଅଧିବେଶନରେ ବକ୍ତବ୍ୟ ରଖିବା ପାଇଁ ନିମନ୍ତ୍ରଣ କରାଯିବ। ସମଗ୍ର ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଏଥିରେ ବ୍ୟାପକ ଭାବେ ସାମିଲ କରାଯିବ। ଯାହା ସାରା ବିଶ୍ୱରେ ଓଡିଆ ଭାଷାର ବ୍ରlଣ୍ଡିଂ କରିବ l ଖାସ୍ ଏଥିପାଇଁ ଭାଷା ପ୍ରେମୀ ଓ ସାହିତ୍ୟିକ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି l

ବିଜେଡିକୁ ଚାଲିବ ୨୭, ପ୍ରତିଷ୍ଠା ଦିବସରେ ବିଜୁବାବୁଙ୍କ ଦୁଃସାହସିକ ସାଇକେଲ ଯାତ୍ରାର ହେବ ସ୍ମୃତିଚାରଣ

ଭୁବନେଶ୍ୱର :  ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ୨୬ ପୂରି ୨୭ବର୍ଷରେ ପାଦ ଦେବାକୁ ଯାଉଛି ବିଜେଡି। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପ୍ରତିଷ୍ଠା ଦିବସ ଥିବାରୁ, ଏଥିପାଇଁ ବିଶେଷ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି ଦଳ। ବିଶାଳ ସାଇକେଲ ରାଲି, ସାମାଜିକ କାର୍ଯ୍ୟକ୍ରମ ସହ ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳନ ହେବ ପ୍ରତିଷ୍ଠା ଦିବସ। ଏନେଇ ଆଜି ଯୁବ ଓ ଛାତ୍ର ବିଜେଡି ସହ ଶଙ୍ଖ ଭବନରେ ପ୍ରସ୍ତୁତି ବୈଠକ ବସିଥିଲା।

ବିଜେଡିର ପ୍ରତିଷ୍ଠା ଦିବସରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଡିସେମ୍ବର ୨୬ରେ ଦଳକୁ ୨୬ ପୂରି ୨୭ ଚାଲିବ। ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଭିଜନକୁ ନେଇ ଗଠନ ହୋଇଥିଲା ବିଜେଡି। ପ୍ରତିଷ୍ଠା ଦିବସରେ ବିଜୁ ବାବୁଙ୍କ କଟକରୁ ପେଶାଓ୍ବର ଯାଏ ଦୁଃସାହସିକ ସାଇକେଲ ଯାତ୍ରାକୁ ମନେ ପକାଯିବ। ଏଥିପାଇଁ ନବୀନଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଯାଏଁ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବିଶାଳ ସାଇକେଲ ଶୋଭାଯାତ୍ରା କରାଯିବ। ଏଥିରେ ୫ହଜାରରୁ ଅଧିକ ଛାତ୍ର ଓ ଯୁବନେତା ଯୋଗ ଦେବେ। ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଶଙ୍ଖ ଭବନ ଅଭିମୁଖେ ବାହାରିବ ସାଇକେଲ ଶୋଭାଯାତ୍ରା। ପ୍ରତିଷ୍ଠା ଦିବସ ପ୍ରସ୍ତୁତିରେ କର୍ମୀଙ୍କ ମନୋବଳ ବୃଦ୍ଧି କରିବାକୁ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିଠାରୁ ଶଙ୍ଖ ଭବନ ଯାଏ ସାଇକେଲ ଚଲାଇ ଆସିଥିଲେ ଦଳୀୟ ନେତା।

ରାଜନୖତିକ ସହ ସାମାଜିକ କାର୍ଯ୍ୟ ବି ବର୍ଷ ତମାମ ଚଲାଇଥାଏ ବିଜେଡି। ପ୍ରତିଟି ଜୀବନ ମୂଲ୍ୟବାନ ନାରା ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାପକ ରକ୍ତଦାନ ଶିବିର କରିବାକୁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହେ ଭିତରେ ୨୬ବର୍ଷ ପୂର୍ତ୍ତି ପାଇଁ ସାରା ରାଜ୍ୟରୁ ୨୬ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର କରାଯାଉଛି। ସେହିପରି ପ୍ରତିଷ୍ଠା ଦିବସରେ ବୃକ୍ଷରୋପଣ ଓ ହସ୍ପିଟାଲରେ ଫଳ ବଣ୍ଟନ ପରି ବି କାର୍ଯ୍ୟକ୍ରମ କରାଯିବ।

୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ରୋଡମ୍ୟାପ

ନୂଆଦିଲ୍ଲୀ : ୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ରୋଡମ୍ୟାପ । ଦିଲ୍ଲୀରେ ଓଡିଶା କଂଗ୍ରେସ ନେତା, ପିସିସି ସଭାପତିଙ୍କୁ ନେତୃତ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ସାଧାରଣ ସମ୍ପାଦକ କେସି ବେଣୁଗୋପାଲ, ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ପଲିଟିକାଲ ଆଫେୟାର୍ସ କମିଟିର ୨୦ ଜଣ ସଦସ୍ୟ ଏହି ବୈଠକ ସାମିଲ ହୋଇଥିଲେ । ଏହାସହ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ମଧ୍ୟ ବୈଠକ ରେ ଉପସ୍ଥିତ ଥିଲେ । ସାଧାରଣ ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ ସଂଗଠନକୁ କିଭଳି ମଜବୁତ୍ କରାଯିବ , ସେ ନେଇ ପୁଙ୍ଖାନୁପଙ୍ଖ ଆଲୋଚନା ହୋଇଛି । ଏହା ସହିତ ରାଜ୍ୟର ରାଜନୈତିକ ସ୍ଥିତି ସମେତ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ

୪୧୬୬ ଜଣ ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଆହୁରି ସୁଦୃଢ ହେଲା ଶିକ୍ଷା ବ୍ୟବସ୍ଥା । ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତ ହେଲେ ୪୧୬୬ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ । ୩୭୧୪ ତାଲିମପ୍ରାପ୍ତ ସ୍ନାତକ ଏବଂ ୪୫୨ ପିଇଟି ଶିକ୍ଷକ ନିଯୁକ୍ତ ହୋଇଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ପର୍ବରେ ସମସ୍ତଙ୍କୁ ନିଯୁକ୍ତ ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିଲାମାନଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ବାସ ସୃଷ୍ଟି କରିବା ପାଇଁ ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆମର ମହାନ ଦେଶ, ମହାନ ଜାତି ଓ ମହାନ ସଂସ୍କୃତିକୁ ଭଲ ପାଇବା ସହିତ ଏଥିପାଇଁ ଗର୍ବ ଅନୁଭବ କରିବାକୁ ପିଲାମାନଙ୍କୁ ପ୍ରେରଣା ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି ।

ନବୀନ କହିଛନ୍ତି, ଛାତ୍ରଛାତ୍ରୀ ଯେପରି ବଡ ସ୍ୱପ୍ନ ଦେଖିବେ ଓ ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ ସେଥିପାଇଁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉଦ୍ୟମ କରନ୍ତୁ । ଏକ ବିଂଶ ଶତାବ୍ଦୀରେ ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ । ନବନିଯୁକ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ପରିବାରକୁ ବର୍ଗଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଶିକ୍ଷା ପିଲାମାନଙ୍କ ମଧ୍ୟରେ ମୌଳିକ ଜ୍ଞାନ ଓ ଦକ୍ଷତା ସୃଷ୍ଟି କରେ। ସେମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବା ସହିତ ସେମାନଙ୍କୁ ରୂପାନ୍ତରିତ ନାଗରିକରେ ପରିଣତ କରିବାରେ ସାହାଯ୍ୟ କରେ। ଶିକ୍ଷକମାନଙ୍କ ଲକ୍ଷ୍ୟ କେବଳ ଭଲ ଛାତ୍ର ସୃଷ୍ଟି କରିବା ନୁହେଁ, ଭଲ ଛାତ୍ର ସହିତ ଭଲ ମଣିଷ ମଧ୍ୟ ସୃଷ୍ଟି କରିବା ସେମାନଙ୍କର ଲକ୍ଷ୍ୟ ହେବା ଆବଶ୍ୟକ। ଶିକ୍ଷାଦାନ କେବଳ ଏକ ବୃତ୍ତି ନୁହେଁ ବରଂ ଭବିଷ୍ୟତ ପାଇଁ ଓଡିଶାକୁ ପ୍ରସ୍ତୁତ କରିବାର ଏକ ମିଶନ ବୋଲି ନବୀନ କହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 5T ଉପକ୍ରମରେ ୬୮୮୩ଟି ହାଇସ୍କୁଲର ରୂପାନ୍ତରଣ କରାଯାଇଛି । ଏହା ଦ୍ୱାରା ସ୍କୁଲର ଭିତ୍ତିଭୂମି ଓ ସାମଗ୍ରୀକ ବାତାବରଣରେ ବିରାଟ ପରିବର୍ତ୍ତନ ଆସିଛି। ସରକାରୀ ସ୍କୁଲଗୁଡିକରେ ନାମଲେଖା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି । ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଯୋଜନା ଆରମ୍ଭ ହୋଇଛି । ଏଥିପାଇଁ ବର୍ଷକୁ ୧୩୮ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି । ଏହି ପୁରସ୍କାର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ସରକାରୀ ସ୍କୁଲ, ଗ୍ରାମ ପଞ୍ଚାୟତ, ସ୍କୁଲ ପରିଚାଳନା କମିଟି, ପ୍ରାକ୍ତନ ଛାତ୍ରଛାତ୍ରୀ ଓ ଜିଲ୍ଲା ଏବଂ ବ୍ଲକସ୍ତରୀୟ ଶିକ୍ଷା ଅଧିକାରୀମାନଙ୍କୁ ଦିଆଯିବ ।

କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ସଶକ୍ତ ଓଡିଶା ସ୍ୱପ୍ନକୁ ସାକାର କରିବା ପାଇଁ ନିଷ୍ଠାର ସହ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବାପାଇଁ ସେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ, ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ ଗଠନ ଦାୟିତ୍ୱ ଆପଣମାନଙ୍କର । ପିଲାମାନଙ୍କୁ ଭଲ ପାଠ ପଢାଇ ସେମାନଙ୍କ ବାପା ମା’ମାନଙ୍କ ମନରେ ଖୁସି ଆଣିବା ପାଇଁ ସେ ପରାମର୍ଶ ଦେଇଥିଲେ । ବାପା ମା’ଙ୍କ ପରେ ଶିକ୍ଷକ ହେଉଛନ୍ତି ପିଲାଙ୍କ ରୋଲ୍ ମଡେଲ । ସମସ୍ତ କ୍ଷେତ୍ରରେ ପ୍ରେରଣାଦାୟୀ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ ।

ସିକ୍ରେଟ ଅଣ୍ଡରଗ୍ରାଉଣ୍ଡ ବଙ୍କର INS Varshaକୁ ନେଇ ଚିନ୍ତାରେ ଚୀନ୍-ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ : INS Varsha ହେଉଛି ଭାରତର ଗୁପ୍ତ ନୌସେନା ବେସ, ଯେଉଁଠାରେ ଆଣବିକ ବୁଡାଜାହାଜ ରଖାଯିବ । ଏହା ଇଷ୍ଟର୍ନ ନାଭାଲ୍ କମାଣ୍ଡ ଦ୍ୱାରା ପରିଚାଳିତ ହେବ । ଯାହାର ମୁଖ୍ୟାଳୟ ବିଶାଖାପାଟନମରେ ଅଛି । ଏହାପୂର୍ବରୁ ଏହି ବେସର ନିର୍ମାଣ ଗଙ୍ଗାଭାରମରେ ହେବାକୁ ଥିଲା । କିନ୍ତୁ ପରେ ଏହା ବିଶାଖାପାଟନମ ଠାରୁ ୫୦ କିଲୋମିଟର ଦୂର ରାମ୍ବିଲିରେ ନିର୍ମାଣ କରାଯାଉଛି । ନୌସେନା ଏବଂ ପରିବହନ ମନ୍ତ୍ରଣାଳୟର ଜାହାଜଗୁଡ଼ିକ ବିଶାଖାପାଟନମ ବନ୍ଦର ପରିଦର୍ଶନ ଜାରି ରଖିଛନ୍ତି । ଭିଜାଗରେ ସମସ୍ତ ଜାହାଜ ପାର୍କ କରିବାକୁ କୌଣସି ସ୍ଥାନ ବାକି ନାହିଁ । ୨୦୦୬ ମସିହାରେ,୧୫ ଟି ଯୁଦ୍ଧ ଜାହାଜ ଏଠାରେ ସ୍ଥାପିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ୪୬କୁ ବୃଦ୍ଧି ପାଇଛି । ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଅତିକମରେ ୮ ରୁ ୧୨ ବୁଡ଼ାଜାହାଜ INS Varsha ନୌସେନା ବେସରେ ରହିବାକୁ ସକ୍ଷମ ହେବେ ।

ଏହା ନାଭାଲ ଅଲ୍ଟରନେଟିଭ ଅପରେସନ ବେସ ହେବ । ଆସନ୍ତା ବର୍ଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଅନୁମାନ କରାଯାଉଛି । ଏହି ଆଧାର ନିର୍ମାଣ ପାଇଁ କ୍ଲିୟରାନ୍ସ ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିଲେ। ସେବେଠାରୁ ଦ୍ରୁତ ଗତିରେ ଏହାର କାର୍ଯ୍ୟ ଚାଲୁଛି । ଯାହାଦ୍ୱାରା ନୌସେନାର ଶକ୍ତି ବୃଦ୍ଧି ହୋଇପାରିବ ।

ବେସ ହେବ ଅଣ୍ଡରଗ୍ରାଉଣ୍ଡ, ବୁଡି ରହିବ ବୁଡାଯାହାଜ

ରାମ୍ବିଲି ନାଭାଲ୍ ବେସ୍ ଆନ୍ଧ୍ରପ୍ରଦେଶର ଆନାକାପାଲ୍ ଜିଲ୍ଲାରେ ପଡିଛି। ଏହାର ଉପସ୍ଥିତି ଭାରତୀୟ ନୌସେନା ଉଭୟ ପୂର୍ବ ଏବଂ ପଶ୍ଚିମ ଉପକୂଳକୁ ସହଜରେ ରକ୍ଷା କରିପାରିବ । ସେର୍ଟେଲାଇଟ ଚିତ୍ରରୁ ଜଣାପଡୁଛି ଯେ, ପ୍ରଥମ ପର୍ଯ୍ୟାୟରେ ଟନେଲନ ନିର୍ମାଣ କରାଯାଇଛି । ଏହୋ ଅର୍ଥ ଏହା ଅଣ୍ଡରଗ୍ରାଉଣ୍ଡ ହେବ ଆଉ ଭୁମିରେ ଦେଖାଯିବ ନାହିଁ ।

ନୌସେନା ବେସ୍ ଆଣବିକ କେନ୍ଦ୍ରର ନିକଟବର୍ତ୍ତୀ 

ଏହି ଟନେଲଗୁଡିକ ମଧ୍ୟରେ ୮ରୁ ୧୨ ପରମାଣୁ ଚାଳିତ ବାଲିଷ୍ଟିକ୍ ବୁଡ଼ାଜାହାଜ ଏବଂ ଉର୍ସାଲ୍ଟ ବୁଡ଼ାଜାହାଜ ରଖାଯିବ । ଭାଭା ଏଟୋମିକ ରିସର୍ଚ ସେର୍ଟର (BARC) ର ସୁବିଧା ନିକଟରେ ରହିଛି ଏହି ବେସ । ଏହି କାରଣରୁ ଏହି ସୁବିଧା ମଧ୍ୟ ଅଧିକ ସୁରକ୍ଷିତ ରହିବ । NAOB ରେ ଅଣ୍ଡର ୱାଟର ଟନେଲ ରହିବ, ଯାହା ଭିତରେ ବୁଡ଼ାଜାହାଜ ରଖାଯିବ ।

ଚିନ୍ତାରେ ଚୀନ୍ ଏବଂ ପାକିସ୍ତାନ

ଏହା ବ୍ୟତୀତ ଅନେକ ପ୍ରକାରର ନୌସେନା ଯୁଦ୍ଧ ଜାହାଜ ମଧ୍ୟ ଏଠାରେ ସ୍ଥାପିତ ହୋଇପାରିବ । ଭାରତ ଯେଉଁଭଳି ଭାବରେ ନିଜର ନୌସେନା ଶକ୍ତି ବୃଦ୍ଧି କରୁଛି, ଯାହାକୁ ନେଇ ଚିନ୍ତାରେ ଚୀନ୍ ଏବଂ ପାକିସ୍ଥାନର। ଏହି ବେସର ଉପର ଅଂଶଟି ପାହାଡ଼ିଆ । ଯାହା ଉପରେ ଏକ ଜଙ୍ଗଲ ଅଛି । ଏହା ପ୍ରାୟ ୬୭୦ ହେକ୍ଟର ଉପରେ ବ୍ୟାପିଛି । ଓ୍ବାର୍କର ଦୂରତା ଏଠାରୁ ମାତ୍ର ୨୦ କିଲୋମିଟର ରହିଛି ।

ଜାତୀୟ କ୍ରୀଡା ପୁରସ୍କାର-୨୦୨୩ ଘୋଷଣା: ସାତ୍ବିକ- ଚିରାଗଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ

ନୂଆଦିଲ୍ଲୀ :  ଜାତୀୟ କ୍ରୀଡା ପୁରସ୍କାର-୨୦୨୩ ଘୋଷଣା। ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ସହ ଅନ୍ୟ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା ହୋଇଛି । ବ୍ୟାଡମିଣ୍ଟନ ଖେଳାଳି ଚିରାଗ ଚନ୍ଦ୍ରଶେଖର ସେଟ୍ଟୀଲ ଏବଂ ରାଙ୍କିରେଡ୍ଡୀ ସାତ୍ବିକ ସାଇରାଜ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବେ । ୨ ଜଣ ଖେଳାଳିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ନାଁ ଘୋଷଣା କରାଯାଇଛି । ବ୍ୟାଡମିଣ୍ଟନ ଲାଗି ଉଭୟ ଖେଳାଳି ଏହି ସମ୍ମାନଜନକ ପୁରସ୍କାର ପାଇବେ।

ଆସନ୍ତା ଜାନୁଆରୀ ୯ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ । ସେହିପରି ୨୬ ଜଣ କ୍ରୀଡାବିତ ପାଇବେ ଅର୍ଜୁନ ପୁରସ୍କାର। କ୍ରିକେଟର ମହମ୍ମଦ ସାମି ଅର୍ଜୁନ ପୁରସ୍କାର ପାଇବା ତାଲିକାରେ ଅଛନ୍ତି ।

ଅନ୍ୟପଟେ ୫ଜଣ କୋଚଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବ । ଜୀବନବ୍ୟାପୀ ସାଧନା ପାଇଁ ୩କୋଚଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ମଧ୍ୟ ଦିଆଯିବ। କ୍ରୀଡାରେ ଉଲ୍ଲେଖନୀୟ ଅବଦାନ ପାଇଁ ଖେଳାଳି ଓ କୋଚଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେହିପରି ୩ ବିଶ୍ୱବିଦ୍ୟାଳୟ ପାଇବେ ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି।