ସୋସିଆଲ ମିଡିଆରେ ମେଣ୍ଟ ନେଇ ପ୍ରଚାର କରୁଛନ୍ତି କିଛି ବିଜେପି ନେତା: ସସ୍ମିତ ପାତ୍ର

1 min read

ଭୁବନେଶ୍ବର: ରାଜ୍ଯରେ ବିଜେପି କରୁଛି ମେଣ୍ଟ ଗୁଜବ । ସୋସିଆଲ ମିଡିଆରେ ମେଣ୍ଟ ନେଇ ପ୍ରଚାର କରୁଛନ୍ତି କିଛି ବିଜେପି ନେତା । ଏନେଇ ପ୍ରେସମିଟରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ବିଜେପି କାହିଁକି ଓ କେଉଁ ଉଦ୍ଦେଶ୍ଯରେ ଏପରି ଗୁଜବ କରୁଛି ତାହା ଜଣାନାହିଁ । ଅନ୍ଯପଟେ ରାଜ୍ଯର ସବୁ ଆସନରେ ଟିକେଟ ଦେବାକୁ ପ୍ରାର୍ଥୀ ପାଉନି ବିଜେପି । ସେଥିପାଇଁ ବିଜେଡିରୁ ବିଦା ହୋଇଥିବା ଜନବିରୋଧୀ ଓ ଦଳ ଯାହାକୁ ଟିକେଟ ଦେବନି ସେମାନଙ୍କୁ ପାଛୋଟିନେଉଛି । ଯେଉଁମାନଙ୍କୁ ବିଜେଡି ଜନବିରୋଧୀ କାର୍ଯ୍ୟପାଇଁ ବିଦା କରିଛି, ଯେଉଁ ନେତାଙ୍କୁ ଆଉ ଟିକେଟ ଦେବନି ଓ ଯାହାର ଦଳରେ ଆଉ ଭବିଷ୍ଯତ ନାହିଁ ସେମାନଙ୍କୁ ଦଳକୁ ନେଉଛି ବିଜେପି ।

କାରଣ ରାଜ୍ଯର ୧୪୭ ବିଧାନସଭା ଓ ୨୧ ଲୋକସଭା ନିର୍ବାଚନମଣ୍ଡଳୀରେ ଟିକେଟ ଦେବାକୁ ବିଜେପି ପାଖରେ ପ୍ରାର୍ଥୀ ନାହାନ୍ତି । ଏଣୁ ସେମାନଙ୍କୁ ଓଡ଼ିଶା ବିଜେପି ନେଇ ଟିକେଟ ଦେବାକୁ ମନସ୍ଥ କରିଛି । ଆଜି ବିଜେପି ଯାଉଥିବା ନେତାମାନଙ୍କ ଯଦି ବିଜେଡି ଟିକେଟ ଦେବାକୁ କହିବ ତେବେ ସେମାନେ ପୁଣି କାଲି ଦଳ ବଦଳାଇଦେବେ । ବିଜେଡି ସବୁବେଳେ ଓଡ଼ିଶାବାସୀଙ୍କ ସେବାରେ ଓ ବିକାଶରେ ନିୟୋଜିତ ହୋଇଛି । ମୁଖ୍ଯମନ୍ତ୍ରୀଙ୍କ ନେତୃତ୍ବରେ ଫାଇଭ-ଟି ଉପକ୍ରମରେ ରାଜ୍ଯର ରୂପାନ୍ତରଣ ଚାଲିଛି । ବିକାଶ ଦେଖି ସାଢେ ଚାରିକୋଟି ଓଡ଼ିଶାବାସୀ ପୁଣିଥରେ ଷଷ୍ଠ ଥର ପାଇଁ ନବୀନଙ୍କୁ ମୁଖ୍ଯମନ୍ତ୍ରୀ କରିବାକୁ ମନସ୍ଥ କରିଛନ୍ତି । ଏହାଛଡ଼ା ଏଥର ରେକର୍ଡ ସିଟରେ ବିଜେଡି ବିଜୟ ଲାଭ କରିବ ।