ଆମେରିକାରେ ଭାରତୀୟ ନୃତ୍ୟଶିଳ୍ପୀଙ୍କୁ ଗୁଳିକରି ହତ୍ୟା

ୱାଶିଂଟନ: ପୁଣି ଆମେରିକାରେ ଭାରତୀୟଙ୍କୁ ହତ୍ଯା । ଭାରତୀୟ କ୍ଲାସିକାଲ ଡ୍ଯାନସରକୁ ଗୁଳି କରି ହତ୍ଯା କରିଛନ୍ତି । କୋଲକାତାର ଭାରତ ନାଟ୍ଯମ ଏବଂ କୁଚିପୁଡି ନର୍ତ୍ତକ ଅମରନାଥ ଘୋଷଙ୍କୁ ଆମେରିକାରେ ଅଜଣା ବ୍ଯକ୍ତି ଗୁଳି କରି ହତ୍ଯା କରିଦେଇଛନ୍ତି । ଏନେଇ ତାଙ୍କ ସାଙ୍ଗ ତଥା ଟିଭି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ଯ ଟ୍ଵିଟ କରି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଅମରନାଥ ଘୋଷଙ୍କୁ ୨୭ ଫେବୃଆରୀ ସନ୍ଧ୍ଯାରେ ମିଶୌରୀର ସେଟ ଲୁଇସରେ ହତ୍ଯା କରାଯାଇଛି । ଘୋଷ ସେଟ ଲୁଇସର ୱାସିଂଟନ ବିଶ୍ଵବିଦ୍ଯାଳୟରେ ମାଷ୍ଟର ଅଫ ଫାଇନ ଆର୍ଟ୍ସ ,ଏମଏଫଏ ରେ ପାଠ ପଢୁଥିଲେ । ସେ ସନ୍ଧ୍ଯା ସମୟରେ ବାହାରକୁ ବୁଲିବାକୁ ଯିବା ସମୟରେ କିଛି ଅଜଣା ଲୋକ ତାଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ଯୁ ଘଟିଥିଲା । ଘଟଣାର ତଦନ୍ତ କରୁଛି ପୋଲିସ ।