spot_img
Home Blog Page 2425

ଖସୁଛି ପାରଦ, ବଢ଼ୁଛି ଶୀତ । ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା  

ଭୁବନେଶ୍ୱର : ଓଡ଼ିଶାରେ ବଢ଼ୁଛି ଶୀତ ପ୍ରକୋପ। ଆଜି ଭୁବନେଶ୍ବରରେ ୧୨ ଡିଗ୍ରୀ ଛୁଇଁଲା ପାରଦ । ଗତ ୨୪ ଘଣ୍ଟାରେ  ଜି.ଉଦୟଗିଗିରରେ ତାପମାତ୍ରା ୪ ଡିଗ୍ରୀ ଛୁଇଁଥିବା ବେଳେ ମୟୁରଭଞ୍ଜର ବାରାକାମୁଡାରେ ଶୂନ ଡିଗ୍ରୀ ଛୁଇଁଛି । ରାଜ୍ୟରେ ବିଭିନ୍ନ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁରେ ଲୋକେ ସେକି ହେଉଛନ୍ତି ତ ଆଉ କେହି ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ କରୁଛନ୍ତି।

ଶୀତସହ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି। କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଲଗାତାର ୧୦ ଡିଗ୍ରୀ ତଳେ ରହୁଛି ପାରଦ  । କିଛି ସ୍ଥାନରେ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି  । ଟୁଇନ ସିଟି କଟକ ଓ ଭୁବନେଶ୍ବରରେ ମଧ୍ୟ ତାପମାତ୍ରା ଲଗାତାର ହ୍ରାସ ପାଉଛି।

ଭିଜିଲାନ୍ସ ଜାଲରେ ଚିଫ୍ ସିଭିଲ୍ ସପ୍ଲାଏ ଅଫିସର

ଭୁବନେଶ୍ୱର : ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ପ୍ରଶାନ୍ତଙ୍କ ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ଥିବା ଘର ଓ ଅଫିସ୍‌ ସମେତ ୮ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ବେଳେ ସୁନାଅଳଙ୍କାର ମଧ୍ୟ ଜବତ କରାଯାଇଛି।

ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ପାଣ୍ଡରା ସ୍ଥିତ ପ୍ଲଟ ନମ୍ବର ୧୪୮୫, ତିନି ମହଲା ଘର, ବ୍ରହ୍ମପୁର ନୀଳାଚଳ ହାଇଟ ସ୍ଥିତ ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁର ସ୍ଥିତ ବିଲ୍ଡିଂ, ଲକ୍ଷ୍ମୀସାଗରରେ ଥିବା ଆପାର୍ଟମେଣ୍ଟ, ଅଫିସ, ବ୍ରହ୍ମପୁର ବୈଦନାଥପୁର ସ୍ଥିତ ପୈତୃକ ଘର, ଭୁବନେଶ୍ୱର ୟୁନିଟ ୩ ସ୍ଥିତ ବାସଭବନରେ ଚାଲିଛି ରେଡ଼ ।

ନିଆଁ ପୋଇଁବା ବେଳେ ମହିଳା ଗୁରୁତର

ଢେଙ୍କାନାଳ : ଶୀତ ପ୍ରକୋପରୁ ରକ୍ଷା ପାଇବାକୁ ନିଆଁ ପୋଇଁବା ବେଳେ ଅଘଟଣ । ନିଆଁ ପୋଇଁବା ବେଳେ ମହିଳା ଗୁରୁତର। ଗୁରୁତର ଅବସ୍ଥାରେ ଢେଙ୍କାନାଳ ହସ୍ପିଟାଲକୁ ସ୍ଥାନାନ୍ତର। ମହାବିରୋଡ଼ ଚାଉଳିଆଝରଣ ଗାଁରେ ନିଆଁ ପୋଇଁବା ବେଳେ ମହିଳାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କାମାକ୍ଷାନଗର ଓ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ଗୁରୁତର ମହିଳା ଜଣକ ଚାଉଳିଆଝରଣ ଗାଁର ଗୌରୀ ସୋରେନ। ଭୋର ସମୟରୁ ଘର ପାଖରେ ନିଆଁ ଜାଳି ପୋହିଁ ହେଉଥିବା ବେଳେ ଅସାବଧାନତା କାରଣରୁ ଲୁଗାରେ ନିଆଁ ଲାଗି ଯାଇଥିଲା ।

ଜଳିଗଲା ଏକର ଏକର ଚାଷ ଜମିର ଧାନ କଳେଇ

 

ଖୋର୍ଦ୍ଧା : ପୋଡି ଜଳିଗଲା ଏକର ଏକର ଚାଷ ଜମିର ଧାନ କଳେଇ। ଟାଙ୍ଗୀ ରମ୍ଭାବେଲି ଗାଁରେ ଚାଷ ଜମିରେ ନିଆଁ ଲଗାଇ ଦେବାରୁ ପୋଡି ଯାଇଛି । ପାଖା ପାଖି ୧୦ ଲକ୍ଷ ଟଙ୍କାରୁ ଅଧିକ ଧାନ କଳେଇ ପୋଡି ଜଳି ଯାଇଛି। ମୁଲିଆ ମିଳୁନଥିବାରୁ ଚାଷୀ ମାନେ ଧାନ କାଟି ସାରି ନିଜ ଚାଷ ଜମିରେ ଧାନ କଳେଇ ଗଦା ମାରି ରଖିଥିଲେ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି ।

କରୋନା ନୂଆ ଭ୍ୟାରିଆଣ୍ଟ ଜେଏନ-୧କୁ ନେଇ ଭୟଭୀତ ହୁଅନ୍ତୁ ନାହିଁ : ନୀତି ଆୟୋଗ ସଦସ୍ୟ ଭିକେ ପଲ

ନୂଆଦିଲ୍ଲୀ : ପୁଣି ଛାନିଆ କଲାଣି କରୋନା । କୋଭିଡ-୧୯ର ନୂଆ ଭୂତାଣୁ ଏବେ ଭାରତରେ ୩ ରାଜ୍ୟରେ କାୟା ବିସ୍ତାର କରୁଛି। ତେବେ ନୂଆ ଭ୍ୟାରିଆଣ୍ଟ ଜେଏନ-୧କୁ ନେଇ ନୀତି ଆୟୋଗ ସଦସ୍ୟ ଭିକେ ପଲ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି, କରୋନାର ନୂଆ ଭ୍ୟାରିଆଣ୍ଟ ଜେଏନ-୧କୁ ଭୟଭୀତ ହୁଅନ୍ତୁ ନାହିଁ। ନୂଆ ଭ୍ୟାରିଆଣ୍ଟରେ ସଂକ୍ରମିତ ହେଉଥିବା ଲୋକ ବିଶେଷ ଗୁରୁତର ହେଉନାହାନ୍ତି। ଲକ୍ଷଣ ଦେଖାଯାଉଥିବା ଲୋକେ ଘରେ ରହି ଭଲ ହେଉଛନ୍ତି। କେରଳ ମହାରାଷ୍ଟ୍ର ଓ ଗୋଆରେ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ଆଗକୁ କରୋନା ସଂକ୍ରମଣ ବଢିଲେ ହସ୍ପିଟାଲରେ ରୋଗୀ ସଂଖ୍ୟା ବଢିପାରେ । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ନୀତି ଆୟୋଗ ସଦସ୍ୟ ଭିକେ ପଲ କହିଛନ୍ତି। ସାରା ବିଶ୍ବରେ ଏହି ଭ୍ୟାରିଆଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ଭାରତରେ ସଂଖ୍ୟା ବହୁତ କମ ରହିଛି।

ଏପଟେ ଗତ ଦୁଇ ସପ୍ତାହରେ କରୋନାରେ ସଂକ୍ରମିତ ହୋଇ ଦେଶରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ସେମାନେ ନୂଆ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇନଥିଲେ। ଏକାଧିକ ରୋଗରେ ପୀଡ଼ିତ ଥିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

ନିଜ ବାପାଙ୍କ ଠାରୁ ଶୋଷଣ ହେଉଥିଲେ ଏହି ଅଭିନେତ୍ରୀ, ୫୨ ବର୍ଷ ପରେ କଲେ ଖୁଲାସା

ବ୍ୟୁରୋ ରିପୋର୍ଟ: ଅଭିନେତ୍ରୀଙ୍କୁ ଦୁଷ୍କର୍ମ କରୁଥିଲେ ବାପା। ଦିନେ କି ଦୁଇ ଦିନ ନୁହେଁ ବାରମ୍ୱାର ଶୋଷଣର ଶିକାର ହେଉଥିଲେ ଅଭିନେତ୍ରୀ ଜଣକ। ୫୨ ବର୍ଷ ପରେ କଲେ ଖୁଲାସା। ତେବେ ଚାଲନ୍ତୁ ଜାଣିବା ଏହି ଭେଟେରାନ୍ ଅଭିନେତ୍ରୀଙ୍କ ବିଷୟରେ।

ରକ୍ତ ସମ୍ପର୍କରେ ଲାଗୁଛି କଳଙ୍କର ଛିଟା। ଜନ୍ମିତ ଝିଅକୁ ଶୋଷଣ କରୁଛି ବାପା। ଏମିତି ଏକ ଖବର ଆସିଛି ଫିଲ୍ମ ଇଣ୍ଡଷ୍ଟ୍ରିରୁ। ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ତାମିଲ ସିନେମାର ବିଶିଷ୍ଟ ଚେହେରା ଅଭିନେତ୍ରୀ ଖୁସବୁ ସୁନ୍ଦର।

ଖୁସୁବ କହିଛନ୍ତି, ପ୍ରତ୍ୟେକ ଝିଅଙ୍କର ପ୍ରଥମ ହିରୋ ତାଙ୍କ ବାପା ହୋଇଥାନ୍ତି। କିନ୍ତୁ ମୋ ଜୀବନର ସବୁଠାରୁ ବଡ ଭିଲେନ୍ ହେଉଛନ୍ତି ମୋ ବାପା। ଆହୁରୀ ମଧ୍ୟ କହିଛନ୍ତି, ମୁଁ ଅନେକ ବର୍ଷ ଧରି ଏହାକୁ ନିଜ ଭିତରେ ଲୁଚାଇକି ରଖିଥିଲି। କେବଳ ଲୋକ ଲଜ୍ୟାପାଇଁ ମୁଁ ଚୁପ୍ ରହିଥିଲି। ଦୁର୍ଷ୍କମ ହେବାର ଗୋଟେ ବର୍ଷ ପରେ ମାଆଙ୍କୁ ଜଣାଇଥିଲି । ଏହାପରେ ମା’ ଆଉ ମୁଁ ଘର ଛାଡି ପଳାଇ ଆସିଥିଲୁ। ମୋ ମା’ ହେଉଛନ୍ତି ମୋର ସବୁଠାରୁ ବଡ ସାହାସ । ଯିଏ କି ସର୍ବଦା ମୋ ପାଖରେ ଛିଡା ହୋଇଛନ୍ତି। ୫୨ ବର୍ଷ ପର୍ଯନ୍ତ ମୁଁ ଏହାକୁ ଦୁନିଆଠାରୁ ଲୁଚାଇ ରଖିଥିଲି। ଏହି ନିର୍ଯାତନା ବିଷୟରେ ମୁଁ ଆପଣଙ୍କୁ ଜଣାଇ କି ମୋତେ ବହୁତ ହାଲୁକା ଲାଗୁଛି।

ତେବେ ଖୁସୁବ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଖୁଲାସା କରିଥିଲେ। ଏହାସହ ତାଙ୍କ ସ୍ୱାମୀଙ୍କୁ ପ୍ରଶଂସା କରି କହିଥିଲେ ଯେ, ସବୁକିଛି ଜାଣିଲା ପରେ ମୋ ସ୍ୱାମୀ ମୋତେ ବିବାହ କରିଥିଲେ । ଏବଂ ସବୁବେଳେ ଆଗକୁ ବଢିବା ପାଇଁ ପ୍ରେରଣା ମଧ୍ୟ ଦେଇଛନ୍ତି। ମୋର ୨ ଝିଅ ମଧ୍ୟ ବାପାଙ୍କ ବିଷୟରେ ଜାଣିଛନ୍ତି। ଖୁସୁବ ଯେତେବେଳେ ୮ ରୁ ୧୫ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା। ଗୋଟେ ନାବାଳିକା ଉପରେ ଯେତେବେଳେ ନିର୍ଯ୍ୟାତନା ହୁଏ ଅଧିକାଂଶ ମାମଲରେ ଘର ଲୋକ କିମ୍ୱା ସମ୍ପର୍କୀୟଙ୍କ ସାଙ୍ଗ ସାଥି ଜଡିତ ଥାନ୍ତି ବୋଲି ଖୁସୁବ କହିଛନ୍ତି । ସେ ଏବେ ତାଙ୍କ ଜୀବନରେ ବହୁତ ଖୁସିରେ ଅଛନ୍ତି ବୋଲି କହିଛନ୍ତି ।

ଆପଣଙ୍କୁ କହି ରଖୁଛୁ କି, ଖୁସବୁ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ହିନ୍ଦୀ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ କ୍ୟାରିଅର୍ ଆରମ୍ଭ କରିଥିବା ଖୁସବୋ ସଫଳତାର ସିଡ଼ି ଉପରକୁ ଓହ୍ଲାଇଥିଲେ। ଖୁସବୁଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ଦି ବର୍ନିଂ ଟ୍ରେନ୍’। ବଲିଉଡରେ ତାଙ୍କର କ୍ୟାରିୟର ବହୁତ ଭଲ ନଥିଲା, ଏହା ପରେ ସେ ୧୯୮୬ ରେ ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ଯାଇଥିଲେ। ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟ ୨୦୦ଟି ଫିଲ୍ମ କରିଛନ୍ତି। ବର୍ତ୍ତମାନ ରାଜନୀତିରେ ସକ୍ରିୟ ଅଛନ୍ତି ଖୁସବୁ ।

ଯୁଦ୍ଧରେ ଛାନିଆ ହେବ ଚୀନ୍; ୨୦୨୪କୁ ନେଇ ଭବିଷ୍ୟବାଣୀ

ବ୍ୟୁରୋ ରିପୋର୍ଟ : ଚୀନର ହଜିବ ବୃଦ୍ଧି, ହେବ ଜଳ ତାଣ୍ଡବ ! ଋଷ-ୟୁକ୍ରେନ ପରେ ଇସ୍ରାଲ-ହମାସର ଯୁଦ୍ଧ ଥମିବାର ନାଁ ନେଉନାହିଁ। ଆଉ କିଛି ଦିନ ପରେ ୨୦୨୪ ଆସିବାକୁ ଯାଉଛି। ତେବେ ଏଇଠି ପ୍ରଶ୍ନ ଉଠୁଛି, ୨୦୨୪ ବିଶ୍ୱ ପାଇଁ କେମିତି ରହିବ? ୨୦୨୪ ନେଇ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ହୋଇଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଦୁନିଆରେ ଅନେକ ଭବିଷ୍ୟ‌ବକ୍ତା ଏବଂ ଦାର୍ଶନିକ ଅଛନ୍ତି, ଯାହାଙ୍କର ଭବିଷ୍ୟବାଣୀ କିଛି କିଛି ସଠିକ୍ ପ୍ରମାଣିତ ହୋଇଛି । ଫରାସୀ ଦାର୍ଶନିକ ନାସ୍ତ୍ରୋଦମସ ମଧ୍ୟ ଏହି ଲୋକମାନଙ୍କ ମଧ୍ୟରୁ ଜଣେ । ନାସ୍ତ୍ରୋଦମସଙ୍କ ଦ୍ୱାରା କରାଯାଇଥିବା ଅନେକ ଭବିଷ୍ୟବାଣୀ ସତ୍ୟ ବୋଲି ପ୍ରମାଣିତ ହୋଇଛି । ଯେମିତିକି, ଆମେରିକାର ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ହତ୍ୟା, ଜର୍ମାନୀରେ ହିଟଲରଙ୍କ ଉତ୍ଥାନ। ଏପରି ଅନେକ ଭବିଷ୍ୟବାଣୀ ତାଙ୍କର ସତ୍ୟ ହୋଇଛି । ତେବେ ୨୦୨୪ ବର୍ଷ ଆରମ୍ଭ ହେବାକୁ କେବଳ କିଛି ଦିନ ବାକି ଅଛି । ଏଭଳି ପରିସ୍ଥିତିରେ ସମସ୍ତେ ଜାଣିବାକୁ ଆଗ୍ରହୀ ଯେ ନୂଆ ବର୍ଷ ସେମାନଙ୍କ ପାଇଁ କିମ୍ବା ଦେଶ ତଥା ବିଶ୍ବ ପାଇଁ କିପରି ରହିବ। ଏନେଇ ନାସ୍ତ୍ରୋଦମସ ଭବିଷ୍ୟବାଣୀ କରିଛନ୍ତି ।

ନାସ୍ତ୍ରୋଦମସ କବିତା ଶୈଳୀରେ ଲେଖାଯାଇଥିବା ରହସ୍ୟମୟ ଭବିଷ୍ୟତବାଣୀରେ ଲେଖିଛନ୍ତି ଯେ, ୨୦୨୪ରେ ଏ ଦୁନିଆ ଦେଖିବ ଜଳ ଯୁଦ୍ଧ । ‘ଲାଲ୍ ଶତ୍ରୁ’ ଭୟରେ ହଳଦିଆ ପଡିଯିବେ। ତାପରେ ମହାସାଗରରେ ସୃଷ୍ଟି ତାଣ୍ଡବ । ଆର୍ଥାତ୍ ଏଠାରେ ‘ଲାଲ୍ ଶତ୍ରୁ’ର ମାନେ ହେଉଛି ଚୀନ । ଏବଂ ଜଳ ଯୁଦ୍ଧର ଅର୍ଥ ହେଉଛି ତାଇୱାନ। ଚୀନ ସହ ତାଇୱାନର ଘମାଘୋଟ ଯୁଦ୍ଧ ହେବ ।

ସେପଟେ ବ୍ରିଟେନକୁ ମିଳିବ ନୂଆ ରାଜା । ବ୍ରିଟିଶ ରୟାଲ ପରିବାରରେ ଘଟିପାରେ ନାଟକୀୟ ଘଟଣା। ଆଇଜଲ୍ସର ରାଜାଙ୍କୁ ବଳପୂର୍ବକ ହଟାଇ ଦିଆଯିବ ବୋଲି ଭବିଷ୍ୟବାଣୀ କରିଛନ୍ତି ନାସ୍ତ୍ରୋଦମସ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଠାରେ ରାଜା ଚାର୍ଲ୍ସ ତୃତୀୟଙ୍କ ବିଷୟରେ କୁହାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ, ଏକ ଭୟଙ୍କର ଯୁଦ୍ଧ ପରେ ଜଣେ ନୂତନ ରାଜାଙ୍କର ରାଜ୍ୟଭିଷେକ କରାଯିବ।  ଯିଏ କି ଦୀର୍ଘ ସମୟ ପର୍ଯ୍ୟନ୍ତ ଶାସନ କରିବେ। ଏଠାରେ ପ୍ରିନ୍ସ ୱିଲିୟମଙ୍କ ବଦଳରେ ପ୍ରିନ୍ସ ହେରୀ ରାଜା ସିଂହାସନରେ ବସିବେ ବୋଲି କୁହାଯାଉଛି।

ନାସ୍ତ୍ରୋଦମସ ତାଙ୍କ ପୁସ୍ତକରେ ଲେଖି ଚେତାବନୀ ଦେଇଛନ୍ତି ଯେ,  ୨୦୨୪ ମସିହାରେ ପରମାଣୁ ବିସ୍ଫୋରଣ ହେବ ।  ଯାହା ଜଳବାୟୁ ଉପରେ ଗଭୀର ପ୍ରଭାବ ପକାଇବ ।

ନାସ୍ତ୍ରୋଦମସ କହିଛନ୍ତି ଯେ ୨୦୨୪ ମସିହାରେ ଅନେକ ଜଳବାୟୁ ପରିବର୍ତ୍ତନ ହେବ ଏବଂ ପୃଥିବୀ ପୂର୍ବ ଅପେକ୍ଷା ଅଧିକ ଉତ୍ତପ୍ତ ହେବ। ଚଳିତ ବର୍ଷ ହିଟ ୱେଭ ଅଧିକ ଗୁରୁତର ହୋଇପାରେ ।

ତ୍ୱଚା ଏବଂ କେଶ ସମସ୍ୟା ଦୂର କରିବ ମାଣ୍ଡିଆ

ବ୍ୟୁରୋ ରିପୋର୍ଟ : ମାଣ୍ଡିଆ ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ। ହେଲେ ଆପଣ ଜାଣିଛନ୍ତି କି, ତ୍ୱଚା ଏବଂ ଚୁଟିରେ ପ୍ରାକୃତିକ ଚମକ ଆଣିଥାଏ ମାଣ୍ଡିଆ। ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କସମେଟିକ୍ ମଧ୍ୟ ମାଣ୍ଡିଆ ଆଗରେ ଫିକା ପଡିଥାଏ। ଏହାକୁ ଲଗାଇବା ଦ୍ୱାର ମୁହଁର ଏବଂ ଚୁଟିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ମୁହଁର କଳା ଦାଗ, ଚୂଟି ଝଡିବା ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ। ମୁହଁରେ ଗୋରାପଣ ଆଣିଥାଏ ମାଣ୍ଡିଆ। ହେଲେ ଆପଣ ଏହାକୁ ବ୍ୟବହାର କିପରି କରିବେ ଜାଣିରଖନ୍ତି।

ସାଧାରଣତଃ ଲୋକମାନେ ଜାଣିଛନ୍ତି ମାଣ୍ଡିଆ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ। ଏଥିରେ କ୍ୟାଲସିୟମ, ଫାଇବର, ଖଣିଜ ଓ ପ୍ରୋଟିନ୍ ରହିଛି, ଯାହା ମଧୁମେହ, ବ୍ଲଡ ପ୍ରେସର, ଅଷ୍ଟିଓପୋରୋସିସ୍ ଓ ମୋଟାପଣ ଭଳି ସମସ୍ୟା ସହ ଲଢ଼ିବାରେ ବେଶ ଫାଇଦାଯୁକ୍ତ ହୋଇଥାଏ। ଓଜନ କମ୍ କରିବାରେ ବି ଏହା ବହୁତ ଭଲ ହୋଇଥାଏ। ମାଣ୍ଡିଆ ସ୍ୱାସ୍ଥ୍ୟ ସାଙ୍ଗକୁ କେଶ ଓ ତ୍ୱଚା ପାଇଁ ମଧ୍ୟ ବଢ଼ିଆ ରହିଥାଏ।

ନିୟମିତ ଭାବରେ ଆପଣଙ୍କ ଖାଦ୍ୟର ଏକ ଅଂଶ ଭାବରେ ମାଣ୍ଡିଆକୁ ସାମିଲ କରନ୍ତୁ। ଏହା ଦ୍ୱାରା କେଶ, ଚର୍ମ ଏବଂ ନଖର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଏହା ସିଧାସଳଖ ଲାଭଦାୟକ ଅଟେ।

ଏହା ସହ ମାଣ୍ଡିଆରେ ହେୟାର ମାସ୍କ ପ୍ରସ୍ତୁତ କରି କେଶରେ ଏହାକୁ ବ୍ୟବହାର କରିପାରିବେ। ପ୍ରଥମେ ଏକ ପାତ୍ରରେ ମାଣ୍ଡିଆ ଗୁଣ୍ଡ ନିଅନ୍ତୁ। ଏଥିରେ ଅଁଳା ପେଷ୍ଟ ପକାଇ ଭଲ ଭାବେ ମିକ୍ସ କରି ନିଅନ୍ତୁ। ଏହାପରେ ଆବଶ୍ୟକ ଅନୁସାରେ ମନ୍ଦାର ଫୁଲ ପାଣି ପକାନ୍ତୁ। ପ୍ରସ୍ତୁତ ପେଷ୍ଟକୁ ନିଜ କେଶ ମୂଳରେ ଲଗାନ୍ତୁ ଏବଂ ମସାଜ କରନ୍ତୁ। ପାଖାପାଖି ୧୦ରୁ ୧୫ ମିନିଟ୍ ପରେ ନିଜ କେଶ ଧୋଇ ନିଅନ୍ତୁ।

ଯଦି ଆପଣ ମାଣ୍ଡିଆକୁ ତ୍ୱଚାରେ ଲଗାଉଛନ୍ତି ତେବେ ସ୍କିନ୍ ଗ୍ଲୋ କରିବା ସହ କଳା ଦାଗ, ବ୍ରଣ ଜନିତ ସମସ୍ୟାରୁ ଦୂରରେ ରହିବେ। ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ହେଉଛି ପ୍ରଥମେ ଦହିରେ ମାଣ୍ଡିଆ ପକାଇ ଅଳ୍ପ ସମୟ ପାଇଁ ଭିଜେଇକି ରଖନ୍ତୁ। ଯେତେବେଳେ ମାଣ୍ଡିଆ ହାଲୁକା ନରମ ହୋଇଯିବ ଏହି ମିଶ୍ରଣକୁ ନିଜ ଚେହେରାରେ ଲଗାଇ ହାତରେ ହାଲୁକା ସ୍କ୍ରବ୍ କରନ୍ତୁ। ଏହାର ପାଖାପାଖି ୧୫ରୁ ୨୦ ମିନିଟ୍ ପରେ ନିଜ ଚେହେରା ସଫା କରି ନିଅନ୍ତୁ।

ଦିଲ୍ଲୀ ମଦ ନୀତି ମାମଲା: ଆଜି ଇଡିରେ ହାଜର ହେବାକୁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମନ ଜାରି

ନୂଆଦିଲ୍ଲୀ: ପୁଣି ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ। ଦିଲ୍ଲୀ ମଦ ନୀତି ମାମଲାରେ ଆଜି ହାଜର ହେବା ଲାଗି ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦିନ ୧୧ଟାରେ ହାଜର ହେବାକୁ ସମନ ପଠାଇଥିଲା ଇଡି।

ସୂଚନା ଅନୁଯାୟୀ, ପୂର୍ବରୁ ଗତ ନଭେମ୍ବରରେ ହାଜର ହେବା ଲାଗି ସମନ ଜାରି ହୋଇଥିଲେ ମଧ୍ୟ ସେ ମଧ୍ୟପ୍ରଦେଶ ନିର୍ବାଚନ ପ୍ରଚାର ଲାଗି ଯାଉଥିବାରୁ ଇଡିରେ ହାଜର ହୋଇପାରି ନଥିଲେ। ଆଇନ ଅନୁସାରେ ଜଣେ ବ୍ୟକ୍ତି ସର୍ବାଧିକ ୩ ଥର ସମନକୁ ଏଡାଇଦେଇପାରିବେ । ଏହା ପରେ ହାଜର ନହେଲେ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା ଜାରି ହେବ । ଗତ ଏପ୍ରିଲରେ ତାଙ୍କୁ ମଦନୀତି ମାମଲାରେ ଇଡି ୫୬ଟି ପ୍ରଶ୍ନ ପଚାରିଥିଲା । ଏହିମାମଲାରେ ପୂର୍ବରୁ ଗିରଫ ହୋଇସାରିଛନ୍ତି ମନୀଷ ସିସୋଦିଆ ଓ ସଞ୍ଜୟ ସିଂ ।

ଆଜି ନୂଆ ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ପ୍ରତିବାଦ କରିବ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ : ସଂସଦରୁ ସାଂସଦଙ୍କ ନିଲମ୍ବନକୁ ପ୍ରତିବାଦ। ଆଜି ନୂଆ ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ପ୍ରତିବାଦ ରାଲି କରିବେ ଇଣ୍ଡିଆ ମେଣ୍ଟର ସାଂସଦ । ଆଜି ଯାଏଁ ୧୪୩ ଜଣ ସାଂସଦ ହୋଇ ସାରିଲେଣି ନିଲମ୍ବନ। ପ୍ରତିବାଦ ପୂର୍ବରୁ ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ବୈଠକ ବସିବ। ଇଣ୍ଡିଆ ମେଣ୍ଟର ସାଂସଦ ମାନେ ରଣନୀତି ପ୍ରସ୍ତୁତ କରିବେ।

ଗତ ଡିସେମ୍ବର ୧୩ରେ ସଂସଦ ଭିତରେ ଓ ବାହାରେ ଯେପରି ନିରାପତ୍ତା ତ୍ରୁଟି ହୋଇଥିଲା ସେନେଇ ବିରୋଧୀ ଦଳ ସାଂସଦମାନେ ଗୃହମନ୍ତ୍ରୀଙ୍କ ବିବୃତି ଚାହିଁଥିଲେ । ମାତ୍ର ସରକାର ଏହାକୁ କର୍ଣ୍ଣପାତ ନ କରି ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରିଥିଲେ। ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ସାଂସଦମାନଙ୍କୁ ସସପେଣ୍ଡ କରାଯାଉଛି ବୋଲି କଂଗ୍ରେସ କହିଛି । ସାଂସଦଙ୍କୁ ଶୀତକାଳୀନ ଅଧିବେଶନର ଅବଶିଷ୍ଟ ଦିବସଗୁଡିକରୁ ସସପେଣ୍ଡ କରାଯିବା ଦୁର୍ଭାଗ୍ୟଜନକ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଏହି ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯିବ।