ମଞ୍ଚରେ ନୀତିଶ କହିଲେ ଆଉ ଏପଟ ସେପଟେ ହେବାର ନାହିଁ, କଥା ଶୁଣି ହସିଲେ ମୋଦୀ

1 min read

ନନ୍ଦିଘୋଷ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ହସିଲେ ପ୍ରଧାନମନ୍ତ୍ରୀ । ଏକ ସାଧାରଣ ସଭାରେ ନୀତିଶ କୁମାର ଭାଷଣ ଦେଉଥିବାବେଳେ ନରେନ୍ଦ୍ର ମୋଦୀ କଥା ଶୁଣି ଠୋ ଠୋ ହୋଇ ହସିଥିଲେ । କେବଳ ପ୍ରଧନାମନ୍ତ୍ରୀ ନୁହଁନ୍ତି ଅନ୍ୟମାନେ ମଧ୍ୟ ହସିଥିଲେ । ନୀତିଶ କୁମାର ମଞ୍ଚ ଉପରେ କହିଥିଲେ କି, ଆଉ ଏଥର ଏପଟ ସେପଟ ହେବାର ନାହିଁ । ଏଥର କେବଳ ଗୋଟିଏ ଦଳ ସହ ମେଣ୍ଟରେ ସରକାର ଗଢ଼ାହେବ । ବିହାରର ବିକାଶ ପାଇଁ କାମ କରାଯିବ । ତେବେ ନୀତିଶଙ୍କ ମୁହଁରୁ ଏଭଳି କଥା ଶୁଣିବା ପରେ ହସିଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମେ ନୀତିଶ କହିବା ଆରମ୍ଭ କରିଥିଲେ ଆଉ କହିଥିଲେ କି, ଏବେ ବହୁତ କାମ ଚାଲିଛି । ତାହା ଆଗକୁ ଶୀଘ୍ର କରାଯିବ । ଯାହାକୁ ଶୁଣିବା ପରେ ହସିବା ଆରମ୍ଭ କରିଥିଲେ ମୋଦୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି ।