ରାଜସ୍ଥାନ: ସୈତାନ ସାଜିଲା ପୁଅ । ୧୦ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମ କରିଥିବା ମାଆକୁ ବି ମାରିବାକୁ ପଛାଇଲା ନାହିଁ । ଯେଉଁ ବାପା ଦିନେ ପୁଅ ଜନ୍ମ କରି ଛାତି ଫୁଲାଇ ଚାଲୁଥିଲା ସେହି ବାପାଙ୍କୁ ମାରିବାକୁ ବି ପଛାଇଲାନି ପୁଅ । ରାକ୍ଷୀର ପାଉଣା ଦେବାକୁ ଯାଇ ସାନ ଭଉଣୀକୁ ହତ୍ୟା କରିବାକୁ ପଛାଇଲା ନାହିଁ ଜହ୍ଲାଦ ଭାଇ । ଏଭଳି କିଛି ବୀଭତ୍ସ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ନାଗାଉରରେ । ୨୫ ବର୍ଷ ବୟସ୍କ ଯୁବକ ନିଜ ପିତାମାତା ଏବଂ ୧୫ ବର୍ଷର ଭଉଣୀକୁ ଗୋଟିଏ ଧାରୁଆ ଅସ୍ତ୍ର ରେ ହାଣି ହତ୍ୟା କରିଛି । ଶନିବାର ରାତିରେ ଦିଲ୍ଲୀପ ସିଂହ , ଦିଲ୍ଲୀପ୍ ସିଂହଙ୍କ ପତ୍ନୀ ଏବଂ ତାଙ୍କ ଝିଅ ଏକ ରୁମ୍ ରେ ଶୋଇଥିଲେ । ବିଳମ୍ବିତ ରାତିରେ ଦିଲ୍ଲୀପ୍ ଙ୍କର ପୁଅ ମୋହିତ୍ ଘରକୁ ଫେରିଥିଲା । ଫେରିବା ପରେ ମୋହିତ୍ ଏକ ଧାରୁଆ ଅସ୍ତ୍ରରେ ନିଜ ବାପା, ମାଆ, ଏବଂ ଭଉଣୀ ଉପରେ ନୃଶଂସ ଭାବେ ହାଣି ହତ୍ୟା କରିଥିଲା । ଫଳରେ କିଛି ସମୟ ମଧ୍ୟରେ ଘଟଣା ସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା । ହତ୍ୟା କରିବା ପରେ ମୋହିତ୍ ଥାନାରେ ପହଞ୍ଚି ହତ୍ୟା କରିଥିବା କଥା ପୋଲିସ୍ କୁ ଜଣାଇଥିଲେ। ଏହି ମାମଲାରେ ପୋଲିସ କହିଛି ଯେ ପାଦୁକାଲା ପୋଲିସ ଷ୍ଟେସନ ଅଞ୍ଚଳରେ ଯୁବକ ତାଙ୍କ ପିତା, ମା ଏବଂ ଭଉଣୀଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଛି ବୋଲି କହିଥିଲା। ସେ କନଷ୍ଟେବଳଙ୍କୁ ପଚାରିଥିଲେ ପୋଲିସ ଷ୍ଟେସନ ଅଧିକାରୀ କେଉଁଠାରେ ଅଛନ୍ତି। ଅଭିଯୁକ୍ତ ବର୍ତ୍ତମାନ ପୋଲିସ ଷ୍ଟେସନରେ ଥିବା ବେଳେ ପଚରାଉଚରା ଜାରି ରହିଛି । ମାରିବା ପରେ ମଧ୍ୟ ଅଭିଯୁକ୍ତଙ୍କର ଆଚରଣ ସମାନ ରହିଛି | ତେବେ ତିନି ଜଣଙ୍କ ମୃତ ଦେହକୁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି, ଅଭିଯୁକ୍ତ କାହିଁକି ଏହି ଅପରାଧ କରିଛନ୍ତି ତାହାର ଅନୁସନ୍ଧାନ ଜାରି ରହିଛି।
ନନ୍ଦନକାନନରେ ପ୍ରବଳ ଭିଡ଼
ଭୁବନେଶ୍ବର: ବର୍ଷର ଶେଷ ଦିନରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଛୁଟି ଥିବାରୁ ଓ ନୂଆବର୍ଷ ପାଇଂ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟୁଛି ଲୋକଙ୍କ ସୂଅ । ରବିବାର ୫୦ ହଜାର ପର୍ଯ୍ୟଟକ ନନ୍ଦନକାନ ବୁଲି ଜନ୍ତୁଙ୍କୁ ଦେଖିଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ଯଥେଷ୍ଟ ସୁରକ୍ଷା କର୍ମୀଙ୍କ ସହିତ ନନ୍ଦନକାନନ ଥାନା ପୋଲିସକୁ ମଧ୍ୟ ନିୟୋଜିତ କରାଯାଇଛି ।
ନୂଆବର୍ଷରେ ବୁଲିବାର ମଜା । ବାଘ, ଭାଲୁ, ସିଂହ ସହ ଅନ୍ୟ ଜନ୍ତୁ ଓ ପକ୍ଷୀଙ୍କୁ ଦେଖିବାକୁ ଭିଡ଼ । ରୋପଓ୍ବେ, ଟୟଟ୍ରେନ୍, ବୋଟିଂ କରି ଛୁଟିକୁ କରୁଛନ୍ତି ଉପଭୋଗ । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଜମିଛି ପର୍ଯ୍ୟଟକଙ୍କ ଭିଡ଼ । ସୁବିଧାକୁ ଦୃଷ୍ଟିରେ ରଖି ଅଫ ଲାଇନରେ ୧୬ଟି ଟିକେଟ କାଉଣ୍ଟର ଖୋଲାଯାଇଛି । ହ୍ବାଟ୍ସଆପ, ଅନଲାଇନ ମାଧ୍ୟମରେ ମଧ୍ୟ ଟିକେଟ କାଟିବାର ସୁବିଧା ଯୋଗାଇ ଦିଆଯାଇଛି । ପର୍ଯ୍ୟକଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିବାବେଳେ ସୁରକ୍ଷା ପାଇଁ ସାଧା ପୋଷାକଧାରୀ ପୋଲିସ୍, ବୋଟିଙ୍ଗ ସ୍ଥଳରେ ଓଡ୍ରାଫ ଟିମ ନିୟୋଜିତ ହୋଇଛନ୍ତି । ପ୍ରାଣୀ ଉଦ୍ୟାନର ବଭିନ୍ନ ଜନଗହଳି ଛକରେ ଚୋରୀ ଓ ଛିନତାଇ ଉପରେ ରହିଛି ନଜର । ଏଣ୍ଟ୍ରି ଗେଟ ଠାରୁ ସିସି କ୍ୟାମେରାରେ ନିରୀକ୍ଷଣ କରାଯାଉଛି ।
ପର୍ଯ୍ୟଟକଙ୍କ ପାଇଁ ବାଘ, ଭାଲୁ, ସିଂହ, ତୃଣଭୋଜି ସଫାରି ବୁଲିବା ପାଇଁ ୮ଟି ସଫାରୀ ବସର ସୁବିଧା ରହିଛି । ବ୍ୟାଟେରୀ ଚାଳିତ ଗାଡିର ସୁବିଧା ସହ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ହ୍ବିଲ ଚେୟାରର ସୁବିଧା ରହିଛି । ସ୍ବତନ୍ତ୍ର ମେଡିକାଲ ଟିମ ନିୟୋଜିତ କରାଯାଇଛି ।
୨୦ ପରିବାରର ଭରଷା ଗୋଟିଏ ନଳକୂପ
ଭୁବନ: ପାନୀୟ ଜଳ ପାଇଁ ହିନସ୍ତା । ଗୋଟିଏ ନଳକୂଅ ଉପରେ ଭରଷା କରନ୍ତି କୋଡିଏରୁ ଅଧିକ ପରିବାର । ବାଧ୍ୟ ହୋଇ ନଳକୂଅରୁ ବାହାରୁଥିବା ହଳଦିଆ ଗୁଣ୍ଡ ମିଶ୍ରିତ ପାଣିକୁ ବ୍ୟବହାର କରୁଛନ୍ତି । ଯାହା ଫଳରେକି ଆଜକୁ ୫ ବର୍ଷରେ କିଡିନୀ ରୋଗରେ ୪୦ରୁ ଉର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଯେତେ ଗୁହାରି କଲେ ବି ପ୍ରଶସନ ଶୁଣୁ ନଥିବା ଅଭିଯୋଗ ହୋଇଛି ।
ଗୋଟିଏ ନଳକୂଅ । ନିର୍ଭର କରୁଛନ୍ତି ଦୁଇ ଶହରୁ ଅଧିକ ଲୋକ । ପାଣି ପାଇଁ ସମସ୍ତେ ଡହଳ ବିକଳ । ମାଠିଆଏ ଜଳ ପାଇଁ ଜିବାକୁ ପଡୁଛି ଦୂର ବାଟ । ହେଲେ ପ୍ରଶାସନ ଗୁହାରି ଶୁଣୁନଥିବା ଅଭିଯୋଗ । ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ପଳାଶପିଠିଆ ଗାଁର ଚମ୍ପାନାଳିଆ ସାହିର । ମାତ୍ର ଗୋଟିଏ ନଳକୂଅ ଉପରେ ସମସ୍ତେ ନିର୍ଭର କରନ୍ତି । ହେଲେ ଲୁହାଗୁଣ୍ଡ ମିଶ୍ରିତ ପାଣି ବାହାରୁଛି ଏହି ନଳ କୂଅରୁ । ବାଧ୍ୟ ହୋଇ ଏହି ପାଣିକୁ ପାନୀୟ ଜଳ ରୂପରେ ବ୍ୟବହାର କରିବାକୁ ପଡୁଛି । ଯାହା ଫଳରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗାଁର ୪୦ରୁ ଅଧିକ ଲୋକେ କିଡିନୀ ରୋଗରେ ପଡିଥିବା ଅଭିଯୋଗ ହୋଇଛି ।
ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ଅବଗତ ଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରୁନଥିବା ଅଭିଯୋଗ ହୋଇଛି । ଆଜକୁ ୬ ମାସ ହେଲା ପ୍ରଶାସନ ତରଫରୁ ନଳକୂଅରୁ ସାମ୍ପୁଲ ନିଆଯାଇଛି । କିନ୍ତୁ ଅଦ୍ୟାବଧି କୌଣସି ରିପୋର୍ଟ ଆସିନାହିଁ । ସେପଟେ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଭୁବନ ବିଡିଓ କଲ୍ୟାଣ ସୌରଭ ଦାଶ ।



