ପଞ୍ଜାବର ସମସ୍ତ ଆସନରେ ପ୍ରାର୍ଥୀ ଦେବ ଆପ୍

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ ପାଖଉଥିବାବେଳେ ରାଜନୈତିକ ମାହୋଲ ସେତିକି ଉଷ୍ମ ହେବାରେ ଲାଗିଛି । ତେବେ ପଞ୍ଜାବ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଦେବ ଆପ । ଆମ ଆଦମୀ ପାର୍ଟି ପକ୍ଷରୁ ପଞ୍ଜାବର ୧୩ ଏବଂ ଚଣ୍ଡିଗଡ଼ର ୧୪ ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ପଞ୍ଜାବର ଏକ ସାଧାରଣ ସଭାରେ ଯୋଗଦେବା ଅବସରରେ ଏଭଳି ଘୋଷଣା କରିଛନ୍ତି କେଜ୍ରିଓ୍ବାଲ । ଭଗବନ୍ତ ମାନଙ୍କ ସହ ରାଜନୈତିକ ଆଲୋଚନା ମଧ୍ୟ କରିଛନ୍ତି । କେଜ୍ରିଓ୍ବାଲ କହିଛନ୍ତି କି, ଦୁଇବର୍ଷ ପୂର୍ବେ ଯେଭଳି ଆମକୁ ଆଶୀର୍ବାଦ କରିଥିଲେ ଏଥରକ ମଧ୍ୟ ସେଭଳି ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି ।

୨ ବର୍ଷ ପୂର୍ବରେ ୧୧୭ ଆସନରୁ ୯୨ ଆସନରେ ଆଶିର୍ବାଦ କରିଥିଲେ । ଏଣୁ ଆସନ୍ତା ୧୫ ଦିନ ମଧ୍ୟ ୧୪ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ । ଏବଂ ଏଥିରେ ପୁଣିଥରେ ଆଶୀର୍ବାଦ କରିବାକୁ ଜନତାଙ୍କୁ ନିବେଦନ କରିଛନ୍ତି । ୨ ମାସ ମଧ୍ୟରେ ନିର୍ବାଚନ ହେବାକୁ ଥିବାବେଳେ ଏଭଳି ଲୋକଙ୍କୁ ନିବେଦନ କରିଛନ୍ତି । ସେପଟେ କଂଗ୍ରେସ ଅଲଗା ନିର୍ବାଚନ ଲଢ଼ିବାକୁ ଥିଲାବେଳେ ଆପ ମଧ୍ୟ ଅଲଗା ନିର୍ବାଚନ ଲଢ଼ିବ । ଇଣ୍ଡିଆ ମେଣ୍ଟର ବୈଠକରେ ହୋଇଥିବା ଆଲୋଚନା ଏବଂ ଏବେ ସମସ୍ତ ରାଜ୍ୟର ଦୃଶ୍ୟ କିଛି ଅଲଗା । ଆସନକୁ ନେଇ ହୋଇଥିବା ବୁଝାମଣାକୁ ନେଇ ଏବେ ଅଲଗା ସଂଖ୍ୟା ଦେଖା ଦେଉଥିବାବେଳେ ପୁଣିଥରେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।