ଭୁବନେଶ୍ବର: ନବୀନ ନିବାସରେ ସରିଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ। ବୈଠକରେ ଜିଲ୍ଲାଓ୍ବାରୀ ପର୍ଯ୍ୟବେକ୍ଷକମାନେ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେଲେ। ପ୍ରତି ନିର୍ବାଚନ ମଣ୍ଡଳୀରେ ଦଳୀୟ ସ୍ଥିତିକୁ ନେଇ ବୈଠକରେ ତର୍ଜମା କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ଯୋଗ ଦେଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଏଥିରେ ଦଳର ସବୁ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଟପ୍ ନେତାମାନେ ସାମିଲ ହୋଇଥିଲେ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରୀତିରଞ୍ଜନ ଘଡାଇ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର, ବିଧାୟକ ପ୍ରଣବ ବଳବନ୍ତରାୟ, ଅରୁଣ ସାହୁ, ସମ୍ବିତ ରାଉତରାୟ, ସ୍ନେହାଙ୍ଗିନୀ ଛୁରିଆ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଉପସ୍ଥିତ ଥିଲେ। ସେହିପରି ଦେବୀ ମିଶ୍ର, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଜେନା, ପଦ୍ମନାଭ ବେହେରା, ପ୍ରଦୀପ ଅମାତ, ଶାରଦା ନାୟକ, ଦେବେଶ ଆଚାର୍ଯ୍ୟ, ରବୀନ୍ଦ୍ର ଜେନା, ସଞ୍ଜୟ ଦାସ ବର୍ମା, ଗୌତ୍ତମବୁଦ୍ଧ ଦାସ ଓ ବିଜୟ ନାୟକ ମଧ୍ୟ ବୈଠକରେ ଯୋଗ ଦେଇଥିଲେ।
ରାଜଧାନୀରେ ଉଦଘାଟିତ ହେଲା ପେଟ୍ ପାର୍କ
ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ ଭରତପୁର ଜିଏ କଲୋନୀରେ ଭରତପୁର ନେଚର ପାର୍କ ଉଦଘାଟିତ । ଉତ୍ତର ବିଧାୟକ ସୁସାନ୍ତ ରାଉତ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହାକୁ ଉଦଘାଟନ କରିଛନ୍ତି। ଡେପୁଟି ମେୟର ମଞ୍ଜୁଲତା କହଁର ପ୍ରମୁଖ ଉପସ୍ଥିତ ଥିଲେ। ୫ ଏକର ଜମିରେ ଏହି ନେଚର ପାର୍କଟି ନିର୍ମାଣ ହୋଇଛି। ଏଥିରେ ପିଲାଙ୍କ ଖେଳିବା ପାଇଁ ବିଭିନ୍ନ ପ୍ରକାରର ଦୋଳି ରହିଛି, ଚଲା ପଥ, ମୁକ୍ତାକାଶ ବ୍ୟାୟାମ ଶାଳା, ପାଠାଗାର, ଫୁଡ୍ କୋର୍ଟ, ଯୋଗ ମଣ୍ଡପ, ଓଡ଼ିଶାରେ ପ୍ରଥମ ଥର ପାଇଁ ପୋଷା କୁକୁରଙ୍କ ଖେଳିବା ପାଇଁ ସ୍ବତନ୍ତ୍ର ପାର୍କ ରହିଛି । ପାର୍କ ଭିତରେ ସୁନ୍ଦର ଫୁଲ ବଗିଚା ସହ ସବୁଜିମାରେ ପରିପୂର୍ଣ୍ଣ ହୋଇଛି ପାର୍କ। ପାର୍କ ଉଦଘାଟନ ପରେ ପିଲାମାନେ ପାର୍କରେ ଖେଳୁଛନ୍ତି। ଏହି ପାର୍କ ଟି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିର୍ମାଣ କରାଯାଇଛି । ପାର୍କରେ ସୁନ୍ଦର ବ୍ୟବସ୍ଥା ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସାରା ବିଶ୍ବରେ ବଢୁଛି କିଡନୀ ରୋଗୀ ସଂଖ୍ଯା, ରାଜ୍ଯ ସରକାରଙ୍କ ପ୍ରୟାସରୁ ଭଲ ସ୍ଥିତିରେ ଓଡ଼ିଶା
ନନ୍ଦିଘୋଷ ବ୍ୟୁରୋ: ଆଜି ବିଶ୍ୱ କିଡନୀ ଦିବସ । ୨୦୦୬ରୁ ସାରା ବିଶ୍ୱରେ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାର କୁ ଏହି ଦିବସ ରୂପରେ ପାଳନ କରାଯାଇ ଆସୁଛି । କିଡନୀର ଯତ୍ନ ତଥା ସୁରକ୍ଷା ପାଇଁ ସରଳ ଜୀବନଚର୍ଯ୍ୟାର ବାର୍ତ୍ତା ନେଇ ଆଜି ଏସସିବି ବଡମେଡିକାଲ ନେଫରୋଲୋଜି ବିଭାଗ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି । ଏହି ରୋଗ ବ୍ୟୟବହୁଳ ତଥା ସମୟ ସାପେକ୍ଷ ହୋଇଥିବା ବେଳେ ରାଜ୍ଯ ସରକାରଙ୍କ ଯୋଗୁଁ ରୋଗୀଙ୍କୁ ମିଳୁଛି ମାଗଣା ଚିକିତ୍ସା । ଏଥିପାଇଁ ସାରା ବିଶ୍ବରେ ଭଲ ସ୍ଥିତିରେ ଅଛି ଓଡ଼ିଶା ।
ସାରା ବିଶ୍ବରେ ବଢୁଛି କିଡନୀ ରୋଗୀ ସଂଖ୍ଯା । ଅସନ୍ତୁଳିତ ଖାଦ୍ଯ ଓ ଜୀବନଚର୍ଯ୍ଯା ବଢାଇଛି ସମସ୍ଯା । ରାଜ୍ଯ ସରକାରଙ୍କ ପ୍ରୟାସରୁ ଭଲ ସ୍ଥିତିରେ ଓଡ଼ିଶା । ସାରାବିଶ୍ୱ ପାଳୁଛି ବିଶ୍ୱ କିଡନୀ ଦିବସ । କଟକ ଏସସିବି ମେଡିକାଲ ବୃକକ ବିଭାଗ ପକ୍ଷରୁ ଏହି ଦିବସର ଅନୁଚିନ୍ତାକୁ ନେଇ ହୋଇଛି ସଚତେତନତା ପଦଯାତ୍ରା । ସୁସ୍ଥ କିଡନୀ ସମସ୍ତଙ୍କ ପାଇଁ ଜରୁରୀ । ଏହାର ସୁରକ୍ଷା ଓ ଯତ୍ନ ପାଇଁ ଶୃଙ୍ଖଳିତ ଜୀବନଚର୍ଯ୍ୟା ପାଳନ କରିବାକୁ ଆଜି ଦିନରେ ସମସ୍ତେ ସକଳ୍ପ ନେବା ଆବଶ୍ଯକ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
ବିଶ୍ୱରେ ପ୍ରତି 10 ଜଣରେ ଜଣେ କିଡନୀ ରୋଗୀ ଚି଼ହ୍ନଟ ହେଉଛନ୍ତି । ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବଢୁଛି ଚିନ୍ତା । ଏହାର ଚିକିତ୍ସା ବ୍ଯୟବହୁଳ ଓ ସମୟସାପେକ୍ଷ । ତେବେ ରାଜ୍ଯ ସରକାରଙ୍କ ପ୍ରୟାସରୁ ଓଡ଼ିଶାର ରୋଗୀଙ୍କୁ ମିଳୁଛି ମାଗଣା ଚିକିତ୍ସା । ଏଥିପାଇଁ ବରଦାନ ସାଜିଛି କଟକ ଏସସିବି ମେଡିକାଲ । ମଧୁମେହ ଉଚ୍ଚ ରକ୍ତଚାପ ରୋଗୀଙ୍କ କ୍ଷେତ୍ରରେ ରୋଗ ଅଧିକ ଦେଖା ଦେଉଥିବାରୁ ଲୋକଙ୍କ ସଚେତନ କରିଛନ୍ତି ବିଶେଷଜ୍ଞ । ନିୟମିତ ଖାଦ୍ୟ ଗ୍ରହଣ, ଅଯଧା ପେନ କିଲର ସେବନ ନକରି ଅଧିକ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି ।
ଏଟିଏମକୁ ଯାଉଥିବା ବେଳେ ହୋଇଯାନ୍ତୁ ସାବଧାନ!
ଭୁବନେଶ୍ବର: ସାଇବର ଅପରାଧର ନୂଆ ତରିକା । ଆଖି ପିଛୁଳାକେ ଗାଏବ ହୋଇଯାଉଛି ଟଙ୍କା । ଏଟିଏମକୁ ଯାଉଥିବା ବେଳେ ହୋଇଯାନ୍ତୁ ସାବଧାନ । ନହେଲେ ଆପଣ ହୋଇପାରନ୍ତି ଲୁଟର ଶିକାର । ସାଇବର ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଚିନ୍ମୟ କୁମାର ଷଢଙ୍ଗୀ ନାମକ ଜଣେ ବ୍ୟକ୍ତି ଏଟିଏମ୍ ଲୁଟର ଶିକାର ହୋଇଥିଲେ । ଚିନ୍ମୟ ଏଟିଏମକୁ ଟଙ୍କା କାଢ଼ିବାକୁ ଯାଇଥିବା ବେଳେ, ଏଟିଏମ ରେ କାର୍ଡ ଲାଖି ରହି ଯାଇଥିଲା । ପାଖରେ ଛିଡା ହୋଇଥିବା ଜଣେ ଅଜଣା ଵ୍ୟକ୍ତି ଏନେଇ ତାଙ୍କୁ ଗାଇଡ଼ କରିବା ଆରମ୍ଭ କରି ଦେଇଥିଲେ । ଏଟିଏମ ଭିତରେ ପୂର୍ବରୁ ଲାଗିଥିବା ଏକ ଫେକ ହେଲ୍ପ ଲାଇନ ନମ୍ବରରେ କଲ କରିବା ପାଇଁ କହିଥିଲେ । ଚିନ୍ମୟ ହେଲ୍ପ ଲାଇନକୁ କଲ କରିବା ପରେ ଠକ ମାନେ କାର୍ଡର ଡାଟା ମାଗିବା ସହ, ପିନ କୋଡ ମଧ୍ୟ ଏଣ୍ଟ୍ରି କରିବାକୁ କହିଥିଲେ । ଏହାପରେ ଘରକୁ ଆସି ଦେଖିଲା ବେଳକୁ ମୋବାଇଲକୁ ଗୋଟିଏ ପରେ ଗୋଟିଏ ମେସେଜ ଆସିଥିଲା । ହଠାତ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିଲା । ତେବେ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ବିହାରୀ ଗ୍ୟାଙ୍ଗ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ଆଉ ଟିକିଏ ସୁଯୋଗ ପାଇଲେ ଟଙ୍କା ଲୁଟି ନେଉଛନ୍ତି । ଏମାନେ ବିଶେଷକରି ରିମୋଟ କଣ୍ଟ୍ରୋଲ ଡିଭାଇସକୁ ଏଟିଏମରେ ଲଗାଇ ଦେଉଛନ୍ତି । ଯେଉଁଠାରେ କାର୍ଡ ଭର୍ତ୍ତି କରିବା ମାତ୍ରେ ସେଠାରେ କାର୍ଡଟି ଲାଖିଯାଏ । ଆଉ ତା ସାହାଯ୍ୟରେ ଲୁଟି ନିଅନ୍ତି ଟଙ୍କା । ଘଟଣାରେ ଅଭିଯୁକ୍ତ ଅସଦ ଅଲ୍ଲୀକୁକୁ ଗିରଫ କରାଯାଇଛି । ତାଠାରୁ ୪୦ ହଜାର ସହ atm କାର୍ଡ ଜବତ କରାଯାଇଛି । ତେଣୁ ଏଟିଏମକୁ ଯାଉଥିବା ବେଳେ ଯଦି ଆପଣମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ କେବେ ହେଲେ ଅଜଣା ବ୍ୟକ୍ତିର ସାହାଯ୍ଯ ନ ନେବାକୁ ପୋଲିସ ପରାମର୍ଶ ଦେଇଛି ।
ଆଣ୍ଟି ରାବିସ୍ ଟିକାକରଣ ପରେ ଯୁବତୀଙ୍କ ମୃତ୍ଯୁ
ନନ୍ଦିଘୋଷ ବ୍ୟୁରୋ: ଆଣ୍ଟି ରାବିସ୍ ଟିକାକରଣ ପରେ ଯୁବତୀଙ୍କ ମୃତ୍ଯୁ । ମହାରାଷ୍ଟ୍ର କୋହ୍ଲାପୁରର ଘଟଣା । କୁକୁର କାମୁଡ଼ାର ଶିକାର ହେବା ପରେ ଆଣ୍ଟି ରାବିସ୍ ଟିକା ନେଇଥିଲେ । ଆଣ୍ଟି ରାବିସ୍ ଟିକାର ସମ୍ପୂର୍ଣ୍ଣ କୋର୍ସ ନେଇଥିଲେ । ଟିକାକରଣର ତିନିଦିନ ପରେ ତାଙ୍କର ମୃତ୍ଯୁ ହୋଇଛି । ଏକ ବୁଲା କୁକୁର ଗତ ତିନି ତାରିଖରେ ୨୦ ଜଣଙ୍କୁ କାମୁଡ଼ିଥିଲା । କୁକୁର କାମୁଡ଼ାର ଶିକାର ଯୁବତୀ ମଧ୍ଯ ଶିକାର ହୋଇଥିଲେ । କୁକୁର କାମୁଡ଼ିବା ଦ୍ବାରା ହୋଇଥାଏ ରାବିସ୍ ସଂକ୍ରମଣ । କୁକୁର କାମୁଡ଼ିବାର ୨୪ ଘଣ୍ଟା ମଧ୍ଯରେ ଆଣ୍ଟି ରାବିସ ଭ୍ଯାକ୍ସିନ୍ ନେବା ଜରୁରୀ । ନିୟମିତ ଭାବେ ପୋଷା କୁକୁରର ଟିକାକରଣ ଆବଶ୍ଯକ ।
ଅବସର ନେବା ପରେ ଭାବ ବିହ୍ବଳ ହେଲେ ଧବଲ କୁଲକର୍ଣ୍ଣି
ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ଘୋଷଣା କଲେ ଧବଲ କୁଲକର୍ଣ୍ଣି । ଫାଇନାଲରେ ବିଜୟ ସହ ଅବସର ନେଇଛନ୍ତି । ଅବସର ପରେ ଭାବ ବିହ୍ବଳ ହୋଇଥିଲେ କୁଲକର୍ଣ୍ଣି । ଫାଇନାଲରେ ମୁମ୍ବାଇ ବିଦର୍ଭକୁ ହରାଇଛି । ଫାଇନାଲରେ କୁଲକର୍ଣ୍ଣି ମୁମ୍ବାଇ ପାଇଁ ଶେଷ ଓ୍ବିକେଟ ଅକ୍ତିଆର କରିଥିଲେ । ସେ ଉମେଶ ଯାଦବଙ୍କୁ ବୋଲ୍ଡ କରି ଦଳକୁ ବିଜୟୀ କରାଇଥିଲେ । ୩୫ ବର୍ଷୀୟ କୁଲକର୍ଣ୍ଣି ୯୬ଟି ପ୍ରଣମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି । ଯେଉଁଥିରେ ସେ ୨୮୫ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ୨୦୦୮ ମସିହାରେ ନିଜର ପ୍ରଥମ ଶ୍ରେଣୀ ଡେବ୍ୟୁ କରିଥିଲେ କୁଲକର୍ଣ୍ଣି । ତେବେ ଟିମ ଇଣ୍ଡିଆ ପାଇଁ ୧୨ଟି ଦିନିକିଆ ମଧ୍ୟ ଖେଳିଛନ୍ତି । ଯେଉଁଥିରେ ସେ ୧୯ ଓ୍ବିକେଟ ଅକ୍ତିଆର କରିଛନ୍ତି । ସେପଟେ ୨ଟି ଆନ୍ତର୍ଜାତୀୟ ଟି-୨୦ ମଧ୍ୟ ଖେଳିଛନ୍ତି । ଅବସର ଘୋଷଣା କରିବା ପରେ ରୋହିତ ଶର୍ମା କହିଥିଲେ କି, କୁଲକର୍ଣ୍ଣି ହେଉଛନ୍ତି ମୁମ୍ବାଇର ଯୋଦ୍ଧା ।

