spot_img
Home Blog Page 2195

ବଢୁଛି କୋରୋନା, ବୟସ୍କଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ ପରାମର୍ଶ

ଭୁବନେଶ୍ବର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବ । ଟେଷ୍ଟିଂ, ସର୍ଭେଲାନ୍ସ ସହ ମେଡିକାଲରେ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଜାରି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜ ଓ ଡିସିଏମଓଙ୍କୁ ଏନେଇ ଚିଠି ଲେଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରକୁ ଥିବା ସମସ୍ତ ମେଡିକାଲରେ ସର୍ଭେଲାନ୍ସ ବୃଦ୍ଧି କରିବା ଉପରେ ଗୁରୁଦ୍ବ ଦିଆଯାଇଛି ।

କୋଭିଡ୍ ପଜିଟିଭ୍ ହେଉଥିବା ଆକ୍ରାନ୍ତଙ୍କ ନିଜ ଘରେ ସଂଗରୋଧରେ ରହିବାକୁ ପରାମର୍ଶ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେଲେ କୌଣସି ରୋଗୀ ମେଡିକାଲରେ ଭର୍ତ୍ତି ହେଲେ ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବା ସହ୍ ଅକ୍ସିଜେନ ସଂଯୋଗ ଥିବା ବେଡ୍ ଯୋଗାଇ ଦେବାକୁ ନିର୍ଦେଶ ଦିଆଯାଇଛି । ବୟସ୍କ ଓ ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ ପରାମର୍ଶ କରାଯାଇଛି ।

ଜିଲ୍ଲା ପ୍ରଶାସନର ସହଯୋଗରେ ସଚେତନତା କାର୍ଯ୍ୟ ଜାରି ରଖିବାକୁ ଗୁରୁତ୍ବ ଦିଆଯାଇଛି।କୋଭିଡକୁ ନେଇ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେହି ଗୁରୁତର ସ୍ଥିତିରେ ନାହାନ୍ତି। ସମସ୍ତ ଆକ୍ରାନ୍ତ ନିଜ ନିଜ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି ।

ରାଷ୍ଟ୍ରପତି ଭବନରେ ଆଜି ସମ୍ମାନିତ ହେବେ ଦେଶର ପ୍ରଥମ କିନ୍ନର ପିଏଚଡିଧାରୀ

ନୂଆଦିଲ୍ଲୀ: ଆଜି ସମ୍ମାନିତ ହେବେ ଦେଶର ପ୍ରଥମ କିନ୍ନର ପିଏଚଡିଧାରୀ ଦୀପା ସାହୁ । ରାଷ୍ଟ୍ରପତି ଭବନରେ ତାଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ହରିପୁରରେ ବସବାସ କରୁଥିବା ଜଗତସିଂହପୁରର ମୂଳବାସିନ୍ଦା ଦୀପା ଓରଫ ଦିପୁ ପିଲାଟି ବେଳୁ ମେଧାବୀ । ସମୟକ୍ରମେ ପିଲାବେଳେ ତାଙ୍କ ଚାଲିଚଳଣିରେ ଯେବେ ପରିବର୍ତ୍ତନ ଆସିଲା ସେ ଟାହିଟାପରାର ଶିକାର ହେଲେ ।

ଷଷ୍ଠ ଶ୍ରେଣୀରେ ଘରୁ ପଳାଇଆସି ମାମୁଁ ଘରେ ରହିଲେ । ସେଠିମଧ୍ୟ ସମାନ ପରିସ୍ଥିତି ସାମ୍ନା କରିବାକୁ ପଡିଥିଲା । ଅପମାନ ସହି ନପାରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଦୀପା । ଗୁରୁତର ଭାବେ ତାଙ୍କୁ ଏସସିବି ଅଣାଯାଇଥିଲା । ପରବର୍ତ୍ତୀ ସମୟରେ ଚିକିତ୍ସା କରାଯାଇ ସେ ସୁସ୍ଥ ଅନୁଭବ କରିବା ପରେ ଦୀପୁରୁ ପାଲଟି ଯାଇଥିଲେ ଦୀପା କିନ୍ନର । ସେ ସମୟରେ ତାଙ୍କୁ ସାଥ ଦେଇଥିଲେ ରାଜ୍ୟ କିନ୍ନର ମହାସଙ୍ଗ ସଭାପତି ମୀରା ଓ ମିଠି କିନ୍ନର ।

ହରିପୁରରେ ଘର ଭଡା ନେଇ ଉଭୟ ମିଠି ଏବଂ ଦୀପା ରହିଲେ। ପରବର୍ତ୍ତୀ ସମୟରେ ଦୀପା ରାଣୀହାଟ ସ୍କୁଲରେ ପାଠପଢା ଆରମ୍ଭ କରି ଦଶମରେ ଭଲ ନମ୍ବର ରଖି ସଫଳତା ପାଇଥିଲେ । ୨୦୧୪ରେ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟ ବିଜ୍ଞାନରେ ଯୁକ୍ତ ଦୁଇ, 2017ରେ ବଟାନିକାଲ ସାଇନ୍ସରେ ଯୁକ୍ତ ୩ କରିଥିଲେ। ଏହାପରେ ଉତ୍କଳ ୟୁନିଭରସିଟିରେ ବଟାନିକାଲ ସାଇନ୍ସରେ Phd କଲେ। ଗତ ଆଠମାସ ହେବ Phd ଚାଲିଛି । ଖାଲି ସେତିକି ନୁହେଁ ସକାଳୁ ଏକ ଏନଜିଓରେ କାମ କରିବା ପରେ ଫାଙ୍କା ସମୟ କାଢି ପଢାପଢି, ଘର କାର୍ଯ୍ୟ କରନ୍ତି। ଆଗକୁ ଅଧ୍ୟାପିକା ହେବାକୁ ସ୍ବପ ନେଇ ସେ ଆଗେଇ ଚାଲିଛନ୍ତି । ପିଏଚଡି ହାସଲ କଲେ ଦେଶର ପ୍ରଥମ କିନ୍ନର ଭାବେ ନାଁ କରିବେ।

ପାଖେଇ ଆସୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ଉତ୍କଣ୍ଠାରେ ସାରା ଦେଶ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସାରା ଦେଶରେ ଉତ୍କଣ୍ଠା । ଜାନୁଆରୀ ୧୭ରେ ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ଭିତର ସମେତ ବାହାରର ପ୍ରମୁଖ ଦେବପୀଠକୁ କରାଯାଉଛି ନିମନ୍ତ୍ରଣ । ୧୭ଟି ସ୍ବତନ୍ତ୍ର ଦଳ ବିଭିନ୍ନ ରାଜ୍ୟକୁ ଯାଇ ନିମନ୍ତ୍ରଣ ପ୍ରଦାନ କରୁଛନ୍ତି । ନେପାଳର କାଠମାଣ୍ଡୁରେ ପହଞ୍ଚିଛି ପରିକ୍ରମା ନିମନ୍ତ୍ରଣ। ସେଠାକାର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଇଛି ।

ସେହିପରି ମଦୁରାଇର ଆଗଲର ମନ୍ଦିର, ବଦ୍ରିନାଥ, କେଦାରନାଥ ଓ ଝାଡ଼ଖଣ୍ଡର ଦେଓଘର ମନ୍ଦିରକୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ସ୍ବତନ୍ତ୍ର ଦଳ। ଜମ୍ମୁର ବୈଷ୍ଣୋଦେବୀ ମନ୍ଦିର, ନଭି ମୁମ୍ବାଇ ଜଗନ୍ନାଥ ମନ୍ଦିର, ମଦୁରାଇର ମିନାକ୍ଷୀ ମନ୍ଦିର ଓ ଅଲଗରନାଥ ମହାବିଷ୍ଣୁ ମନ୍ଦିର, ବିଜୟଓ୍ବଡାର ଶ୍ରୀ ସାଇଲମର ମଲ୍ଲିକାର୍ଜୁନ ମନ୍ଦିର, ବିଶାଖାପାଟଣାର ଷ୍ଟିଲ ପ୍ଲାଣ୍ଟ ଜଗନ୍ନାଥ ମନ୍ଦିର, ଔରଙ୍ଗାବାଦ ଏଲୋରାର ଶ୍ରୀ ଘୃଷ୍ଣେଶ୍ଵର ମନ୍ଦିର ଦେବସ୍ଥାନ,ଗୁଜୁରାଟ ସୋମନାଥ ମନ୍ଦିରରେ ସେବାୟତ ଓ ନୋଡାଲ ଅଧିକାରୀ ପହଞ୍ଚି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ଆଧ୍ୟାତ୍ମିକ ପରିବେଶରେ ନିମନ୍ତ୍ରଣ ପ୍ରଦାନ କରାଯାଇଥିବାବେଳେ ଜଗନ୍ନାଥ ଧାମକୁ ଆସିବାକୁ ସମସ୍ତେ ଉତ୍କଣ୍ଠା ପ୍ରକାଶ କରିଛନ୍ତି ।

ବଡିଭୋରରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ 5T ଅଧ୍ୟକ୍ଷ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ 5T ଓ ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ ପରିକ୍ରମମାର୍ଗର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ଶ୍ରୀମନ୍ଦିର ଚାରିପଟ ବୁଲି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ସମ୍ପର୍କରେ ଅବଗତ ହୋଇଥିବା ସହ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।ପରେ ବଡ଼ଦାଣ୍ଡରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରାଯାଉଥିବା ସ୍ୱତନ୍ତ୍ର ଚଲାପଥ ଓ ବିଶ୍ରାମସ୍ଥଳ ବୁଲି ଦେଖିଥିଲେ।ଶୀତ ତାପ ନିୟନ୍ତ୍ରିତ ଚଲାପଥ ବୁଲି ଦେଖିବା ସହ ଏଥିରେ ଥିବା ବାରିକେଡ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।ସେହିପରି ଶ୍ରୀ ମାର୍ଗ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ନେଇ ବୁଲି ଦେଖିଥିଲେ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ କରାଯିବାକୁ ଥିବା ବିଶ୍ରାମସ୍ଥଳୀ ବୁଲି ଦେଖିବା ସହ କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ।ପରେ ସେ ଶ୍ରୀ ମାର୍ଗ ନିର୍ମାଣ ରାସ୍ତା ଦେଇ ଶ୍ରୀ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ବୁଲି ଦେଖି ଥିବା ବେଳେ ସେଠାରୁ ଶ୍ରୀସେତୁ ରାସ୍ତା ଦେଇ ସମୀକ୍ଷା କରି ପ୍ରତ୍ୟାବର୍ତ୍ତନ କରିଥିଲେ।ପୁରୀ ଜିଲ୍ଲାପାଳ,ଏସପି, ଉପ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ରହି 5T ଅଧ୍ୟକ୍ଷଙ୍କୁ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।

ଆଜି ସନ୍ଧ୍ୟାରେ ଲୋକସେବା ଭବନରେ କ୍ୟାବିନେଟ ବୈଠକ

ଭୁବନେଶ୍ବର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ସନ୍ଧ୍ୟାରେ ଲୋକସେବା ଭବନରେ କ୍ୟାବିନେଟ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅଧ୍ୟକ୍ଷତା କରିବେ । ନୂଆ ବର୍ଷ ପୂର୍ବରୁ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର ।

ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ । ବିଭିନ୍ନ ସରକାରୀ କର୍ମଚାରୀ ସଂଗଠନ ପକ୍ଷରୁ କରାଯାଇଥିବା ବିଭିନ୍ନ ଦାବି ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ ।

କ୍ରିକେଟ୍ ଇତିହାସରେ ବିରାଟ ହାତେଇଲେ ଏହି ବିଶ୍ୱ ରେକର୍ଡ…

ନୂଆଦିଲ୍ଲୀ: ୨୦୨୩ ମସିହାରେ ବିରାଟ କୋହଲି ପୁଣିଥରେ ଏକ ରେକର୍ଡ ହାସଲ କରିଛନ୍ତି । ଯାହା ୧୪୬ ବର୍ଷର କ୍ରିକେଟ୍ ଇତିହାସରେ କୌଣସି ବ୍ୟାଟ୍ସମ୍ୟାନ୍ କରିପାରିନାହାଁନ୍ତି । ସର୍ବାଧିକ ଶତକ ଏବଂ ସର୍ବାଧିକ ରନ୍ ସ୍କୋର କରିଥିବା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ତାଙ୍କ କ୍ୟାରିୟରରେ ଏହି ରେକର୍ଡ କରିପାରିନଥିଲେ।

ଗତକାଲି ସେଞ୍ଚୁରିଅନରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପାଳିରେ ପରାଜିତ ହୋଇଥିଲା ଭାରତ ।  କିନ୍ତୁ ଭାରତ ହାରିଥିଲେ ହେଁ ବିରାଟ କୋହଲି ଇତିହାସ ରଚିଛନ୍ତି। ପୁରା ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ବିରାଟ କୋହଲି । ୭ଟି ଭିନ୍ନ ଭିନ୍ନ କ୍ୟାଲେଣ୍ଡର ବର୍ଷରେ ୨୦୦୦ ରନ୍ ସ୍କୋର କରିଥିଲେ ବିରାଟ । ଏପରି କରିବାରେ ବିରାଟ କୋହଲି ପୁରା ବିଶ୍ୱରେ ପ୍ରଥମ ବ୍ୟାଟର ହୋଇଛନ୍ତି । ଗତକାଲି ଭାରତର ଦ୍ୱିତୀୟ ଇଂନିସରେ ସେ ୮୨ ଟି ବଲରୁ ୭୬ ରନ ସଂଗ୍ରହ କରିଥିଲେ । ଏହା ସହ ସେ ଚଳିତ କ୍ୟାଲେଣ୍ତର ବର୍ଷରେ ମୋଟ ୨୦୦୬ ରନ ସଂଗ୍ରହ କରି ନେଇଥିଲେ।

ଏହା ପୂର୍ବରୁ ସେ ୨୦୧୨ରେ ୨୧୮୬ ରନ୍, ୨୦୧୪ରେ ୨୨୮୬ ରନ୍, ୨୦୧୬ରେ ୨୫୯୫ ରନ୍, ୨୦୧୭ରେ ୨୮୧୮ ରନ୍, ୨୦୧୮ରେ ୨୭୩୫ ରନ୍ ଏବଂ ୨୦୧୯ରେ ୨୪୫୫ ରନ୍ ସଂଗ୍ରହ କରିଥିଲେ । ବିରାଟଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଏହି ସଫଳତା ହାସଲ କରି ପାରିନାହାନ୍ତି ।

ନବଜାତକଙ୍କ ପାଇଁ ବରଦାନ ସାଜିଲା ବିଏସକେଓ୍ବାଇ, ଦୀର୍ଘ ୨ମାସର ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଲେ

ରାଉରକେଲା: ନବଜାତକଙ୍କ ପାଇଁ ବରଦାନ ସାଜିଲା ବିଏସକେଓ୍ବାଇ। ଘରୋଇ ହସ୍ପିଟାଲରେ ମାଗଣାରେ ମିଳିଲା ଅତ୍ୟାଧୁନିକ ଚିକିତ୍ସା । ସୁସ୍ଥ ହୋଇ ଘରକୁ ଫେରିଲେ ଶିଶୁ କନ୍ୟା । ଚିକିତ୍ସାରେ ସମସ୍ତ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପରିବାର । ଗର୍ଭ ଯନ୍ତ୍ରଣା କାରଣରୁ ଅକ୍ଟୋବର ୨୯ରେ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ ଅଞ୍ଚଳର ରଫତ ଖାତୁନ ରାଉରକେଲାର ଜୟପ୍ରକାଶ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସାଢେ ଛଅ ମାସରେ ଜନ୍ମ କାରଣରୁ ଶିଶୁକନ୍ୟାର ଶରୀର ଅସୁସ୍ଥ ହୋଇ ପଡିଥିଲା।

ପାଖାପାଖି ଦୁଇମାସ ଆଇସିୟୁରେ ରଖାଯାଇ ଉନ୍ନତମାନର ଓ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବାରୁ ଶିଶୁକନ୍ୟାଙ୍କ ଜୀବନ ବଞ୍ଚି ପାରିଥିଲା । ସମସ୍ତ ଉନ୍ନତମାନର ଚିକିତ୍ସା ପାଇଁ ପରିବାରକୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିନଥିଲା। ଏନେଇ ପରିବାର ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସାଢେ ଛଅ ମାସରେ ଶିଶୁକନ୍ୟା ଜନ୍ମ ହୋଇଥିବାରୁ ମାଆ ଓ ଶିଶୁଙ୍କ ଜୀବନ ପ୍ରତି ବିପଦ ରହିଥିଲା। କିନ୍ତୁ BSKY କାର୍ଡ ଜରିଆରେ ଉନ୍ନତମାନର ଓ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିଵାରୁ ଉଭୟେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଭଳି ହଜାର ହଜାର ଗରିଵ ରୋଗୀ ପାଇଁ ଜୀବନଦାୟକ ସାଜିଛି ବିଏସକେଓ୍ବାଇ ।

ଅପହୃତ ଓଲା ଡ୍ରାଇଭର ପିଣ୍ଟୁ ସାହୁ ଯାଜପୁରରୁ ଉଦ୍ଧାର

ଭୁବନେଶ୍ବର: ଭୁବନେଶ୍ବରରୁ ଅପହରଣ, ଯାଜପୁରରୁ ଉଦ୍ଧାର। ପାତ୍ରପଡା ଅଞ୍ଚଳରୁ କିଡନ୍ୟାପ ହୋଇଥିବା ଟ୍ୟାକ୍ସି ଡ୍ରାଇଭର ପିଣ୍ଟୁ ସାହୁ ଯାଜପୁର ଧର୍ମଶାଳା ଥାନା ଆରୁହା ପାହାଡ ନିକଟରୁ ଉଦ୍ଧାର। ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ। ପାହାଡ ନିକଟ ଏକ ପରିତ୍ୟକ୍ତ ଘରୁ ଉଦ୍ଧାର କରିଛି ଧର୍ମଶାଳା ପୋଲିସ।

ଉଦ୍ଧାର ସମୟରେ ଅସୁସ୍ଥ ଥିଲେ ଓଲା ଡ୍ରାଇଭର । ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ଅଣାଯାଉଛି। ପିଣ୍ଟୁକୁ ଅପହରଣ ପରେ ୧୦ ଲକ୍ଷ ଟଙ୍କା ମାଗୁଥିଲେ ଅପହରଣକାରୀ। ସ୍ତ୍ରୀଙ୍କୁ ଫୋନ କରି ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ମାଗୁଥିଲେ ଅପହରଣକାରୀ। ଭିଡିଓ କଲ ଜରିଆରେ ସ୍ୱାମୀକୁ ମାଡ଼ ମାରି ସ୍ତ୍ରୀକୁ ଦେଖାଉଥିଲେ ଅପହରଣକାରୀ।  ଗତକାଲି ରାତି ୮ ଟା ବେଳେ ପାତ୍ରପଡ଼ା ଅଞ୍ଚଳରୁ ପିଣ୍ଟୁଙ୍କୁ କରାଯାଇଥିଲା ଅପହରଣ। ଏକ କାରରେ ପିଣ୍ଟୁଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା ।

ଅଧିକ ପଢନ୍ତୁ:- ଓଲା ଡ୍ରାଇଭରକୁ ଫିଲ୍ମ ଷ୍ଟାଇଲରେ ଅପହରଣ, ୧୦ ଲକ୍ଷ ମୁଣ୍ଡ ଜାମିନ ମାଗୁଛନ୍ତି ଅପହରଣକାରୀ

ପ୍ରଥମ ADM ଭାବେ ପଦ୍ମପୁରରେ ନିଯୁକ୍ତି ପାଇଲେ ଚଭନ କୁନାଲ ମୋତିରାମ

ପଦ୍ମପୁର: ଆହୁରି ଉଜ୍ବଳ ହେଲା ପଦ୍ମପୁରବାସୀଙ୍କ ଜିଲ୍ଲା ସ୍ବପ୍ନ। ପଦ୍ମପୁରରେ ନିଯୁକ୍ତ ହେଲେ ପ୍ରଥମ ADM। ଏଡିଏମ ପଦବୀକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଭନ କୁନାଲ ମୋତିରାମଙ୍କୁ ପଦ୍ମପୁରର ପ୍ରଥମ ADM ଭାବେ ନିଯୁକ୍ତି ମିଳିଛି । ଚଭନ କୁନାଲ ଏବେ ବାଲେଶ୍ବରରେ ସବ-କଲେକ୍ଟର ଅଛନ୍ତି । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାବେଳେ ଏଥିପାଇଁ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି।

ପଦ୍ମପୁରରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ ହୋଇଛି । ଆରଡିସି ସୁରେଶ ଚନ୍ଦ୍ର ଦଳାଇ ପଦ୍ମପୁରରେ ପହଞ୍ଚି  ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ ।  RDCଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଜମି ନିରୂପଣରେ ସାମିଲ ହୋଇଥିଲେ । ଉପଜିଲ୍ଲାପାଳ ଓ ଆରଆଇଙ୍କ ଉପସ୍ଥିତିରେ ୩ଟି ସ୍ଥାନ ପରିଦର୍ଶନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ଜିଲ୍ଲା ଗଠନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବାରୁ ପଦ୍ମପୁରବାସୀଙ୍କ ମନରେ ଉତ୍ସାହ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରିକି ଦେଖାନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପଦ୍ମପୁରବାସୀ  ।

୬ IPSଙ୍କୁ ଡିଆଇଜି ଭାବେ ମିଳିଲା ପଦୋନ୍ନତି

ଭୁବନେଶ୍ୱର: IPSଙ୍କ ପଦୋନ୍ନତି । ୫ IPSଙ୍କୁ IG ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୬ IPSଙ୍କ DIG ଭାବେ ପଦୋନ୍ନତି ହୋଇଛି । ଆଇଜି ପାହ୍ୟାକୁ ପଦୋନ୍ନତି ହୋଇଥିବା ୫ IPS ଅଫିସର ୨୦୦୬ ବ୍ୟାଚର ।

DIG ଅନୁପ ସାହୁ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ IPS ଅମ୍ରିତା ଦାଶ, ଅନିରୁଦ୍ଧ କୁମାର ସିଂହ, ଅନୁପ କ୍ରୀଷ୍ଣା ଓ ସୁଧା ସିଂହଙ୍କର ମଧ୍ୟ IG ପାହ୍ୟାକୁ ପଦୋନ୍ନତି ହୋଇଛି । ୨୦୧୦ ବ୍ୟାଚର ୬ IPSଙ୍କର DIG ଭାବେ ପଦୋନ୍ନତି ହୋଇଛି । IPS ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କନୱର ବିଶାଲ ସିଂ, ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା, କେ. ଶିବା ସୁବ୍ରମଣିଙ୍କୁ DIG ପାହ୍ୟାକୁ ପଦୋନ୍ନତି। ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା, କେ. ଶିବା ସୁବ୍ରମଣି ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୯ ବ୍ୟାଚ୍ ଆଇପିଏସ୍ ଘନଶ୍ୟାମ ଉପାଧ୍ୟାୟ ମଧ୍ୟ ADG ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ।